କନ୍କନି ଶୀତ୍ ମାଘ୍ ପୁନିକେ
ପଲାଲା ତୁଲିଆ ଚିରି,
ହୁର୍ହୁରି ଧୁକା ଧରି ଆଏଲା
ଫଗୁନ୍ ପହେଲା କରି ॥୧॥
କୁହୁକୁହୁ କରି କୁଇଲି ଗାଏଲା
ବସି ଆମ୍ଗଛର୍ ଡାଲେଁ,
ଡୁହୁଡୁହୁ କଲା ଭମର୍ ବସଲା
ମଲ୍ମଲି ମଲୀ ଫୁଲେଁ ॥୨॥
ରସ୍ରସାଲି ମହୁଲ୍ ପଡ଼ି
ମହମହ ହେଇ ବାସେ,
ଫସ୍ଫସାଲି ଫଲ୍ସା ଫୁଲ୍
ଲାଲ୍ ଟହଟହ ଦିଶେ॥୩॥
ଖର୍ଖରି ଆମ୍ ଗଛେଁ ଆଏଲା
ବଉଲ୍ ଝୁପା ଝୁପା,
ଲଲ୍ଲରି ଗଛେଁ ଗିର୍ଡି ଫୁଲ୍
ଫୁଟୁଲା ଟୁପା ଟୁପା॥୪॥
ଖୁଡ଼୍ଖୁଡ଼ିଆ ଧର୍ତୀ ରାନୀର୍
ଦେହେକେ ଦେଲା ଢାପି,
ରଙ୍ଗ୍ରଙ୍ଗିଆ ଫଗୁ ଆନି
ଫଗୁନ୍ ଦେଲା ଲେପି॥୫॥
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼