ଦୁଇ ଝୁରା ଅଁଛଲା ପୁଆଲ୍କେ ସୁତୁଲି ଡୁରେଁ ବାନ୍ଧିକରି ଜୁଉଡ଼େ ହାତ୍ ଆରୁ ଜୁଉଡେ ଗୋଡ଼୍ ବନାଲା l ଅଲ୍ଗାଲା ଫୁଲ୍ପେଁଟ୍ ଆରୁ ଫୁଲ୍ ସାର୍ଟ୍ ଖଁଡ଼େ ମତେ ପିନ୍ଧେଇ ଦେଲା l ବଉଁଶ୍ ଗୁଟେଥିଁ ବାନ୍ଧିକରି ମତେ ଠିଆ କରାଲା l ଉପୁରେଁ ମଠିଆଗୁଟେ ଖାପି କରି ଆଏଁଖ୍, କାନ୍, ନାକ୍, ମୁହୁଁ ବନାଲା l ଗୁଟେ ହାତେଁ ବାଡ଼ିଟେ ଧରେଇ କରି ତାର୍ ଖେତର୍ ମଝାମୁଝି ଗାଡ଼ି ନେଲା l ଖେତେଁ ମୁଇଁ ଠିଆ ହେଉନ୍ ସାଏର୍ ଦେଖିଲିଁ, ମୋର୍ ବାଗିର୍ ଅନେକ୍ଟା ଦୁରିଆ ଖେତ୍ମାନ୍କେଁ ଠିଆ ହେଇଛନ୍ l ମତେ ଯେ ବନାଲା ସେ କିଏ ଆଏ ? ତାର୍ ନାଁ କାଣା ?? ଦିନାଦୁ ପରେଁ ଜାନ୍ଲି ତାର୍ ଅନେକ୍ ନାଁ l ପୂର୍ଣ୍ଣ ଭୁଏ, କାର୍ତ୍ତିକ ମହାକୁଡ଼୍, ଶଶୀ ପଟେଲ୍, ସନାତନ୍ ମିର୍ଦ୍ଧା, ଗୋବର୍ଦ୍ଧନ୍ ବିଶି- ଇନ୍ତା କେତେ ନାଁ ଧର୍ମି ? ହେଲେଁ, ସମ୍କିରର୍ ଗୁଟେ ପହେଚାନ୍ “ଚାଷୀ” l
ଚାଷୀ ବଏଲେଁ ?? ଚାଷୀ ବଏଲେଁ ପରେ ଭାରତର୍ ଅରନ୍ଦାତା ! ଭାରତର୍ ଭାଗ୍ଯବିଧାତା !! ଇ ଦେଶର୍ ମେର୍ଖୁଟା l ଇ ସମାଜର୍ ଦୁରୁସ୍ତ୍ ନିହି l
ଆଉର୍ ମୋର୍ ନାଁ ? ମତେ କିଏ କହେସି “ପୁଆଲ୍ ଭୁତ୍” l କିଏ କହେସି “ଆଁଟ୍ ପୁତୁଲା” ତ କିଏ କହେସି “ଖେତ୍ ପୁତୁଲା” l ମତେ ଖାଲି “ପୁତୁଲା” ବଏଲେଁ ଭିଲ୍ ଚଲ୍ବା l
ଯେନ୍ ଦିନୁଁ ଚାଷୀ ମତେ ତାର୍ ଖେତର୍ ମଝାମଝି ଗାଡ଼ି ନେଲା, ସେ ଦିନୁଁ ମୋର୍ ଡ୍ଯୁଟି ଆରମ୍ଭ୍ ହେଇଗଲା l ଡ୍ଯୁଟି ବଏଲେଁ ? ଖାଲି ଠିଆ ହେଇଥିବାର୍’ଟା ଆରୁ ହନ୍ମାନ୍ କି ମାକର୍ ଆଏଲେଁ ହୁର୍କାବାର୍ଟା l ପହେଲା ପହେଲା ମତେ ଦେଖିଁ ପଲଉଥିଲେ l ମୋର୍ ବାଡ଼ିକେ ଦେଖିକରି ଚରେ ଚିର୍ଗୁନ୍ ଭି ଖେତର୍ ପାଶ୍ ନେଇଁ ମାଡ଼ୁଥେଇଁ l ଧିରେ ଧିରେ ଅନୁମାନ୍ କଲିଁ ମତେ ଆରୁ ପଶୁଜଁତୁମାନେ ନେଇଁ ଡର୍ବାର୍ l ଚରେମାନେଁ ଭିଲ୍ ନେଇଁ ମାନ୍ବାର୍ l ଦିନେ ତ ଗୁଲିହା ଚରେ ପଟେ ମୋର୍ ମୁଡେଁ ଆସିକରି ବସି ପଡ୍ଲା l ଖେତର୍ ପୋକ୍ କିର୍ଙ୍ଗାମାନ୍କୁଁ ଝପ୍ଟି ଝପ୍ଟି ଖାଇକରି ମୋର୍ ମୁଡ଼୍ ଉପୁରେଁ ବାରୁବାର୍ ବସଲା l ଖାଲି ମୁଡ଼େଁ ବସଲା ନୁହେସେ l ମୋର୍ ମୁଡ଼୍ ଉପୁରେଁ ଏକ ଦୁଇ ଭିଲ୍ କରିନେଲା l ହେଲେଁ, ଚରେକେ ମୁଇଁ ହୁର୍କେଇ ନେଇଁ ପାରୁଥେଇଁ l ଧିରେ ଧିରେ ଜାନ୍ଲିଁ ମୋର୍ ହାତ୍ ଗୋଡ଼୍ ମୁଇଁ ହଲେଇ ନେଇଁ ପାର୍ବାର୍ l ଗୁଟେ କଁଟେ ଦିନ୍-ଦିନ୍, ମାସ୍-ମାସ୍, ବଛର୍-ବଛର୍ ରହିଗଲିଁ l ମୋର୍ ହାତ୍ ଗୋଡ୍ ଟେଁଟେଇ ଯାଉଥିଲା l ମୋର୍ ହାତ୍ ଗୋଡ଼୍କେ କସିକରି ବାନ୍ଧି ନେଇଥିଲା କାଏଁ ! ଚାଷୀକେ ମୁଇଁ ମନେ ମନେ ରିଷିମି ହେଉଥିଲିଁ l
ଖାଲି ଫଟା ପାଏଁଟ୍-ସାର୍ଟ୍ ଦୁଇ ଖଁଣ୍ ଛାଡ଼ିକରି ଚାଷୀ ମତେ ଦେଇଛେ କାଣା ? ବଛର୍ ବଛର୍ ତାର୍ ଖେତ୍ ଜୁଗିଛେଁ ! ଭୁତିଭରା ତ ଦୂରର୍ କଥା, ଖାଏବାର୍ ପିଇବାର୍କେ ଭି ଟିକେ କେଭେଁ ନେଇଁ ଦେବାର୍ l ତାପନେ ଖାଲି ଢକୋ ଢକୋ ଗିଲି ମରୁଛେ !
ଚାଷୀ କାଣା ଖାଉଛେ ଯେ ହେଲେଁ ମତେ ଦେବା !! ସକାଲୁଁ ଲାଲି ଚାହା ସାଙ୍ଗେଁ ମୁର୍ହି ମୁଠେ ଆରୁ ଥିର୍-ପିଆ ବେଲ୍କେ ବାସି ପଖାଲ୍ ସାଙ୍ଗେଁ ସୁରୁ ଉଏଲ୍ ଗୁଟେ l ହେତ୍କି ତ ! ଦୁନିଆଁ ଇହାଦେ ପିଜା, ବର୍ଗର୍ ତକ୍ ଗଲାନ l ହେଲେଁ, ଇ ଦେଶର୍ ଚାଷୀ, ଇ ଦେଶର୍ ଅରନ୍ଦାତା ବାସି ପଖାଲ୍ ନ ଅଟ୍ କି ଯାଇଛେ l ମୋର୍ ମନ୍ ଭିତିରେଁ ଅନେକ୍ ପ୍ରଶ୍ନ l ଅନେକ୍ ଉତ୍ତର୍ ଭି l
ତାହାବଲିଁ ଚାଷୀ ମତେ କିଛି ନେଇଁ ଦିଏ ? ଖରା,ବର୍ଷା, ଶୀତ୍ କାକର୍ଥିଁ ତାର୍ ଖେତ୍ ଜୁଗିଛେଁ !! ସେ ଭିଲ୍ ତ ଖରା, ବର୍ଷା, ଶୀତ୍ କାକର୍ ସବୁ ସହିକରି ଚାଷ୍ କରୁଛେ ! ମାଏଟ୍ ସାଙ୍ଗେଁ ମାଏଟ୍ ହେଇଛେ ! କାଦୋ ଚିଖଲ୍ ଚିଟ୍କୁଛେ ! ମୁଡ଼ର୍ ଗହଦ୍କେ ମୁହେଁ ପିଉଛେ ! ଅଉର୍ ଚାଷୀର୍ ପାଖେଁ କାଣା ଅଛେ ଯେ ମତେ ଦେବା !
ତାହାବଲିଁ… ? ଚୁପ୍ ! ଏକ୍ଦମ୍ ଚୁପ୍ !! ଚାଷୀ ଏସୁର୍ ଚାଷେଁ କେତେ ଖଏର୍ଚା କଲାନ ଜାନିଛୁ ! ତିନ୍ ଏକଡ୍ ଧାନ୍ ଆରୁ ଦୁଇ ଏକଡ଼୍ କପା ଲାଗି ସାହୁକାର୍ନୁଁ ନବେ ହଜାର୍ ଟଁକା ଲାଖ୍ ଆନିଛେ ଦଶ୍ ପଏସିଆ କନ୍ତର୍ଥିଁ l ତିନ୍ ଏକଡ଼୍ ଧାନ୍ ଭିତିରୁଁ କର୍ କମଉଛେ ଦୁଇ ଏକଡ଼୍ l ଧାନ୍ ମଡ଼ାଲେଁ ଜମି ମାଲିକ୍କେ ଦେବା କୁଡ଼େ ବସ୍ତା ଧାନ୍ l ଯେତ୍କି ଅଗିଲ୍ବା ତାର୍ ଆଏ l ନେହେଲେଁ ମୂଲ୍ ଭି ବୁଡ୍ବା l
ଚାଷୀର୍ କାଣା ନିଜର୍ ଜମିନ୍ ନେଇଁନ ? ବେଙ୍କ୍ କାଣା ଚାଷୀକେ ଲୋନ୍ ନେଇଁ ଦିଏ ? ଭାରତର୍ ଚାଷୀ ନାଆଁକେ ଖାଲି ଚାଷୀ ଆଏ l ବୁଆର୍ ଜମିନ୍ ଯଦି ପୁଓ କମଉଛେ ଆରୁ ପୁଓର୍ ନାଁ’ ଥିଁ ପଟା ନେଇଁନ ବଏଲେଁ ପୁଓ ଚାଷୀ ନୁହେସେ l ଘଏତାର୍ ଜମିନ୍ ଯଦି କନିଆଁ କମଉଛେ ଆରୁ ତାର୍ ନାଁ’ ଥିଁ ପଟା ନେଇଁନ ବଏଲେଁ ସେ ଚାଷୀ ନୁହେସେ l ଇ ଦେଶେଁ ଅସଲି ଚାଷୀର୍ ନିଜର୍ ନାଆଁଥିଁ ଜମିନର୍ ପଟା ନାଇଁନ l ପର୍ହର୍ ଜମିନ୍କେ କର୍ ଭୁଗୋଲ୍ଥିଁ କମଉଥିସି, ଆରୁ ଲୋନ୍ କଥା ! ପାଁଚ୍ ଖଁଡ଼ିର୍ ଜମିନ୍କେ ପଚାଶ୍ ପ୍ରକାରର୍ କାଗଜ୍ ପତର୍ l ଲୋନ୍ ଲାଗିଁ ଦଉଡ଼ି ଦଉଡ଼ି ଚପଲ୍ ଛିଡ଼ିଯିବା, ହେଲେଁ ଲୋନ୍ ନାଇଁ ମିଲେ l ମିଲ୍ସି ଖାଲି କୁକୁର୍ ବାଗିର୍ ବେଭାର୍ l ଚାଷୀ ସାହୁକାର୍ନୁଁ ଲୋନ୍ ନେଇଁ ଆନ୍ବା ତ କାହାର୍ନୁଁ ଆନ୍ବା ??
ନବେ ହଜାର୍ ଟଁକା କାଣା ପାଁଚ୍ ଏକଡ଼୍ ଚାଷ୍କେ କମ୍ ଆଏ ? କମ୍ ନୁହେସେ l ହେଲେଁ, ଚାଷେଁ ଦିନୁଁ ଦିନ୍କେ ଯେନ୍ ଖଏର୍ଚା ବଢ଼ିଚାଲିଛେ ନବେ ହଜାର୍ ଭି କମ୍ ଆଏ l ବିହନ୍ ପାଚେର୍, ନଙ୍ଗଲ୍ ଜୁତା, ଟାକ୍ଟର୍ ଭଡ଼ା, ବିହିଡ଼ା, ମନ୍ଦାଖେଲା, ଲଟାବଛାଥିଁ ବଡ଼ଭାଗି ପଏସା ସରିଯାଏସି l ଯେନ୍ଟା ବାଆଁଚିସି ରୋଗ୍ ପୋକର୍ ଉଷୋ ଆରୁ ସାର୍ ଘିନାଥିଁ ସରିଯାଏସି l ଧାନ୍ ମଡ଼ା ବେଲ୍କେ ଚାଷୀର୍ ହାତ୍ ମେଲା l ଫେର୍ ହାତ୍ ଉଧାରୀ କର୍ସି l
ଚାଷୀ ତ ବଛର୍କେ ବଛର୍ ବନିହାଁ ଧାନ୍ ବିକୁଛେ l ସେ ପଏସା କାଣା କରୁଛେ ? ବିକୁଛେ l ହେଲେଁ, ବଜାର୍ କେନ ଅଛେ ? ସର୍କାରର୍ ଧାନ୍ ମଣ୍ଡିନ ଧାନ୍ ବିକିଲେଁ ପଏସା ପାଏବାର୍କେ ମାସ୍ ମାସ୍ ଲାଗ୍ସି l ସେଥିଁ ଫେର୍ କଟନି, ଛଟନି ଆରୁ କେତେ କାଣା l ଆରୁ ଧାନ୍ ବସ୍ତାର୍ ଯେନ୍ ରେଟ୍ କାଣା କହେମି ! ବଛର୍କେ ବଛର୍ ସାର୍ ଉଷୋର୍ ଦାମ୍ ବଢ଼୍ବା, ଧାନର୍ ଦାମ୍ ନେଇଁ ବଢ଼େ l ଭତିଆରର୍ ଭୁତି ବଢ଼୍ବା, ଧାନର୍ ଦାମ୍ ନେଇଁ ବଢ଼େ l ଚାକିରିଆମାନ୍କର୍ ଦର୍ମା ବଢ଼୍ବା, ଧାନର୍ ଦାମ୍ ନେଇଁ ବଢ଼େ l ଏମ୍.ଏଲ୍.ଏ. ମାନ୍କର୍ ଭତ୍ତା ବଢ଼୍ବା, ଧାନର୍ ଦାମ୍ ନେଇଁ ବଢ଼େ l ଦଶ୍ ବର୍ଷେଁ ଥରେ ଲେଖା ବେତନ୍ କମିଶନ୍ ବସୁଛେ l ହେଲେଁ, ଚାଷୀର୍ ଜିନିଷର୍ ଦାମ୍ ? ଇ ଦେଶେଁ ସଭେ ନିଜର୍ ଜିନିଷର୍ ଦାମ୍ ନିଜର୍ ମନେ ଥେବ୍ କର୍ସନ୍ l ହେଲେଁ, ଚାଷୀର୍ ଜିନିଷର୍ ଦାମ୍ ଚାଷୀର୍ ମନେ ନେଇଁ ହଏ l ବେପାରୀର୍ ମନେ ହେସି l ପାତଲ୍ଘଁଟା, ଉଏଲ୍,ଆଲୁ,ମିର୍ଚା ଚାଷୀର୍ ହାତେଁ ଥିବାର୍ ତକ୍ ରେଟ୍ ନେଇଁ ହୁଏ l ଚାଷୀର୍ ହାତୁଁ ବେପାରୀର୍ ହାତ୍କେ ଚାଲିଗଲେଁ ସବୁଥିର୍ ଦାମ୍ ବଢ଼ିଯାଏସି l ଧାଇଁ ଧୁପି ବାର, ବସିଥେଇଁ ତେର l ଆହା ! ବିଚିରା ଚାଷୀ !
ସର୍କାର୍ କାଣା ଚାଷୀର୍ ଲାଗିଁ କିଛି ନେଇଁ କରେ ? କର୍’ସି l ପାଁଚ୍ ବଛରେଁ ଥରେ ଚାଷୀର୍ ଘର୍କେ ଘର୍ ବୁଲ୍ସି l ହାତ୍ ଯୁଡ଼ିକରି ବିନ୍ତି କର୍ସି, ଆମ୍କୁଁ ଭୋଟ୍ ଦିଅ l ଆମେ ତୁମର୍ ସବୁ ଦୁଖ୍ ଦାର୍ଦର୍ ଦୂର୍ କର୍ମୁଁ l ସୁନାର୍ କୁକୁରା ଉଡ଼ାମୁଁ l ଘରେଁ ଘରେଁ ବିଜିଲି ବତୀ ଜଲାମୁଁ l ଖେତ୍କେ ପାଏନ୍ ଦେମୁଁ l ଚେକ୍ଡେମ୍ ବନେଇ ଦେମୁଁ l ତୁମର୍ କୁରିଆକେ ମହଲ୍ ବନେଇ ଦେମୁଁ l ହେଲେଁ, ଭୋଟ୍ ସରିଗଲେଁ ଯେନ୍ ରାଆଁଡ଼ିକେ ସେ ଦୁଖ୍ l ଚେକ୍ଡେମ୍ ବନାସନ୍ ହେଲେଁ ପାଏନ୍ ନେଇଁ ରହେ l ସରକାରୀ ବିହନ୍ ଦେସନ୍ ଯେ ନେଇଁ ଆଁକେରେ l ଉଷୋ ମଲ୍’ସି ଯେ ପୋକ୍ ନେଇଁ ମରେ l ଇନ୍ଦିରା ଆବାସ୍ ମିଲ୍’ସି ଯେ, ହାତ୍ ଗୁଞ୍ଜା ଦେବାର୍’କେ ପଡ଼୍’ସି l ସବୁ ଖାଲି କର୍ମୀ ପୁଷା ଯୋଜନା l କର୍ମୀମାନେ ମାଲେମାଲ୍, ଚାଷୀ ବେହାଲ୍ l ହଁ, ହଁ ସର୍’କାର ଆରୁଗୁଟେ ଜିନିଷ୍ କର୍’ସି l ଅଗଷ୍ଟ୍ ୧୫ ଆରୁ ଜାନୁୟାରୀ ୨୬କେ ସ୍ଲୋଗାନ୍ ଦେସି “ଜଏ ଜବାନ୍, ଜଏ କିସାନ୍” l
ଇ ବଛର୍ ଚାଷୀର୍ ମନେ ନୂଆଁ ତହଁକ୍ ଥିଲା l ହେତିର୍’ଲାଗିଁ ଦିନ୍ ମଏଧାନ୍ ସବୁବେଲେଁ ଖେତେଁ ଦୁହିଲୁକ ଖଟୁଥିଲେ l ଝି ଜୁଆନ୍ ହେଲାନ l ଏସୁର୍ ବଟାବା l ପୁଓ ମେଟ୍ରିକ୍ ପଢ଼ୁଛେ l ଆଏବା ବଛର୍ କଲେଜ୍ ଯିବା l ଖଏର୍ଚ୍ଚା ବଢ଼୍’ବା l ହେତିର୍ ଲାଗି କପା ଦୁଇ ଏକଡ଼୍ ଭି କରିଥିଲା l ନୂଆଁଖାଇ ତକ୍ ପାଏନ୍ ଭି ଭଲ୍ ବର୍ଷିଲା l ହେଲେଁ, ନୂଆଁଖାଇ ସରିଗଲା କି ମେଘେଁ ପାଏନ୍ ଭି ସରିଗଲା l ବର୍ଷା ବନ୍ଦ୍ l ଚାଷୀ ମୁଣେଁ ହାତ୍ ଦେଲା l କପା ଫୁଲ୍ ଫୁଟୁଲା ବେଲ୍’କେ ରୋଗ୍ ପୋକ୍ ଲାଗ୍’ଲା l ଯେତେ ଉଷୋ ଝିଟିଲେଁ ଭିଲ୍ କାମ୍ ନେଇଁ ଦେଲା l ସବୁ କପା ଚୁର୍’ମୁଟେଇ ଗଲା l ଧାନେ ସଢ଼ା ଆରୁ ମହିଷା ଲାଗିଗଲା l ଯେତେ ମହରା ଝିଟିଲେଁ ଭି କାମ୍ ନେଇଁ ଦେଲା l ପାନିର୍ ଅଭାବ୍ ନୁଁ ଜମିନ୍ ଫାଟିକରି ଆଁ’ କଲା l ଚାଷୀର୍ ମୁଣେଁ ଚଡ଼କ୍ ପଡ଼୍’ଲା l ଚାଷୀର୍ ମୁଡ଼୍ ଆରୁ କାମ୍ ନାଇଁ କରୁଥାଇଁ l
ସକାଲୁଁ ସକାଲୁଁ ଚାଷୀ ଆଏଜ୍ ଜଲ୍’ଦି ଖେତ୍’କେ ଆଏଲା l ମୁହୁଁ ଶୁଖି ଯାଇଛେ l ଆଖିଁ ତତଲା ଲହ ଟଲ୍’ଟଲଉଛେ l ମୋର୍ ଆଗ୍ ମୁଡ଼େଁ ଲଥୋ କରି ବସି ପଡ଼୍’ଲା l ଅଁଟାନୁଁ ଶିଶିରିଟେ ବାହାର୍ କରି କରିଁ କାଣାଟିକେ ପିଇ ନେଲା l ମୁଇଁ ବୁଝି ପାର୍’ବାର୍ ଆଘୋନୁଁ ତାର୍ ମୁହେଁ ଫେପଲ୍ ଦୁଇ ମୁଡ଼ା ବାହାରି ପଡ଼୍’ଲା l ଧାନେ ଝିଟିବାର୍ ମହରା ଶିଶିରିଟେ ଚାଷୀର୍ ପାଖେଁ ପଡ଼ିଥିଲା l ଯେନ୍ ମହରାଥିଁ ଧାନର୍ ପୋକ୍ ନେଇଁ ମର୍’ଲେ ସେ ମହରାଥିଁ ଚାଷୀ ଟଲି ପଡ଼୍’ଲା l
ଘାଏ ଗଲାକି ବନିହାଁଟେ ଲୋକ୍ ଜମା ହେଇଗଲେ l ତାଁକର୍ ତାଁକର୍ ଟୁପୁର୍ ଫୁସୁର୍ ହେଲେ l ମୋବାଇଲ୍ ଧରୁ ପିଲାମାନେ ଫଟୁ ଘିଚିଲେ l ଝନେ ବଲୁଥିଲା, “କୁଟୁମର୍ ଜଞ୍ଜାଲ୍ ନେଇଁ ସହିପାରି ମରିଗଲା l” କେତେ ନେତା, କେତେ ଅଫିସର୍, କେତେ ସାମ୍ବାଦିକ୍ ଦୌଡ଼ି ଆଏଲେ l ସାମ୍ବାଦିକ୍’ମାନେ ଇଆଡ଼ୁଁ ସାଆଡ଼ୁଁ ଫଟୁ ଘିଚିଲେ l “ଜଏ କିଷାନ୍” କୃଷକ୍ ସଂଗଠନ୍’ର ନେତାମାନେ ସର୍’କାର୍ ନ ମୃତ ଚାଷୀର୍ ପରିବାର୍’କେ ଦଶ୍ ଲାଖ୍ ଟଁକା ଆରୁ ତାଁକର୍ ପୁଓକେ ସର୍’କାରୀ ଚାକିରୀ ମିଲୁ ବଲି ଦାବୀ କରୁଥିଲେ l ଝନେ କୃଷି ଅଧିକାରୀ ତଦନ୍ତ ରିପୋର୍ଟ୍ ଦେଲେ ଯେ, “ଫସଲ୍ ହାନି ଥିଁ ଚାଷୀର୍ ମୃତ୍ଯୁ ନେଇଁ ହେଇଁ l ପାରିବାରିକ୍ କଲି ଆତ୍ମହତ୍ଯାର୍ କାରଣ୍ ଆଏ l” ବ୍ଯାଙ୍କ୍ ଅଫିସର୍ କହୁଥିଲେ, “ସର୍’କାରୀ ଋଣର୍ ବୋଝ୍ ଚାଷୀ ଉପୁରେଁ ନେଇଁ ଥେଇଁ l” ନିଜର୍ ନିଜର୍ ମହୁନୁଁ ଯାଣା ବାହାରୁ ଥିଲା ଝନେ ଝନେ କହି ଚାଲୁଥିଲେ l ହେଲେଁ, ତାର୍ ପୁଓ ପୁତୁଲା ଲେଖେଁ ଠିଆ ହେଇଥିଲା l ମୁଇଁ ଭାବୁଥିଲିଁ, ତାର୍ ପରିବାରର୍ କାଣା ହେବା ? ତାର୍ ମାହେଝି କାନ୍ଦି କାନ୍ଦି ପାଗେଲେନ୍ ହେଇଯିବା, ଝି ଅବିହାରି ହେଇ କରି ରହିଯିବା l ପୁଓ ମୁରୁଖ୍ ହେଇଯିବା l ଇ ମାନ୍’କର୍ କାଣା ଯିବା ? ଆରୁ ସର୍’କାରର୍ ?ସର୍’କାରର୍ କାଣା ଯିବା !! ଇ ଦେଶେଁ ସର୍’କାର୍ ତ ମୋର୍ ବାଗିର୍ ଆଏଁଖ୍ ଥାଇ କରି ଅନ୍ଧା ଆଏ l କାନ୍ ଥାଇ କରି ଭଁଏରା ଆଏ ଆରୁ ମୁହୁଁ ଥାଇ କରି କୁନ୍ଦା ଆଏ l ମୁଇଁ ଯେନ୍ତା କିଛି ନେଇଁ କରପାରେଁ ହେନ୍ତା ଚାଷୀର୍ ଲାଗି ସର୍’କାର ଭି କିଛି ନେଇଁ କରିପାରେ l ଇ ଦେଶର୍ ସର୍’କାର୍ ମୋର୍ ବାଗିର୍ ପୁତୁଲା ଆଏ ! ପୁତୁଲା !!
ମୋର୍ ସାମ୍’ନେ କାଠ୍ ଖଁଡ଼୍’ଦୁ ଗଦେଇ କରି ଚାଷୀକେ ଉପୁରେଁ ଲଦି ନେଲେ l ମୁଖାଗ୍ନି ଦେବାର୍ ଲାଗି ପୁଆଲ୍ ଝୁରେ ଭି ପାଖେଁ ନେଇଁ ଥେଇଁ l ଶେଷ୍’କେ ମୋର୍ ସାର୍ଟ୍, ପେଁଟ୍ ଆରୁ ମଠିଆକେ ହିଟେଇ କରି ମତେ ପହଟେନ୍ ବନାଲେ l ମୋର୍ ଜୀବନ୍ ସାଫୁଲ୍ ହେଇଗଲା l ଯେ ମତେ ବନେଇ ଥିଲା, ତାର୍ ସାଙ୍ଗେଁ ବିଲୀନ୍ ହେଇଗଲିଁ l
ହେଲେଁ, କାଣା ଏତ୍’କିଥିଁ ମୋର୍ କଥାନି ସରିଗଲା ? ନେଇଁ ସରେ l ଆର ବଛରେଁ ଚାଷୀର୍ ପୁଓ ପହେଲା ହେଇକରି ନଙ୍ଗଲ୍ କଏଁଟ୍ ଥିଁ ହାତ୍ ଦେଲା l ଫେର୍ ଗୁଟେ ପୁତୁଲା ବନେଇ କରି ଖେତର୍ ମଝି ଗାଡ଼ି ନେଲା l ଚାଷୀ କାଣା ମର୍’ସି ? କେଭେଁ ନେଇଁ ମରେ l ଚାଷୀ ମରିଗଲେଁ ତ ଦୁନିଆଁ ମରିଯିବା ! ଚାଷୀତ ଅମର୍ ଆଏ !! ଅମର୍… !!!
– ପ୍ରସନ୍ନ ରଣା