ଦିନାଦୁ ହେଉଛେ ନୂଆଁ ଗୁରୁଜୀଟେ ବଦଲି ହେଇକରି ଆସିଛନ୍ ଇସ୍କୁଲ୍କେ। ଆଗ୍ଯାଁ ଟିକେ ରାଗି ଆନ୍। ହେଲେଁ, ପଢ଼ାଶୁଣାଥିଁ କେଭେଁ ଅବହେଲା ନେଇଁ କରନ୍। ଖାଇଛୁଟିର୍ ପରେଁ ବସବାର୍ ଘଣ୍ଟି ବାଜାଲା। ଘଣ୍ଟି ବାଜୁନ୍ ସାଏର୍ ଆଗ୍ଯାଁ ଢୁକିଗଲେ ପଞ୍ଚମ ଶେଣୀକେ। ସାମାଜିକ୍ ପାଠ ପଢ଼ାବାର୍ ଥାଏ। କଲାପଟାକେ ମେଟେଇ କରିଁ ଛୁଆକୁଁ ପ୍ରଶ୍ନଟେ ପଚରାଲେ,
– “ପିଲେ କହତ, ଆମର୍ ଜାତୀୟ ପତାକାଥିଁ କେତେଟା ରଙ୍ଗ୍ ଅଛେ ?”
ତିନ୍ଟା ଛୁଆ ହାତ୍ ଟେକେଲେ। ଗୁଟେ ପିଲାକେ ଆଙ୍ଗୁଟ୍ ଲମେଇ କରିଁ କହେଲେ,
– “ବାବୁ, ତୁଇଁ କହତ ?”
– “ଆଗ୍ଯାଁ, ତିନ୍ଟା ରଙ୍ଗ୍ ଅଛେ।”
– “ତିନ୍ଟା ରଙ୍ଗ୍ କାଣା କାଣା ?”
– “ଆଗ୍ଯାଁ ! ଗେରୁଆ, ଧୋବ୍ ଆରୁ ସାଗୁଆ।”
ଅଉର୍ ଗୁଟେ ହାତ୍ ଟେକିଥିବା ପିଲାକେ ପଚରାଲେ,
– “ଜାତୀୟ ପତାକାର୍ କେତେଟା ରଙ୍ଗ୍ ?”
– “ଆଗ୍ଯାଁ, ଚାଏର୍ଟା ରଙ୍ଗ୍।”
– “କାଣା କାଣା କହତ ?”
– “ଆଗ୍ଯାଁ ! ଗେରୁଆ, ଧୋବ୍, ସାଗୁଆ ଆରୁ ଅଶୋକ୍ ଚକ୍ରର୍ ନିଲିଆ ରଙ୍ଗ୍।”
ଗୁରୁଜୀ ଟିକେ ଚୁପ୍ ରହେଲେ। ଠାଟୁମୁଡ଼ା ପିଲାଟେ ହାତ୍ ଟେକିଛେ ତାଏଲ୍। ତାହାହେ ପଚରାଲେ,
– “ତୁଇଁ କହତ, ଜାତୀୟ ପତାକାର୍ କେତେଟା ରଙ୍ଗ୍ ?”
– “ଆଗ୍ଯାଁ, ପାଁଚ୍ଟା।”
ଆଗ୍ଯାଁ ଟିକେ ରାଗିଗଲେ। “ପାଁଚ୍ଟା ରଙ୍ଗ୍ ?? ତୋର୍ ବୁଆର୍ ଦିନେ ତିରଙ୍ଗା ପତାକାର୍ ପାଁଚ୍ଟା ରଙ୍ଗ୍ ଦେଖିଥିଲୁ ???”
– “ହଁ ଆଗ୍ଯାଁ !” ପିଲାଟା ସଁକରି କରି କହେଲା। ଗୁରୁଜୀ ଆର୍ ଟିକେ ରାଗିଗଲେ। “କହତ, ଜାତୀୟ ପତାକାଥିଁ କେନ୍ କେନ୍ ପାଁଚ୍ଟା ରଙ୍ଗ୍ ଥିସିଯେ ? ନେହେଲେଁ ବାଡ଼ି ଛିଡ଼େଇ ନେମି !!”
– “ଆଗ୍ଯାଁ ! ପୁଲ୍ବାମାନୁଁ ମୋର୍ ବାପାକେ ଗୁଟେ ଜାତୀୟ ପତାକାଥିଁ ଢାପି କରି ଆନିଥିଲେ। ସେ ପତାକାଥିଁ ଗେରୁଆ, ଧୋବ୍, ସାଗୁଆ, ନିଲିଆ ରଙ୍ଗ୍ ସାଙ୍ଗେଁ ଠାନ୍ ଠାନ୍ ଲାଲ୍ ରଙ୍ଗ୍ ଲାଗିଥିଲା। ଜାତୀୟ ପତାକାର୍ ପାଁଚ୍ଟା ରଙ୍ଗ୍। ମୋର୍ ବାପା ପତାକା ତଲେଁ ଶୁଇଥିଲା ଯେ ଆରୁ କେଭେଁ ନେଇଁ ଉଠୁଲା।
ପିଲାର୍ କଥା ଶୁନିକରିଁ ଗୁରୁଜୀ ସଡ଼କ୍ଦମ୍ ହେଇଗଲେ। ଆଗ୍ଯାଁକର୍ ଆଁଖିର୍ ଲହ ଝରି ପଡ଼୍ଲା। ହେଲେଁ, ଗୁରୁଜୀର୍ ଆଖିଁ ଜାତୀୟ ପତାକାର୍ ଆର୍ ଗୁଟେ ରଙ୍ଗ୍ ଦିଶୁଥିଲା। ସେଟା ହେଉଛେ ସହୀଦ୍-ବିଧବାମାନ୍କର୍ ଆଁଖିର୍ ଲୁହର୍ ରଙ୍ଗ୍। ଯେନ୍ ରଙ୍ଗ୍କେ କିହେ ଦେଖି ନେଇଁ ପାରନ୍।
– ପ୍ରସନ୍ନ ରଣା