ପଧାନ୍ ଘରର୍ ବଡ଼ି ଏଭେଁ ଘରୁଁ ଆରୁ ଜହ ନେଇଁ ବାହାରିବାର୍ l ଯେତେବେଲେଁ ଦେଖ୍’ଲେଁ ବାଟର୍ ଘରେଁ ବସିଥିସନ୍, ଏକ୍’ଲା ତୁନୁନ୍ ମୁନୁନ୍ ହେଇକରି l ଗଲା ବଛର୍ ପଧାନ୍ ବବା ଆର ଖଏଁଡ଼୍ କେ ଚାଲିଗଲେ କି ବଡ଼ି ଏକ୍’ଲା ହେଇ ଯାଇଛନ୍ l ଯାହା ହେଲେଁ ବି ଜୁଲି ଭାଙ୍ଗିଗଲେଁ ସବୁ ଗଲା l
ପଧାନ୍ ଘରର୍ ବଡ଼ି ବଏଲେଁ ଗାଁ ଯାକର୍ ସମ୍’କିରର୍ ବଡ଼ି l ଗାଁ’ ଥିଁ ତାଁକର୍ ନୁଁ ବଏସ୍ ଥିଁ ବଡ଼୍ କିହେ ନେଇଁନ l ତମ୍’କୁଁ କେତେ ବଛର୍ ହେଲାନ ବଡ଼ି ବଲିଁ ପଚରାଲେଁ କହେସନ୍ ଚାଏର୍ କୋର୍ ପାଁଚ୍ l ଦାଁତ୍ ବାଲ୍’କେ ଦେଖ୍’ଲେଁ ବିଶ୍ୱାସ୍ କରି ନେଇଁ ହୁଏ l ମୁଡ଼ର୍ ବାଲ୍ କଲା ଅଛେ ତାଏଲ୍ l ଆରୁ ଦାତେଁ ଚନା ଭିଲ୍ ଚାବିକରି ଖାଇ ପାରୁଛନ୍ l ଇଟା ଡୁରୀ ତେଲ୍ ଆରୁ ବମୋର୍ କାଠିର୍ କମାଲ୍ ଆଏ l
ବଡ଼ି ଆଘୋ ବନେ କଥାତି ଥିଲେ l କଥା ପଦେ କହେବାର୍ ଆଘୋନୁଁ ଗହ ଗହ ମହ ମହ ହେଇକରି କଥା ହେବାର୍ ଲାଗିଁ ଲଟ୍’କି ପଡ଼ୁଥିଲେ l ହୁଁ ପଦେଁ ଆଘୋର୍ କଥା, ଇହାଦେର୍ କଥାକେ ତୁଲନା କରୁଥିଲେ l ଦିନେ ଖଏନୁ ନଡ଼ିଆ ବୁନ୍ଦି ବାଆଁଟିତେଲ୍ ବାଆଁଟିତେଲ୍ ଆସିକରି ବଡ଼ିକେ ଭିଲ୍ ଦେଲା l ବଡ଼ି ପର୍’ସାଦ୍ ଧରିକରି ବଏଲା,
– “କାଆଁଥିର୍ ପରସାଦ୍ ବାଆଁଟୁଛ ପୁତା !”
– “ଆମର୍ ଘରେଁ ବାବୁଟେ ହେଲା…”
– “ବନେ କରି ପାର୍ ପିଲାତି ହେଲା ତ ?”
– “ହଁ… ଆଏଜ୍ କାଏଲ୍ ତ…”
“ସର୍’କାରୀ ଡାକ୍ତର ଖାନାନ ସବୁ ସୁବିଧା ଅଛେ”, ଖଏନୁର୍ ମୁହୁଁ ନୁ କଥା ଛଡେଇ ନେଇ କରି ବଡ଼ି କହି ବସଲା l “ସର୍’କାର୍ ଭିଲ୍ ମୁନୁଷର୍ ଜନମ୍ ନୁଁ ମରନ୍ ତକ୍ କେତେ ଯୋଜନା କଲେ ନ l ପିଲାତି ଯୋଜନା ନୁଁ ହରିଶ୍ଚନ୍ଦ୍ର ଯୋଜନା ତକ୍ ସରକାର୍ କାଣା ନେଇଁ କରିଛେ ? ପିଲାତି ହେଲେଁ ଚଉଦ ଶ’ ଟଁକା, ଛୁଆ ଯତନାବାର୍’କେ ପାଁଚ୍ ହଜାର୍, ଛୁଆ ଅଙ୍ଗେନ୍ ବାଡ଼ି ଗଲେଁ ଡ୍ରେସ୍ ପଟା ଆରୁ ଖାନା, ଇସ୍’କୁଲ୍’କେ ପଢ଼ିଗଲେଁ ବହିପତର୍, ଖାନା, ଡ୍ରେସ୍, ସାଏକଲ୍ ଆର୍ ତାର୍ ସାଙ୍ଗେଁ ଗେରେଣ୍ଟି ପାସ୍ , ଯୁଆନ୍ ହେଲେଁ ଦୁଇ ଟଁକିଆ ଚାଉଲ୍, ଇନ୍ଦିରା ଆବାସ୍ , ବୁଢ଼ା ହେଲେଁ ଭତ୍ତା, ଶେଷ୍’କେ ମରିଗଲେଁ ହରିଶ୍’ଚନ୍ଦ୍ର ଯୋଜନାଥିଁ ଦୁଇ ହଜାର୍ ଟଁକା l ହେଲେଁ, ଆମର୍ ବେଲ୍’କେ ପିଲାତି ପାଏନ୍ ସବୁ, ଘରେଁ ହେଉଥିଲା l ଡାକ୍ତର୍ ନାଇଁ କି ନର୍ସ୍ ନାଇଁ l ବଡ଼୍ ଭାଗି ଭୁଆସେନ୍ ପାର୍ ପିଲାତି ନେଇଁ ହେଇପାରି କରି ମରି ଯାଉଥିଲେ l ମରିଗଲା ପିଲାତି ମାହେଜିକେ ମର୍’ଘାଟିନ ତୁପି କରି ପେଟେଁ ଚଟୁନାର୍ ହୁଦିକରି ପଲେଇ ଆସୁଥିଲେ l” ବଡ଼ିର୍ କଥା ଟିକେ ଉଦା ଉଦା ଲାଗି ବସଲା l ଆଖିଁର୍ ପାଏନ୍ ଟଲ୍ ଟଲ୍ କରି ବସଲା l
ଉଞ୍ଝା ଲୁକର୍ ବିହା ଦେଖ୍’ଲେଁ ଯେନ୍ତା ନିଜର୍ ବିହାର୍ କଥା ସୋର୍ ପଡ଼୍’ସି, ଖଏନୁର୍ କନିଆଁର୍ ପିଲାତି କଥା ଶୁନିକରି ବଡ଼ି ଭିଲ୍ ତାର୍ ପିଲାତି କଥା ସୋର୍ କରି ପକାଲା l ଛଲ୍ ଛଲ୍ ଆଖିଁ ନଡ଼ିଆ ପର୍’ସାଦ୍’କେ ବଡ଼ି ଦେଖ୍’ଲା l ହେଲେଁ, ପର୍’ସାଦ୍’ଟା ଝାପ୍’ସା ଦିଶିଲା l ଠିକ୍ ପଚାଶ୍ ବଛରର୍ ଆଘୋର୍ ନଡ଼ିଆ ପରସାଦ୍ ବାଗିର୍ l
ପଧାନ୍ ବବା ଧୁତିର୍ କାନିଥିଁ ଚିପ୍’ଟିଟେ ଗଠେଇ କରି ଆନିଥିଲେ l ଧୁତିର୍ କାନିନୁଁ ଚିପ୍’ଟିକେ ହିଟେଇ କରି ବଡ଼ିକେ ଦେଲେ, “ନେ ପର୍’ସାଦ୍ ଟିକେ ଆନିଛେଁ ଖାଇନେ l” ବଡ଼ି ଦେଖେଲେ, ରେଙ୍ଗାଲ୍ ଦନାଥିଁ ନଡ଼ିଆ ବୁନ୍ଦି ଟିକେ l ବଡ଼ିର୍ ଆଏଁଖ୍ ଛଲ୍’ଛଲେଇ ଯାଇଥିଲା l କହିପକାଲେ, “ବିହା ହେବାର୍ କୁଡ଼େ ବଛର୍ ହେଇଗଲାନ, ପିଲାଛୁଆଟେ ତ ନେଇଁ ହେବର୍ l କେତେ ପୂଜାପାଠ୍, କେତେ ପଏରେନ୍ ପଡ଼ା, ସବୁ କଲାନଁ l ଲୁକେ ତ ମତେ ବାଞ୍ଝେନ୍, ଠେଟେଲ୍ ବଏଲେନ l ଇ ପର୍’ସାଦ୍ ଖାଏଲେଁ କାଣା ହେବା ଯେ !” ବବା କହେଲେ, “ଖାଇନେ ତ ! ମାହାପୁରୁ ଦୟାକଲେଁ ସବୁ ହେବା l କୁଚିପାଲିକେ ପାଲା ଦେଖି ଯାଇଥିଲି l ହେନ ଷୁଲହ ପାଲା ବଦିଆଁ କରି ନେଇଛେଁ l ପିଲାଛୁଆଟେ ହେଲେଁ ଷୁଲହ ପାଲା କର୍’ମା l ବଦିଆଁ ପରସାଦ୍ ଟିକେ ଇଟା ଆନିଛେଁ l”
ସତ୍’କେସତ୍ ବଛର୍ ମୁଡ଼୍’କେ ପିଲାଟେ ହେଲା l ବୁଢ଼ାବେଲେଁ ନନ୍ଦ ରଜା ପୁଓ ପାଏଲା ବାଗିର୍ ବବା ବଡ଼ି ବନିହାଁ ଉସତ୍ ହେଲେ l ଏକ୍’ଶିଆକେ ଷୁଲହ ପାଲା କରାଲେ l ପହେଲା ଦିନେ ପାଲା ଗାହାକ୍ ‘ହରି ଅର୍’ଜୁନ୍’ ପାଲା କରିଁ ପିଲାର୍ ନାଁ ରଖିନେଲେ ଅର୍’ଜୁନ୍ ବଲିଁ l
ଅରଜୁନ୍ ପଧାନ୍ l ପଢ଼ାଗୁନାଥିଁ ଆମର୍ ଇଲାକାର୍ ଗୁଟେ ଜନାଶୁନା ନାଁ l ଇହାଦେ ପିଲାଛୁଆ କୁଟୁମ୍ ବାଟୁମ୍ ଧରିକରି ଦିଲ୍ଲୀନ ଚାକିରି କରୁଛନ୍ l କୁଟୁମ୍ ବାଟୁମ୍ ବଏଲେଁ ପୁଓଟେ, ଝିଇଟେ ଆରୁ ଏମ୍.ଏ. ପଢ଼ିଥିବା ୱାଇଫ୍ (ଶିକ୍ଷିତ୍ ଲୋକ୍ ମାନେ ନିଜର୍ କନିଆଁକେ ୱାଇଫ୍ ବଲ୍’ସନ୍) l ବବା ବଡ଼ି ଗାଁ ଥିଁ ରହେସନ୍ l ବବା ତାଁକର୍ ଦୁହି ଝି କେ ଭିଲ୍ ବଟେଇ ସାଏଲେ ନ l
ଆଘୋ ବବା କି ବଡ଼ି ଟିକେ ଖୁଁ କଲେଁ ଅରଜୁନ୍ ମାଡ଼ି ଆସୁଥିଲେ l ବବାବଡ଼ି ଲାଗିଁ ଉଷୋକଷା କେଭେଁ ଭିଲ୍ କମ୍ ନେଇଁ କରି l ନୂଆଁଖାଇର୍ ତିନ୍ ଦିନ୍ ଆଘୋନୁଁ ଘର୍ କେ ଆସୁଥିଲେ l ସବୁ ଦିନେ ଫୁନ୍ ଥିଁ ଅଧାଘଣ୍ଟା କଥା ନେଇଁ ହେଲେଁ ନେଇଁ ଚଲୁଥେଇଁ l ବିହା ହେଲେ ଦିନୁଁ ଅରଜୁନ୍ ପାଖେଁ ସମିଆ ନେଇଁ ନ l କେଭେଁ ଫୁର୍’ସତ୍ ନେଇଁ l କେଭେଁ ଉସ୍’ତାର୍ ନେଇଁ l ବଡ଼ି ଫୁନ୍ କଲେଁ ଏଭେଁ ଚିଡ଼୍’ଚିଡ଼ଉଛନ୍ l ମହାଭରତର୍ କୁନ୍ତୀ ବାଗିର୍ ବଡ଼ି ଏଭେଁ ଭାବସନ୍ ସତେଁ ଯେନ୍ତା ଅରଜୁନର୍ ଗୁପତ୍ ବନବାସ୍ ହେଇଛେ l
ବବା ଟିକେ ସଟେଘଟେ ହେଲେନ l ଜମାର୍ ଲୁକେ ଜମା ହେଇକରି କହେଲେ, ତୁଲ୍’ସି ପାଏନ୍ ଟିକେ ଦେଇନିଅ l ବବା ଆଏଜ୍ ବେଲ୍ ବୁଡାତକ୍ କିଏ ଜାନେ… l ସତ୍’କେସତ୍ ବେଲ୍ ବୁଡ଼ାକେ ବବା ଆଁ କରିନେଲେ l ବଡ଼ି ଅରଜୁନ୍ କେ ଫୁନ୍ କର’ବାର୍ ଲାଗିଁ ସାହାସ୍ କରି ନେଇଁ ପାର୍’ଲେ l ବଖରିର୍ ଝନେ ଫୁନ୍ କଲା, “ହେଲୋ ଅରଜୁନ୍, ତୋର୍ ବା’ ଅଉର୍ ନେଇଁ ନ, ଜଲ୍’ଦି କଲା ଫ୍ଲାଇଟ୍ ଥିଁ ପଲେଇ ଆ… l ତତେ ଟାକିଛୁଁ l” ଅରଜୁନ୍ କାଣା କହେବାର୍ ଆଘୋନୁଁ ତାର୍ ୱାଇଫ୍ ଫୁନ୍ ଛଡ଼େଇ ନେଇକରି ଉତର୍ ଦେଲେ, “ଇହାଦେ ଯେଇଥିତୁଁ, ହେଲେଁ ଉସ୍’ତାର୍ ନେଇଁ ନ l ଛୁଆମାନ୍’କର୍ ୟୁନିଟ୍ ଟେଷ୍ଟ୍ ଚାଲିଛେ ତ, ସେ ଛୁଆମାନ୍’କୁଁ ପ୍ରିପିଆର୍ କରୁଛନ୍ l ଛୁଆମାନ୍’କର୍ କେରିଅର୍’କେ ନେଗେଲେଟ୍ କରି ହେବାକେଁ ? ମଲା ଲୋକ୍ ତ ମଲା ନ l ତାର୍ ସାଙ୍ଗେଁ ଛୁଆକର୍ ଫ୍ଯୁଚର୍ କେ ମାରି ହେବାକେଁ ? ହେତିର୍ ଲାଗିଁ ମୁର୍’ଦାର୍ କେ ଉଠେଇ କରି ମାଏଟ୍ ମୁଠେ ଦେଇ ନେଇଥ l କାର୍ଯ୍ଯ ଦିନେଁ ଆମେ ଯିମୁଁ ଯେ l” ବଡ଼ି ଭାବୁଥିଲା ଚାକିରିଆ ପୁଓମାନ୍’କର୍ ସତେ କେଭେଁ ଉତ୍’ତାର୍ ନେଇଁ ଥାଏ !
ବବାର୍ କାର୍ଯ୍ଯ ଦିନ ଅରଜୁନ୍ ଗାଁ କେ ପହଁଚିଲା l ବଖରିର୍ ସିଆନ୍ ସୁଜନ୍ ଭାବୁଥିଲେ ଅରଜୁନର୍ ପାଦ୍ ଟିକେ ଧୁଇକରି ମୁଡ଼ିଆଟେ ଲେଖା ମାର୍’ତାଁ କାଏଁ ବଲିଁ l ହେଲେଁ ବଡ଼ିର୍ ମୁହୁଁକେ ଦେଖିକରି ଚୁପ୍ ରହେଲେ l ସୁରୁଖୁରୁରେ କାମ୍’ଟା ସରିଗଲା l ବଡ଼ି ଶୁନ୍’ବାର୍ କେ ପାଏଲେ ଅରଜୁନ୍ ବବାର୍ କାମର୍ ତିନ୍ ଦିନର୍ ଆଘୋନୁଁ ଫ୍ଲାଇଟ୍ ଥିଁ ଦିଲ୍ଲୀନୁଁ ଆସିଥିଲେ l ହେଲେଁ ତାର୍ ଶଶୁରର୍ ଦେହେ ଟିକେ ଖରାପ୍ ଥିଲା ବଲିଁ ଶାଶ୍ ଘର୍’କେ ଟିକେ ବୁଲି ଯାଇଥିଲା l ସେନ ରାତେ ଭି ରହିଥିଲା l ଯେତେ ହେଲେଁ ଭି ଶାଶ୍’ଘର୍ ଆଏ ତ ! ଆରୁ ଉସ୍’ତାର୍ ଭି ଥିଲା ବାଗିର୍ ଲାଗୁଛେ l
ବବାର୍ କର୍ଯ୍ଯର୍ ଆରଦିନ ଅରଜୁନ୍ ବଡ଼ି ନିକେ ଯାଇକରି କହେଲା, “ମାଁ ଯାଉଛେଁ ଗୋ l” ବଡି଼ କହେଲା, “ଯିବୁ ? ତେର ନମର୍ ଦିନେଁ କେନ୍’ସି ଆଡ଼୍’କେ ନେଇଁ ଯାଇବନେ ପରେ ?” ମାଁ-ପୁଓର୍ କଥାର୍ ମଝି ଛେକି ହେଇକରି ଅରଜୁନର୍ ୱାଇଫ୍ କହେଲା, “ନେଇଁ ଗୋ… ଆମେ ଆଏଜ୍ ଗଲେଁ ଯେକ୍ ଚଲେ l ଛୁଆମାନେ ଇନ ତ ସଫୋକେଟେଡ୍ ଫିଲ୍ କରୁଛନ୍ l ଏ.ସି. ନାଇଁନ, କୁଲର୍ ନେଇଁନ, ଏକ୍ୱା ପାଏନ୍ ନେଇଁନ, ସବୁଆଡେଁ ଖାଲି ଧୁଏଲ୍ ବାଏଲ୍ l ଛୁଆମାନ୍’କୁଁ ଏଲାର୍ଜି ହେଉଛେ l ତାଁକର୍ ଛୁଟି ଭି ସରି ଗଲାନ l” ବଡ଼ିର୍ ମୁହୁଁନୁ ବାହାରି ପଡ଼୍’ଲା, “ଯ’ ସିନେ l” ଅରଜୁନ୍ ଅଉର୍ ତାର୍ ୱାଇଫ୍ ବଡ଼ିକେ ମୁଡ଼ିଆ ଗୁଟେ ଲେଖା ମାରିକରି ବାହାରି ଗଲେ l
କାଁ ହେଲା ଯେ ବଡ଼ି ଆଏଜ୍ ଗାଁ ଖୁଇଲ୍ ଆଡ଼୍’କେ ଡୁଙ୍ଗି ଦେଖୁଛେ ଆରୁ ଫେର୍ ଢୁକି ଯାଉଛେ l ଘାଏକେ ଘାଏ ଫେର୍ ଡୁଙ୍ଗୁଛେ ଫେର୍ ଢୁକୁଛେ l କାହାର୍ ଆଏବାର୍ ବାଟ୍ କେ ଦେଖୁଛେ କାଏଁ ! ପାସ୍ କେ ଯାଇକରି ମୁଇଁ ପଚରେଇ ପକାଲିଁ, “ବଡି, କାହାର୍ ବାଟ୍ ଦେଖୁଛୁ ଭାଏଲ୍ ?” “ହଁ ରେ ପୁତା, ଅରଜୁନ୍ ଆଏଜ୍ ଇ ପାଖର୍ ଗାଆଁକେ ବିହାଘର୍ ଆସିଛେ ତ, ଭାଏଲ୍ ଇନ୍’କେ ଆଏବା କେଁ ବଲୁଛେଁ”, କହେଲା ବଡ଼ି l “ମୁଇଁ ଭିଲ୍ ହେନ୍’କେ ବିହାଘର୍ ଯାଇଥିଲି l ଅରଜୁନ୍ ଦଦାକେ ଭେଟିଥିଲି, ଘର୍’କେ ଯିବୁ କେଁ ବଲି ପଚ୍’ରାଲି l ମୋର୍ ଉସ୍’ତାର୍ ନାଇଁନ, ଉଞ୍ଝା ଦିନ ଯିମି ବଲି କହେଲା l ଆର୍ କେତେବେଲୁଁ ତ ଦଦା ପଲାଲା ନ !” ମୋର୍ କାଲ୍ ମୁହୁଁ ନୁ ବାହାରି ପଡ଼୍’ଲା l ମୋର୍ କଥା ଶୁନିକରି ବଡ଼ି ଲଥୋ କଲା ବସି ପଡ଼୍’ଲା l ତାର୍ ଜାଙ୍ଗଲ୍ ଆରୁ ନାଇଁ ଚଲ୍’ଲା l ମାଁ’ର୍ ମନ୍ ତ ! ଛୁଆକେ ଟିକେ ଦେଖିମି ବଲିକରି କେତେ ଆଶ୍ କରିଥିଲା ! ବଡ଼ି ଭାବୁଥିଲେ, ଜୀବନ୍ ଯୁଦ୍ଧଥିଁ ଅରଜୁନ୍ କାଣା ସବୁ ବେଲେଁ ଲଢ଼ୁଥିବା ? ତାର୍ କେଭେଁ ଉସ୍’ତାର୍ ନେଇଁ ହୁଏ ?? କେଭେଁ ଉସ୍’ତାର୍ ନେଇଁ ହୁଏ … ???
– ପ୍ରସନ୍ନ ରଣା