ଆରବ ସାଗରେ ବର୍ଷା ହେଲେ ପଶ୍ଚିମ ଓଡ଼ିଶା ଥି ବର୍ଷା ହଉଥିଲା l ବିନ୍ଧ୍ୟ ସାତପୁରା ମଝିନ ଜେନ ମୌସୁମୀ ବାୟୁ ଆଏସି ହେଥି ଆମର ଫାଲେ ପାଏନ ବର୍ଷୁଥିଲା l ବଏଲେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରେ ବର୍ଷା ହଉଥିଲା l ଆର ଟିକେ ସରଳ ଭାଷା ଥି କହେଲେ ବମ୍ବେ ଫାଲେ ପାଏନ ବର୍ଷିଲେ ଆମର ବରଗଡ଼ ସମ୍ବଲପୁର, ବଣେଇ, ଆଠ ମଲ୍ଲିକ ବାହିନ ବର୍ଷା ହଉଥିଲା l
ଆଘୋର ବୁଢ଼ା ବୁଢ଼ି ମାନକର ନୁ ସୁନି ଥିବେ ଭଣାରକନ ର କଥା l ନୂଆପଡ଼ା,ଫୁଲଝର, ବିନ୍ଦ୍ର ନୂଆଗଡ଼, କଳାହାଣ୍ଡି ଫାଲ ଟା ହଉଛେ ସେ ଭଣାରକନ l ବଏଲେ ଦକ୍ଷିଣ ପଶ୍ଚିମ କନଟା ହଉଛେ ଭଣାରକନ l ଭଣାରକନେ ମେଘ ଉଠାଲେ ଲୋକ ସବୁ ଛାଡି ଛୁଡା କରି ଘରକେ ପଲେଇ ଆଉଥିଲେ l ଭଣାରକନ ମେଘ ଟା ଯେତେବେଳେ ଆସୁଥିଲା ନୂଆପଡା, କଳାହାଣ୍ଡି, ଫୁଲଝର ଦେଇ ବର୍ଷି ବର୍ଷି ଅନୁଗୁଳ ଜିଲ୍ଲାର କୋସଲା ଆର ବଣେଇ ତକ ବର୍ଷୁ ଥିଲା l ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଥାନାର କୋସଲା ହଉଛେ ପୌରାଣିକ କୋଶଲ ର ଶେଷ ଗାଁ l ଆଘୋ ସେଥିର ଲାଗି କୋଶଲ ଦେଶର ଶେଷ ଗାଁ କେ କୋସଲା ବଲି କହୁଥିଲେ l ଇନ ଚଷା ସମାଜ ର ଇଷ୍ଟଦେବୀ ରାମଚଣ୍ଡୀ କର ମନ୍ଦିର ଅଛେ l ଦିନ ଥିଲା ସେ ଭଣାରକନ ର ମେଘେ ପଶ୍ଚିମ ଓଡିଶାଥି ଭୀଷଣ ବର୍ଷା ହଉଥିଲା l ପାନିର ମାଡ଼େ ଅଦରବା ଘର ଦୁଆର ଧସକି ଯଉଥିଲା l ନଏଦ ନଲିଆ ଖେତ ଖଲା ଟୁଡା ବୁଡା ହେଇ ଯଉଥିଲା l ନୂଆପଡା, କଲାହାଣ୍ଡି କନୁ ମେଘ ଟା କଲା ହେଇ ଆଉଥିଲା ବଲି ତାହାକେ କଳାହାଣିଆ ମେଘ କହୁଥିଲେ l ୧୯୬୩ ସାଲେ ଭଣାରକନ ମେଘ ଟା ଦୁର୍ବଳ ହେଇଗଲା l ଧିରେ ଧିରେ ୧୯୯୩ ବେଲକେ ଶେଷ ହେଇଗଲା l ୧୯୯୩ ପରେ କଲାହାଣିଆ ମେଘ ଟା ଗୁଟେ କିମ୍ବଦନ୍ତୀ ହେଇ ରହିଗଲା l ଇହାଦେ ଆର କାଁହି ପାଏବ ସେ ଭଣାରକନର କଳାହାଣିଆ ମେଘ l
ଆମର ପଶ୍ଚିମ ଓଡ଼ିଶା ଥି ଚାଷ କହେଲେ ଗୁଟେ ନ ଆଶ୍ରା ଲଘୁଚାପ ବର୍ଷା l ଲଘୁଚାପ ହେଲେ ଜାକିର ଏଛନି ଆମର ଆଡ଼ର ଚାଷି ପାଏନ ଟିକେ ପାଏସି l ଯାର ଲାଗି ବଲାଙ୍ଗିର,ନୂଆପଡା, କଳାହାଣ୍ଡି ଆର ବରଗଡ଼ ଜିଲ୍ଲର ପଦମପୁର ସବଡ଼ିଭିଜନ ଆର ଛତିଶଗଡ଼ ର ଗାରିଆବନ୍ଧ, ମହାସମୁନ୍ଦ ଆର ସାରଙ୍ଗଗଡ଼ ଜିଲ୍ଲା ଫି ବଛର ମରଡ଼ି l ଇତାର ଲାଗି ଗୁଟେନ ଦାୟି ହଉଛେ ହୀରାକୁଦ ବନ୍ଧା l ହୀରାକୁଦ ବନ୍ଧା ଯେତେବେଳେ ନାଇଁ ଥାଇ ମହାନଏଦ ଟା ବାଏଲରେ ଭର୍ତି ହେଇଥିଲା l ମହାନଦୀ ଟା ପଥର ଶଯ୍ୟା l ବାଏଲ ଆର ପଥର ଗରମ ହେଇ ମୌସୁମୀ ବାୟୁ କେ ଘିଚି ଅନୁଥିଲା l ଗୁଟେ ଉଷ୍ଣ ଜୋନ ଥିଲା ପଶ୍ଚିମ ଓଡିଶା l ହୀରାକୁଦ ବନ୍ଧା ହେଲା ଉତରୁ ଶୀତଳ ଜୋନ ରେ ବଦଳି ଗଲା l ମୌସୁମୀ ବାୟୁ କେ ଘିଚି ଅନବାର ବଫୁ ହରେଇ ନେଲା l ଇଟାକେ ବିଶିଷ୍ଟ ଭୂବିଜ୍ଞାନୀ ସହିଦ ଉମର ତାକର ବହିରେ ଲେଖିଛନ l ସେ ଦିନୁ ଭଣାରକନ ଟା ଆମର ଲାଗି ସପନ ହେଇଗଲା l
ପଶ୍ଚିମ ଓଡ଼ିଶା କେ ମୌସୁମୀ ବାୟୁ ନାଇଁ ଆସଲା ନାଇଁ l ଲୋକ ହୀରାକୁଦ ବନ୍ଧାର ଉପରେ ଆଶ୍ରା କଲେ l
ହେଲେ ଜେନ ମାଟିର ଲୋକ ହୀରାକୁଦ ବନ୍ଧାର ଲାଗି ଏତକି ବଳିଦାନ ଦେଲେ ତାର ବଦଳେ କାଣା ମିଲଲା !!
ହୀରାକୁଦ ବନ୍ଧା ଥି ଆମର ଯେତକି ଏରିଆ ଚାଷ ଜମି ବୁଡ଼ିଛେ ତାର ଚାଏର ଗୁଣ ଏରିଆ କେ କମସେ କମ ଜଳ ସେଚିତ ହେବାର କଥା ସରକାରର ନିଅମ ହିସାବେ କିନ୍ତୁ ତାର ଅଧେ ଜମି କେ ଜଳସେଚିତ ହଉଛେ l ପାଖା ପାଖି ଆମର ୧ ଲାଖ ୮୨ ହଜାର ଏକଡ଼ ଚାଷ ଜମି ବୁଡଲା ହୀରାକୁଦ ବନ୍ଧା ଭିତରେ l ତାର ହିସାବେ ପାଖାପାଖି ୭ ଲାଖ ଏକଡ଼ କେ ଜଳସେଚିତ ହେବାର କଥା l ହେଲେ ୩ ଲାଖ ୭୬ ହଜାର ଏକର ଜମି କେ ଜଳସେଚିତ ହଉଛେ l ସରକାରକର କଲଛଳ ଥି ସାଧାରନ ଲୋକ ଭକୁଆ ବନି ଯାଉଛନ l ସରକାରର କହେବାର ହିସାବେ ୨ ଲାଖ ୬୮ ହଜାର ଏକଡ଼ ଜମି କେ ଦୁଇ ଖେଡ଼ିଆ ଚାଷ ଲାଗି ପାଏନ ଦଉଛେ ଆର ଇତାର ବାହାରେ ଅସାଡ଼ ଖେଡେ ମାତ୍ର ୧ ଲାଖ ୮ ହଜାର ଏକଡ଼ ଜମିକେ କେ ଚାଷ ଲାଗି ପାଏନ ଦଉଛେ ସରକାର l ଦୁହିଟା କେ ମିସେଇ କରି ଗୁରଦୁ ଏରିଆ କେ ଜଳସେଚିତ କରୁଥିବାର ବାହାବା ନେଉଛନ୍ l
ହୀରାକୁଦ ବୁଡ଼ି ଥି ବିସ୍ଥାପିତ ହେଲେ ୨୬,୫୦୧ ପରିବାର l ସରକାର କହିଥିଲା ପ୍ରତ୍ୟେକ ପରିବାର କେ ୧୦ ଡିସମିଳ ଲେଖା ଜମି ଦିଆ ହେବା l ଆଏଜ ତକ ୧୦% ପରିବାର ଭି ଜମି ନୁହେ ପାନ ତାଳି l ଆର ଜେନ କେତେ ଝନ ପାଇଛନ ସେମାନେ ଖାଲି ଜମର ପଟା ପାଇଛନ ଜମିନ ନୁହେ ପାନ l
ବରଗଡ଼ କେନାଲ ର କ୍ଷମତା ହଉଛେ ୪୮୦୦ କ୍ୟୁସେକ l ଶାସନ କେନାଲ ର କ୍ଷମତା ହଉଛେ ୬୦୦ କ୍ୟୁସେକ l ସମ୍ବଲପୁର କେନାଲ ର କ୍ଷମତା ହଉଛେ ୧୦୦ କ୍ୟୁସେକ l ଆର ହୀରାକୁଦ କେନାଲ ର କ୍ଷମତା ହଉଛେ ୬୦ କ୍ୟୁସେକ l ସବୁ କେ ମିସାଲେ ଖାଲି ୫୫୬୦ କ୍ୟୁସେକ l ଏତକି ପାଏନ ଆମର ପଶ୍ଚିମ ଓଡ଼ିଶା ଥି ଜଳସେଚିତ ହେସି l ହେଲେ ସେତକି ସମିଆ ଥି ପାୱାର କେନାଲ ଥି ଯାଏସି ୪୪୦୦୦ କ୍ୟୁସେକ l ମାନେ ପାଖା ପାଖି ୮ ଗୁଣ ପାଏନ l ହୀରାକୁଦ ର ପାଏନ ଆର ତେଲ ନଦୀର ପାଏନ କେ ମିସାଲେ ଆମର ଠାନୁ ୧୫ ଗୁଣ ପାଏନ ଅଏତକା ଜଳସେଚିତ ହେସି ପୂର୍ବ ଓଡ଼ିଶା ଥି l ଇନୁ ଫଟିକ ଦିସସି ଆମେ କେତେ ଉପେକ୍ଷିତ ଆଉ l ହୀରାକୁଦ ବନ୍ଧା ଟା ” ଦେ କେ ଦେଖେଇ ଦେହେରି ଖଉଛେ ” ଲେଖେ ଆଏ l ନାଁ ହଉଛେ ସମ୍ବଲପୁରର ହେଲେ ଜଳସେଚିତ ହଉଛେ ପୂର୍ବ ଓଡ଼ିଶା କେ l ମହାନଦୀର ପାଏନ ଆର ତେଲ ନଦୀର ପାଏନ ମିସଲେ ଜାକିର କଟକ, ଭୁବନେଶ୍ୱରେ ବନ୍ୟା ହଉଥିଲା l ବନ୍ୟା ଲାଗି ମହାନଏଦ ଦାୟୀ ନୁହେ ତେଲ ନଏଦ ଦାୟୀ ଆଏ l ତ ତେଲ ନଦୀର ଉପରେ ବନ୍ଧା ବାନ୍ଧବାର କଥା l କିନ୍ତୁ ସବୁ ଜାନି ସୁନି କରି ଗୁଟେ ସମୃଦ୍ଧ ଅଞ୍ଚଳ କେ ଧ୍ବଂସ କରି ଦିଆ ହେଲା ହୀରାକୁଦ ବନ୍ଧା ନାଁ ଥି l
ଉମାକାନ୍ତ ଭୋଇ
ପଡ଼ା, ବିଜେପୁର, ବରଗଡ଼
ମୋ. 8984320964