ଆଏଜ୍ ଦୁଇ ବଛର୍ ଉତାରୁଁ ଇସ୍କୁଲ୍ ଖୁଲିଛେ। ଗଲା ଦୁଇ ବଛର୍ କରୋନା ଲାଗିଁ ଇସ୍କୁଲ୍ ବନ୍ଦ୍ ଥିଲା। ହେଲେଁ ସବୁ ଛୁଆ ପାଠ୍ ପଢ଼ୁନ୍ କି ନେଇଁ ପଢ଼ୁନ୍ ଦୁଇଟା ଲେଖା କିଲାସ୍ ପାସ୍ କରି ସାରିଛନ୍। କରୋନାର୍ ଆଘୋନୁଁ ତିନ୍ କିଲାସେଁ ପଢ଼ୁଥିବାର୍ ମାନିନୀ ଆଏଜ୍ ଇସ୍କୁଲ୍ ଖୁଲ୍ଲା କି ପାଁଚ୍ କିଲାସେଁ ବସିଛେ। ଇସ୍କୁଲ୍ଟା ତାହାକେ ଅକ୍ଲିଆ ଅକ୍ଲିଆ ଲାଗୁଛେ।
ପହେଲା ପହଡ଼୍ନୁଁ ଢୁକି ଆଏଲେ ସିମନ୍ତିନୀ ଗୁରୁମାଁ। ସିମନ୍ତିନୀ ଗୁରୁମାଁକେ ଦେଖିକରି ମାନିନୀ ଅକ୍ଚକେଇ ଗଲା। ଗୁରୁମାଁ ଇ ଦୁଇ ବଛର୍ ଭିତିରେଁ କେତେନିଟେ ବଦଲି ଯେଇଛନ୍। ମୁହେଁ ଆଗୋର୍ ସେ ଚମକ୍ ନେଇଁନ। ଆଗୋର୍ ବାଗିର୍ ହରସ୍ ଫରସ୍ ନେଇଁନ। ଗୁରୁମାଁ’କର୍ ଚେହେରାଥିଁ କାଣା ଗୁଟେ ନୁରୁଥିଲା ମାନିନୀ। ହେଲେଁ, କାଣା ଖୁଜୁଥିଲା ସୋର୍ କରି ନେଇଁ ପାରୁଥେଇଁ।
ମାନିନୀ ଯେଭେଁ ଇ ଇସ୍କୁଲେଁ ନାଁ ଲେଖାଲା, ପହେଲା ପହେଲା କେତେନିଟେ ଡରୁଥିଲା। ହେଲେଁ, ଯେନ୍ ଦିନୁଁ ସିମନ୍ତିନୀ ଗୁରୁମାଁ ତାର୍ ମୁଡ଼୍କେ ସୁଆଁଲି କରିଁ ମୁଲ୍କଲା ହଁସିନେଲେ ତାର୍ ଷାଠେ ଷଁଣର୍ ବଫୁ ପୁରିଥିଲା। ମାନିନୀକେ ସବୁଦିନେଁ ଗେଲ କରୁଥିଲେ ଗୁରୁମାଁ। ସମ୍କିରର୍ ଅତି ଗେଲେହି ଗୁରୁମାଁ ଥିଲେ ସିମନ୍ତିନୀ। ପାଠ୍ପଢ଼ାନୁଁ ମୁଲ୍ କରିଁ ଖେଲ୍କୁଦ୍ ସବୁଥିଁ ଗୁରୁମା ଥିଲେ ଆଗ୍ପତି।
ସିମନ୍ତିନୀ ଗୁରୁମାଁ ଦେଖେବାର୍ ଲାଗିଁ କେତେନି ସୁନ୍ଦର୍। ଗୁରା ତକ୍ତକ୍ ଦେହେ। ଗୋଲ୍ ମୁହୁଁ। ମୁଣେଁ କଲା ଝିମଝିମ୍ ବାଲ୍କେ କଲା ନାଗ୍ ବାଗିର୍ ବେନି। କପାଲେଁ ଲାଲ୍ ଜର୍ଜର୍ ସେନ୍ଦୁର୍ ଟିକା। ଗୁଟାରଙ୍ଗେଁ ଦେବୀ ବରାବର୍।
ମାନିନୀ ଖୁଜୁଛେ… ଗୁରୁମାଁର୍ ଚେହେରାନୁଁ କାଣା ହଜିଯାଇଛେ ? “ଗୁରୁମାଁ… ! ତୁମେ ଆଏଜ୍ ସେନ୍ଦୁର୍ କେନ୍ତା ନେଇଁ ମାଖି ?” ମାନିନୀର୍ ମୁହୁଁନୁଁ ହଠାତ୍ ବାହାରି ପଡ଼୍ଲା। ଗୁରୁମାଁ ଚୁପ୍ ହେଇଗଲେ। ଜୁନ୍ହାଁ ଘା’କେ କିଏ ଚହଲେଇ ନେଲା ବାଗିର୍ ଲାଗାଲା। ସିମନ୍ତିନୀ ଗୁରୁମାଁ ସକ୍ସକାଲେ। “ହେଲେଁ, ମାନିନୀ ବାଗିର୍ ଛୁଆମାନେ କେନ୍ତା କରି ଜାନ୍ବେ ଯେ ଇ କରୋନା କେତେ ଭୁଆସେନ୍ମାନ୍କର୍ କପାଲୁଁ ସେନ୍ଦୁର୍ ପୁଛି ନେଇଛେ ବଲିଁ ! ହେନ୍ତା ସେମାନ୍କର୍ ଭିତିରୁଁ ମୁଇଁ ଭି ଝନେ”, ମନେ ମନେ ଭାବୁଥିଲେ ସିମନ୍ତିନୀ ମେମ୍।
ହେଲେଁ, ମାନିନୀ କେନ୍ତା କରିଁ ଜାନ୍ବା ଯେ, ସେନ୍ଦୁର୍ଟା ଖାଲି ମୁହଁର୍ ସଜାବଟ୍ର ସାଜୋ ନୁହେସେ, ନାରୀ ଜୀବନର୍ ଅଙ୍ଗ୍ଟେ ଆଏ ବଲିଁ !
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼