# ଜୀବନର କଥାନୀ #
ସଂସାର୍ ଭିତରେ ମୁନୁଷ୍ ଜୀବନ ପାଇ
ଆ ଲେଖି ଦେ ଦୁଇପଦ ଜୀବନର କଥାନୀ।।
ଛୁଆ ବେଳେ ମାଆର୍ ପନତ୍ କାନି ଧରି
ହଁକେଇ କାନ୍ଦୁ ଥିଲୁ ମୁହୁଁ ଫୁଲେଇ କରି
ଧୁଇଲ୍ ବାଏଲ୍ ମାଏଟ୍ ଦିଁହେ ମାଖି
ହସୁଥିଲୁ ମୁଲ୍ କି ହସି।।
ଛୁଆ ନୁ ଟିକେ ବଡ଼ ହେଇ
ଦୁନିଆଁ ବାଟେ ଗୁଡର୍ ପାଦ୍ ପକେଇ
ପଢ୍ ଲୁ ଲିଖ୍ ଲୁ ଖାତା କଲମ ଧରି
ବଳୁଥିଲୁ ବଡ଼ ମୁନୁଷ ହେମି।।
ଯୁଆନ ବେଳେ ଜୀବନର୍ କରମ୍ ଧରି
ମନ ବାନ୍ଧି ଥିଲୁ ଫୁଲର ଭମର୍ ସାଜି କରି
ଲୁକା ଛୁପା ପ୍ରେମ୍ ପିରତିର୍ ସୁଆଦ ଚାଖି
ବାହୁଥିଲୁ ସଂସାରର୍ ଡଙ୍ଗା ବସି।।
ଯୁଆନ ନୁ ଟିକେ ବୁଢ଼ା ହେଇ
ସଂସାର ବୋଝ ମୁଡ଼ ନୁ ଉତ୍ ରେଇ
ଗାଏ ଲୁ ବୁଝ୍ ଲୁ ଭାଗବତ ହାତେ ଧରି
ବଳୁଥିଲୁ ମରିଗଲେ ସରଗ ଯିମି।।
ଚାରି ଦିନିଆଁ ଜୀବନର କଥାନୀ ସାରି
ଦୁଇ ଆଏଖ୍ କେ ବୁଜି ଦେଇ
ମାଏଟ ସାଗେ ଗୁଟେ ହେଇ
ମିଶି ଗଲୁ ଶୂଇନ୍ ହେଇ।।