ଦର୍କାର୍ ନେଇଁ ମୋର୍ ରମ୍ଭା, ଉର୍ବସୀ,
ତୁଇଁ ପରେ ମୋର୍ ବଉଲ କଷି,
ଭାବ୍ ନିଆଲି ମୋର୍ ମନର୍ ଜୁଲି,
ହେଇଥାଆ ପଛେ ଚିକିନି-କାଲି,
ଦୁହି ମନ୍ ତାଆ ଲାଗିଥାଉ,
ଧନ ରେ… ତୁଇଁ ମୋର୍ ଆଉ ॥୧॥
ହେଇଥଉ ପଛେ ତୁଲିଆ ଚିରା,
ରାତିଁ ଦିଶୁ ପଛେ ଜନ୍, ତରା,
ସୁନାର୍ ସପନ୍, ସୁଖର୍ ଝୁମୁରା,
ଶୀତ୍ କାକର୍ ବର୍ଷା ଖରା,
ଛିତ୍କା କୁରିଆ ତୁଇଁ ଆଶ୍ରା ଦେଉ,
କୁରିଆ… ତୁଇଁ ମୋର୍ ଆଉ ॥୨॥
ଭାବ୍ ପିର୍ତିର୍ ପହେଲା ଚିନ୍ହାଁ,
ତୋର୍ ବିନା ମତେ ଲାଗ୍ସି ଛିନା,
ନେଇଁ ହେଲେଁ ଭି ଅସଲି ସୁନା,
ପିତଲ୍ ମୁଦି ମୋର୍ ନି ହଏ ଜୁନ୍ହାଁ,
ଯିଏ ଯାହାପଛେ କହେଲେଁ କହୁ,
ମୁଦିରେ… ତୁଇଁ ମୋର୍ ଆଉ ॥୩॥
ତୋର୍ ପାଏନ୍ ପବନ୍ ଦେଇଛେ ବଲ୍,
ତୋର୍ ଶାକ୍-ଡାଲେଁ ବଢ଼ିଛେ ଜାଙ୍ଗଲ୍,
ତୋର୍ ଧୁଲିଁ-ବାଲିଁ ଖେଲିଛେଁ ମୁଇଁ,
ମାଆଁ ବାଗିର୍ ପାଲି-ପୁଷିଛୁ ତୁଇଁ,
ଗୁଗୁଲ୍ଥିଁ ପଛେ ନାଆଁ ନି ଥାଉ,
ଗାଆଁ ରେ… ତୁଇଁ ମୋର୍ ଆଉ ॥୪॥
ଘରେଁ ନେଇଁଥିବା ତିରନ୍ ତଷୁ,
ଗିଜ୍ ବଲୁଥିବା ମେଜେଁ ବସୁ,
ପର୍ହର୍ ଦରବ୍ ନେଇଁ ଦେଖ୍ବୁ ଆଖିଁ,
ପର୍ ଅହଁକାରି ଜନମ୍ ଦୁଖୀ,
ନେଇଁ ମାର୍ବୁ କେଭେଁ ଭାଉ,
ରେ ମନ୍… ତୁଇଁ ମୋର୍ ଆଉ ॥୫॥
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼