କବିତା-ପୁଷପୁନି
ଝରନ୍,ନଏଦ୍ ଆଉ ନଲିଆ ଧୁଇସି ଯାହାର ପାହା,,,
ଗନ୍ଧମାର୍ଦ୍ଦନ, ବାରପାହାଡ ସଜେଇ ନେସି ତାର୍ ବାହା ।
ଝାର୍ ପତରା ର୍ ଶାଗୁଆ ରଙ୍ଗ୍,ରଙ୍ଗେଇ ଯାହାକେ ନିଏ,,,
ଇଟା ଆଏ ସେ ପବିତର୍ ମାଏଟ୍ ଆମର୍-
” କୋଶଲ୍ ମାଁ କି ଜଏ ।”
ଦେଶ୍ ବିଦେଶେଁ ଚିହ୍ନାର୍ ଆଏ ଆମର୍ ମାଏଟ୍,,,
କଲା, ସଂସ୍କୃତି,ତିହାର୍ ବାହାର୍ ର ସାହାଯୋଟ୍ ।
ବାର ମାସେ ତେର ପରବ୍,,,
ଆମର୍ ପଶ୍ଚିମାଞ୍ଚଲ୍ ର ଆଏ ଗରବ୍ ।।
ବରଷ୍,ମାସ୍,ଦିନ୍ ବଦଲୁଥିସି,,,
ପରକୁତି ମାଁ ଗଲେ ଭେଷ୍ ବଦଲାସି ।
କେତେବେଲେ ଶାଗୁଆ ଖେତ୍ ଦିସ୍ ସି ଝଲମଲ,,,
ଆରୁ କେଭେ ଖେତେଁ ଲହଡି ମାରସି ସୁନାର୍ ଫସଲ ।
ମାଏଟ୍ ର ପୁଓ ଚାଷୀ ପିଲାଟେ,,
ହେ ମେ ହଇ ବରଷ୍ ଯାକିର୍ ଖଟେ ।
ମାଏଟ୍ ସଙ୍ଗେ ମାଏଟ୍ ହଇ
ପୁଷ୍ ର କନକନି ଶୀତ କେ ନାଇଁ ଡରି,,,
ଖଟସି ଖେତେଁ ଜବର୍ କରି ।।
ଅମଲ୍ ହେସି କି ସୁନା ର ଧାନ୍,,
ବଢେ ଉସନାକ୍ ଚାଷୀ ର୍ ମନ୍ ।।
ଢେକିଁ ଶାଲୁଁ ଶୁଭସି କେଁ କଟର୍,,,
ଅରସା,ସୁଆଁଲି,ମଡା ର୍ ବଢେ ଆଦର୍ ।
ବରା,ପକଡି,ପିଆଜି ଲାଗସି ନୁରା,,,
ତାହିର୍ ଆଗରୁ ମଗାହେସି ଛେର୍ ଛେରା ।
ଛୁଆ ପୁତା ସବୁ ଠୋଲ୍ ହେଇ,,
ଗରଜେଇ ନେସନ୍ ଗାଁ ଗୀତ୍ ଗାଇ ।
ଛେଲ୍,ମେଢି,କୁକ୍ରା ଆରୁ ଗର୍ରା,,,
ଇ ସବୁ ବିନା ଇ ତିହାର୍ ଆଏ ଅଧୁରା ।
ନାଚ୍ -ଗାନା, ମେଢି- କୁକ୍ରା ଲଢେଇ,,
ଜନା ନେ ପଡେ କେନ୍ତା ଦିନ୍ ଯାଏସି ପଲେଇ ।
ଅଲଗା କେନସି ଟା ଇଟା ନୁହେ ହୋ ଗୁସିଆଁ
ପୁଷପୁନି ତିହାର୍ ର ଇଟା ଗାଏଲି ମହିମା ।
ପୁରଖା ପରଥା ଆମର୍ ଥାଉ ଜିଁ ,,
ମାନୁଥାଉଁ ସବ୍ ଏକଜୋଟ୍ ହଇ ,,
ଭାଇଚାରା ର୍ ରଙ୍ଗେ ହଇ ରଙ୍ଗେଇ ।
ରେଣୁକା ମହାପାତ୍ର
ତୋରା, ବରଗଡ

Spread the love

By Renuka Mahapatra

A Teacher by profession but writing is my passion

Leave a Reply

Your email address will not be published. Required fields are marked *

error: Content is protected !!