ଟାଏଁ ଟାଏଁ ଟାଏଁ ବଢ଼୍ଲା ଖରା
ଆଏଲା ବୈଶାଖ୍ ମାସ୍,
ମହ ମହ ମହ ଝାର୍ ପତରା
ମତାଲା ମହୁଲର୍ ବାସ୍।
ଦଅଁ ଦଅଁ ଦଅଁ ପୁଡ଼୍ଲା ଡଙ୍ଗର୍
ଲାଗାଲା ମାକର୍ ବିହା,
ଶହ ଶହ ଶହ ଝାରର୍ ଜଁତୁ
ଦେଖିଁ ହେଲେ ଅଚାବୁହା।
ଚଅଁ ଚଅଁ ଚଅଁ ଶୁଖୁଲା ବନ୍ଧ୍
ଶୁଖିଗଲା ମୁଡ଼ା, କଁଟା,
ଫାଏଁ ଫାଏଁ ଫାଏଁ ବୁଲାଲା ମୁଡ଼୍
ମୁହୁଁ ହେଲା ଅଠା ଅଠା।
ଚଟ୍ ଚଟ୍ ଚଟ୍ ସବୁ ବାଟ୍ଘାଟ୍
ପାଦେଁ ପିନ୍ଧିଥା ଛିପିଲି,
ଧାଇଁ ଧାଇଁ ଧାଇଁ ଢୁଡ଼୍କି ଚୁଆଁନ
ଗାଧିନେ ଉଧୁଲି ଉଧୁଲି।
ଗଅଁ ଗଅଁ ଗଅଁ ଝଉ ସୁର୍ଲା
ସିଝିଯିବା କାନ୍ପଟି,
ପଲୋ ପଲୋ ପଲୋ ବାସିଗୁଡ଼ାଦୁ
ଖାଇଥା ଆମୁଲ୍ ଚାଟି।
ଟିଙ୍ଗ୍ ଟିଙ୍ଗ୍ ଟିଙ୍ଗ୍ ଟିଙ୍ଗାଲି ମାରି
ନାଇଁ ବାହାର ଘରୁଁ,
ଡିଙ୍ଗ୍ ଡିଙ୍ଗ୍ ଡିଙ୍ଗ୍ ବୁଲ୍ବୁ ନାଇଁ
ପିଇକରି ନିଶା, ଦାରୁ।
ଚାଏଁ ଚାଏଁ ଚାଏଁ ମାଟିର୍ ଢବା
ଭିତିରେଁ ଥିବୁ ରହି,
ଝାଏଁ ଝାଏଁ ଝାଏଁ ଝଉ ଚଟ୍କନ୍
ଖାଏବୁ ବୁଲ୍ଲେଁ ଭାଇ।
ଢକୋ ଢକୋ ଢକୋ ପିଇ ପକାବୁ
ଦହି, ସର୍ବତ୍, ପନା,
ଚାଟି ଚାଟି ଚାଟି ଆମ୍ ଚଟନି
ଖାଏବୁ ଗିନା ଗିନା।
ଘମ୍ ଘମ୍ ଘମ୍ ଗହଦି ଗଲେଁ
ହେବୁ ଧୁକୁନା ଧୁକି,
ଖଁଣ୍ ଖଁଣ୍ ଖଁଣ୍ ତର୍ଭୁଜ୍, କାଁକେର୍
ଖାଏବୁ କାଟି ଚକି।
ଡାଓ ଡାଓ ଡାଓ ବୈଶାଖ୍ ଝାଞ୍ଜି
କଲେଁ ଭି ଡହକ୍ବିକଲ୍,
ଘିର୍ ଘିର୍ ଘିର୍ ଋତୁର୍ ଚକରେଁ
ବୈଶାଖ୍ ମାସ୍ ଅସଲ୍।
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼
ମୋ.- ୯୦୭୮୯୯୭୫୯୦