—(( ଜୀବନ୍ ହେତା ଧଏନ୍ ))—
ପୁର୍ଥୀ ଭିତ୍ରେଁ ଗୁର୍ଦୁ ଧରମ୍
ଲାଗି ରହୁଛେ ଗର୍ମା ଗରମ୍
କିହେ ନି ସହେ କା’ର୍ ଶିରୀ…
କିଏ ବଡ୍ ଆର୍ କିଏ ସାନ୍
କେତେ ଭେଦ୍ଭାବ୍ କେତେ ମାନ୍
ନିଜର୍ ଭିତ୍ରେଁ ଟେକ୍ ରଖ୍ଲେଁ
ମହତ୍ ନାଇଁ ଆସେ ଫିରି । ୧
ହିନ୍ଦୁ – ମୁସଲ୍ମାନ୍ -ଶିଖ୍ – ଖ୍ରୀଷ୍ଟାନ୍
ବଉଦ୍ଧ – ଜଇନ ସଭେ ସମାନ୍
ସବୁକର୍ ଗୁଟେ ବାଟ୍…
ଯିଶୁ କହ କି ଆଲ୍ଲା ଈଶ୍ବର୍
ଝନେ ବାପ୍ ଇ ସାରା ବିଶ୍ବର୍
ବୁଝି ନାଇଁ ପାରି ନିଜର୍ ଭିତ୍ରେଁ
ଲାଗିଛେ ଏତ୍କି ନାଟ୍ । ୨
ଈଶ୍ବର୍ ଏକ୍ ତାର୍ ନୀତି ଏକ୍
ଛାଡଲେଁ ମନର୍ ଗରବ୍ ଟେକ୍
ରକ୍ଲେଁ ସମାନ୍ ଭାବ୍…
ଜୀବ୍ ଜଗତେଁ କରୁଛୁଁ ବାସ୍
କର୍ମା କାଁଜେ ମହତ୍ ନାଶ୍
ମିଲିମିଶି କରି ଚଲି ଜାନ୍ଲେଁ
ପାଏମା ଇତାର୍ ଲାଭ୍ । ୩
ଧରମ୍ ଭିତ୍ରେଁ ଅସ୍ଲି ଧରମ୍
ମାନବ୍ ଧରମ୍ ବଡା ନରମ୍
ସବୁନୁ ଇଟା ଅଏନ୍….
କର୍ଲେଁ ସଭେ ବନେ କାମ୍
ମରତ୍ ହେତା ସରଗ୍ ଧାମ୍
ସୁଖ୍ ଶାନ୍ତି ଭରି ରହେତା
ଜୀବନ୍ ହେତା ଧଏନ୍ । ୪
କୃଷ୍ଣ ଚନ୍ଦ୍ର ଭୋଇ
ଗନିଆଁପାଲି
ବରଗଡ଼