~ବାଉରୀ ଜୀବନ~
କେଭର୍ ଜନମେ ପାପ୍ କରିଥିଲି
ନାଆଁ ପାଇଛେଁ ବାଉରୀ,
ଯାହିଁ ଗଲେ ମୁଇଁ ଖେଦି ଆନୁଛନ୍
ସଂସାର୍ ସାରା ଅଏରି।୧।
ଫିକିଲା-ଉଡୁଲା ସାଆଁଟି ଖାଉଛେଁ
ମୋର୍ ନାଇଁ ଘର୍-ଘାଟ୍,
ଖଣେ ଲେଖିରି ତ ବଛର୍ ଡେଗାସି
ନାଇଁ ପିନ୍ଧେ ମୁଇଁ ପାଟ୍।୨।
କାହାର୍ ପିଢାଁଥି ଶୁଇଦେଲେ ମୁଇଁ
ରୁକୁବେ ଆନି ପାଏନ୍,
ଇନ ମରିଛୁରେ କିରେହି ବାଉରୀ
ଲଗେଇ କରି ମାଏନ୍।୩।
ବାଉରୀ ହେଲେ ବି ମୋର୍ ଜୀବନ୍ କେ
କର୍’ସିଁ କେତିନି ଲୋଭ୍,
ହେତିର୍ ଉଧେ ମୁଇଁ ଟହଲୁ ଥିସି
ଭିଡ୍-ଭାଡ୍ ଯେନ ଲୋକ୍।୪।
ଧରମ୍ ଦେବ୍’ତା ହଲେଇ ମାରି ହୋ
ଯେନ୍ତା ଯାଏସି ବୁଡି,
ମତେ ଲାଗୁଥିସି ଝପ୍’ଟି ଆସୁଛେ
କାଲ୍ ରାଏତ୍-ଟେ ମାଡ଼ି।୫।
ବାଟ୍-ଘାଟ ସବୁ ଶୁଇନ୍ ଦିଶିଲେ
ଦେଇ ବସବେ ପହରା,
ଗାଆଁ ଟା ଯାକର୍ ଅନ୍-ମୁନୁଷିଆ
ଚୋର୍,ଠେଁଟିଆ,ଧଙ୍ଗରା।୬।
ଗୁଟ୍ ଗୁଟ୍ କରି ଭୁର୍ତେଇ ଵସବେ
ହଉଥିବେ ଯେ ଆବିରି,
ସତେ ଯେନ୍ତା ମୁଇଁ, ଉତୁରି ଆସିଛେଁ
ସର୍ଗୁ ଗୁଟେ ଅପ୍’ସରି।୭।
ଦିନ୍ ବେଲା ମୁଇଁ ଢୋଡ୍ କୁହା-କୁହା
ରାତି ହଉଥିସି ବାସ୍ନା,
ଖାଏଲା ସମିଆ-କେ ଭୁକେ ରହେସି
ରାତି ଯଚାସନ୍ ଚାଖ୍ନା।୮।
ଅଧା ରାତି ମତେ ଖେଦା କର୍’ସନ୍
ବର୍ହା,କୁର୍ରା ଲେଖେନ୍,
ବୁଲି-କିନ୍ଦିରି ମୁଇଁ ଅନେତ୍ ହେସି
ଯେନ୍ତା ବୁଲ୍’ସି ପେତେନ୍।୯।
ଗାଆଁ ମୁର୍ସାର୍ ବଜାର୍ ଇସ୍କୁଲ୍ କେ
ପାହା ପକାଲେ କି ମୁଇଁ,
ରପ୍’ଟି ଆଏସନ୍ ରାକସ୍ ଯେତେ
ବାପ୍-ପୁଓ ଭାଇ-ଦେଇ।୧୦।
ଘିଚା-ରପ୍’ଟା ଆଉ ଉଣ୍ଡା-ଘେଁସେରା
ସହି ନାଇଁ ପାରେ ମୁଇଁ,
ଗୁଡେ ହାଥେ ମୋର୍ ଉଲେଇ ହେଇତ
ଉଣ୍ଡେଇ ଦେସନ୍ ଭୂଇଁ।୧୧।
ଟଁଢେଇ ଲେଖେନ୍ ମାଡି ବସିକରି
ଚୁହିଦେସନ୍ ରକତ୍,
ଅକ୍ତା ପେଟେ ମୁଇଁ ଅଲାଯିଆଁ ହେଇ
ବୁଡେଇ ଦେସିଁ ଶକତ୍।୧୨।
ଏନ୍ତା କରି ଛାଡି ଯାଏସନ୍ ମୋର୍
ପେଟ୍ ଭିତିରେ ରିମି,
ମୋର୍ ବଲି ଇନ କିଏ ଅଛେ ହେଲେ
ତାହାକେ ଯାଇ କହେମି।୧୩।
ବିନା ଉସୋ-କଷା ବିନା ବଇଦ୍-ଥି
ପେଟେ ବଢୁଥିସି ଛୁଆ,
ଫିର୍-ଭି କହେବେ ସେ ମୁନୁଷ୍ ମାନେ
କେନ୍ତା ସଂସାର୍ ହୋ ବୁଆ।୧୪।
ସତେ ଯେନ୍ତା ମୁଇଁ ମହାଭାରତ୍-ର
କର୍ଣ୍ଣ ଜନମ୍ ଦେଇଛେଁ,
ଛୁଆର୍ ବୁଆ-ଟା କାହାକେ ବାଛିମି
ହୁର୍’ଗୁନି-ଥି ମରୁଛେଁ।୧୫।
କାବା ହେଇକରି ଦେଖି କହୁଥିବେ
ଦେଖ ବାଉରୀ-ର୍ କାମ୍,
କେନୁ ଆସିକରି ଆମର୍ ଗାଆଁ କେ
କରିଦେଲା ବଦନାମ୍।୧୬।
କେଭେଁ ନାଇଁ କହନ୍ ଆମର୍ ପିଲା
ଖେଲ୍ ଖେଲିଛନ୍ ଇଟା,
ପେଟର୍ ଛୁଆର୍ ବୁଆ ଭଦ୍ର ସାଜି
କର୍’ସନ୍ ମରାପିଟା।୧୭।
ଝନେ ହେଲେ ସିନା ନାଆଁ-ଟା କହେମି
ଘଏଁତା-ତ ହୁଦା-ହୁଦା,
ଛୁଆ ମୋର୍ କାହାକେ ବୁଆ ଡାଖ୍’ବା
ଇ ଜବାବ୍ କିଏ ଦେବା।୧୮।
ମୁନୁଷ୍ ହେଇ ଯେ ପଶୁ ଠାନୁ ହୀନ୍,
କରୁଛେ ତାର୍ ଚଲନ୍,
ଧରମ୍ ଦେବ୍’ତା ଭି ସହୁଛେ କେନ୍ତା
ବୁଡ଼େଇ ଦେଇ ଧରମ୍।୧୯।
ଧରମ୍ ଯଦି ଅଛେ ନିଶ୍ଚେ ପାଏବେ
ମୋର୍ ଆଁଖଲର୍ ଧାରେ,
ମାଆଁ-ପୁଓ ଆମର୍ ସାଏପ ପାଇ
ଉହୁଲି ଯିବେ ସଁସାରେ।୨୦।
ପ୍ରଭାକର ଦାଶ
ପାଟଣାଗଡ଼,ବଲାଙ୍ଗିିର