ରାଏଜ୍ ଭାଗ୍ବଁଟା କରି ଭିନେବଁଟା
ହେଲେ କୌରବ୍ ଆରୁ ପାଣ୍ଡବ୍,
କୌରବ୍ମାନେ ନେଲେ ହସ୍ତିନାପୁରୀକେ
ପାଣ୍ଡବ୍ମାନେ ନେଲେ ଖାଣ୍ଡବ୍॥୧॥
କୌରବ୍ମାନେ ପାଏଲେ ଗୁଦାଲି ଆମ୍କେ
ପାଣ୍ଡବ୍ମାନେ ଧର୍ଲେ ଟାଁକୋ,
କମିହାଁ ଲୋକ୍କେ ଠୁଟି ଟାଙ୍ଗର୍ ଦେଲେଁ
ବନେଇ ପାର୍ସି ନୁକୋ॥୨॥
ଭୀମ୍, ଅର୍ଜୁନ୍, ନକୁଲ୍,ସହଦେବ୍
ଯୁଧିଷ୍ଠିର୍ ପଛେଁ ଯାଇ,
ବାଟ୍ କଢ଼ଉଥିଲେ କୁଷ୍ଟଁ,ବଲରାମ୍
ମାମୁଁର୍ ପୁଓ ଦୁହି ଭାଇ॥୩॥
ପଁଚୁ ପାଣ୍ଡବ୍ମାନେ ଯାଇ ଖାଣ୍ଡବ୍ ବନେଁ
ପହଁଚିଲେ ତତାପନା,
ହାତ୍-ହତିଆର୍ ଧରି କଲେ କବାର୍
ଯାହାର୍ ବୁତେଁ ହେସି ଯାଣା॥୪॥
ନକୁଲ୍, ସହଦେବ୍ ଗୁଛା କାଟିନେଲେ
ଅର୍ଜୁନ୍ ଧରାଲେ ଦାଁ,
ଭୀମ୍ସେନର୍ ପଥର୍ ଟଡ଼ା ଦେଖିକରି
ଯୁଧିଷ୍ଠିର୍ କଲେଁ ଆଁ॥୫॥
ଧରି ହଲ୍ ନଙ୍ଗଲ୍ ଜୁତିନେଲେ ତଲ୍
ମହାବଳୀ ବଲରାମ୍,
ଖାଣ୍ଡବ୍ ହେଲା ପଦା ଭୀମ୍ ବୁଲେଇ ଗଦା
କରିଦେଲେ ସମ୍ସାମ୍॥୬॥
କୁଷ୍ଟଁ ଡାକିକରି ବିଶ୍କର୍ମା ମିସ୍ତିରି
ବଏଲେ, “ହେ ବାସ୍ତୁପତି!
ଯେନ୍ତା ଇନ୍ଦ୍ରପୁରୀ ହେନ୍ତାଟେ ନଗରୀ
ଗଢ଼ିଦିଅ ମହାମତି”॥୭॥
କର୍ନୀ ହାତେଁ ଧରି ବିଶ୍କର୍ମା ମିସ୍ତିରି
ବନାଲେ ଖାଣ୍ଡବପ୍ରସ୍ଥ,
ଇନ୍ଦ୍ରପୁରୀ ବାଗିର୍ ସୁନ୍ଦର୍ ଦିଶେ ବଲିଁ
ନାଆଁ ହେଲା ଇନ୍ଦ୍ରପ୍ରସ୍ଥ॥୮॥
ଯେତେ ବନ୍ଧୁବାନ୍ଧବ୍ ଜମେଇ ପାଣ୍ଡବ୍
ଘର୍କେ ପଦିଷ୍ଟା କରି,
ଯୁଧିଷ୍ଠିର୍ ରଜା ପାଲ୍ଲେ ପର୍ଜା
ଇନ୍ଦ୍ରପ୍ରସ୍ଥର୍ ବଢ଼େ ଶିରୀ॥୯॥
ଦୁର୍ଯୋଧନ୍ ଦିନେ ଗହଗହ ମନେଁ
ଆଏଲା କୁନୁଆଁ ଘର୍,
ଇନ୍ଦ୍ରପ୍ରସ୍ଥର୍ ଶୁଭା ଦେଖି ହେଲା କାବା
ଛାତି କଲା ଟିକେ ସର୍॥୧୦॥
କେତେ ହୀରାନୀଳା ହେଇଛେ ତ ଝୁଲା
ଉବାଗର୍ ଦିଶେ ମହଲ୍,
ସୁନାର୍ ପଲସ୍ତରା ତହିଁ ରୂପାର୍ ଫେରା
ମହଲ୍ କରେ ଝଲ୍ମଲ୍॥୧୧॥
କେନ୍ଟା କାଁଥି କେନ୍ଟା ବାଟ୍
ନେଇଁ ପଡ଼ୁଛେ ତ ଜନା,
କାଁଥି ଭିତ୍ରେଁ ଦାସୀ ଯଉଛେ ତ ପଶି
ଦେଖି ଦୁର୍ଯୋଧନ୍ ବନା॥୧୨॥
ମେଲା ଦୁଆର୍ବନ୍ ଭାବିଁ ଦୁର୍ଯୋଧନ୍
ଦେଖେଲା ଯେନ୍ତା ଡୁଙ୍ଗି,
ନାକ୍ସୁରିଆ ବାଜାଲା କାଁଥି
ଥୁତୁନା ଗଲା ଭାଙ୍ଗି॥୧୩॥
ଦିଶେ ଝଲ୍ମଲ୍ ପର୍ଛି ତଲ୍
ଦୁର୍ଯୋଧନ୍ ଅକାବକା,
କେନ୍ଟା ଢିପ୍ କେନ୍ଟା ଖାଲ୍
ନାଇଁ ଜାନିହେବାର୍ ଏକା॥୧୪॥
ଦୁର୍ଯୋଧନ୍କେ ଦେଖି ଦାସୀ ଗୁଟେ ଛେକି
ବଏଲା ହେ ଯୁବରାଜ୍ !
ଦେଖ କରି ଅଏନ୍ ଆଗ୍କେ ଅଛେ ପାଏନ୍
ହିଟିପଡ଼୍ବ ରଜ୍ରାଜ୍॥୧୫॥
ଶୁନି ଦାସୀର୍ କଥା ଧୁତରାଷ୍ଟର୍ ପୁତା
ଗିଜେଁ ପୁଛିଁ ଗଲା ବଢ଼ି,
ନେଇଁ ପାର୍ଲା ଜାନି ବେଁକେ ଗୁହେର୍ ପାନି
ଟପୋକରି ଗଲା ବୁଡ଼ି॥୧୬॥
ନାକେଁ ପାଏନ୍ ଢୁକି ଖାଁସାଲା ସଁଟ୍କି
ଭିଜିଗଲା ଧୁତିପଟା,
ସିଆନ୍ ସୁଜନ୍ କଥା ନେଇଁ ମାନ୍ଲେଁ ପୁତା
ନିଶ୍ଚେ ହେବୁ ହଟ୍ହଟା॥୧୭॥
ଜଗ୍ତି ଉପୁରେଁ କେନ୍ତା ବତରେଁ
ଦୁର୍ପଦୀ ଥିଲା ବସି,
ମାନୀ ଦୁର୍ଯୋଧନର୍ ଗତିରୂପ ଦେଖି
ଖଦ୍ଖଦାନୁ ଦେଲା ହଁସି॥୧୮॥
“ଅନ୍ଧାର୍ ପୁଓ ଅନ୍ଧା” ବଲିଁ ଯୋଜନ୍ଗନ୍ଧା
ମାରିନେଲା ଟପାଗୁଲି,
କୁନୁଆଁକେ କେନ୍ତା କର୍ସନ୍ ମାଏନ୍ତା
ଦୁର୍ପଦୀ କେଁ ଗଲା ଭୁଲି॥୧୯॥
ମୁହେଁ ଘୁରେନ୍ ବତା ନେଇଁ ଦେଇ କଥା
କହିନେଲା ଦୁର୍ପଦୀ,
ଦୁର୍ଯୋଧନର୍ ଛାତି ହେଲା କେଁ କର୍ତି
ଶର୍ ବାଗିର୍ ଗଲା ଭେଦି॥୨୦॥
ଦୁର୍ଯୋଧନର୍ ଦିହେଁ ଭରିଦେଲୁ କାଏଁ
ଅପମାନର୍ ଥୁଆପୁଞ୍ଜି,
କହ ଯାଜ୍ଞସେନୀ ବୁନିଦେଲୁ କି ନି
ମହାଭାରତର୍ ମୂଲ୍ ମଞ୍ଜି॥୨୧॥
ଅପମାନର୍ ଜୁଏ ନେଇଁ ଲିଭିଯାଏ
ମସରି କୁହୁଲୁ ଥିସି,
ପ୍ରତିଶୋଧର୍ ଘି’ ଢାଲିନେଲେଁ ତେହିଁ
ବୁଧି, ବିବେକ୍ ନାଶ୍ ହେସି॥୨୨॥
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼