ଧର୍ତି ପାଲିର୍ ଝିଇ ଆଏ ମୁଇଁ
ସର୍ଗି ପାଲିର୍ ବହ,
ମାଁ ଘରିଆ ସେନ୍ହୋ ଶର୍ଧା
ନେଇଁ ନ ଆରୁ ଜହ,
ନିଲଜ୍ ଘର୍କେ ସେର୍ହା କୁନୁଆଁ
କାଏଁ ଯେ ଆଏମି କହ ?
ଭାଏରେ, କାଏଁ ଯେ ଆଏମି କହ ??
ଦିନ୍ ଥିଲା ଭାଏ, ବର୍ଷକେଁ ଘାଏ
ଆସୁଥିଲିଁ ଖରା-ଉଷା,
ଅଷାଢ଼୍ ମାସ୍ନୁଁ ଦସରା ମାସ୍ ତକ୍
ରହୁଥିଲି ହର୍ମେସା,
ମନାସୁ ଥିଲି ତୋର୍ ଆଏସ୍ ବଢ଼ୁ ବଲିଁ
କରି ଭାଏ ଜୀଇଁତିଆ,
ଖଡ଼େଁ କପ୍ଟେ ତ ଦୂରର୍ କଥା
କୁକୋ ହେଲା ପୁଟାଲିଆ,
ଫିରିଗଲା ବେଳେଁ କହିଛୁ କେଁ କହ
“ନାନୀ ଆର୍ ଦିନାଦୁ ରହ”
କାଏଁ ଯେ ଆଏମି କହ ?
ଭାଏରେ, କାଏଁ ଯେ ଆଏମି କହ ??
ଧର୍ତି ମାଆଁର୍ ସେବା ଯତନ୍
ତତେ ଦେଇଥିଲିଁ ସଁପି,
ଖଏଣ୍ ଖାଦାନ୍ ଉଦୁର୍ଧୁମ୍ କରିଁ
ସବୁ ଗଲାନ ଖପି,
ଯାନ୍ ବାହାନର୍ କୁହୁଲା ଚୁଟେଁ
ଉଗ୍ବୁକେଇ ଗଲା ମାଆଁ,
କଲ୍ କାର୍ଖାନାର୍ ଚିମିନି ମେଲା
ଧୁଙ୍ଗିଆ ସହର୍, ଗାଆଁ,
ଧର୍ତି ମାଆଁର୍ ବୁଡ଼୍ଲା ଶିରୀ
“ପ୍ରଗତି” ହେଲାକି ବହ,
କାଏଁ ଯେ ଆଏମି କହ ?
ଭାଏରେ, କାଏଁ ଯେ ଆଏମି କହ ??
ଧର୍ତି ମାଆଁର୍ ସାଗୁଆ ଶାଢ଼ୀ
ଦେଲୁନ କାଏଁ ପୁଡ଼େଇ,
ଜରି,ପିଲାଷ୍ଟିର୍ ଉର୍କୁଲା ଗଦେଁ
ମାଆଁକେ ଦେଲୁ ବୁଡ଼େଇ,
ମଟର୍ ଗାଡ଼ି, ଡି.ଜେ.ର୍ ରଡ଼ି
କାନ୍ ଯାଉଛେ ଫାଟି,
ଖାର୍ମୁଡ଼ି ବାଗିର୍ ଦିଶୁଛେ ମାଆଁ
ଖୁଷା ଯାଇଛେ ହିଟି,
ଝିଇ ହେଇକରି କେନ୍ତା ଦେଖିମି
ମାଆଁର୍ ଆଖିର୍ ଲହ,
କାଏଁ ଯେ ଆଏମି କହ ?
ଭାଏରେ, କାଏଁ ଯେ ଆଏମି କହ ??
ଚାଷର୍ ନାଁ’ଥିଁ ଧର୍ତି ମାଆଁର୍
ଚାଆଁରି ଗଲା ହିଟି,
ଉଷୋର୍ ନାଁ’ଥିଁ ବିଷ୍ ମହରା
ଦେଉଛୁ ଖାଲି ଝିଟି,
ସାଫ୍ ହେଇଙ୍ଗଲେ ସବୁ ଡିର୍ପଟ୍
ମାରିନେଲୁ ଲଟାମରା,
ସାର୍, ଉଷୋର୍ ଚୁଟେଁ ସପନ୍ ହେଲା
ଧାନ୍ ଡୁଲିର୍ ଘୁଲି,କଁକରା,
ବିକାଶ୍ ନାଁଥିଁ ବିନାଶ୍ କର୍ଲୁ
ତାର୍ ପରାଭୋଗ୍ ସହ,
କାଏଁ ଯେ ଆଏମି କହ ?
ମଉସୁମୀ କାଏଁ ଯେ ଆଏବା କହ ??
-ପ୍ରସନ୍ନ ରଣା