କୋଶଲ୍ ଦରଶନ
ରୂପା ରଙ୍ଗିଆ ମହାନଦି ର୍ ଖଣି,,,,
ବସିଛେ ଆମର୍ କୋଶଲରାନୀ ।।
ତାର୍ ଛତର ଢାପି ଆମକୁ ରଖିଛେ,,,
ତାହିର ଲାଗି ଆମକୁ କିଛି ନାଇଁ ହେଉଛେ ।।
ଛଲ୍ ଛଲ୍ କଲ୍ କଲ୍ ଝରନ୍ କେତେ,,,
ଗଛ୍ ଖୁଣ୍ଟ୍ ଫେର୍ ଯାହାକେ ଯେତେ ।।
ପପଙ୍ଗା, ବାରପାହାଡ ଆର୍ ଗନ୍ଧମାର୍ଦ୍ଦନ,,,,
ଜୁଗି କରି ଅଛନ ଶତୃ ଆସି ନାଇଁ ପାରନ୍।।
ହୀରା, ନିଲା,ମତି ର୍ ଭଁଣାର ଅଛେ,,
ତାର୍ ସାଙ୍ଗେ ଶାଗୁଆ କ୍ଷେତ୍ ଭି ଅଛେ ।।
ସୁରେନ୍ଦ୍ର ସାଏ ଏନ୍ତା ବୀର୍ ପୁଓ କେ ଜନମ୍ ଦେଇ,,,
ସବୁକୁତି ଆଦର ପାଏସି ଆମର୍ କୋଶଳ ଭୂଇଁ ।।
ମାଁର୍ ମାଏଟ୍ ଦିହେଁ ଦାଗ୍ ଲଗେଇ ନାଇଁ ଦେଇ,,,
ମାଏଟ୍ ର ମହତ୍ ରଖିଛନ୍ ନିଜର୍ ଜୀବନ୍ ଦେଇ ।।
ଗଙ୍ଗାଧର,ଭୀମଭୋଇ ବାଗିର୍ ଜ୍ଞାନୀ ମାନେ
ବାଆଁଟି ଗଲେ ଜ୍ଞାନ କୋଶଲ୍ ର ସବୁ କନେ କନେ ।।
ଇ ମାଏଟ୍ ଜନମି ଛେ ଭିଲ୍ ସାହାସୀ ଝି,,,,
ତୁଲସୀ ମୁଣ୍ଡା ,ଜମ୍ବୋବତୀ ଏନ୍ତା କେତେ ଝନ୍
ଆଗୁଆ ଆନ୍ ଅଲଗା ଅଲଗା କାମ୍ ଥି ।।
ଅରସା, ସୁଆଁଲି ,ମଡା ହଉ କି
ହଉ ବାସି ପଖାଲ୍ ହେଣୁଆଁ ମିର୍ଚା,,,,
ଢୁକି ଗଲେ କୋଶଲି ଘର୍ କେ
ହଁସି ହଁସି କରସନ୍ ଚଏର୍ଚା ।।
ନୂଆଁଖାଇ,ପୁଷପୁନି କି ଶୀତଲଷଷ୍ଠୀ ବେଲେ,,,,
ଢୋଲ୍,ତାସା ,ମାନ୍ଦଲ୍ ଆର ମୁହୁରୀ ତାଲେ
ପଏଁରୀ,ଝଲକା,ସପଟାଫରୀ ପିନ୍ଧି
ଡାଲଖାଇ, ରସରକେଲି ନାଚିଦେସି କୋଶଲି ନୁନୀ ।।
ହୀରାକୁଦ ର୍ ପାଏନ୍ ଥିନ ବାହାରି ବିଜଲି,,,,
ଚିନିକଲ୍,ସୂତାକଲ୍,ସାରଫେକ୍ଟେରି ସବୁ ଯାଉଛେ ଚଲି ।।
ବାବା ନରସିଂ,ହରିଶଙ୍କର, ଅଛନ୍ ଫେର ଅଷ୍ଟଶମ୍ଭୁ ଭୋଲାଶଙ୍କର
ମା ଘଣ୍ଟେଶ୍ୱରୀ,ମେଟାକାନି,ସୁରେଶ୍ୱରୀ ପନତ ଢାପି
ହରୁଛନ୍ ସବୁ ଦୁଃଖ୍ କେ ଆମର୍ ।।
ଦୁନିଆଁ ଦରବାରେ ସବୁକୁତି ଆଦର
ଖୁଲାମଁଚ୍ ର ଧନୁଯାତ୍ରା ଆମର୍ ।।
ପୁଣ୍ୟମୟୀ ଆମର୍ ଇ କୋଶଲ୍,,,,,
ଦାନାପାଏନ୍ ଦେଇ ଦେଉଛେ ଆମକୁ ବଲ୍ ।।
ତାର୍ ପାହାତଲେ ମାରି ମୁଡିଆ,,,
ଢାଲିଦେମା ଦିହର୍ ରକତ୍ ଯଦି ପଡଲା ସମିୟା ।।