“ଦଦା, ତୁଇଁ ଥିଲେଁ ଦେଖିଥିତୁ; ଆଏଜ୍ ଛାଡ଼୍ଖାଇ ଦିନେଁ ମୁନୁଷ୍ମାନେ କେନ୍ତା ହେଉଛନ୍ ଯେ !
ତୁଇଁ ଝୁଲ୍ଝୁଲୁଁ କଁକ୍ରେ… କଁ… କରୁନ୍ ସାଏର୍ ଯେନ୍ ମୁନୁଷ୍ ଟଙ୍ଗ୍ଟାଙ୍ଗ୍ ହେଇ ଉଠି ପଡ଼ୁଥିଲା, ପହପହନୁଁ କାର୍ତିକ୍ ବୁଡ଼ି ଯାଉଥିଲା, ସୁରୁଜ୍ ଦେବ୍ତାକେ ପାଏନ୍ ଦେଇକରି ଜଳାଞ୍ଜଳି ଦେଉଥିଲା, ବାଏଲ୍ ଥିଁ ଶିବ୍ଲିଙ୍ଗ୍ ଥାପିକରି ପୂଜା କରୁଥିଲା, ରାମାନନ୍ଦି ଟିକା ମାଖିକରି ଭଜନ୍ କୀର୍ତନ୍ କରୁଥିଲା, ଗୀତା ଭାଗ୍ବତ୍ ପଢ଼ୁଥିଲା, ଆଏଜ୍ ଛାଡ଼୍ଖାଇ ଦିନେଁ ତାର୍ ହାତ୍ ଆମର୍ ଗୁଡ଼ା ଭିତର୍କେ ସାଁପ୍ ବାଗିର୍ କଲେଁ କଲେଁ ରଙ୍ଗି ଆଏଲା। ମୁଇଁ ତ ତାର୍ ହାତ୍ ଦେଖିକରିଁ ସର୍ପଟି ଗଲିଁ। ଦଦା, ତୋର୍ ଗୋଡ୍ ଦୁଇଟାକେ ଟପ୍ କରି ବେଟି ନେଇଗଲା। ତୁଇଁ କଁ କଁ କରି ଖାଲି ଫଡ଼୍ଫଡ଼ଉ ଥିଲୁ। ଦୁହି ଡେନାକେ ଧରିକରି ତୋର୍ ପିଠିଁ ଘୁମ୍କାଟେ ଲଦିନେଲା। ତୁଇଁ ସରିଗଲୁ… ଦଦା, ତୁଇଁ ସରିଗଲୁ…।
ତୁଇଁ ଥିଲେଁ ଦେଖିଥିତୁ ଦଦା, ଯେନ୍ ମୁନୁଷ୍ “ଜୀବେ ଦୟା” ବିଷେଥିଁ ଘଣ୍ଟା ଘଣ୍ଟା ପ୍ରବଚନ୍ ଦେଉଥିଲା, ଆମର୍ ଗୁହୁଁ ମାଡ଼ିନେଲେଁ ଯେ ଛାଏଁ ଛି ହେଉଥିଲା, ତାହାକେ ଆଏଜ୍ ତୋର୍ ଶିକାର୍ ତ ଶିକାର୍ ତୋର୍ ଗୋଡ଼୍, ଡେନା, ପୁଟା ଭିଲ୍ ନେଇଁ ପୁର୍ବାର୍। କାର୍ତିକ୍ ମାସେଁ ଯେନ୍ ମୁନୁଷର୍ ମୁହେଁ ଗୀତାର୍ ଅମୃତ୍ ଝରୁଥିଲା, ଯେନ୍ ମୁହେଁ ଭାଗ୍ବତର୍ ମକରନ୍ଦ ରସ୍ ପିଉଥିଲା, ଆଏଜ୍ ସେ ମୁନୁଷ୍ ମହୁଲି ରସ୍ ପିଇକରି ତୋର୍ ଗୋଡ଼୍, ଡେନା ଆରୁ ପୁଟାକେ ଚାଖାନା କରିଛେ ! ଆରୁ କହୁଛେ, ଛାଡ଼୍ଖାଇ ଦିନେଁ ଝୁରି କି ଶିକାର୍ ନେଇଁ ଖାଏଲେଁ ପରେ ଆର ଜନ୍ମେଁ ବଁକ୍ ହେସନ୍। ହେଲେଁ, ଇ ମୁନୁଷ୍ ଜନମ୍ଟା କାଣା ବଁକ୍ ଜନମ୍ ନୁଁ କମ୍ ଆଏ ??
ଦଦା, ମୁନୁଷ୍ମାନେ କହେସନ୍, “ବାର ବଛରର୍ ତପସ୍ଯା ଶୁଖୁଆ ପୁଡ଼ାଥିଁ ଗଲା”। ବଏଲେଁ, ଇ କାର୍ତିକ୍ ମାସର୍ ପାଁଚ୍ ଦିନର୍ ପୁଇନ୍ କାଣା ଛାଡ଼୍ଖାଇଥିଁ ନେଇଁ ଯାଏ ?? ମୁଇଁ ତ ଶୁନିଥିଲିଁ ଦଦା, ଛାଡ୍ଖାଇ ବଏଲେଁ ଗୁଟେ ଖରାପ୍ ଖାଦ୍ଯ ଆଭ୍ଯାସ୍ ଛାଡ଼୍ବାର୍ଟା। ଯେନ୍ତା କି ଭାଙ୍ଗ୍ ଖାଏବାର୍ ଛାଡ଼୍ବାର୍ଟା, ପାନ୍ ଖାଏବାର୍ ଛାଡ଼୍ବାର୍ଟା, ଗୁଟ୍ଖା ଖାଏବାର୍ ଛାଡ଼୍ବାର୍ଟା, ମଦ୍ ଶିକାର୍ ଖାଏବାର୍ ଛାଡ଼୍ବାର୍ଟା, ଗୁଡ଼ାଖୁ କର୍ବାର୍ ଛାଡ଼୍ବାର୍ଟା, ଇନ୍ତା ଅଉର୍ ଅନେକ୍ଟା। ଛାଡ଼୍ଖାଇ ଦିନେଁ ମାହାପୁରୁ ଠାନେଁ କିରିଆ କରି ଇସବୁ ଖରାପ୍ ଜିନିଷ୍ ଖାଏବାର୍ଟା ଛାଡ଼୍ବାର୍କେ ଛାଡ଼୍ଖାଇ ବଲ୍ସନ୍। ହେଲେଁ, ଇନ ତ ସବୁ ଉଲ୍ଟିଆ ହେଉଛେ ଦଦା !
ତୁଇଁ ଥିଲେଁ ଦେଖିଥିତୁ ଦଦା, ଆଏଜ୍ ମୁନୁଷ୍ମାନେ କାଣା କାଣା ଖାଉଛନ୍ ଯେ ! ବୁଢ଼ାମାନେ ସିନେ ଭାଙ୍ଗ୍ ଟିକେ ଖାଉଥିଲେ କି ମଦ୍ ଢୁକେ ପିଉଥିଲେ ; ହେଲେଁ ଆଏଜ୍ କାଏଲ୍ ପିଲାମାନେ ତ କାଣା କାଣା ଖାଉଛନ୍ ଯେ ବୁଝି ନେଇଁ ହେବାର୍। ସେଟା ଖାଏବାର୍ଟା ଆଏ କି ନୁହେସେ ମୁଇଁ ଜାନି ନେଇଁ ପାର୍ବାର୍। ମୁଇଁ ଚରିଗଲା ବେଲେଁ ଗଁତିଆ ଘରର୍ ପିଛାଲ୍ କୁତି ପିଲାଗୁଡ଼ାଦୁ ଗୋଠ୍ ପଡ଼ିଥିଲେ। ପିଲାଗୁଟେ ତ କାଏଁ ସିରପ୍ଟେ ଢକୋ ଢକୋ ପିଇନେଲା ଗୁଟେ ସାହାସେଁ। ଗୁଟେ ପିଲା ତ ଦୁଇଟା ପା’ରୁଟିର୍ ମଝିଁ କ୍ଲିନିକ୍ ପ୍ଲସ୍ ସେମ୍ପୁ ଦେଇ କରିଁ ଗାବ୍ ଗାବ୍ ଖାଉଥିଲା। ଅଉର୍ ଗୁଟେ ପା’ରୁଟି ଭିତିରେଁ ମୁଭ୍ ମଲମ୍ ଦେଇକରିଁ ଖାଉଥିଲା। ମୁଭ୍ ମଲମ୍ ତ ଦିହେଁ କେନ ଟିକେ ଲଗେଇ ନେଲେଁ ହାଓହାଓ କର୍ସି। ପେଟ୍ ଭିତିରେଁ କେନ୍ତା ଲାଗୁଥିବା ଯେ ! କିଏ ଗୁଟେ ତ ସୁଲେସନ୍ କେ ଶୁଙ୍ଘୁଥିଲା ବେଲେଁ ଆର୍ ଗୁଟେ ଇରେଜର୍ କେ ଶୁଙ୍ଘୁଥିଲା। ଯେନ୍ ମୁନୁଷ୍ମାନେ ଖାଦ୍ଯ ଅଖାଦ୍ଯ ଭିତିରେଁ ଫରକ୍ ନେଇଁ ଜାନ୍ବାର୍ ତାଏଲ୍ ସେ ମୁନୁଷ୍ମାନେ ଛାଡ଼୍ଖାଇର୍ ଅର୍ଥ କେନ୍ତା କରି ଜାନ୍ବେ ଦଦା !
ଦଦା, ଆମେ ଭାଗ୍ଯବାନ୍ ଅଉଁ। ହତିଆର୍ ଧାରେଁ ଆମର୍ ଜୀବନ୍ ଯାଏସି। ଆମେ କ୍ଷେତ୍ରୀ ଅଉଁ। ଛେଲ୍, ମେଢ଼ି, କୁକୁରା ଚିମିରା – ଆମେ ସଭେ କ୍ଷେତ୍ରୀ ମରନ୍ ମର୍ସୁଁ। ଆମର୍ ଜୀବନ୍ ପର୍ହର୍ ଲାଗିଁ ଦେସୁଁ। ଆମର୍ ବାଗିର୍ ପୁଇନ୍ ଇ ମୁନୁଷ୍ ଜାଏତ୍ ସାତ୍ ଜନମ୍ ତକ୍ ପାଇ ନେଇଁ ପାରେ। ଦଦା, ଆଏଜ୍ ଛାଡ଼୍ଖାଇ ଆଏ। ମାସେ ପରେଁ ପହିଲ୍ ପୁଷ୍। ତାର୍ ମାସେ ପରେଁ ପୁଷ୍ପୁନି। ମୋର୍ ଲାଗିଁ ଇ ଦୁଇଟା ଲଗନ୍ ଅଛେ।
ତୁଇଁ ଥିଲେଁ ଦେଖିଥିତୁ ଦଦା, ମୁଇଁ ପହିଲ୍ ପୁଷେଁ କି ପୁଷ୍ପୁନିକେ ବୀର୍ଗତି ପାଇଥିତିଁ ଯେ… ! ହେଲେଁ ତୁଇଁ ଚିନ୍ତା ନେଇଁ କର୍ ଦଦା ! ତୋର୍ ପଛେଁ ପଛେଁ ମୁଇଁ ଆସୁଛେଁ। ସର୍ଗେଁ ଭେଟ୍ ପଡ଼ମା।”
– ପ୍ରସନ୍ନ ରଣା