ହରିଶ୍ଚନ୍ଦର୍ ରଜା ପାଲୁଥିଲେ ପର୍ଜା
ମହାମନା ମହାଦାନୀ,
ରଖି ଦୁଖୀର୍ ମାନ୍ ଦେଉଥିଲେ ଦାନ୍
ମଗ୍ତିରିର୍ ମନ୍ ଜାନି।
ଅକାଲେଁ ବିକାଲେଁ ଯେ’ ଯେତେବେଲେଁ
ଗୋଡ଼୍ ଭାଙ୍ଗି ହେଲେଁ ଠିଆ,
ଖାଲି ହାତେଁ କେହି ବିନା ଦାନ୍ ନେଇ
ନେଇଁ ଫିରନ୍ ପରେ ବୁଆ !
ଧାନ୍ ଟୁପା ଟୁପା ଅବା ସୁନା ରୂପା
ଅରନ୍ ବସ୍ତର୍ ଧନ୍,
ମାଗିଛେ ଯେ ଯାହା ପାଇଛେ ସେ ତାହା
ପୂରିଛେ ମଗ୍ତିରିର୍ ମନ୍।
କେତେ ଯୁଗୀ ଋଷି ବାହ୍ମନ୍ ସନ୍ନ୍ୟାସୀ
ଦେବ୍ ଦାନବ୍ ଇନ୍ଦର୍ ଚନ୍ଦର୍,
ସଭେ ଛିନି ଦାନ୍ କଲେ ଗୁଣ୍ ଗାନ୍
ଦାନ୍ବୀର୍ ହରିଶ୍ଚନ୍ଦର୍।
ମନ୍ତ୍ରୀ ଦେଖୁଥିଲେ ଦାନ୍ ଦେଲାବେଲେ
ରଜା କରି ମୁଡ଼୍ ତଲ୍,
ଦେଉଥିଲେ ଦାନ୍ ସୁନା ରୂପା ଧାନ୍
ପାଉଥିଲେ ପୁଇନ୍ ଫଲ୍।
ହାତ୍ କରି ଖୁଲା ହୁରୁଦ୍ କରି ମେଲା
ଦାନ୍ ଦେସନ୍ ହାତ୍ ଟେକି,
ମଗ୍ତିରିର୍ ମୁହୁଁ ନାଇଁ ଦେଖନ୍ ମୁଲ୍ହୁଁ
ମୁଡ଼୍ ରଖିଥିସନ୍ ଜାକି।
ଦାନ୍ ଦିଏ ହାତ୍ ଦାନ୍ ନିଏ ହାତ୍
ଆଏଁଖ୍ କେଭେଁ ଦେଖେ ନାଇଁ,
କେନ୍ତା ସେ ଦାତା କେନ୍ତା ଗ୍ରହୀତା
ନାଇଁ ଜାନିହେବାର୍ ଭାଇ !
ହାତ୍ ଯୁଡ଼ିକରି କହେଲେ ମନ୍ତିରୀ,
“ରହେତା ବଏଲେଁ ମଥା,
ଦୋଷ୍ ହେଲେଁ କ୍ଷମା କର୍ବେ ମଣିମା
ପଚରାତିଁ ଗୁଟେ କଥା।”
ହେଇ ଗହଗହ ବଏଲେ କହକହ
ହରିଶ୍ଚନ୍ଦର୍ ମହାମନା,
“କେନ୍ କଥା ଗୁନି ହେଉଛ ହୁର୍ଗୁନି
ଖୁଲି କହ କଥା କାଣା ?”
ମନ୍ତ୍ରୀ ହେଇ ଖୁସି ପଚରାଲେ ହସି
“ନେଇଁ ହେଉଛେ ତ ଜାନି,
କାଣା ଭାବିକରି ମୁଡ଼୍ ଗାଡ଼ିକରି
ଦାନ୍ ଦେସ ମହାଦାନୀ ?”
ମୁଲୁର୍ ମୁଲୁର୍ ହଁସି ବଏଲେ ସୂର୍ଯ୍ୟବଂଶୀ,
“ମୋର୍ କଥା ପଦେ ଶୁନ,
ଦାନ୍ବୀର୍ ରଜା ବଲିଁ ଉଡ଼େ ଧଜା
ଚାର୍ହିଦିଗେଁ ରାତିଦିନ।
ମୁଇଁ ହରିଶ୍ଚନ୍ଦର୍ ଉଧା ଆଏଁ ମାତର୍
ଦେନାବାଲା ଦାନ୍ ଦେଉଛେ,
ସବୁ ଉପର୍ବାଲା ତାର୍ ଲୀଲାଖେଲା
ମୋର୍ ଖାଲି ନାଁ ହେଉଛେ।
ଉପୁରର୍ ଦାନ୍କେ ଲହଁପେଇ ତଲ୍କେ
ଦେଲେଁ ନାଇଁ ହୁଅନ୍ ଦାନୀ,
ବିନ୍ ମେଘେଁ ପାଏନ୍ ଛିନିକରିଁ ଛାଏନ୍
ଦେଇଛେ କେଁ ତଲ୍କେ ଆନି ?
ଯଦି ଉପର୍ବାଲା ମୋର୍ ହାତେଁ ଦେଲା
ମୁଇଁ କାଏଁ ଦାନ୍ବୀର୍,
ପର୍ଷନିଆକେ କଲେଁ ପର୍ଶଁସା
ଟେକି ପାର୍ବା କାଏଁ ଶିର୍ ?
କିଏ ଦିଏ ଦାନ୍ କାହାର୍ ବଢ଼େ ମାନ୍
ସବୁ ଦେଖୁଅଛେ ଧରମ୍,
ଯେଭେଁ ଦାନ୍ ଦେସିଁ ମୁଡ଼୍ ଗାଡ଼ିନେସିଁ
ଲାଗୁଥିସି ମତେ ସରମ୍,
ଲାଗୁଥିସି ବଢ଼େ ସରମ୍।”
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼
ମୋ.- ୯୦୭୮୯୯୭୫୯୦