ନିଝା ଝାରେଁ ପଁଡ଼୍କା ପଁଡ଼୍କେନ୍ ବସିଛନ୍ ଖଏର୍ ଗଛ୍ ଉପୁରେଁ। ଯେନ୍ ଦିନୁଁ ଜୁଲି ବାନ୍ଧିଛନ୍ ଘାଏଛନେ ଭିଲ୍ ଛଡ଼ାଛଡ଼ି ନେଇଁ। ସଥେଁ ଯେନ୍ତା ମନ୍କେ ମନ୍ ତାଆ ଲାଗିଯାଇଛେ। ପଁଡ୍କେନ୍ ସିନ୍ଦୁର୍ ମୁହିଁ ବାଗିର୍ ସୁନ୍ଦର୍ ଦିଶୁଛେ। ଆର୍ ଦିନାଦୁ ଗଲେଁ ଖାକେଁକୁଲେଁ ଧର୍ବା। ହେତିର୍ ଲାଗିଁ ପଁଡ଼୍କା ଭିଲ୍ ତାର୍ ସାଙ୍ଗ୍ ଘାଏ ନେଇଁ ଛାଡ଼୍ବାର୍।
ପଁଡ଼୍କା ପଁଡ଼୍କେନ୍ ଡାଙ୍ଗିଖାଡ଼ି ଗୁଟେ ଗୁଟେ ବେଟିକରି ଗୁଡ଼ା ବନେଇ ବସ୍ଲେ। ଦିନାଦୁ ଗଲାକି ପଁଡ଼୍କେନ୍ ଦୁଇଟା ଗରା ପାର୍ଲା। ଗରା ପାରି ସାର୍ଲା କି ଛୁଆକର୍ ମୁହୁଁ ଦେଖ୍ମି ବଲିଁ କେଡ଼େ ଉସତ୍ଥିଁ ଗରାକେ ପେଟେଲେଇ କରି ଉଷୁମେଇ ବସ୍ଲା। ଅଖିଆ ଅପିଆ ରହିକରି ଏକୁଶ୍ ଦିନ୍ ତକ୍ ଗୁଡ଼ା ନେଇଁ ଛାଡ଼୍ଲା। ଏକୁଶ୍ ଦିନ୍ ପରେଁ ଯେନ୍ତା ଗରା ଫୁଟିକରି ଛୁଆ ବାହାର୍ଲେ ପଁଡ଼୍କା ପଁଡ଼୍କେନର୍ ଉସତ୍ କହେଲେଁ ନେଇଁ ସରେ।
ଛୁଆମାନେ ଜଲ୍ଦି ବଢ଼୍ବେ ବଲିକରି ମାହେଜିମୁନୁଷ୍ କଅଁଲ୍ ଚରା ନୁରି ଆନୁଛନ୍। ଛୁଆମାନେଁ ଚିଁ ଚିଁ କରି ଆଁ କରିନେଲେଁ ମାଁବୁଆ ଟପୋ ଟପୋ କରି ଚରାକେ ମୁହୁଁ ଭିତିରେ ଭରି ଦଉଛନ୍। ଛୁଆମାନେ ଆଏଁଖ୍ ଉଗୁରାଲେନ। ଡେନାଥିଁ ପଏଁଖ୍ ଟିକେ ଟିକେ ପାଆଁଲିଲାନ।
ଛୁଆମାନେ ମାଁବୁଆକେ ଦେଖିନେଲେଁ ଖାକ୍ ପିଟିକରି ଏଭେଁ ଆଁ କର୍ସନ୍। ପଁଡ଼୍କା ପଁଡ଼୍କେନ୍ ଛୁଆମାନ୍କର୍ ମୁହେଁ ଆହାର୍ ଟିକେ ଦେଇକରି କେତେନି କେତେ ଉସତ୍।
ଆଏଜ୍ ଛୁଆକର୍ ଲାଗିଁ ପାଶେଁ ଅତରେଁ ଚରା ନେଇଁ ମିଲ୍ଲା। ଚରା ନୁର୍ତେଲ୍ ନୁର୍ତେଲ୍ ପଁଡ଼୍କା ପଁଡ଼୍କେନ୍ ଟିକେ ଦୁରିଆ ପଲେଇଗଲେ। ଚରା ଧରିକରି ଯେନ୍ତା ଗୁଡ଼ା ନିକେ ଆଏଲେ କି ତାଁକର୍ ସର୍ବନା ଶୁଖିଗଲା। ଗୁଡ଼ାଥିଁ ଛୁଆ ଦୁହିଟା ନେଇଁନ। ଦେଖ୍ଲେ, ଧମନା ସାଁପ୍ ପଟେ ଛୁଆ ଦୁହିଟାକେ କପ୍ଲେଇ କରିଁ ଖଏର୍ ଗଛ୍ ଉପୁରୁଁ ରଙ୍ଗି ଅଉଛେ ତଲ୍କେ। ପଁଡ଼୍କା ପଁଡ଼୍କେନ୍ କାନ୍ଦି ପକାଲେ। ଫଡ୍ଫଡ଼େଇ କରି ଇ ଡାଲୁଁ ସେ ଡାଲ୍ ହେଲେ। ପଁଡ଼୍କେନ୍ କାନ୍ଦି କାନ୍ଦି ଗୁଗଉ ଥିଲା, କୁକୁ କୁଁ… କୁକୁ କୁଁ…।
ପଁଡ୍କେନ୍ ଖୁଆପିଆ ଛାଡ଼ିଦେଲାନ ଛୁଆମାନକୁଁ ଝୁରିଝୁରି। ଗୁଡ଼ାଥିଁ ଶୁଇଛେ ଖାଲି। ରୁସ୍ ରୁସ୍ କାନ୍ଦୁଛେ। ଯେତେ ହେଲେଁ ଭିଲ୍ ମାଆଁର୍ ମନ୍ ତ ! ସହଜେଁ ବୁଝୁବା କାଏଁ ! ହେଲେଁ, ପଁଡ଼୍କା ବିଚିରା ଦମ୍ ଧରିଛେ ଛାତିଥିଁ ପଥର୍ ଲଦିକରିଁ। ପଁଡ୍କେନର ମନ୍କେ ଭୁର୍ତାବାର୍ ଲାଗିଁ ପଁଡ଼୍କାର୍ ସାହାସ୍ ନେଇଁ ହେବାର୍। ତଥାପି ଭିଲ୍ ପଁଡ୍କେନ୍କେ ପଁଡ଼୍କା କହେଲା, “ହଏଗା… ! ଶୁନୁଛୁ… ! ତୁଇଁ ଇନ୍ତା ହେବୁ ବଏଲେଁ କେନ୍ତା ହେବା କହତ ? କାଣା ଯୁଉଡ଼େ ଖାଇପକା ତ !”
– “କାଏଁ ମୁହେଁ ମୁଇଁ ଖାଏମି କହ ତ ? ଯେନ୍ମାନ୍କର୍ ମୁହୁଁ ଦେଖିନେଲେ ଆମର୍ ପେଟ୍ ପୁରି ଯଉଥିଲା, ତାଁକର୍ ବିନେ ମୁହୁଁକେ କେନ୍ତା କରି ଗର୍ସା ଯିବା କହତ ?”
– “ଯାହାହେଲେଁ ଭିଲ୍ ଦେହେ ତ ଧର୍ବାର୍କେ ପଡ଼୍ବା ଗା ! ଜୀବନ୍ ତ ଜୀବନ୍ ଆଏ ନି ?”
– “କେତେ ଥର୍ ଆରୁ ଦମ୍ ଧର୍ମି ? ଗଲା ଥର ହେନ୍ତା ଛୁଆମାନ୍କୁଁ ଶବର୍ ଗୁଟେ ଫାନେଁ ଲଗେଇ କରି ନେଇଗଲା। ତାର୍ ଆଗର୍ ଥର ଯେନ୍ ଗଛେଁ ଗୁଡ଼ା ବନେଇଥିଲାଁ ସେ ଗଛ୍କେ କିଏ ଝନେ କାଟିନେଲା ଯେ, ଉଷୁମାଲା ଗରା ଦୁହିଟା ଫାଟିଗଲା ଗଛ୍ ସାଙ୍ଗେଁ ପଡ଼ିକରିଁ। ଲଲ୍ହା ମୁନୁଷର୍ ଡର୍ହେ ଇ ଥର ଝାର୍ ଭିତିରେଁ ଗୁଡ଼ାଟେ କରିଥିଲାଁ ଯେ, ଛୁଆମାନେ ସାଁପର୍ ଆହର୍ ହେଇଗଲେ। ଅଉର୍ କେତେ ଦମ୍ ଧର୍ମି କହତ?”
– “ବୁହିଗଲା ପାଏନ୍, ସରିଗଲା କଥା। ବୁଝ୍ଲୁ କେଁ ? ଯେନ୍ଟା ସରିଗଲା ହେଟାକେ ହେତେଇ କରିଁ ଲାଭ୍ ନେଇଁ। ଗଲାକଥାକେ ଛାଡ଼୍। ଆଶାଥିଁ ଜୀବନ୍ ଜୀଇଁ ହେସି। ତୁଇଁ ଉଠ୍ ତ ! ଉଠ୍।”
– “ତୁମର୍ କଥା କେଭେଁ ଅମାନ୍ତି କରିଛେଁ କେଁ ?” ଗୁଡ଼ାନୁଁ ଉଠ୍ଲା ପଁଡ଼୍କେନ୍।
ଏଭେଁ ପଁଡ୍କା ପଁଡ଼୍କେନ୍ ଗୁଟେ ନୂଆଁ ଗୁଡ଼ା ବନାବାର୍ ଲାଗିଁ ଫେର୍ ଡାଙ୍ଗିଖାଡ଼ି ଦୁହାରି ବସ୍ଲେନ।
– ପ୍ରସନ୍ନ ରଣା