ଅଷାଢ଼୍ ମାସର୍ ସକାଲୁଁ ସକାଲୁଁ ଦୁଇ ଅଛରା ପାଏନ୍ ବର୍ଷି ନେଲାନ l ଇହାଦେ ଟିକେ ଫଟ୍’କେଇଛେ l ଚାରିଆଡ଼୍ ଟିକେ ଫର୍ଚା ଦିଶୁଛେ l ଘରର୍ ଦୁଆର୍’ବନ୍ଧେଁ ଉଧେଇ ହେଇଛେ ସମାରି l ଏକଁସ୍’କଟି ଦେଖୁଛେ ଦୁଆରର୍ ମୁନ୍’ଗା ଗଛର୍ ଦୁଇକାନିଥିଁ ଥିବାର୍ ମଏନା ଗୁଡ଼ାକେ l ଗୁଡ଼ାଥିଁ ତିନ୍’ଟା ମଏନା ଛୁଆ ଚିଁ ଚିଁ କରୁଛନ୍ l ଘାଏକେଁ ଛନ୍’କେଁ ମେଇ ମଏନା କିରାଟେ କି ପୋକ୍’ଟେ ଧରିକରି ଆଏଲେଁ ଡେନା ପିଟି ପିଟି ଆଁ କରି କରି ମୁଡ଼୍’କେ ଟେକୁଛନ୍ l ଛୁଆକର୍ ମୁହେଁ ଆହାର୍ ଟିକେ ଦେଇକରି ମେଇ ମଏନା ଫେର୍ ଉଡ଼ିଯଉଛେ ଚରା ଖୁଜି l ମାଆଁର୍ ମନ୍’କେ ବୁଝୁବା କିଏ ? ନିଜେଁ ଅଖିଆ ରହିକରିଁ ଛୁଆର୍ ଟୁେଣ ଆହାର୍ ଦେସି l ଉଦାଥିଁ ଶୁଇକରି ଛୁଆକେ ଶୁଖାଥିଁ ଶୁଆସି l ଛୁଆର୍ ଜର୍’ତପ୍’ଥିଁ ମାହାପୁରୁଠାନେଁ ମୁଡ଼ିଆ ମାର୍’ସି l ସମାରିର୍ ମନ୍ ଟିକେ ସକ୍’ସକାଲା l ମଏନା ଛୁଆମାନ୍’କର୍ ବାଗିର୍ ତାର୍ ଛୁଆ ଭିଲ୍ ଖାକ୍ ପିଟି ପିଟି ଖାଏବାର୍’କେ ମାଗ୍’ତା କାଏଁ ? ଖୁଏଇ ନେବାର୍ ଲାଗିଁ ଆଁ କର୍’ତା କାଏଁ ? ସମାରି ଭିଲ୍ ମେଇ ମଏନା ଲେଖେଁ ମୁର୍’ହି ଦୁଇ ମୁଠା କି ବାସି ଗର୍’ସେ ମୁହେଁ ଭରିନେତା ! ବୁ’ ପିଇମି ବଏଲେଁ ଛାତି ତଲେଁ ଜାକି ଝର୍’ତା ! କାନି ପନତ୍’କେ ଉଢ଼େଇ ନେତା !
“ହଏଗୋ ଶୁନୁଛ ? ଦୁଇ ଦିନ୍ ହେଲାନ ଛୁଆ ମୋର୍ ଟୁଣେ ନେଇଁ ଠୁକୁବାର୍ l ଘାଏକେଁ ଛନ୍’କେଁ ହୁଲ୍’କେ ହୁଲ୍’କେ ଜର୍ ଆନୁଛେ l ଥରେ ଦୁଇ ଥର୍ ବାଁତି ଭିଲ୍ କଲାନ l କିଛି ଗୁଟେ ବେବସ୍ଥା କର,” କହେଲା ସମାରି l ମଉନ୍ ହେଇକରି ବସିଥିଲା ଦନାର l ସମାରିକେ କାଣା ଉତର୍ ଦେବା ଭାବି ନେଇଁ ପାର୍’ଲା l ବୁଧି ବନା l ଘରେଁ ପଡ଼ିଥିବା ଖଟ୍’କେ ଦେଖ୍’ଲା ଦନାର l ଶୁଇଛେ ବାବୁ l “ବାବୁ” ବଏଲେଁ ତାର୍ ତିନ୍ ବଛରିଆ ପୁଓ l ବଡ଼୍ ହେଲେଁ ଆମର୍ ପୁଓ ବାବୁ ହେବା, ଅଫିସର୍ ହେବା ବଲିଁ ସପନ୍ ଦେଖିଥିଲେ ଦୁହି ପରାନୀ ଆରୁ ନାଁ ଦେଇଥିଲେ ବାବୁ l
ଗଲା ଦୁଇ ତିନ୍ ଦିନ୍ ହେଲାନ ବାବୁକେ ଲୁକ୍ ଲୁକ୍ ଦେହେ ତପ୍’ବାର୍ ମୁଲ୍ ହେଲା l ହେଲେଁ, ଦନାର ଟିକେ ଭିଲ୍ ହେଲୁଆ ନେଇଁ ହେଇଁ l ସାଙ୍ଗେସାଙ୍ଗ୍ ଦେହେରୀ ବୁଢ଼ା ନିକେ ଫୁକେଇ ନେଲା l “ବୁଝୁଲୁ ଦନାର ! ଇଟା ଖାଲି ଫୁକାଝରାଥିଁ ନେଇଁ ହଏ l ଠାକୁରାନୀ ରିଷିମି ହେଇଛନ୍ l ତାକୁଁ ଶୀତଲ୍ କରି କରିଁ ବଟାବାର୍’କେ ପଡ଼୍’ବା l” ଛୁଆକେ ଫୁକିସାରି କରିଁ କହେଲା ଦେହେରୀ ବବା l “କାଣା କାଣା ଲାଗ୍’ବା ଦେହେରୀ ବବା ?” ଆଗ୍ ପଛ୍ ବିଚାର୍ ନେଇଁ କରି କହି ପକାଲା ଦନାର l “କଲା ପୁଇ ପଟେ, କୁକୁରା ଗରା ଦୁଇଟା ଆରୁ ମଦ୍ ଦୁଇ ଶିଶିରି l ବାକିଟା କଜଲ୍, ସେନ୍ଦୁର୍, ନଡ଼ିଆ, ଛିଟ୍- ସବୁ ଜାନିଛୁ l” ସବୁ ଯୁଗାଡ଼୍ ପାତି କରି ଦନାର ଛୁଟୁଲା ଦେହେରୀ ବବା ନିକେ l ରାତିଁ ପୂଜାପାଟ୍, ଅଏଁଛା ବଟା ସବୁ କଲେ l
ଆର ଦିନର ସକାଲୁଁ ଦେଖ୍’ଲା ବାବୁର୍ ଦେହେ ଫେର୍ ତପୁଛେ l କାହିର୍ ଛାଡ଼୍’ତା ? ଦେହେରୀ ବୁଢ଼ା ଠଗି ନେଲା କେଁ ? ଦନାରର୍ ସନ୍ଧେ ହେଲା l “ର, ଇଥର ଗୁନିଆଁ ବବାକେ ଦେଖାମି l” ଚାଲ୍’ଲା ଗୁନିଆଁ ଘର୍’କେ l ଦନାରକେ ଗୁନିଆଁ ବବା ଦେଖିନେଲା କି ଆଘୋନୁଁ କହେଲା,
– “ବବା, ତୁମର୍ ପୁଓର୍ ଦେହେ ଖରାପ୍ ଅଛେ l”
– “କେନ୍’ତା କରି ଜାନ୍’ଲ ବବା ?”
– “କାଳୀ ସାଧନ୍ କରିଛେଁ ପରେ ! ମାଁ ଗଲା ରାତିଁ ସବୁ ମତେ କହିଛନ୍ l”
– “କେନ୍’ତା କର୍’ମା ସିନେ ବବା ?”
– “ହେ ଦେହେରୀ ବୁଢ଼ା ତମ୍’କୁଁ ଠଗି ନେଲା l ଠାକୁରାନୀ ରିଷିମି ହେଇଛନ୍ ବଏଲା l ହେଲେଁ, ଠାକୁରାନୀ ନୁହେସେ ମାଉଲି ରିଷିମି ହେଇଛନ୍ l ରକତ୍ ଧାରେ ନେଇଁ ଦେଲେଁ ନେଇଁ ହଏ l”
– “କାଣା କାଣା ଲାଗ୍’ବା ସିନେ ବବା ?”
– “ତୁମର୍ ଘରେଁ ଯେନ୍ ବନ୍ଧା ହେଇଛେ ମେଲ୍’ଛା ପଟେ, ଧୁତି ଦୁଇ ଖଁଣ୍, ପାଟ୍ ଶାଢ଼ୀ ଖଁଣେ l ଆରୁ ତୋର୍ ଶକ୍ତି ଅନ୍’ସାରେଁ ବଏଲ୍’ତା ସଏଲ୍’ତା ଟିକେ l”(ପାର୍’ବୁ ବଏଲେଁ ଜୀରା ମସଲା ଟିକେ ଭିଲ୍,ମନେମନେ କହେଲା ଗୁନିଆଁ ବବା) l
– “ଦେହେରୀ ବବା ତ ପୁଇ ପଟେ ଥିଁ ନିପ୍’ଟେଇ ଥିଲା ଯେ ବବା ! ତୁମେ ତ ଜହ କହୁଛ l”
– “ହଏରେ ବେଡ଼ା ! ଦେବୀକେ ଦେବୀ ଫରକ୍ ଅଛେ l ଅଛେ କି ନେଇଁ ? କାହାକେ ମନ୍ଦାର୍ ଫୁଲ୍, କାହାକେ କଲା ଦହନା, କାହାକେ ଅପରାଜିତାଥିଁ ବଇସ୍ କରିହେସି l ହେନ୍ତା କିଏ କୁକୁରା ଗରାଥିଁ, କିଏ କଲା ପୁଇଥିଁ ତ କିଏ ବୁକା ପଟେଥିଁ ପର୍’ସନ ହେସନ୍ l ଇଟା ପରେ ରକତ୍ ମାଉଲି ଆଏ ବୋ ! କୁକୁରା ପଟେଥିଁ ଚଲ୍’ବା ? ଚଲ୍’ବା କାଏଁ ??”
– “ହେଲେଁ, ବବା ବୁକା ଜାଗାଥିଁ ମେଲ୍’ଛା ବଏଲ ଯେ ! ଦେବୀମାନ୍’କୁଁ ମେଲ୍’ଛା ଦେସନ୍ ଭାଏଲ୍ ?”
– “ଇଟା ପରେ ! ମୂର୍ଖକୁ ବୁଝାଇବୁ କେତେ, କୁକୁର ଟାଙ୍ଗ ଟେକି ମୁତେ l ହଏରେ ବେଡ଼ା, ତୁଇଁ ଆମର୍ ନିଜର୍ ଲୋକ୍ l ଇହାଦେ ବୁକାପଟେ ବଲ୍’ମି ଯେ କେନ ପାଏବୁ ! ଘିନ୍’ଲେଁ ତ ? ପଏସା ରଖିଛୁ ?? ହେତିର୍ ଲାଗିଁ ତୋର୍ ଘରେଁ ଯେନ୍ ମେଲ୍’ଛା ପଟେ ଅଛେ, ହେଥିଁ କବାର୍ ଟା ଚଲେଇ ନେମା ବଲୁଛେଁ l”
ଦନାରର୍ କାପୁ ନେଇଁ ଫିଟିଲା l ଗୁନିଆଁ ବବାର୍ ଆଗେଁ ତାର୍ ସବୁ ଯୁକ୍ତି ଫସର୍ ଫାଟ୍’ଲା l ଦିନର୍ ବାର ବଜେ ଗୁନିଆଁ ବବାର୍ କୁଠିଶାଲେଁ ରକତ୍ ଧାରେ ଦେଇକରି ଫେର୍’ଲା ଦନାର l
ଘର୍ ଶୁନ୍’ଶାନ୍ ଲାଗୁଛେ l କୁକୁରା ଗୁଡ଼ାଟା ମେଲା ଦିଶୁଛେ l ବାବୁ ସଉକେଁ ପୁଇ ପଟେ ତାର୍ ମାମୁଁ ଘରୁଁ ଆନିଥିଲା ପୁଷୁମି ବଲିଁ l ଅଣ୍ଡା ଦୁଇଟା ଦେଇଥିଲାନ l ହେଲେଁ, ଦେହେରୀ ବୁଢ଼ାର୍ ହାବ୍’ଡ଼େଁ ସବୁ ଗଲା l ବାବୁର୍ ଜନମ୍ ବେଲ୍’କେ ଟଁକା ଚଉଦ ଶ’ ସର୍’କାରୁଁ ମିଲିଥିଲା l ପଏସା ଉଠିଯିବା ବଲିଁ ମେଲ୍’ଛା ପଟେ ଘିନି ଆନିଥିଲା l ବାବୁ ଭିଲ୍ ମେଲ୍’ଛାକେ ବନେ ସଉକ୍ କରୁଥିଲା l ହେଁଟା ଭିଲ୍ ଗୁନିଆଁ ବବାର୍ ଲାଲସ୍ ନୁଁ ବଅଁଚି ନେଇଁ ପାର୍’ଲା l
ହେଲେଁ, ବାବୁର୍ ଅବସ୍ଥା ଯେନ୍ତା କେ ସେନ୍ତା l ଧିରେ ଧିରେ ପେଟ୍ ଟମ୍’କୋଡ଼ୋ ଦିଶିଲା ନ l ଜର୍ ଛାଡ଼୍’ବାର୍ ନାଆଁ ନେଇଁ l ପେଟର୍ ଛିର୍’ମାନେଁ ଡାଙ୍ଗ୍ ଡାଙ୍ଗ୍ ହେଇକରିଁ କଲା କଲା ଦିଶିଲା l “ଦେଖତ ବାବୁର୍ ଅବସ୍ଥା କେନ୍ତା ହେଲାନ ଯେ ! ଚାଲ ତ, ହେ କବିରାଜ୍ ଘର୍’କେ ବାବୁକେ ନେମା,” କହେଲା ସମାରି l ବାବୁକେ ଧରିକରି ଦୁହି ପରାନୀ ଗଲେ କବିରାଜ୍ ନିକେ l କବିରାଜ୍ ନାଡ଼ି ଚିପିକରିଁ କହେଲେ, “ଡର୍’ବାର୍ କିଛି ନେଇଁନ l ଇଟା ଛିର୍ ଦୁଇଟା ଟେକିଛେ l ଦାଗି ନେମି ବଏଲେଁ ଠିକ୍ ହେଇଯିବା l” କବିରାଜର୍ କଥା ଶୁନିକରି ଦୁହିଲୁକ କୁହୁରା କୁହୁରି କଲେଁ ଭିଲ୍ ଦୁସୁରା ଚାରା ନେଇଁନ l ଶେଷ୍’କେ ଚୁପ୍ ରହେଲେ l କବିରାଜ୍ ବୁଢ଼ା ଛେନା ଜୁଏଥିଁ ଦୁଇଟା ଲୁହାର୍ ରଡ଼୍’କେ ତପାଲା l ଡାଓ ଡାଓ କଲା କି ବାବୁର୍ ପେଟେଁ ଚାଏର୍ ଠାନେ ଦାଗି ନେଲା l ଛୁଆଟା ଛଟ୍’କି ପଡ଼୍’ଲା l କାନ୍ଦି କାନ୍ଦି କରି ଘେଙ୍ଗଲ୍ ବିଛଲ୍ ହେଇଗଲା l ହେଲେଁ, ଜର୍ କମ୍’ବାର୍ ନେଇଁ l ଘଁ ଘାଁ କେ ଘାଏକେଁ ଛନ୍’କେଁ ସାଁପ୍… ସାଁପ୍… ବଲିଁ ଭମ୍’କି ବସଲା ନ ବାବୁ l
“ହଏ ଗୋ , ଶୁନୁଛ କାଏଁ ? କାଣା ଭାବୁଛ ବଲୁଛେଁ… ?” ଦନାରକେ ହଲେଇକରି ଫେର୍ ଘାଏ କହେଲା ସମାରି, “ଛୁଆଟା ଦୁଖ୍ ପାଉଥିବା ଆରୁ ଆମେ ଡୁଗ୍ ଡୁଗ୍ ମୁଟ୍ ମୁଟ୍ ଦେଖୁଥିଲେଁ ହେବା କାଏଁ ? ଚାଲ, ସହରର୍ ଡାକ୍ତର୍ ଖାନାକେ ନେମା ହେଲେଁ l”
– “ନେମା ଯେ, ପଏସା କେନୁଁ ପାଏମା l ଟଁକା ହଜାରେ କି ପନ୍ଦର୍ ଶ’ ହେଲେଁ ତ ?”
– “ହେ ଚଉଲ୍ କାଡ଼୍ କେ ଗହନା ଦେଇନେବ ଜ’ l”
– “ଇଟା କାଣା ଆଘୋର୍ ବାଗିର୍ ଚଉଲ୍ କାଡ଼୍ ଆଏ ଯେ,ସଭେ ଗହନା ଧର୍’ବେ ? ଇହାଦେ ପରେ ଚଉଲ୍ କାଡ଼୍ ସାଙ୍ଗେଁ ନିଜର୍ ଟିପ୍ ଚିହ୍ନା ହେଲେଁ ଯାଏକ୍ ଚଉଲ୍ ମିଲୁଛେ l ହେନ୍ତା ଥିଁ କାଡ଼୍ ଗହନା ଧର୍’ବା କିଏ ?”
– “ହେନ୍ତା ହେଲେଁ ଆମର୍ ନାଆଁ ଥିଁ ଯେନ୍ ଇନ୍ଦିରା ଆବାସ୍’ଟେ ଆସିଛେ ହେଟାକେ ବିକିନିଅ l ସାହୁ ଘର୍’କେ ଯାଇକରି ପଏସା ଗୁଡ଼ାଦୁ ଆନ l ଆମର୍ ନାଁ ଥିଁ ହେମାନେ ପଛେ ଘର୍ ବନାବେ l”
ସାହୁ ଘର୍’ନୁଁ ପଏସାଗୁଡ଼ାଦୁ ଯୁଗାଡ଼୍ କରିଁ ଦୁହିଲୁକ ବାହାରି ପଡ଼୍’ଲେ ସହରର୍ ଡାକ୍ତର୍ ଖାନାକେ l ତିନ୍ କୋଶ୍ ବାଟ୍ ଚାଲି ଚାଲୁ ଯିବେ କଲା ରୋଡ଼୍ ତକ୍ l ସେନୁଁ କୁଡ଼େ ଟଁକାର୍ ବାଟ୍ ମଟରେଁ ଯିବେ l ଛୁଆକେ କପ୍’ଟା ଖଁଡ଼େଥିଁ ଗୁରେହି କରି ଧର୍’ଲା ସମାରି l ଟଡ଼୍’ଙ୍ଗୋ ଟଡ଼୍’ଙ୍ଗୋ ପାହା ପକେଇ ବାହାରି ପଡ଼୍’ଲେ ଦୁହେଁ l ଗାଆଁର୍ ମୁଡ଼୍’ସେଁ ଧୁବେନ୍ ଜୋର୍ l ସାଁପ୍ ଗୁର୍ହାଲା ବାଗିର୍ ଗାଆଁକେ ଭାଆଁରେ ଗୁରେହି ହେଇ ବହି ଯଉଛେ l ଇହାଦେ ବର୍ଷାର୍ ପାନିଁ ହୁକୁରେଇ ଉଠୁଛେ l ବ୍ରିଜ୍ ହେବା ବଲିଁ କେତେ ବଛରୁଁ ପଥର୍ ଫାଲେ ଖାଲି ଗଡ଼ାହେଇଛେ l ଭୋଟ୍ ଆଏଲେଁ ନେତା, ମନ୍ତ୍ରୀ ଆଏସନ୍ l ବ୍ରିଜ୍ ହେବା, ପୁଲିଆଁ ହେବା ବଲ୍’ସନ୍ l ଭୋଟ୍ ସରିଗଲେଁ ସବୁ ସରି ଯାଏସି l କୁଷ୍ଟଁକେ ବସୁଦେବ ଯମୁନା ପାର୍ କଲାବାଗିର୍ ଦନାର ବାବୁକେ ଟେକି ଧର୍’ଲା l ଜୋର୍ ପାରି ହେଇ କାଦୋ ପିଛଲ୍ ବାଟେଁ କଲା ରୁଡ଼େଁ ପଡ଼୍’ଲେ ଦୁହେଁ l ଟାଖି ଟାଖି ଘଣ୍ଟେ ପରେଁ ମିନିବସ୍’ଟେ ଆଏଲା l ଠେଲି ପେଲି ହେଇ ସହରର୍ ଡାକ୍ତର୍ ଖାନାକେ ଗଲେ ଦୁହି ପରାନୀ l
ଦନାର ଆଘୋନୁଁ କେଭେ ସହରର୍ ଡାକ୍ତର୍ ଖାନାକେ ନେଇଁ ଆସିଥେଇଁ l ବାବୁର୍ ଅବସ୍ଥା ଆରୁ ଡାକ୍ତର୍ ଖାନାର୍ ଭିଡ଼୍’ଭାଡ଼୍ ଦେଖିକରିଁ ଦନାରକେ ନିର୍’ବଫୁଆ ବାଗିର୍ ଲାଗ୍’ଲା l ଜାଙ୍ଗଲ୍ ଗଦେଇ ହେଲା l କାଣା କର୍’ବା, କେନ୍’କେ ଯିବା କାହାକେ ଦେଖାବା ଜାନି ନେଇଁ ପାର୍’ଲା l ଲୋକ୍’ମାନେ ଧାଡ଼ିକେ ଧାଡ଼ି ଲାଇନ୍ ଲାଗିଛନ୍ ଡାକ୍ତର୍’ମାନ୍’କର୍ କୁଠାର୍ ଆଗ୍’ଆଡ଼େଁ l ଦେଖେଲା ଗୁଟେ ଡାକ୍ତର୍’ନ ଛୋଟ୍’ଟେ ଧାଡ଼ି ଲମ୍ବିଛେ l ହେନ୍’କେ ଗଲେଁ ଜଲ୍’ଦି ଦେଖେଇ ପାର୍’ମି ବଲିଁ ଲାଇନ୍ ଲାଗ୍’ଲା l ଝନେ ପରେ ଝନେ ଗଲା ପରେଁ ତାର୍ ନମ୍ବର୍ ଆଏଲା l ଡାକ୍ତର୍ କହେଲେ,
– “କାଣା ହେଲା ?”
– “ଡାକ୍ତର୍ ବାବୁ, ମୋର୍ ଛୁଆର୍ ଦେହେ ତପୁଛେ l”
– “ଭକୁଆ ଟେ ଅ କେଁ ହୋ l ଇଟା “ମାନସିକ ଅବସାଦ ବିଭାଗ” ଆଏ l ମେଡିସିନ୍ କି ଶିଶୁରୋଗ୍ ବିଭାଗ୍ ନ ଦେଖାବ ଯ’ l”
ଦନାରର୍ ମୁଡ଼୍ ଚକରେଇ ଗଲା l ଲୋକ୍’ମାନ୍’କୁଁ ପଚରେଇ କରି ଶିଶୁରୋଗ୍ ବିଭାଗର୍ ଡାକ୍ତର୍ ଠାନେଁ ଲମିଥିବା ବଢ଼େଟେ ଧାଡ଼ିର୍ ଶେଷେଁ ଠିଆ ହେଲା l ଦନାରକେ ଏକ୍ ଏକ୍ ସେକେଣ୍ଡ୍ ଏକ୍ ଏକ୍ ଘଣ୍ଟା ବାଗିର୍ ଲାଗୁଥିଲା l ଧିରଜ୍ ଧରିକରି, ନିଲ୍’ଜେଇ କରି ଠିଆ ହେଲା l ଶେଷେଁ ତାର୍ ପାଲି ପଡ଼୍’ଲା l ଡାକ୍ତର୍ ପଚରାଲେ,
– “ତମର୍ ଆଉଟ୍ ଡୋର୍ ଟିକେଟ୍ ଦିଅ l ପେସେଣ୍ଟ୍’ର ନାଁ କାଣାଁ ? କେନ୍ ଠାନୁଁ ଆସିଛ ??”
– “କେଁ ଟିକଟ୍ ଆଜ୍ଞା ? ଟିକଟ୍ ଭିଲ୍ ଲାଗ୍’ସି ଭାଏଲ୍ ?”
ଆଁ କରିଁ ଡାକ୍ତରର୍ ମୁହୁଁକେ ଦେଖୁଥିଲା ଦନାର l ତାର୍ ଅକଲ୍ ଗୁଡ଼ୁମ୍ ହେଇଗଲା l ଡାକ୍ତର୍ କହେଲେ, “ହେଏନ ଟିକଟ୍ କାଉଣ୍ଟର୍ ଅଛେ l ହେନ୍’କେ ଯେଇକରି ଦୁଇ ଟଁକିଟେ ଦେଇକରିଁ ଆଉଟ୍ ଡୋର୍ ଟିକଟ୍ ଟେ ଆନ୍’ବ ଯ’ l”
ଆଉଟ୍ ଡୋର୍ ଟିକଟ୍ କାଉଣ୍ଟର୍’ନ ଫେର୍ ଥରେ ଧାଡ଼ିଥିଁ ଠିଆ ହେଲା ଦନାର l ଦୁଇ ଟଁକିଟେ ଦେଇକରିଁ ବାବୁର୍ ନାଆଁ, ଗାଆଁ, ବୟସ୍ କହେଲା ପରେଁ କାଗଜ୍ ଖଁଡ଼େ ପାଏଲା l ସେଟାକେ ଧରିକରିଁ ଫେର୍ ଡାକ୍ତର୍ ନିକେ ଯେନ୍ତା ଆଏଲା ଡାକ୍ତର୍ କହେଲେ, “ଇହାଦେ ମୋର୍ ଆଉଟ୍ ଡୋର୍ ସିପ୍ଟ୍ ସରିଗଲାନ l ମୁଇଁ ଘର୍’କେ ଯାଉଛେଁ l ତୁମର୍ ଛୁଆକେ ମୋର୍ କ୍ଲିନିକ୍ ନିକେ ଆନ l ରିକ୍ସାଟାକେଁ ଆଏଲେଁ ହଏରାନ୍ ନେଇଁ ହଅ l”
ଡାକ୍ତର୍ ବାବୁ ଝନେ ବନେ ଲୋକ୍ ଆନ୍ ବାଗିର୍ ଲାଗ୍’ଲା ଦନାରକେ l ସବୁ ଠିକ୍ ଠିକ୍ ବତେଇ ନେଇଛନ୍ l କ୍ଲିନିକ୍ ନ ଦେଖାଲେଁ ବାବୁ ଜଲ୍’ଦି ବନେ ହେଇଯିବା, ଇ ଆଶାଥିଁ ଦନାର ଆରୁ ସମାରି ରିକ୍ସାଟାକେଁ କ୍ଲିନିକ୍ ନ ହାଜର୍ ହେଇଗଲେ l ଷ୍ଟେଥୋସ୍କୋପ୍’କେ କାନେଁ ଲଗେଇ କରି ବାବୁର୍ ପେଟେଁ ଥୁଇକରିଁ ଦେଖେଲେ ଡାକ୍ତର୍ ଆଜ୍ଞା l ପେଟର୍ ଦାଗେନ୍ ଘାଆଥିଁ ଷ୍ଟେଥୋ ଟିକେ ଚହଲେଇ ହେଲା l ଛୁଆଟା କିର୍ଲେଇ ପକାଲା l ଡାକ୍ତର୍ ବାବୁକେ ଦେଖିକରିଁ ଟିକେ ଗମ୍ଭିର୍ ଭାବେଁ କହେଲେ, “ପିଲାର୍ ପେଟେଁ ଇଟା କାଣା ଦାଗିଛ କେଁ ? ଜାନିଛ, ପେସେଣ୍ଟ୍’ର ଅବସ୍ଥା ସିରିୟସ୍ ଅଛେ l ଇ ଅବସ୍ଥାଥିଁ ତାହାକେ ଆଇ.ସି.ୟୁ. ଥିଁ ରଖବାର୍’କେ ପଡ଼୍’ବା l ପହେଲା କାଉଣ୍ଟର୍ ନ ଟଁକା ପାଁଚ୍ ହଜାର୍ ଜମା କରିଦିଅ ତ !” “ଆମେ ତ ହେତ୍’କି ପଏସା ଧରିକରି ନେଇଁ ଆସି ଆଗ୍ଯାଁ l ମୋର୍ ଛୁଆକେ ଟିକେ ଦୟା କରୁନ୍ l” ହାଏଲୁଟି ବାଏଲୁଟି ହେଲା ଦନାର l ସମାରି ଭିଲ୍ ଡାକ୍ତରର୍ ଗୋଡ଼୍ ତଲେଁ ଡଣାସାଲ୍ ହେଇକରିଁ ପଡ଼ିଗଲା l ଡାକ୍ତର୍ ବାବୁ ରୋକ୍’ଠୋକ୍ ମନା କରିଦେଲେ, “ପଏସା ଜମା ନେଇଁ କଲେଁ ଛୁଆକେ ଏଡ୍’ମିଟ୍ କରି ନେଇଁ ହୁଏ l” ଦନାର ଆରୁ ସମାରିର୍ ମୁଣେଁ ଆକାଶ୍ ଛିଡ଼ି ପଡ଼୍’ଲା l କାଣା କର୍’ବେ କିଛି ଉପେ ଚାକର୍ ନେଇଁ ପାଏଲେ l ଘର୍’କେ ଫିର୍’ବାର୍ ଛଡ଼ା ବାଟ୍ ନେଇଁ l ଛୁଆକେ ଛାତିଥିଁ ଧରିକରିଁ ଘର୍’କେ ପଲେଇ ଆଏଲେ ଦନାର ଆରୁ ସମାରି l
ଘରେଁ ପହଁଚିକରି ସମାରି ଦେଖେଲା ବାବୁର୍ ଦେହେ ପୂରା ହେମାଲ୍ ଲାଗୁଛେ l ମୁହୁନୁଁ ଘେଙ୍ଗଲ୍ ଟିକେ ଗୁଟେ କେରେଁ ଗଦେଇ ହେଇଛେ l ଆଏଁଖ୍ ଦୁଇଟା ଡୁମୁରେଇ ଗଲାନ l ବାବୁ ଆରୁ ନାଇନ କାଏଁ ? ଖଟେଁ ଶୁଏଇ କରିଁ ବାବୁକେ ହଲେଇ ଦେଖେଲା ସମାରି l ଉଲ୍’ଟେଇ ଦେଲେଁ ଉଲ୍’ଟି ଯାଉଛେ l ପୁଲ୍’ଟେଇ ଦେଲେଁ ପୁଲ୍’ଟି ଯାଉଛେ l ମୁହେଁ ଦୁଇଟା ମାଛି ଆସିକରିଁ ଭନ୍’ଭନେଇ ବସଲେ ନ l ସମାରି ସଡ଼କ୍’ଦମ୍ ହେଇକରିଁ ରହିଗଲା l ରଡ଼ିକରି କାନ୍’ବାର୍ ଆଘୋନୁଁ ମୁନ୍’ଗା ଗଛର୍ ମଏନାମାନେ ରଡ଼ି ବସଲେ l ଚାଏଁଚାବର୍ ରଡି଼ଥିଁ ଦୁଆର୍ ପୂରି ଉଠୁଲା l କେତେବେଲୁଁ ଗୁଟେ ସାଁପ୍ ଗଛ୍’କେ ଚଢ଼ିକରିଁ ମଏନା ଛୁଆ ତିନ୍’ଟାକେ ଗିଲି ସାରିଥିଲା ନ l ମଏନାମାନେ ଖାଲି ଉଡ଼୍’ବାର୍ ଛଡ଼ା କାଣା କରି ପାର୍’ତେ ! ସାଁପ୍’ଟା ଗଛର୍ ଡେହି ଗୁଟେଥିଁ ଗୁରେହି ହେଇକରିଁ ତାର୍ ଜିତାପଟ୍’ର ଖୁସି ମନଉଥିଲା l ସମାରିର୍ ଆଏଁଖ୍ ଅନ୍ଧାର୍ ପଡ଼ିଗଲା l କାନ୍ ଭଁ ଭଁ କଲା l ଜାଙ୍ଗଲ୍ ଗଦେଇ ହେଲା l ଚେତା ହରେଇ ବସଲା ସମାରି l ହେଲେଁ, ତାର୍ ଅନ୍ତର୍-ଆଖିଁ ଦେଖେଲା, ସାଁପ୍ ହେଇକରଁ ଲହରି ଲହରି ଲମି ଆଉଛେ ଦେହେରି ବୁଢ଼ାର୍ ଜିଭ୍ l ତାର୍ କଲା କୁକୁରାକେ ଗର୍ସେ କରି ଗିଲି ଦେଉଛେ l ବୁଡ଼ାସାଁପ୍ ବାଗିର୍ ଗୁନିଆଁ ବବା ତାର୍ ମେଲ୍’ଛାକେ ଗୁରେହି କରି ଭିଡ଼ି ଧରୁଛେ ଗିଲ୍’ବାର୍ ଲାଗିଁ l କବିରାଜ୍ ବୁଢ଼ାର୍ ଡାଙ୍ଗ୍ ବାଡ଼ି ସାଁପ୍ ହେଇକରିଁ ରଙ୍ଗିଯାଉଛେ ବାବୁର୍ ପେଟ୍ ଉପୁରେଁ l ସାହୁ ବୁଢ଼ା ଅଜ୍’ଗର୍ ହେଇ ଗିଲି ପକଉଛେ ତାର୍ ସପନର୍ ରାଜ୍’ମହଲ୍ କେ l ଧୁବେନ୍ ଜୋର୍ ସାଁପ୍ ହେଇକରି ଗୁରେହି ପକଉଛେ ଗୁଟା ଗାଆଁକେ l ଆରୁ ଡାକ୍ତର୍ ବାବୁର୍ ଷ୍ଟେଥୋ ସାଁପ୍ ହେଇକରି ଭିଡି଼ଧରୁଛେ ବାବୁର୍ ଛାତିକେ l ସମାରି ଅଚେତ୍ ହେଇକରି ପୁଟ୍’ପୁଟଉଛେ- ସାଁପ୍… ସାଁପ୍… ସାଁପ… l ହେଲେଁ, ଦନାର କାହାକେ ଦେଖ୍’ବା l ସମାରିକେ ହଲେଇ ହଲେଇ କରିଁ କହୁଥିଲା,”ଏ ସମାରି.. ! ଉଠ୍.. ! ଉଠ୍ ସମାରି.. ! ବାବୁକେ ଦେଖ୍.. ! ବାବୁକେ ଉଠା… ! ବାବୁକେ ଉଠା… !”
ଦନାର ଭାବୁଥିଲା, ଗଅଁଲି ଗାଆଁର୍ ଚିକିତ୍ସା ବେବସ୍ଥାଟା କାଣା ଇନ୍ତା ସବୁଦିନେ ରହିଯିବା ସାଁପର୍ ଅହେଁରା ଭିତିରେ ଛନ୍ଦଲେଇ ହେଇକରିଁ…???
– ପ୍ରସନ୍ନ ରଣା