କିଏ ବୁଝାଇବ ଧରା ଅଭିମାନ
ରାଗିଛି ସେ ଗଲା ପରେ ଫଗୁଣ
ଅବୁଝା ହୋଇ ନିଜେ,
କ୍ଷତ ବିକ୍ଷତ କରେ ନିଜ କୁ
ନିଜର ରାଗ କାହାକୁ ଅବା ସୁଝେ ||
ତାର ବେନି ସଜ୍ଜା ଭରା ନଈ
ଆଜି ତା କାହିଁ ସେପରି ଯାଉନି ଦେଖା
ପୁଲକୀତ ତାର ଚୁର୍ଣ କୁନ୍ତଳ
ସୁଦୀର୍ଘ ନଈ ର ତରଙ୍ଗ ଜଳ
କଣ୍ଟକିତ ଆଜି ପ୍ରାୟ ଶୁଷ୍କ ରେଖା ||
ତାର ସବୁଜ ପାଟର ଅଙ୍ଗ ବାସ
ଜୀର୍ଣ୍ଣ ଧୂସରିତ ଚିରା କନା
ଅଙ୍ଗ ଢାଙ୍କିବାକୁ ଅକ୍ଷମ
ମାଟି ପିଠି ପୁଙ୍ଗୁଳା,
ସତରେ ପ୍ରିୟସୀ ଆଜି
ଭୁଲି ଯାଇ ଆଛି ଦେହ ସଙ୍ଖୋଲା ||
ସୋନ୍ଦ୍ୟର୍ୟ ର ପ୍ରସାଧିତ ମୁଖେ
ଦେଇଛି ଜାଳି ଅନଳ ଜ୍ୱାଳା
ପଡି ରହିଅଛି ବିରହ ବେଦନା
ଜର୍ଜରିତ ହୋଇ
ପ୍ରସ୍ପାସ ତାର ଖର ଖର ରୂପେ
ନିଶ୍ୱାସ ଛାଡେ ଉତ୍ତପ୍ତ ସମୀର
ପର୍ଣ୍ଣ ମାନ ହୁଏ ଜୀର୍ଣ୍ଣ
ହୃଦୟ ତାର ହାହାକାର
ଅର୍ଣ୍ଣ ଖୋଜି ତୁର୍ଣ୍ଣେ
ବକ୍ଷ ତାର ଶୁଷ୍କ ପ୍ରାୟ
ଫାଟି ଯାଇ ଅଛି ପିଠି
ଖର ରଶ୍ମି ର ପ୍ରଖର ତାପେ
ଜଳ ରୁ ଯାଏ ବାଷ୍ପ ଉଠି
ବ୍ରାଟାଟି ଯେତେ ହୋଇ କ୍ଷୀଣ କ୍ଷୀଣ
ଲୋଟି ମୃତ ପ୍ରାୟ ପ୍ରାଣ
ଅସୂୟା ହୋଇ କିଏ
ସତେ ଅବା ପ୍ରେମ ନ ସହି
ପ୍ରତିଶୋଧ ନିଏ ||
ଘୁର୍ଣନ ବାୟୁ ଉଠାଇ ଧୂଳି
ଆଖି ମେଳି ସୁଦୂର ବ୍ୟାପ୍ତି
ପ୍ରିୟତମ ତାର କେଉଁ ରାଜ୍ୟ ରେ ରହିଛି ଛପି
ଜୀବନ ତାର ହୋଇ ଦୁର୍ବହ
କଟୁଛି ଗୋଟି ଗୋଟି ଦିନ ହୋଇ ଦୁଃଖମୟ
କାହା କୁ ଅବା ସ୍ମରେ
ଅତୀତ ର ପ୍ରେମ ମଧୁ ଗୁଞ୍ଜନ ମନେ ମନେ ସିଏ ଝୁରେ ||
ଅତୀତ ତାର ମୃଦୁ ଉତ୍ତାଳ
smruti ର ଝଲକ ହୃଦୟ ଫଳକେ
ଆଙ୍କୁ ଥିଲା ପ୍ରିୟ ଘନ ଚୁମ୍ବନ
ପାଇଥିଲା ଧରା ଆଶ୍ପାଦନ କେତେ ରୃତୁ ରୂପ ସାଜି
ପ୍ରେମିକ ପ୍ରେମରେ ପାଗଳୀ ହୋଇ ଯାଉ ଥିଲା ଦିନେ ମଜ୍ଜି ||
ପ୍ରେମିକ ତାର କରିଛି ପ୍ରାୟତ
ପାୟା ଆଣି ବାକି ଦୂର ସୈକତ
ଦେଇ ଗିରି ବନ ଯୋଜନ ଯୋଜନ ଆକାଶ ଭେଦି
ଆସିବା ଦିନେ ନିଶ୍ଚେ
ଅବନୀ ଆଜି ହେଲା ରଜୋବତୀ ହୃଦୟ ସ୍ପନ୍ଦ ନାଚେ ||
ବର୍ଷା ଆଖିରେ ଯାଇଛି ଦେଖା
ଯୌବନ ଶରୀର ଜୀର୍ଣ୍ଣ ଶୀର୍ଣ୍ଣ
ପ୍ରିୟତମ ତାର ଆକାଶ ମୁକୁରେ
ଦେଖି ପ୍ରିୟା ର ଲୀନ
ଧରା ରାଣୀ କୁ ବୁଝେଇବାକୁ
ପବନ ଆଜି ଛୁଇଁ ଛୁଇଁ ବହେ
କେଉଁ କଥା ଅବା ମନେ ମନେ କହେ
ରାଣୀ ଗୋ ରାଣୀ
ନ ଥିଲୁ ଜାଣି
ଦେଖ ଆସୁଛନ୍ତି ନିଜେ ବର୍ଷା ମଣି ||