ଦେଖ ଦେଖ ଦେଖ ମାଧୋ ସିଂହ୍ ହୋ
ସିଂଘୋଡ଼ା ଘାଟିନ ଥାଇ,
ଛେକ ଛେକ ଛେକ ଗୁରା ପଲ୍ଟନ୍
ଭିତର୍କେ ଆସୁଛେ ଧାଇଁ।
ମାର ମାର ମାର ଗୁରା ସିପାହୀକୁଁ
ସୁରେନ୍ଦର୍ ଦେଲେ ହାକି,
ଜୁହି ଜୁହି ଜୁହି ଜଙ୍ଗଲେଁ ମାଧୋ
ଗୁରାକୁଁ ରହେଲେ ଟାକି।
ଚଢି଼ ଚଢ଼ି ଚଢ଼ି ଗୁରା ପଲ୍ଟନ୍
ସାଁକୁର୍ ଘାଟୀକେ ଆସି,
ଫସି ଫସି ଫସି ମାଧୋ ସିଂହର୍
ହାବ୍ଡ଼େଁ ଗଲେ ଫସି।
କାଟ କାଟ କାଟ ବଲିଁ ଠାରି ନେଲେ
ପଖନ୍ ବନ୍ଧା ମସାନ୍ ଲହ,
ଘଡ଼ ଘଡ଼ ଘଡ଼ ଘୁଡ଼୍ଘୁଡ଼ି ଆଏଲା
ଦଲିଦେଲା ଶହଶହ।
ଶହ ଶହ ଶହ ଗୁରା ପଲ୍ଟନ୍
ଧରିଥିଲେଁ ଭି ବନ୍ଦୁକ୍,
ମାଧୋ ସିଂହର୍ “ଗରିଲା” ଯୁଧେଁ
ଗିଲି ନେଇଁ ପାର୍ଲେ ଥୁକ୍।
– ପ୍ରସନ୍ନ ରଣା