ଦିଆଲି ଭାଟିଟେ ପୁଡ଼େଇ କରି ଉହାଶାଲେଁ ବସିଛେ ଚଏତୁ ରଣା ବରଗଡ଼। ଦେଖୁଛେ, ଉହାଭାଟିନୁଁ କୁହୁଲା ବାହାରି କରି ଆକାଶେଁ ମିଲେଇ ଯାଉଛେ। ହେଟାକେ ଦେଖିକରି ଭାବୁଛେ, ତାର୍ ମନର୍ ଆଶା ଭି କାଣା କୁହୁଲା ବାଗିର୍ ମିଲେଇଯିବା ? ଇ ବଛର୍ ତାର୍ ଘରେଁ ଦିଆଲି ଜଲ୍’ବା ତ ? ଉଆଁସର୍ କଲା ରାଏତ୍ ଉଁକିଆ ହେବା ତ ?
ଚଏତୁ ତାର୍ ଶାଲ୍ ଘରର୍ ଚାର୍’ହି ଆଡ଼୍’କେ ଥରେ ନଜର୍ ବୁଲାଲା। ଦେଖଲା, ମାନ୍’ମଏନ୍’ସା ହାଣି, ପାତିଲି, କାଁଚି, କୁଢ଼ି, କୁପି, ରୁଖା, ତେଲେନ୍ ଭରି ରହିଛେ। ଧାନ୍’ସିଝା ଉଷୁନା ହାଣି ଚଅତି କରି ଦୁଇ ଥାକ୍ ରଖିଛେ। ବାରି ଆଡ଼େଁ ଖପର୍ ଦଶ୍ ହଜାର୍ ଭିଲ୍ ଚଅତି କରି ରଖିଛେ। ଉହାଶାଲର୍ ଉର୍’ହା ଉପୁରେଁ ପୂରା ବଲଦ୍ କୁଡ଼େ ପଟ୍ ରଖିଛେ। ଇ ସବୁ ତାର୍ ଧନ୍ ଦଉଲତ୍। ହେଲେଁ, ବିକିରି ହେଲେଁ ତ ? ବିକିରି ନେଇଁ ହେଲେଁ ଇ ସବୁ ତାର୍ ଲାଗି ମାଏଟ୍ ଆଏ। ମାଏଟ୍।
ଉହାକେ ଦେଖ୍’ଲା ଚଏତୁ। କୁହୁଲା ବାହାରିବାର୍’ଟା ଟିକେ କମି ଗଲାନ। ଉହାର୍ ତରେଁ ତରେଁ ଚାଏର୍’ଟା ଜାଲି ଦେଇକରି ଫେର୍ ବସି ପଡ଼୍’ଲା।
ତାର୍ ବା’ ଥିଲା ବେଲ୍’କେ, ରୋଜ୍’ଗାର୍’ଟା ଝକାଝୋକ୍ ଚଲୁଥିଲା। ହାଣି, ପାତିଲି, ଖପର୍, କାଁଚି,କୁଢ଼ି ବନେ ବିକ୍ରିବଁଟା ହେଉଥିଲା। ମାଏଟ୍ କାଏଟ୍ ଭି ସୁବିଧା ଥିଁ ମିଲୁଥିଲା। କାହାର୍ ଖେତ୍ କେ ଗଲେଁ କେନ୍ଦୁ, ଫଲ୍’ସା କରି ଗାଡ଼େ ଅଧେ ଡାଲ୍ ଆନି ହେଉଥିଲା। କୁଶେର୍ ପତେଇ, କୁଶେର୍ ଛୁଇ ଆନି ହେଉଥିଲା। କାହାର୍ ଖଲାକେ ଗଲେଁ ଭିଲ୍ ପୋଲ୍ ଚେର୍’ପେଟା କରି ଦୁଇ ଝାଲ୍ ବୁହି ଆନି ହେଉଥିଲା। କିହେ ମନା ନେଇଁ କରୁଥେଇଁ। ହେଲେଁ ଇହାଦେ ? ଡାଙ୍ଗିଟେ ଭି ଛି’ ନେଇଁ ଦେବାର୍
ଛୁଆ ବେଲେଁ ବନେ ପାଠ୍ ଜାନୁଥିଲା ଚଏତୁ। ପାଁଚ୍ କିଲାସ୍ ପଢ଼୍’ଲା କି ତାର୍ ବୁଆ ପାଠ୍ ପଢ଼୍’ବାର୍’କେ ମନା କଲା। “ପାଠ୍ ପଢ଼ିକରି କିଏ ସରଗ୍’କେ ଯାଇଛେରେ ବାବୁ ! ତୁଇଁ ଏଥର ଚକ୍ ଧର୍ଚ। କ୍ କିନ୍ଦିରାଲେଁ ଆମର୍ ପେଟ୍ ଭର୍’ବା, ପାଠେଁ ନେଇଁ ଭରେ।” ବାଆର୍ କଥା ମାନିକରି ଚକ୍ ଧର୍’ଲା ଚଏତୁ।
ସତ୍’କେସତ୍ ରୋଜ୍’ଗାର୍ ଶିଖିଗଲା କି କିଛି ଅଭାବ୍ ନେଇଁ ଥେଇଁ ଚଏତୁର୍। ହାଣି, ଟାଡ଼୍, ମଠିଆ ଘର୍’କେଘର୍ ନେଇ ଦେଉଥିଲା ଯେ, ଦାମ୍ ବାହାର୍’ନିଆଁ କିଏ ଗୁର୍, କିଏ ଉଖୁରା, କିଏ ପାଗାଲା ମୁର୍ହି ଦେଉଥିଲେ। ଦାମ୍ ଆକାର୍’ଥିଁ ବଡ୍’ଭାଗି ଲୋକ୍ ଧାନ୍ ଦେଉଥିଲେ। ସିଜନ୍ ଜାନିକରି ଡୁରି ତେଲ୍, କୁସମ୍ ତେଲ୍ ଭି ଦେଉଥିଲେ। ବିହା ବର୍’ପନ୍’ଥିଁ ରୁଖା ସାରେ ନେଇ ଦେଲେଁ କରିଆ ଖଁଡ଼େ ଆରୁ ଗୁର୍, ମୁଗ୍, ନୁନ୍ କରି ଅଢ଼ିଆଟେ ଦେଉଥିଲେ। ନୂଆଁ ଘରେଁ ପହେଲା କରି ଖପର୍ ଛିଆଲେଁ ଧୁତି ଖଁଡ଼େ ପାଗ୍’ମରା ମିଲୁଥିଲା। ହେଲେଁ ଇହାଦେ ?
ଇହାଦେ ପରେ ନୂଆଁ ଯୁଗ୍ ଆଏଲା। କଲି ଯୁଗ୍। କଲିଯୁଗ୍ ତ ନୁହେ କଲ୍’ଯୁଗ୍। ନୂଆଁ ନୂଆଁ ମିସିନ୍ ବାହାରିଲା। ଗଞ୍ଜହାଣି ଆଏଲା। ଗେଲ୍’ଠି, ଷ୍ଟିଲ୍, ପ୍ଲାଷ୍ଟିକର୍ ସବୁ ବାସନ୍ ବର୍ତ୍ତନ୍ ଆଏଲା। ଅଉର୍ ମାଟିର୍’ଟାକେ ପଚରାବେ ? ଆରୁ କାଣା କୁଶେର୍ ଘନା ଅଛେ ଯେ, ଉଖୁରା ରଖବାର୍ ଲାଗିଁ ଟାଡ଼୍ ଘିନ୍’ବେ ? ଜମେନ୍ ଗୁର୍ ଲାଗିଁ ମଠିଆ ଘିନ୍’ବେ ? ଧାନ୍ ସିଝା ତ ସଭେ ଭୁଲିଗଲେ ନ। ସବୁ ଧାନ୍’କେ ବିକି ନିଅ ଆରୁ ମିଲ୍ ଚଉଲ୍ ଘିନି ଆନ। ଖୁଦ୍ ନେଇଁ କି ଗୁଢ଼ି ନେଇଁ। ଖରାମସେଁ କୁରିକେ ଭିଲ୍ ଅଉର୍ ଲୋକ୍ ନେଇଁ ପଚରାବାର୍। ସମ୍’କିରର୍ ଘରେଁ ଫ୍ରିଜ୍ ହେଲାନ ପରେ। ପୂରା ବଲଦ୍ ଆରୁ କିଏ ଘିନୁଛେ ? କାଁଚିକୁଢ଼ି ଆର୍ କିଏ ଖେଲୁଛେ ? ସଭେ ତ ମୋବାଇଲ୍ ଖେଲୁଛନ୍ରୁ। ଖାପିଢ଼ା ଟିକେ ବିହା ବର୍’ପନ୍’ଥିଁ ଲାଗୁଥିଲା ଯେ ହେଁଟା ଭିଲ୍ ବନ୍ଦ୍ ହେବାର୍ ଉପୁରେଁ। ପୁତୁଲି ରୁଖା ଆଏଜ୍’କାଏଲ୍ ଭଡ଼ାଥିଁ ମିଲ୍’ଲା ନ ପରେ ! ଚିଟ୍’ଫଣ୍ଡ୍ ଥିଁ ପଛେ ପଏସା ରଖବେ କୁପିଥିଁ ଆରୁ ପଏସା କିଏ ରଖୁଛେ ? ଖାଲି ଯାହା ମରିଗଲେଁ ପାତିଲିଟେ ନେଇ କରି ଖନ୍ଦା ଛାଡ଼ୁଛନ୍ ଦୁଇ ବଟିଆ ନ। ଦିନାଦୁ ଗଲେଁ ହେଟା ଭିଲ୍ ବନ୍ଦ୍ ହେଇଯିବା। ଷ୍ଟିଲ୍ ଖୁରିଟେ ନେଇକରି ଉବୁରେଇ ଦେବେନ ଖନ୍ଦାଶାଲେଁ !
ଉହାଶାଲେଁ ଝୁମୁରା ଲାଗୁଛେ ଚଏତୁକେ ? ନେଇଁ ଲାଗ୍’ବା ! ତାର୍ ବୁଆ ତ କହୁଥିଲା, “ପାଣ୍ଡବ୍’ମାନେ ପରେ ତାକର୍ ଗୁପତ୍ ବନ୍’ବାସ୍ ବେଲ୍’କେ ଉହାଶାଲେଁ ରାତେ ଶୁଇଥିଲେ ରେ ବାବୁ ! କୁନ୍ତୀ ଆରୁ ପାଣ୍ଡବ୍’ମାନେ ଉସତ୍ ହେଇକରି ଶୁଇଲା ବେଲ୍’କେ ଦୁର୍ପଦୀକେ ଅଡ଼ୁଆ ଲାଗ୍’ଲା। ହେଲେଁ ଭୀମର୍ ଆଏଁଖ୍ ଗୁର୍’ରା ଦେଖିକରି ଦୁର୍ପଦୀ ଭିଲ୍ ଖାର୍ ଗଦାଥିଁ ଶୁଇ ପଡ଼୍’ଲେ।”
ଅଉର୍ ଘାଏ ଗଲେଁ ଦିଆଲି ସବୁ ପୁଡ଼ିଯିବା। ଇ ପୁଡ଼୍’ଲା ମାଏଟ୍ ତ ତାର୍ ଅସଲି ଧନ୍। ଅସଲି ପୁଞ୍ଜି। ପୁଞ୍ଜି ବଲିକରି ତାର୍ ବୁଆ କାଣା ଛାଡ଼ିକରି ଯାଇଛେ ଯେ। ଶାଲ୍’ଘର୍ ଟିକେ, ପିଣ୍ ପିଟିନା ସାର୍’ଦୁ ଆରୁ ଚକ୍ ଗୁଟେ। କମାନି କୁଠାନି ଭର୍’ଦର୍ ହେଉଥିଲା ବେଲ୍’କେ ଜମି ଦୁଇ ଟେପିରି ଭିଲ୍ ନେଇଁ ଘିନି। ଉଲ୍’ଟିଆ କହୁଥିଲା, “କାଁ କର୍’ବୁ ଜମିରେ ବାବୁ ! ଆମର୍ ଚକ୍ ଟା ତ ପରେ ତଲେଁ ମେର୍’ଖୁଟା ଉପୁରେଁ ଖଲା ଆଏ। ଚକ୍ କିନ୍ଦିରାଲେଁ ଧାନ୍ ମଡ଼ାଲା ସାଙ୍ଗେ ସମାନ୍ ଆଏ। ଆରୁ ଜମି କେତେ କମାବୁ ? ବିହା ବର୍’ପନ୍ ହେଇକରି କୁଟୁମ୍ କର୍ସୁ। ଖେଁ ରହେବୁ।”
ବନେକରି ମାଏଟ୍ ମାଡ଼ି ପାର୍’ବା ବଲିଁ ଦଦଲ୍ ଖମଲ୍ ଭୁଆସେନ୍’ଟେ ଆନିଦେଲା ତାର୍ ବୁଆ ଚଏତୁର୍ ଲାଗିଁ। କୁମ୍ଭାର୍ ପିଲା ରୁଜ୍’ଗାର୍ ଟିକେ ଶିଖିଥିଲେଁ ଜମିବାଡ଼ି, ଘର୍’ଦୁଆର୍ ନେଇଁ ଦେଖିକରି ଟୁକେଲ୍ ଦେଇ ନେଉଥିଲେ ଆଘୋ। ଇହାଦେ ପୂରା ଉଲ୍’ଟିଆ। ମାଏଟ୍ ଚିଟ୍’କୁ କୁମ୍ଭାର୍ ଘର୍’କେ କିହେ ଟୁକେଲ୍ ନେଇଁ ଦେବାର୍ହେ। ତିର୍ ଲାଗିଁ ତାର୍ ପିଲାଛୁଆକୁଁ ଆରୁ ଚକ୍ ଛିଇ ନେଇଁ ଦିଏ ଚଏତୁ। “ପାଠ୍ ପଢ଼, ନେହେଲେଁ ଭୁତି କର ପଛେ, ହେଲେଁ ଇ ଜୀବ୍’କା କେ ଛାଡ଼।”
ଉହାର୍ ଜୁଏ ଟିକେ ଜହ ବାହାରି ବସଲା ନ। ଭାଏଲ୍ ଖର୍ ପାଗ୍ ହେଇଯିବା ବଲିଁ ଉହାକେ ଟିକେ ଖାରି ନେଲା, ଉହା ଯେନ୍ତା ଜଲ୍’ଦି ଶିତିଲି ଯିବା। ଫେର୍ ଥରେ ଉହାର୍ ତରେଁ କରିଆ ଦସେଇ କରି ଶୁଇ ପଡ଼୍’ଲା।
ଆଏଜ୍ ଦିଆଲି ତିହାରର୍ ବଜାର୍ ଦିନ୍। ବଜାର୍ ଗଜ୍’ଗଜଉଛେ। ବନେ ଜାଗାଟେ ଦେଖିକରି ଦିଆଲି ପସରା ବସାମି ବଲିଁ ବଢ଼େ ପୁରୁଁ ଚଏତୁ ଛୁଟୁଲା ବଜାର୍’କେ। ବଜାରେଁ କାଣା ଜାଗା ପାଏତା ! ରୋଡ଼୍ ଉପୁରେଁ ଦିଆଲି ପସରା ମେଲେଇ ନେଲା। ଲୋକ୍’ମାନେଁ ବଜାରେଁ ଗଜ୍’ଗଜେଇ ଯଉଛନ୍। କିହେ ତାର୍ ଆଡ଼୍’କେ ଦେଖ୍’ବାର୍ ନେଇଁ। ସକାଲର୍ ଆଠ୍ ବଜେନୁଁ ବସିଛେ ଯେ ଏଗାର ବାଜାଲାନ। ବହନି ବଟା କିଛି ନେଇଁ l “କାହାର୍ ମୁହୁଁ ଦେଖିକରି ବାହାରି ଥିଲି ଯେ ଆଏଜ୍…।” ମାଟିର୍ ଦିଆଲିକେ କାଏଁଯେ ଘିନ୍’ବେ ? ମାଟିର୍ ଦିଆଲି ଥିଁ ତେଲ୍ ଲାଗ୍’ବା, ସଏଲ୍’ତା ଲାଗ୍’ବା, ଧୁକା ଟିକେ ଧୁକିନେଲେଁ ଫେର୍ ଲିଭି ଯିବା। କିଏ ପାରେ ଏତେ କଚ୍ କଚ୍ l ଏଭେଁ ତ ଚାଇନା ତିଆରି ଦିଆଲି ମିଲୁଛେ। ଲାଇନ୍ ଥିଁ ଖାଲି ଜାକିନେଲେ ବୁକ୍ ବୁକ୍ ଜଲୁଥିବା ନ। ଚାଇନା ତିଆରି ଆମ୍ ତରେନ୍, ଚାଇନା ତିଆରି ଝାଲେର୍, ଚାଇନା ତିଆରି ଫୁଲ୍ ଗଛ୍ କେଭେ ନେଇଁ ଝୁର୍’ମୁରାଏ। ଯେଭେଁ ଦେଖ୍’ଲେଁ ସତେଜ୍ ଦିଶୁଥିବା। ସଭେ ସୁବିଧାକେ ଦେଖୁଛନ୍। ସଂସ୍କୃତିକେ କିଏ ପଚାରେ !
ବାର ବଜେ ଆଡ଼୍’କେ ବାଟେଁ ଭିଡ଼୍ ଟିକେ ଜହ ହେଲା। କେନୁଁ ପଲେଇ ଆଏଲେ ଦୁଇଟା ପୁଲିସ୍ ଯେ କିଏ ଜାନେ। ଚଏତୁର୍ ପସରାକେ ଏକ୍’ଦମ୍ ଘିଚି ଉଲ୍’ଚି ବସଲେ। ଟ୍ରାଫିକ୍ ଜାମ୍ କରୁଛୁ ବଲିଁ ନିକ୍’ରେଇ ବସଲେ। ଆମର୍ ଦେଶେଁ ବଦମାସି କରି ପାର୍ ପାଇଯିବେ, ଚୁରେଇ କରି ପାର୍ ପାଇଯିବେ, ବଳତ୍କାର୍ କରି ପାର୍ ପାଇଯିବେ ହେଲେଁ ଗରୀବ୍ ଲୋକ୍’ଟେରୋଡ଼୍। ତରେଁ ଜିନିଷ୍ ବିକିକରି କେଭେଁ ପାର୍ ନେଇଁ ପାଏ l ଚଏତୁର୍ ପାର୍’ଲା ପାଲ୍’କେ ଉଲ୍’ଟେଇ ଦେଲେ ଦୁହି ପୁଲିସ୍ l କାଁଚିକୁଢ଼ି, ଦିଆଲି ସବୁ ଜିନିଷ୍’କେ ପିଟି ବସଲେ l ଚଏତୁ କାନ୍ଦି କାନ୍ଦି କହୁଥିଲା, “ମୋର୍ ଜିନିଷ୍ କେ ନେଇଁ ଭାଙ୍ଗୁନ୍ ଆଗ୍ଯାଁ… ! ମୋର୍ ପିଠିଁ ପଛେ ପିଟୁନ୍, ମୋର୍ ଦିଆଲିକେ ନେଇଁ ପିଟୁନ୍ ଆଗ୍ଯାଁ… !” ପୁଲିସ୍’ମାନେ ଅଉର୍ ଟିକେ ଟିକେ ଉତ୍ପାତ୍ ହେଲେ l ଗୋଡ଼ର୍ ବୁଟ୍ ଥିଁ ଦିଆଲିକାଁଚିମାନକୁଁ ମାଡ଼ିକରି ଦଲି ବସଲେ l ଚଏତୁ ଖାଲି ରଡ଼ୁଥିଲା, “ମୋର୍ ଦିଆଲି… ! ମୋର୍ ଠେକି… ! ମୋର୍ କଲସ୍… ! ମୋର୍ ତେଲେନ୍… ! ମୋର୍ ମାନ୍… !”
“କାଣା ମୋର୍… ମୋର୍… ବଲିଁ ରଡ଼ୁଛ ଗୋ… ? ସକାଲ୍ ପାହି କରି ବେଲ୍ ଉଦୁଲା ନ ପରେ ?? ହାଟ୍’କେ ଦିଆଲି ବିକି ନେଇଁ ଯଉଁ ଭାଏଲ୍ ???”, ଚଏତୁର୍ ଦେହେକେ ହଲେଇ ହଲେଇ ଉଠେଇ ନେଲା କସ୍ତୁରୀ l ଟଙ୍ଗ୍ ଟାଙ୍ଗ୍ ହେଇକରି ଉଠି ପଡ଼୍’ଲା ଚଏତୁ l ଉହାଶାଲେଁ ଶୁଇକରି ସପନ୍ ଦେଖୁଥିଲା କାଏଁ ? ପୂରୁବ୍ ଦିଗେଁ ଲାଲ୍ ଜର୍ ଜର୍ ହେଇକରି ବେଲ୍ ଉଦି ଆସୁଥିଲା l ଉହାଭାଟିର୍ ଦିଆଲିମାନେ ଭିଲ୍ ଲାଲ୍ ଟହଟହ ସିନ୍ଦୁର୍ ମୁଖୀ ଲେଖେଁ ଚଏତୁକେ କହୁଥିଲେ, “ହେପି ଦିୱାଲି… l”
– ପ୍ରସନ୍ନ ରଣା