- ଭକୁଆ
*****
ଦିନେ ଲଙ୍କାପତି ମାରୀଚର୍ ଆଗ୍କୁତି
ଯାଇକରି ହେଲା ଠିଆ,
କହେଲା ଯେନ୍ କଥା ଘୁରିଯିବା ମଥା
ମାରୀଚ୍ ହାରିନେଲା ହିଆ॥୧॥
ବଏଲା, “ରେ ମାରିଚ୍! ନେଇଁକର୍ ଖିଚ୍ପିଚ୍
ସିଧା ଚାଲ୍ ପଞ୍ଚବଟୀ,
ରାମ୍ ଲଏଖନ୍ ବଏରି ସାଜିଛନ୍
ସୂର୍ପଣଖାର୍ ନାକ୍ କାଟି॥୨॥
ଯୁଧ କରି ଭୀଷଣ୍ ମାରି ଖର୍,ଦୂଷଣ୍
କରୁଅଛନ୍ ବିତ୍ବିତା,
ଅଯୋଧ୍ୟାନୁଁ ଆସି ଦୁହି ବନ୍ବାସୀ
ସାଙ୍ଗେଁ ଧରି ସୁନ୍ଦ୍ରୀ ସୀତା॥୩॥
ମାୟାବିଦ୍ୟା ବଲେଁ ଅବା କଲେଁ ଛଲେଁ
ତୁଇଁ ଅଉ ଜଗତ୍ଜିତା,
ମୋର୍ ବୋଲ୍ ମାନି ଗଲେଁ ଇହାଛିନି
ଚୁରେଇ ଆନ୍ତିଁ ସୀତା”॥୪॥
କଥା ଶୁନି ମାରୀଚ୍ ହେଲା ଆଶିରିଚ୍
ବଏଲା, “ହେ ଲଙ୍କାପତି!
କଲ୍ ଛଲ୍ କବାର୍ ମାୟାବିଦ୍ୟାର୍ ବେଭାର୍
ଛାଡ଼ି ହେଲିଁ ମହାଯତି॥୫॥
ରାମ୍କେ ଭାବୁ ହୀନ୍ ଅଏନ୍ କରି ଚିନ୍
ନରରୂପୀ ନାରାୟଣ୍
ଜଗତ୍ମାତା ସୀତା ଲଙ୍କାର୍ ଲାଗିଁ ଚିତା
ତାଁକର୍ ପାଦେଁ ଯା’ ଶରଣ୍”॥୬॥
ଇନ୍ଦର୍ଜିତର୍ ବୁଆ ଆଏଁଖ୍ ଢିଆଢିଆ
କରି ବଏଲା, “ରେ ମୂରୁଖ୍!
ମାନ୍ଲେଁ ମୋର୍ କଥା ରହେବା ତୋର୍ ମଥା
ପାଏବୁ ପରମ୍ ସୁଖ୍॥୭॥
କଥା କଲେଁ ନାସ୍ତି ପାଏବୁ ନିଶ୍ଚେ ଶାସ୍ତି
ନେଇଁ ଭାବ୍ ଦୁସୁରା କିଛି,
ମର୍ବୁ ରାମର୍ ହାତେଁ ଅବା ମୋର୍ ହାତେଁ
ଗୁଟେକେ ନେ ତୁଇଁ ବାଛି”॥୮॥
ମାରୀଚ୍ ଧୁକୁର୍ପୁଚୁର୍ ହେଲା ଭାଜୁର୍କୁଟୁର୍
ଫୁକୁର୍ଫୁକୁର୍ ହେଲା ଛାତି,
ମଲେଁ ରାବଣ୍ ହାତେଁ ପଡ଼୍ମି ନିନ୍ଦାଗତେଁ
ରାମର୍ ହାତେଁ ବୀର୍ଗତି॥୯॥
ଅର୍କଲେଁ ପଡ଼ି ମାରୀଚ୍ ହାତ୍ଯୁଡ଼ି
ବଏଲା, “ହେ ଲଙ୍କାପତି,
ପୁଷ୍ପକ ବିମାନେ ପଞ୍ଚବଟୀ ବନେ
ପହଁଚିମା ଚାଲ ତୁର୍ତି”॥୧୦॥
ରାବଣ୍ ହରଷ୍ ମନେଁ ପୁଷ୍ପକ୍ ବିମାନେ
ମାରୀଚ୍ ସାଙ୍ଗେଁ ଯାଇକରି,
ଡାଲ୍ କୁରିଆ ଦେଖି ଗୁଛାତଲେଁ ଲୁକି
ଦେଖୁଥିଲା ଜୁହା ମାରି॥୧୧॥
ଗୁଛା ତଲ୍କେ ଢୁକି ମାୟା ମନ୍ତର୍ ଫୁକି
ସୁନାର୍ ମୁର୍ଗ ରୂପ୍ ଧରି,
ମାରୀଚ୍ ଉତ୍କି ଉତ୍କି ଫାରସ୍ କଲା ଯେତ୍କି
ଆସିଛେ କେଁ ଲଟା ଚରି॥୧୨॥
ସୁନାର ମୁର୍ଗୁଣୀ ଦେଖି ରାମାମଣି
ରାମ୍କେ କହେଲେ ଗେଲେଁ,
“ଦେଖ ରଘୁମଣି ଚରୁଛେ ମୁର୍ଗୁଣୀ
ଧରି ଆନିଦେତ ବେଲେଁ॥୧୩॥
କେତେ ଉସତ୍ ହେତିଁ ପାଲିପୁଷି ରଖ୍ତିଁ
ଘୁଲ୍ଘୁଲା ବାନ୍ଧି ତା’ର୍ ଗୁଡ଼େଁ,
ବନ୍ବାସ୍ ସାରି ଘର୍କେ ଗଲେଁ ଫିରି
ବୁଲାତିଁ ଅଯୋଧ୍ୟା ଗଡ଼େଁ”॥୧୪॥
ଜାନକୀର୍ ଅର୍ଦଲି ନେଇଁ ପାର୍ଲେ ଟାଲି
ରାଘବ କୋଦଣ୍ଡଧାରୀ,
ଦୁଆରେଁ ଜୁଗେଇ ଲଏଖନ ଭାଇ
ରାମ୍ ଗଲେ ମୁର୍ଗ ଧରି॥୧୫॥
ମୁର୍ଗର୍ ପୁଛ୍କୁତି ଧାଇଁ ରଘୁପତି
ନିଝା ଝାରେଁ ଗଲେ ଢୁକି,
ମୁର୍ଗ କେତେବେଲେଁ ଦେଖା ଦେଉଥିଲେଁ
କେତେବେଲେଁ ଦିଏ ଲୁକି॥୧୬॥
ଧଏନ୍ ଧଏନ୍ ମାରୀଚ୍ କେଡ଼େ ଆଶିରିଚ୍!
ଭକ୍ତର୍ ପଛେଁ ମହାପୁରୁ,
ଧର୍ମି ଅଙ୍ଗାକରି ଭକତ୍କେ ମୋହରି
ବଲିଁ ଦୌଡ଼ୁଅଛନ୍ ଧୁରୁଁ॥୧୭॥
ଭକ୍ତ ଭଗବାନର୍ ମଝିଁ କିହେ ନେଇଁ
ମଝିଁ ଅଛେ ବଲିଁ ଶର୍,
ଲୋଭ୍,ମୋହ୍,ମାୟା ଦିରିପ୍ ଛାଡ଼ିକରି
ପଲେଇଛନ୍ ଟର୍ଟର୍॥୧୮॥
ବିତ୍ବିତା ହେଇ ଶେଷେଁ ରଘୁସାଇଁ
କାଁଣ୍ ଗୁଟେ ଦେଲେ ଛାଡ଼ି,
ଗୁର୍ମୁସେହି ହେଇ ମୁର୍ଗ ପଡ଼୍ଲା ଯାଇ
ଖଁଡ଼େଧୁରେଁ ମୁହୁଁମାଡ଼ି॥୧୯॥
ମୁର୍ଗ ରୂପ୍ ଛାଡ଼ି ମୁନୁଷ୍ ରୂପେଁ ପଡ଼ି
ତଲେଁ ଗଡ଼୍ଗଡ଼ି ଗଡ଼୍ଗଡ଼ି,
“ତ୍ରାହି ଲଏଖନ… ତ୍ରାହି ଲଏଖନ…”
ମଲାବେଲେଁ ଦେଲା ରଡ଼ି॥୨୦॥
ଜୀବନର୍ ଆକୁଲେଁ ପରାନ୍ ଗଲାବେଲେଁ
ଡାକିଥିଲେଁ ରାମ୍ ରାମ୍,
ମତେ ସତ୍ ତତେ ମିଛ୍ ରେ ଭକୁଆ ମାରୀଚ୍
ପାଇଥିତୁ ବୈକୁଁଠ୍ଧାମ୍॥୨୧॥
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼