ସୋହେଲାର୍ ପଦମ୍’ପୁର୍ ରୋଡ଼୍ ଆଡ଼ର୍ ବସ୍’ଟେସନ୍ ନ ଠିକ୍ ନଅ ବଜେ ଲାଗିଛେ ବସ୍ ଗୁଟେ l ପାତ୍ର ବୁକ୍ ଷ୍ଟୋର୍ ସାମନାଥିଁ ଫଟ୍’ଫଟି ଡେରିକରି ହର୍’ବରେଁ ବସ୍ ଭିତର୍’କେ ଢୁକିଗଲି l ମେଲା ସିଟ୍’ଗୁଟେ ଦେଖିକରି ରୁମାଲ୍ ପକେଇ ଆବିରି ନେଲି l ଘଡ଼ିକେ ଦେଖିକରି ବସ୍ ଭିତିରୁଁ ଉତୁରି ଆଏଲି l ୯.୧୫କେ ବସ୍ ଛାଡ଼୍’ବା l ବହି ଦୁକାନର୍ ସାମନାକେ ଆସିକରି ଠିଆ ହେଲି l ନିଘା କଲି ବସ୍’ର ପଛ୍’ଆଡ଼୍’କେ ଗୋଲ୍ ଗୋଲ୍ ଅକ୍ଷର୍’ଥିଁ ଲେଖା ହେଇଛେ- “ଦ୍ରୁତ ଗତି ମହା ବିପତ୍ତି” l ଲଟ୍’କନା ବାଗିର୍ ମୋର୍ ମନ୍’ଟା ଲଟ୍’କି ଗଲା ଇ ଲେଖା ଉପୁରେଁ l ଧିରେ ଧିରେ ହେ ଅକ୍ଷର୍’ମାନେ ମୋର୍ ଆଖିଁ ଝାପ୍’ସା ଦିଶିଲେ l ଆରୁ “ଗତି” ଶବ୍ଦକେ ଛାଡ଼ିକରି କେନ୍’ସି ଶବ୍ଦକେ ପଢ଼ି ନାଇଁ ହେଲା l ବାକି ଅକ୍ଷର୍ ଧିରେ ଧିରେ ଲିଭି ଗଲେ l
ଗତି l ଗତିରାମ୍ ପଧାନ୍ l ଛୁଆଦିନର୍ ମୋର୍ ବଡ଼୍ ସାଙ୍ଗ୍ l ଏକା ସାଙ୍ଗେ ପଢ଼ୁଥିଲୁଁ l ଏକା ସାଙ୍ଗେ ଖେଲୁଥିଲୁଁ l ବିହା ବର୍’ପନ୍ ଭିଲ୍ ଗୁଟେ ବଛରେଁ ହେଇଥିଲୁଁ l ମୋର୍ ବିହାଟା ତାର୍’ଠାନୁଁ ଛଅ ମାସର୍ ଆଘୋନୁଁ ଠିକ୍’ବନ୍ ହେଇଥିଲା l ଗୁର୍’ଚୁରା ଭିଲ୍ ସରିଯାଇଥିଲା l ହେଲେଁ, ତାର୍ ବିହା ଠିକ୍’ବନ୍ ହେବାର୍’ଟା ଲେଟ୍ ଲାଗାଲା l ଯେନ୍’କେ ଦେଖିଗଲେଁ ଭିଲ୍ ଟୁକେଲ୍ ବାଆନିକରି ପଲେଇ ଆସୁଥିଲା l ଗାଆଁର୍ ଲୁକେ କୁହାକୁହି ହେଇ ବସଲେ – “ହେମାନେ ଟୁକେଲ୍ ନେଇଁ ନୁର୍’ବାର୍ ବୋ ! ଯଉତୁକ୍ ନୁରୁଛନ୍ l ନେହେଲେଁ ଟୁକେଲ୍ କାଣା ଦୁକାଲ୍ ଅଛନ୍ ?” ଲୋକ୍’ମାନ୍’କର୍ ଚୁପୁରାକୁଟା କଥା ଶୁନି ଖରାପ୍ ଲାଗାଲା l ଦିନେ ଗତିକେ କହି ପକାଲି,
– “ହଏରେ ଗତି ! ତତେ ଦୁର୍ଗତି ଗୁଡ଼ାଲା ନ ! ଯଉତୁକ୍ ଲାଗି ସୁନ୍ଦୁରୀ ଟୁକେଲ୍’ମାନ୍’କୁଁ ବାଆନି କରି ପଲେଇ ଆସୁଛୁ !”
– “ହଏବୋ, ହେତ୍’କି କହ l ସୁନ୍ଦୁରୀ ଟୁକେଲ୍ ବିହା ହେଇକରି ତାର୍ ସୌନ୍ଦର୍ଯ୍ଯକେ ଚାଟ୍’ଲେଁ କାଣା ପେଟ୍ ପୁର୍’ବା ? ତୁମେମାନେ ସିନେ ଚାକିରୀଗୁଟେ ଲେଖା କରୁଛ ଯେ, ତମ୍’କୁଁ ଟୁକେଲ୍’ମାନ୍’କର୍ ବୁଆମାନେ ଜଁଚେଇ କରି ଫଟ୍’ଫଟି ଦେବେ l ଆମର୍ ବାଗିର୍ ବେକାରୀମାନେ କମେଇ କରି ଫଟ୍’ଫଟି ବଘବାର୍’ଟା କେତେ ମୁସ୍’କିଲ୍ ଆଏ ଜାନିଛୁ ?” ଗତିର୍ ଗୁଟେପଦ୍ କଥାଥିଁ ତେଲେଁ ମାଛି ପଡ଼୍’ଲା ବାଗିର୍ ହେଇଗଲି l ଥୁକ୍ ଗିଲିକରି ପଦେ କହେଲି,
– “ଠିକ୍ ଅଛେ l ତତେ ଫଟ୍’ଫଟି ଦର୍’କାର୍ ଅଛେ ତ ? ମୋର୍ ବି.ଇଡି. ମେଟ୍(B.Ed mate)ଗୁଟେକର୍ ବୁହେନ୍’ଟେ ଅଛେ l ତାହାକେ ବିହାହେଲେଁ ଫଟ୍’ଫଟି ସିଓର୍ ମିଲ୍’ବା l”
– “ଟୁକେଲ୍ କେନ୍’ତା ଅଛେ କହତ ?”
– “କେନ୍’ତା ଅଛେ ବଏଲେଁ ? ଖାଏଲା ପିଇଲା ଘରର୍ ଝିଇ ଆଏ l”(ଆମର୍ ସଂସ୍କୃତିଥିଁ ଭୁସ୍’କି ଟୁକେଲ୍’ମାନ୍’କୁଁ ଅପମାନ୍ ନେଇଁ ଦେଇକରି ଖାଏଲା ପିଇଲା ଘରର୍ ଝି ବଲିଁ ସମ୍ବୋଧନ୍ କରାଯାଏସି) l ସମିଆ-ଅସମିଆ ବାଁତି ବାହାର୍’କେ ହେଲେଁ, ତତେ ଡେନା ଧରିକରି କାଣା ବଲୁଛୁ ପେଇକରି କରିଁ ଭଁଟାକେ ନେଇଯିବା l”
ମୋର୍ କଥା ଶୁନିକରି ଗତି ଟିକେ ଧୁକୁର୍ ପୁଚୁର୍ ହେଲା l ମୋର୍ କଥାକେ ବର୍’କସ୍ କର୍’ବାର୍ ଲାଗିଁ ପଦେ ବସେଇ କରି କହେଲିଁ,
– “କାଣା ଭାବୁଛୁ ? କହେସନ୍ ପରେ ବୋ- ଗାଡ଼ି ବସ୍’ବ ସୁଜ୍’କି, ଟୁକେଲ୍ ବିହାହେବ ଭୁସ୍’କି l” ଗତିର୍ ମୁହୁଁ ଟିକେ ଉବାଗର୍ ଦିଶିଲା l ମୁଲୁର୍ ମୁଲୁର୍ ହସିକରି କହେଲା,
– “କେଭେଁ ଦେଖିଯିମା କହ l”
– “ଆଏବା ରଏବାର୍ ଦିନେ ଯିମା l ଆଏଜ୍ ତାର୍ ଦଦାକେ ମୁଇଁ ଫୁନ୍ କରୁଛେଁ l” ମୋର୍ ମୁହୁଁନୁଁ ବାହାରି ପଡ଼୍’ଲା l
ରଏବାର୍ ଦିନେ ଟୁକେଲ୍ ଦେଖିକରି ଫିର୍’ଲା ବେଲେଁ ପଚ୍’ରାଲି,
– “ଟୁକେଲ୍ ଦେଖୁଲୁ ତ ? ପସନ୍ କଲୁ କି ନେଇଁ ? ଚଲ୍’ବା ତ ?”
– “ଚଲ୍’ବାର୍ କଥା କହୁଛୁ ! ଦୌଡ଼ିବା !!” ଖଦ୍’ଖଦାନୁଁ ହଁସଲା ଗତି l
ଝଟ୍ ମଙ୍ଗନି ପଟ୍ ଶାଦି l ମାସେ ଭିତିରେଁ ଲଗନ୍ ପାଗନ୍ ଠିକ୍ ହେଇଗଲା l ଦେଖିନିମାଗିନି ଦିନେଁ ମୁଇଁ ଭିଲ୍ ସାଙ୍ଗେଁ ଯାଇଥିଲି l ଗତିର୍ ବାପା ଟୁକେଲ୍ ଘରର୍ ଚାର୍’ହି ଆଡ଼୍’କେ ଦେଖୁଥାନ୍ l ସଥେଁ ଯେନ୍’ତା ତାଁକର୍ ଦୁହି ଆଏଁଖ୍ କାଣା ନୁରୁଛେ l ଚୁପ୍’ଚାପ୍ ଢବା ଘର୍’ମାନ୍’କୁଁ ଭିଲ୍ ଡୁଙ୍ଗି କରି ପଲେଇ ଆଏଲେ ନ l ମତେ ପଚ୍’ରାଲେ,
– “ବବା ! କେନ ସେ ନୂଆଁ ଫଟ୍’ଫଟି ଘିନିକରି ରଖିଛନ୍ ? କାହିଁ ନେଇଁ ଦିଶ୍’ବାର୍ ଯେ !”
– “ଆଏଜ୍ ଘିନି ଯେଇଛନ୍ ବବା, ଇହାଦେ ଆସିଯିବା ଯେ l ଦେଖିନି-ମାଗିନି କାମ୍’ଟା ପହେଲା ତ ସାର l”
– “ଦେଖ୍ ବବା, ତୁଇଁ ମଧ୍ଯସ୍ଥି ଅଉ ତ ! ଇମାନେଁ ଲାଲ୍’ଟିନ୍ ଦେଖେଇ ନେଲେଁ କାଁ କର୍’ବୁ ? ଆରୁ ହେନ୍ତା ହେଲେଁ- ଧର୍ ବୁରୋଗୁଣ୍ ଚିଟ୍’କୁ ଥା… !”
ମୋର୍ ଛାତି ଟିକେ ଧୁକୁଡ଼୍ ଧୁକୁଡ଼୍ ହେଲା l ବବା ସତ୍ ନେଇଁ କହେବାର୍ ତ ? ଟୁକେଲ୍ ଘରର୍ ଲୁକେ ମତେ କହିଥିଲେ – “ପିଲାଟେ ଠିକ୍ କର୍, ଫଟ୍’ଫଟି ଦେମା l” ଠିକ୍’ବନ୍ ତ ହେଇଗଲା l “ପାଡ଼୍ ଗଲେଁ ଗିଜ୍ ଉଶାଷ୍”- ବାଗିର୍ କଥା ନୁହେସେ ତ ? ଇ ସମିଆ ଥିଁ ଟୁକେଲର୍ ଦଦା ଗୁଟେ ନୂଆଁ ସୁଜ୍’କି ଗାଡ଼ି ଆନିକରି ଦୁଆରେ ଠିଆ କଲା l ଲମ୍ବା ନିଶାସ୍’ଟେ ମାରିକରିଁ କଟ୍’କିଆମାନ୍’କର୍ ବାଗିର୍ ମନେ ମନେ କହେଲିଁ, “ଯା’ ହେଉ ପିଣ୍ଡରେ ପ୍ରାଣ ପଶିଲା ଲୋ ବୋଉ l”
ଗଲା ବଏଶାଖ୍ ମାସେଁ ଗତିର୍ ବିହା ସରିଗଲା l ଦିନେ ତାହାକେ ବାଟେଁ ଭେଟି ପକାଲି l
– “ଦେଖ୍ ଗତି ! ମୁନୁଷ୍ ଡିଣା ଥିବାର୍ ତକ୍ ଦୁଇଗୁଡ଼ିଆ ଥିସି l ବିହା ହେଇଗଲେଁ ଚାଏର୍ ଗୁଡ଼ିଆ ହେସି l ଧିରେ ଧିରେ କରିଁ ଛଅ ଗୁଡ଼ିଆ, ଆଠ୍ ଗୁଡ଼ିଆ ହେଏତେଲ୍ ଯାଏସି l ତାର୍ ମାନେ ବୁଝୁଛୁ ତ ? ଡିଣା ଥିବାର୍ ତକ୍ ମୁନୁଷ୍ (ଦୁଇ ଗୁଡ଼ିଆ), ବିହା ହେଲେଁ ପଶୁ (ଚାଏର୍ ଗୁଡ଼ିଆ), ତେହେଁର ଚାଁଟି (ଛଅ ଗୁଡ଼ିଆ), ତେହେଁର ମକରା (ଆଠ୍ ଗୁଡ଼ିଆ)… l ତୁଇଁ କେନ୍ ଅବସ୍ଥାଥିଁ ଅଛୁ ଜାନୁଛୁ ତ ?”
– “ହଏବୋ, ଚାଏର୍ ଗୁଡ଼ିଆ ଥିଲିଁ, ଛଅ ଗୁଡ଼ିଆ ହେବାର୍’କେ ଯଉଛେଁ… l”
– “ଭୁଆସେନ୍ ଘରର୍ ଦେହେ-ପା, ଖାଏବାର୍ ପିଇବାର୍, ଠିକ୍ ଯତନ୍ ପାତନ୍ ନେଉଛୁ ତ ? ଯେନ୍’ଟା ଖାଏବାର୍- ପିଇବାର୍’କେ ମନ୍ କରୁଛନ୍- ଦଉଛୁ ତ ?”
– “ମତେ କାଣା ବେଡ଼ା ଭାବୁଲୁ କାଏଁ ? ସେ ଯେନ୍’ଟା ମନ୍ କରୁଛେ- ଫୁନ୍ କରିନେଲେଁ ଶାଶ୍’ଘରର୍ ଲୁକେ ସବୁ ପଠେଇ ଦେଉଛନ୍ l ଛତି, କୁକୁଡ଼ୋ, ଝୁରି, ଅଣ୍ଡାଚପ୍- ଯାଣା ବଏଲେଁ ତାଣା l ଖାଏଲା ପିଇଲା ଘରର୍ ଝିଇ ଆଏ ପରେ ବୋ ! ଯେ… , ତମେ ସବୁ ମାଷ୍ଟର୍’ମାନେ ସାଙ୍ଗ୍’ମାନ୍’କର୍ ସାଙ୍ଗେଁ କଥା ହେଲେଁ ଭିଲ୍ ପାଠ୍ ପଢ଼ାଲା ବାଗିର୍ କେନ୍ତା କହେସ ବୋ ?”
– “କେନ୍ତା କର’ବୁ l ହେଁଟା ତ ମାଷ୍ଟର୍ ଜାତିର୍ ସଭାବ୍ ଆଏ l”
– “ଯେ… , ଆଏବା ରଏବାର୍ ଦିନେଁ ମୋର୍ ଶାଶ୍’ଘର୍’କେ ଯିମା କାଏଁ ? ତାକର୍ ଗାଁର୍ ବନ୍ ଠିକା ନେଇଛନ୍ l ଝୁରି ମାର୍’ବେ l ଦୁଇ-ଅଢ଼େ କେଜିଆଟା ଦୁଇ-ଦୁଇ ପଟ୍ ଲେଖା ଆନ୍’ମା l ଫୁନ୍ କରିଥିଲେ l ମୋର୍ ସୁଜ୍’କି ଗାଡ଼ିଥିଁ ଯିମା l”
– “ରଏବାର୍ ଦିନ୍’ତକ୍ ତ ମୁଇଁ ନେଇଁ ପାରେଁ l ମୋର୍ ଟ୍ରେନିଂ ଅଛେ l ତୁଇଁ ଯିବୁ ବଏଲେଁ ଯା’ l ଅଉର୍ ହେତ୍’କି ଧୁରୁଁ ଝୁରି ଆନୁନ୍ ଆନୁନ୍ ତ ଡୁମୁରା ହେଇଯିବା ବୋ l”
– “ମାଷ୍ଟର୍’ମାନ୍’କର୍ ସବୁ ଦିନେଁ ଟ୍ରେନିଂ ଥିସି କାଏଁରେ ? ହେ ଛୁଆମାନ୍’କୁଁ ଟ୍ରେନିଂ ଦିଅରେ… l ସର୍’କାର୍ ଇଟା ପାଚାଲା ଧାନେଁ ସାର୍ ଝିଟୁଛେ ବଲ୍ l” ଫଟ୍’ଫଟି ଷ୍ଟାର୍ଟ୍ କରିଁ ଆଗ୍’କେ ପଲାଲା ଗତି l
ସେ ଦିନର୍ ଘଟନା ପରେଁ ଇହାଦେ ଭିଲ୍ ମୋର୍ ମୋବାଇଲ୍ ଥିଁ ଫୁନ୍ ଆଏଲେଁ ଛାତି ମୋର୍ ଧକ୍ ଧକ୍ କର୍’ସି l ଫୁନ୍ ଉଠାବାର୍’କେ ଡର୍ ଲାଗ୍’ସି l ସେଦିନର୍ ବାର ବଜେ l ମୋର୍ ଫୁନ୍ ରିଂ ହେଲା l ଦେଖିଲି ଗତିର୍ ନମ୍ବର୍ l ଉଠାଲି,
– “ହଲୋ… l ଗତି… !”
– “ମୁଇଁ ଗତି ନୁହେସେ l ଇଠାନେ ପଡ଼ିଥିବାର୍ ମୋବାଇଲ୍ ଗୁଟେନୁଁ ଇ ଥିଁ ସେଭ୍ ହେଇଥିବାର୍ ତୁମର୍ ନମ୍ବର୍’କେ ଲଗେଇଛେଁ l ଇନ ଗୁଟେ ଜୁଆନ୍ ପିଲାର୍ ଲାଶ୍ ପଡ଼ିଛେ l ରୋଡ଼୍ ତରାର୍ ଗୁଟେ କଉ ଗଛେଁ ସୁଜ୍’କି ଗାଡ଼ିଟେ ଢିସି ହେଇକରି କୁଚ୍’କୁଚା ହେଇଯାଇଛେ l”
– “ଆପଣ୍ କେନୁଁ କହୁଛନ୍ ?”
– “ସହଁରା ଟିକିରା ରୋଡ଼୍ ଥିଁ ଆଏଲା ବେଲେଁ ଯେନ୍ କୁହୁନି ମୁରେନ୍ ଅଛେ, ସେ ନୁଁ କହୁଛେଁ… l”
ଆଗ୍’କେ ଆରୁ କାଣା କାଣା କହେଲା ମୁଇଁ ଶୁନି ନେଇଁ ପାର୍’ଲିଁ l ମୋର୍ ଆଏଁଖ୍ କାନ୍ ଅନ୍ଧାର୍ ପଡ଼ିଗଲା l ଗତି ଘର୍’କେ ଖବର୍ ଦେଇକରି ମୁଇଁ ବାହାରି ପଡ଼୍’ଲିଁ ଏକ୍ସିଡେଣ୍ଟ୍ ଜାଗାକେ l
ମୋର୍ ଯଉନ୍ ଯଉନ୍ ସେଠାନେ ବନିହାନ୍ ଲୋକ୍ ଠୋଲ୍ ହେଇଥିଲେ ନ l ଫଟ୍’ଫଟିକେ ନିଘା କଲିଁ, ସ୍ପିଡୋମିଟର୍ କଁଟା ୭୦ଥିଁ ଲଟ୍’କି କରିଁ ଚୁପି ହେଇଛେ l ଭାବଲିଁ, ଦୁଇ କେଜିଆ ଝୁରି ଦୁଇ ପଟ୍ ଧରିକରିଁ ଡୁମୁରା ଭାଏଲ୍ ହେଇଯିବେ ବଲିଁ ବନିହାନ୍ ସ୍ପିଡ୍ ଥିଁ ଘର୍’କେ ଆସୁଥିଲା l ଟର୍’ନିଙ୍ଗ୍ ଜାଗାଥିଁ ବେଲେନ୍ସ୍ ହରେଇକରିଁ ଗଛେଁ ପିଟି ହେଇଛେ l ଡିକି ଭାଙ୍ଗିକରି ଝୁରି ଦୁହିଟା ଛିଚିରି ପଡ଼ିଛନ୍ l ଇହାଦେ ଭିଲ୍ ଝୁରିମାନେ ତାଜା ଦିଶୁଛନ୍ l ହେଲେଁ, ଗତିର୍ ଗତି ନେଇଁନ l ଝୁରିମାନ୍’କର୍’ନୁଁ ଭିଲ୍ ଜହ ଡୁମୁରା ଦିଶୁଛେ l
××× ××× ×××
“ପଁ… ପଁ… l” ବସ୍ ଗାଡି଼ ଷ୍ଟାର୍ଟ୍ ହେଇକରିଁ ହରନ୍ ଦେଲା l ଚମ୍’କି ପଡ଼ିକରିଁ ଘଡ଼ିକେ ଦେଖ୍’ଲିଁ l ନଅ ବାଜିକରି ପନ୍ଦର ମିନିଟ୍ l କଣ୍ଡକ୍ଟର୍ ଡାକ୍ ଦେଲା – “ମାଷ୍ଟ୍ରେ… , ଯିମା କାଁଜେ l” ମୁଡ଼୍ ହଲେଇ କରି ବସ୍ ଆଡ଼୍’କେ ଚାଲି ବସ୍’ଲି… l
– ପ୍ରସନ୍ନ ରଣା