ପାପ୍
****
ଦିନାଦୁ ହେଉଛେ ଆମର୍ ପରାର୍ ଭୁଲି କୁକୁର୍ ବନିହାଁଟେ କେଚ୍କେଚା କରୁଛେ। ଆମର୍ ବାଏର୍ ଆଡ଼ର୍ ପୁଆଲ୍ ଗୁର୍ଡାନ ପାଁଚ୍ ପଟ୍ ଛୁଆ କଅଁଲେଇଛେ। ଛୁଆମାନେ ଆଏଁଖ୍ ନୁହେ ଉଗୁରାବାର୍ ତାଏଲ୍। ଆଘୋନୁଁ ଯେନ୍ ଭୁଲି କୁକୁର୍ ଗୁଦୁଲ୍ ଗାଦୁଲ୍ ଦିଶୁଥିଲା, ଛୁଆ କଅଁଲାଲା ଦିନୁଁ ଲଚୋଲାଚୋ ଦିସୁଛେ। ପେଟ୍ ସିଁପୁଟ୍ ସିଁପୁଟ୍ କରୁଛେ। ଛୁଆମାନ୍କୁଁ ଗୁରସ୍ ପିଏଇ ସାଏଲେଁ ଖାଏବାର୍ ଲାଗିଁ ଅଣାଲି ହେସି। ଏଭେଁ ତ କାହାର୍ କାହାର୍ ଘର୍କେ ଭି ସମୁଛେ। ଯେନ୍ଟା ପାଏଲେଁ ବୁହି ଆନୁଛେ। କାହାର୍ କୁକୁରା ଚିଆଁ, କାହାର୍ ମୁର୍ହି ବୁଚ୍କା, କାହାର୍ ବିସ୍କୁଟ୍ ପୁଡ଼ିଆ, ଯେନ୍ଟା ଦେଖେଲେଁ ବୁହି ଆନୁଛେ। ଲୋକ୍ମାନେ ତ ବିତ୍ବିତା ହେଇଗଲେନ।
ଗଲା ରାତିଁ ଆମର୍ ଘରେଁ କୁକୁରା ପଟେ ମରା ହେଇଥିଲା। ଶିକାର୍ ଚୁପିଚୁପା କରିଁ ଘରର୍ ପର୍ଛିନ ଥୁଇନେଲିଁ। ବାବୁର୍ ମାଁ ମସଲା ବାଟି ଯାଇଥିଲା। ପାଏନ୍ଶାଲ୍ ନିକେ ହାତ୍ ଟିକେ ଧୁଇଗଲିଁ। ହାତ୍ ଧୁଇକରିଁ ଯେନ୍ତା ଆଏଲିଁ ଭୁଲି କୁକୁର୍ ଶିକାରେଁ ମୁହୁଁ ଦେଇ ସାରିଥିଲାନ। ମତେ ରିଷିମିଥିଁ ଧର୍ତି ପୁର୍ଥି ନେଇଁ ଦିଶିଲାନ। ଠେଙ୍ଗାଟେ ଧରିକରି କୁକୁରର୍ ପଛେଁ କୁଦାଲି। ହେଲେଁ, ଚାଏର୍ଗୁଡ଼ିଆକେ ଦୁଇଗୁଡ଼ିଆ ପାର୍ବା କାଏଁ ?
ଆଏଜ୍ ସକାଲେଁ କିଏ ଝନେ କହୁଥିଲା, “ଦେଖ୍ ତ ! ହେ ଟାଙ୍ଗର୍ ତଲେଁ ସେ ଭୁଲି କୁକୁର୍ ଛଟ୍ପଟଉଛେ ଯେ ! କିଏ ସିଙ୍ଗିଡାଥିଁ ଥିମେଟ୍ ଭରିକରିଁ ଦେଇ ନେଇଥିଲା ବାଗିର୍ ଲାଗୁଛେ। ତା’ର୍ ମୁହୁଁନୁଁ ତ ଫେପଲ୍ ବାହାରୁଥିଲା। ପିଲାତି କୁକୁର୍କେ ହେଲେଁ ମାର୍ତା ? ପାପ୍ ନେଇଁ ଲାଗେ ?? ତା’ର୍ ଛୁଆମାନେ କେନ୍ତା ଜିଇଁବେ କହତ ???”
ଗୁଟେ କୁକୁର୍ ମରା ପାପର୍ ବୁଝା ମୋର୍ ମୁଡ଼୍ ଉପୁରେଁ ଲଦି ହଉଥିଲା। ଭୁଲିର୍ ମୁହୁଁ ମୋର୍ ଆଗ୍ଆଡ଼େଁ ଦଗୋ ଦଗୋ ଦିଶୁଥିଲା।
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼