“ତୁଇଁ ଗଲୁ ଯେ… , ଆରୁ ନେଇଁ ଆଏଲୁ ପୁତା ! କାଏଁ ଯେ, ନେଇଁ ଆଏଲୁ ଧନ ! କାଣା ମୋର୍ ଦୋଷ୍ ହେଲା ଭାଏଲ୍ ! କାଣା ମୁଇଁ ଗୁନ୍’ହା କଲି ଭାଏଲ୍ ! ମୋର୍ ପୁଷ୍’ବାର୍ ପାଲ୍’ବାର୍ ଥିଁ କାଣା କମି ରହେଲା କାଏଁ ? କି ମୁଇଁ ବୁଢ଼ୀ ହେଇଗଲି ବଲିଁ ତୋର୍ ଧିଆନ୍ ରଖି ନେଇଁ ପାର୍’ଲି ? କହ ପୁତା କହ ! କହରେ ମୋର୍ ଧନ !
ତୁଇଁ ଗଲୁ ଯେ… ଆରୁ ନେଇଁ ଆଏତୁ ? ପୂରାପୂରି ଭୁଲିଗଲୁ ମତେ ? ତିନ୍ ଦିନର୍ ଲାଗି ଟିଆ ଦେଇକରି ଯାଇଥିଲୁ ପରେ ପୁତା ! ମାମୁଁ ଘର୍’କେ ଯାଉଛେଁ, ତିନ୍ ଦିନ୍ ପରେଁ ପଲେଇ ଆଏମି ବଲୁଥିଲୁ ! ଦେଖ୍ ତ, ତିନ୍ ଦିନ୍ ଟା ତିନ୍ ଯୁଗ୍ ବାଗିର୍ ଲାଗାଲା ନ ଯେ ! ତୋର୍ ମାମୁଁ ଘରର୍ ଧନୁଯାତାରା ନୁହେ ସରେ ଭାଏଲ୍ ! ହେ ବାଘ୍’ଧରା ଅକୁର୍ ଭି କହୁଥିଲା, ତିନ୍ ଦିନ୍ ପରେଁ ରଥେଁ ବସେଇ କରି ଆନି ଛାଡ଼୍’ମି ବଲିଁ ! ହେଲେଁ, କେଇଛେ ? କାହାରିର୍ ଦେଖା ନେଇଁ ନ ! ଜାନିଛୁ ପୁତା, ତୋର୍ ବିନେ ରାଧା ଶୁଖି ଟଟି ଗଲାନ l ତୋର୍ ବିନେ ଗାଏମାନେ ଗୁରସ୍ ଆରୁ ନେଇଁ ଦେବାର୍ ନ l ଯମୁନା ଆଗୋର୍ ବାଗିର୍ ନେଇଁ ବହେବାର୍ ନ l ଗୁପିମାନ୍’କର୍ ମୁହେଁ ଆଗୋର୍ ହସି ନେଇଁନ l ତୋର୍ ବିନେ ବୃନ୍ଦାବନ୍ ଭି ଛିନା ହେଇଛେ ପୁତା ! ନନ୍ଦ, ଯଶୋଦା କାନ୍ଦି କାନ୍ଦି କରି ଅନ୍ଧ ହେଇଗଲେନ l ସୁବଲ୍,ସୁବାହୁ, ସୁଦାମା ସଭେ ତତେ ଝୁରି ହେଉଛନ୍ l ଆ ଫିରି ଆ… ! ଫିରି ଆ… ମୋର୍ ଧନ !
ତୁଇଁ ଗଲୁ ଯେ… ବେଟା, ଦହି ଗୁରସ୍ ସବୁ କୋଚ୍ ପିତା ଲାଗୁଛେ l ତୋର୍ ବଏଁଶୀର୍ ସୁରେଁ ମଯୂର୍ ଆରୁ ନେଇଁ ନାଚାବାର୍ ନ l କଦମ୍ବ୍ ଆରୁ ନେଇଁ ଫୁଟୁବାର୍ ନ l ବୃନ୍ଦାବନେଁ ଆର୍ କେଲି ନେଇଁ ହେବାର୍ ନ l ଫିରିଆ ପୁତା ! ମୁଇଁ କାଣା ଦୋଷ୍ କଲି ଭାଏଲ୍ ପୁତା ! କି ତତେ ଗାଲି ଦେଲିଁ ଭାଏଲ୍ ! ତୁଇଁ ଗୁପିମାନ୍’କର୍ ବସ୍ତର୍ ଚୁରାଲୁ, ତତେ କାଣା ମୁଇଁ କହେଲି ? ରାଧାକେ ମଝା ଡାଣେଁ ଉଖୁଲା କଲୁ, ମୁଇଁ କାଣା କହେଲି ? ଗୁପିମାନ୍’କର୍ ମଠିଆ ଭାଙ୍ଗ୍’ଲୁ, ଘର୍ ଘର୍ ଢୁକି କରି ଦହି ଖିର୍’ସା ଚୁରାଲୁ, ମୁଇଁ କାଣା ତତେ ଗାଲି ଦେଲି ? ସବୁତ ସହିଛେଁ ! ଫେର୍ କାଣା ମୋର୍ ଭୁଲ୍ ହେଲା ଭାଏଲ୍ ଯେ ମତେ ତୁଇଁ ଇ ଦଣ୍ଡ ଦେଉଛୁ ! ଆ.. ପୁତା ଆ… !
ତୁଇଁ ଗଲୁ ଯେ… ଇ ଆଡେଁ ଆରୁ ନେଇଁ ଆଏତୁ ? ତୁଇଁ ପରେ ସିଧା ଦ୍ୱାରିକା ଗଲୁ ! ହେନ ରଜା ହେଇଛୁ ! ହଁ ପୁତା, ରଜାଗୁଜା ଲୋକ୍ ଆରୁ ତୁଇଁ ମତେ ପଚରାବୁ ? ମୁଇଁ ତ ଇହାଦେ ଗନ୍ଧୁଛେଁ ! ଯେତେବେଲେଁ କହରୁ ଥିଲି ସେତେବେଲେଁ ମୋର୍ ନ ଥିଲୁ l ମୁଇଁ ପରେ ତତେ ଆଶାରା ଦେଇଥିଲି ରେ ଧନ ! ଜାନିଛୁ, ତୋର୍ ବୁଆ ତତେ ରାତିଁ ଲୁକେଇ କରି ଆନିଥିଲା ମୋର୍ ନିକେ l ମୋର୍ ଠାନେଁ ଥୁଇକରି ଅଚିନ୍ତା ପଲେଇ ଥିଲା l ମୋର୍ ପାଏନ୍ ପବନ୍ ଖାଇକରି ଆଏଜ୍ ବଡ଼୍ ଲୋକ୍ ହେଲୁ ! ମତେ ଆରୁ ପଚରାବୁ ! ମୋର୍ ଫଲ୍ ମୂଲ୍ , ମୋର୍ ଦହି ଗୁରସ୍ ଖାଇକରି ବଡ଼୍ ହେଲୁ, ଜାଙ୍ଗଲ୍ ବଢ଼ାଲୁ , ଇହାଦେ ଆରୁ ପଚରାବୁ ? ମୋର୍ ମାଏଟ୍, ପାଏନ୍, ପବନ୍ ତ ଇହାଦେ ତତେ ଗନ୍ଧୁଥିବା ! ଦ୍ୱାରିକାର୍ ପାଏନ୍, ପବନ୍ ସବୁ କହରୁଥିବା ! ରଜା ଲୋକର୍ କଥା, ମୁଇଁ କାଣା ବୁଝୁମି ବୁଆ !
ତୁଇଁ ଗଲୁ ଯେ, ତ ଗଲୁ l ହେଲେଁ, ରାଧାକେ ଭୁଲିଗଲୁ ! ଦେଖ୍ ତ, ତୋର୍ ବିନେଁ ଶୁଖି ଟଟିକରି ବିଚିରି ଝଡ଼ି ଗଲାନ ଯେ ! ହେ ଚନ୍ଦ୍ରସେନା ପାଖେଁ ପଡ଼ିଛେ ବିଚିରି ! ତାହାକେ ତ ସାଙ୍ଗେଁ ନେଇଥିତୁ ! ତୋର୍ ଲାଗିଁ ବିଚିରି କେତେ ନିନ୍ଦା, ଅପମାନ୍ ସହିଛେ ଯେ.. ! ହଁ, କିଏ ଗୁଟେ କହୁଥିଲା…, ତୁଇଁ ପରେ ଆଠ୍’ଟା ପାଟ୍’ରାନୀ ରଖିଛୁ ପୁତା ! ଉଧୁଲିଆ ପଏସାମୁଡ଼ି କରି ସାତ୍’ଟା ରାନୀ ଆରୁ ବିହା ହେଇକରି ଗୁଟେ ପାଟ୍’ରାନୀ ରଖିଛୁ ! ରଖବୁ ନି କେଁ ! ତୁଇଁ ରଜା ଅଉ ପରେ ରେ ପୁତା ! ସେତାକୁଁ ଛାଡ଼ିକରି ଫେର୍ ଷୁଲ୍’ହ ହଜାର୍ ରାନୀ ଭିଲ୍ ପରେ ରଖିଛୁ ? ଅଷ୍ଟପାଟବଂଶୀ ଥିଁ ତୋର୍ ମନ୍ ନାଇଁ ଭର୍’ଲା ଭାଏଲ୍ ପୁତା ! ହଁ… ରଜାକେ କାଏଁ ଖଜା ଦୁକାଲ୍ ରେ ମୋର୍ ଧନ ! ତୋର୍ ପୁଓ ଝି ହଜାର୍ ହଜାର୍ l ନାତି ନାତେନ୍ ଗଁଦର୍ ଗେଁଡ଼ା l ହେଲେଁ, ତୋର୍ ମାଁବୁଆ ଦୁଇଟା ଥିର୍ ଢୁକେକର୍ ଲାଗିଁ କେତେ ଗୁଲ୍’ଗୁଲା ହେଉଛନ୍ ଜାନୁଛୁ ଭାଏଲ୍ l ବୁଢା କାଲେଁ ହେଲେଁ ତୋର୍ ମାଁବୁଆକେ ଛାଡ଼ି ଯାଏତୁ ! ଦେଖ୍ ତ,ତତେ ଜନମ୍ କଲା ମାଁବୁଆ ନେଇଁ ହେଲେଁ ଭିଲ୍ କାଣା ହେଲା, ପୁଷୁଲା ପାଲ୍’ଲା ମାଁବୁଆ ତ ଆନ୍ ! ପେଟୁଁ କାଟିକରି ତ ତତେ ପୁଷିଥିଲେ, ପାଲିଥିଲେ ! ନନ୍ଦ୍ ବୁଢ଼ା ତ ଗଉର୍ ଲୋକ୍, ହେତାର୍ କେତେ ବୁଧି ହେବା ! କୁଇଲି ଗୁଡ଼ାଥିଁ କୁଆ ଛୁଆ, କେତେ ଦିନ୍ ତକ୍ ରଖି ହେବା ? ବୁପୁରେ କେତେ ଗୁଲ୍’ଗୁଲା ହେଉଛନ୍ ଯେ ! ଇଆଡ଼େଁ ସୁଦାମା ଯେ ତୋର୍ ନାଁ କେ ଗେଇ ଗେଇ କରି ପାଗଲ୍ ହେଇଗଲାନ l କମାନି କୁଠାନି ଛାଡ଼ିକରି ତୋର୍ ନାଁ କେ ଖାଲି ଜପୁଛେ l କୁଟୁମ୍ ଟାକ ଭୁକେଁ ମରୁଛନ୍ l ଜାନୁଛୁ କି ନେଇଁ ଗେହ୍ଲା !
ତୁଇଁ ଗଲୁ ଯେ… ବନେ କଲୁ ପୁତା ! ଇନୁଁ ଦଶ୍ ମହଲା ରଜାର୍ ଘର୍ କେନ ପାଏବୁ ? ଇନ ଆର୍ କେତେ ଗାଏ ଚରଉଥିବୁ ! ଟିର୍’କେଲ୍ ଦହିକେ କେତେ ଚାଟୁଥିବୁ ! ହେନ ତ ତୁଇଁ ରାଜ୍’ଭୋଗ୍ ଖାଉଥିବୁ l କଅଁଲ୍ ଗଦିର୍ ପାଲିଙ୍କିଥିଁ ଝୁଲୁଥିବୁ l ତୋର୍ ରାନୀମାନେଁ ତତେ ରଗ୍’ଦୁ ଥିବେ l ତତେ ଖୁଏଇ ଦେଉଥିବେ l ଇନ ତ ତତେ ଖାଲି ଗାଏ ଚରେଇ ପଠଉ ଥିଲେ l ତୋର୍ କଅଁଲ୍ ପାଦେଁ କେତେ କଁଟା ମାଡ଼ିଛୁ ସୋର୍ କର୍’ତ ? ଇନ ତ କେତେ ବିପଦ୍ ତତେ ଗୁଡ଼େଇଛେ l କେତେ ଅସୁର୍ ତୋର୍ ବଏରି ସାଜିଛନ୍ l ମନେ ପକାତ ପୁତା ! ହେନ ଠିକ୍ ଅଛୁ l ସୁଖେଁ ଅଛୁ l ତୋର୍ ରାଜ୍’ମହଲ୍ ପରେ ପାନିର୍ ଗୁଟେ ଟାପୁଥିଁ ଅଛେ l କିହେ ପରେ ହେନ୍’କେ ଯେଇ ନେଇଁ ପାରନ୍ l ବନେ କଲୁ ପୁତା ତୁଇଁ ଗଲୁ ଯେ… !
ତୁଇଁ ଗଲୁ ଯେ… ଆର ପାରିକେ ଚାଲିଗଲୁ ! ଆରୁ ନେଇଁ ଫିର୍’ଲୁ ! ଏଭେଁ ଶୁନ୍’ଲିଁ, ତୋର୍ ଘର୍ ପରେ ସମ୍’ଦରର୍ ପାନିଁ ବୁଡ଼ିଗଲା ! ତୋର୍ ମତୁଆଲ୍ ପୁଓ, ନାତି ସଭେ ହନାକଟା ହେଇକରି ମରିଗଲେ l ତୋର୍ ବଅଁଶ୍ ପୂରା ବୁଡ଼ିଗଲା ! ତୋର୍ ଧନ୍ ସମ୍ପଦ୍ ସବୁ ପାନିଁ ଭାସିଗଲା l ଶେଷ୍’କେ ତୁଇଁ ଛାର୍ ଜାରା ଶବର୍ ହାତେଁ ମର୍’ଲୁ ! ଇନ ରହିକରି ତୋର୍ ଯେନ୍ ପାଦେଁ କଁଟା ନେଇଁ ଗଡ଼ି ପାରୁଥେଇଁ, ତୋର୍ ଯେନ୍ ପାଦ୍ ପଢ଼େଁଇ ବାଗିର୍ ଟାନ୍ ହେଇଥିଲା, ସେ ପାଦ୍ କେନ୍ତା କଅଁଲ୍ ହେଇଗଲା ବେଟା ! ସେ ପାଦେଁ ଛାର୍ ଲୁହାର୍ ଶର୍’ଟେ କେନ୍ତା ଭେଦିଗଲା l କଁଟା ମାଡ଼୍’ଲା ବାଗିର୍ ଛାର୍ ଶର୍’ଟାକେଁ ତୋର୍ ମରନ୍ ହେଲା ! ଇଟା କେନ୍ତା ହେଲା ପୁତା ! ଶେଷ୍’କେ ନିଜର୍ ଲୁକର୍ ହାତେଁ ମାଏଟ୍ ମୁଠେ ଭି ନେଇଁ ପାଏଲୁ ! ଶୁନ୍’ଲିଁ, ପାଣ୍ଡବ୍’ମାନେ ତତେ ଦର୍’ପୁଢ଼ା କରି ସମ୍’ଦରେଁ ଉହୁଲେଇ ନେଲେ ପରେ ରେ ପୁତା !
ତୁଇଁ ଗଲୁ ଯେ… ଭଲ୍ ନେଇଁ ହେଲା ପୁତା ! ତତେ ପରେ ଲୋକ୍ ମାହାପୁରୁ ବଲୁଛନ୍ l ବୁଢ଼ାବେଲେଁ ତୋର୍ ମାଁବୁଆକେ ଛାଡ଼ିକରି ଦ୍ୱାରିକାକେ ପଲାଲୁ ଯେ, ସେନ ତୋର୍ ନୂଆଁ ସଁସାର୍ କଲୁ , ସୁଖର୍ ମରୀଚିକା ପଛେଁ ଧାଏଁଲୁ , ଏସ୍ ଆରାମ୍ ଜୀବନ୍ ଜୀଇଁଲୁ l ହେନ୍ତା କଳିଯୁଗେଁ ମୁନୁଷ୍, ତୋର୍ ବାଗିର୍ ବୁଢା଼ ମାଁବୁଆକେ ଛାଡ଼ିକରି ସହରେଁ ରହୁଛନ୍ l ସୁଖର୍ ସପନ୍ ବୁନୁଛନ୍ l ଏକ୍’ଜମାଲି ପରିବାର୍ ଇହାଦେ ଭାଙ୍ଗିଗଲାନ l ଯେ ଯାହାର୍ ବତରେଁ ପରିବାର୍ ନୁଁ ଖର୍’ଲି ଯାଉଛନ୍ l ଇଥିର୍ ଲାଗିଁ ତୁଇଁ ଦାୟୀ ପୁତା ! ତୁଇଁ ଦାୟୀ ! ତୁଇଁ ତାଁକର୍ ଆଦର୍ଶ ଦେଇଛୁ ! ତୁଇଁ ହେତାଁକର୍ ଉଦାହରଣ୍ ହେଇଛୁ l ହେଲେଁ, ଜାନିଛୁ ପୁତା, “ଠାନ୍ ଛାଡ଼୍’ଲେଁ ପରାନ୍ ଛାଡ଼୍’ସି… l” ମତେ ଚିହ୍ନୁଛୁ ତ ପୁତା ? ମୁଇଁ ତୋର୍ ମାଁ ମାଏଟ୍ ‘ଗୋପ୍ ପୁର୍’ କହୁଛେଁ !
ତୁଇଁ ଗଲୁ ଯେ … l ଆରୁ ନେଇଁ କହେନ ପୁତା… !”
– ପ୍ରସନ୍ନ ରଣା