“ଶାଗ୍ ନିଅ ଗୋ… ଶାଗ୍…।” ଗାଁ ଖୁଏଲ୍ ଆଡ଼ୁଁ ଡାକ୍ ପକାଲା ଅନୁରା। “କାଏଁ ଶାଗ୍ ଆନିଛୁ ଅନୁରା ?” ଘରୁ ବାହାରି ଆସିକରି ତାହାକେ ପଚ୍ରାଲିଁ।
– “ଏ ପୁତା ସୁନ୍ସୁନିଆଁ ଶାଗ୍ ଆନିଛେଁ। ଖାଏଲେଁ ଝୁମୁରା ଲାଗ୍ବା ! ରଖିପକା ନି ଯେ… !”
– “ପୁହୁରା ଜାଗାର୍ଟା ନୁହେସେ ତ ! ଅସ୍କଟିଆ ଜାଗାର୍ଟା ହେଇଥିଲେଁ ନେଇଁ ରଖେଁ।”
– “ପୁହୁରା ଜାଗାର୍ଟା ନୁହେସେ। ମୋର୍ ଲାଗିଁ ଭି ତ ଖର୍ଡନେ ଘରେଁ ରଖିଛେଁ। ତତେ ଠଗ୍ମି ?”
– “ଦେଖ୍ ସିନେଁ। କେତେ ନେବୁ ?”
– “ଯାହା ଦେବୁ ଦେ ପୁତା…। ତୋର୍ ନୁଁ କେଭେଁ ମୂଲ୍ ଦାମ୍ କରିଛେଁ ?”
ସୁନ୍ସୁନିଆଁ ଶାଗ୍ତକ ନେଇ କରି କୁଡ଼େ ଟଁକିଟେ ଧରେଇ ନେଲିଁ। କିଛି ନେଇଁ କହେଲା। କୁଡ଼େ ଟଁକି ନୋଟ୍କେ ଉଲ୍ଟେଇ ପୁଲ୍ଟେଇ କରି ଦେଖେଲା। ଯେ’ ଭି ତାହାକେ ପଏସା ଦେଲେଁ ହେନ୍ତା କର୍ସି।ନୋଟ୍କେ ନେଇକରି ଉଲ୍ଟେଇ ପୁଲ୍ଟେଇ ଦେଖ୍ସି।ନୋଟ୍କେ ଦେଖିକରି କାଣା ଭାବ୍ସି, କିଏ ଜାନେ।
– “କାଣା ଦେଖୁଛୁ ? ଅଉର୍ ନେବୁ ଭାଏଲ୍ ?” ପଚ୍ରେଇ ପକାଲିଁ।
– “ନେଇଁ ପୁତା। ଇ ଚଚମା ପିନ୍ଧା ବୁଢ଼ାକେ ଦେଖ୍ସିଁ। କେତେ ବଡ଼୍ ଲୋକଟେ ହେଇଥିବା ! କେଡ଼େ ଭାଗ୍ଯବାନ୍ ଲୋକଟେ ! ସବୁ ନୋଟ୍ ଥିଁ ତାର୍ ଫଟୁ ଅଛେ। କେଡ଼େ ତେଜ୍ କପାଲ୍ !”
– “ତୋର୍ କାଣା ତେଜ୍ କପାଲ୍ ନୁହେସେ ଭାଏଲ୍ ! ସକାଲ୍ ପାଏଲେଁ ପଏସା ଦେଖୁଛୁ। କାହାକେ ଶାଗ୍ କେରେ, କାହାକେ ପାଏନ୍ ଜୁରେ ତ କାହାକେ ଝାଁଟି ବୁଝେ ଦେଇନେଲେଁ ତୋର୍ ଦିନେ ଅଚିନ୍ତା ଗଲା। ଦଶ୍ କୁଡ଼଼େ ଟଁକା ହେଇଗଲେଁ ତୋର୍ ଦିନ୍କର୍ ଅଢ଼ିଆ ଚଲ୍ଲା। ଗୁଟେ ପେଟ୍କେ ତୋର୍ କେଁ ଚିନ୍ତା ! ତୋର୍ କପାଲ୍ ଭି ତେଜ୍ ଆଏ।”
– “ହଉ, କହେଲୁ ଯେ କାଏଁ ହେଲା ! ମୁଇଁ କାଣା ଦୁଖ୍ମନା ହେଲି ପୁତା ! ତୁଇଁ କାଣା ମୋର୍ କଥା ଜାନିଛୁ ? ଦେହେ ସିନେ ଧରିଛେଁ, ହେଲେଁ ମୋର୍ ମନ୍ଟା ମରିଗଲାନ। ମତେ ଖାଲି ଯମ୍ ନେଇଁ ନେବାର୍ହେ। ଲେଁ ମୋର୍ ଘରର୍ ସମକୁଁ ନେଇ ସାର୍ଲା ନ। ମୁଇଁ ଖାଲି ଏକେଲା ବାଣି ହାତେଁ ରଙ୍ଗ୍ବଲା ବାଗିର୍ ଠୁଟା ହେଇକରିଁ ଘରେଁ ପଡ଼ିଛେଁ।” କହିବସଲା ଅନୁରା।
“ସାନ୍ ଗଅଁତିଆ ବୁଢ଼ା ଛଅଟା ଝି’ ପରେଁ ପୁଓଟେ ଭାଏଲ୍ ପାଏମି ବଲିକରିଁ ମୋର୍ ମାଆଁକେ ସଅଁତା ଆନ୍ଲା। ମୁଇଁ ଯେତେବେଲେଁ ଗରଭ୍ ଥିଁ ରହେଲିଁ , ମୋର୍ ବା’ ବଢ଼େଟେ ଆଶ୍ କରିଥିଲା ପିଲାଟେ ହେବା ବଲିଁ। ହେଲେଁ ମୁଇଁ ଟୁକେଲ୍ଟେ ହେଇକରିଁ ଜନମ୍ ହେଲିଁ। ସାନ୍ ଗଅଁତିଆ ଘରର୍ ସମ୍କିରର୍ ମନ୍ ଭାଙ୍ଗିଗଲା। ମୋର୍ ବା’ ମୁହୁଁ ମୁରିକରି ପଲେଇ ଗଲା। ମୋର୍ ମାଁ ଭି ମତେ ଆଡ଼୍ କରିନେଲା। ସମ୍କିରର୍ ମନ୍ ଭାଙ୍ଗିଗଲା। କିହେ ଟୁକେଲ୍ଟେ ନେଇଁ ନୁରୁଥେଇଁ ବଲିଁ ମୋର୍ ନାଁ ହେଇଗଲା ଅନୁରା।
ମତେ ସଭେ ଛ ଛ ଅଁତର୍ କଲେ। କାହାରିର୍ ମନେ ହରଷ୍ ପରଷ୍ ନେଇଁ। ମୋର୍ ନାନୀମାନେ ଭିଲ୍ ଟୁକେଲ୍ ହେଇକରିଁ ଉଲେଁଦୁଲଁ ବଢ଼୍ଲେ। ହେଲେଁ ମୁଇଁ ସବୁଥିଁ ଅନୁରି ହେଇଗଲିଁ। ମୋର୍ ବା’ ଭିଲ୍ ପାଠ୍ ଦୁଇ ଅଖର୍ ନେଇଁ ପଢ଼ାଲା ମତେ।ମୋର୍ ନାନୀମାନ୍କର୍ ବିହା ଉଲେଁଦୁଲେଁ କରିଁ ବଡ଼୍ ଘର୍ମାନକେଁ ହେଲା। ହେଲେଁ ମୋର୍ ବା’ ମୋର୍ ବିହା ଗୁଟେ ରଅଁଡ଼ା ଗଁତିଆ ବୁଢ଼ା ସାଙ୍ଗେଁ ଠିକ୍ କରିନେଲା। ମୋର୍ ବା’ ଭିଲ୍ ମୋର୍ ମନର୍ କଥାକେ ବୁଝି ନେଇଁ ପାର୍ଲା। ବିହା ଦିନର୍ ଆଗୋର୍ ରାତିଁ ଆମର୍ କୁଠିଆ ପିଲା ଗୁଟେ ସାଙ୍ଗେଁ ଉଧୁଲିଆ ପଲେଇ ଆଏଲିଁ।
ପଲେଇ କାଏଁନ ଆଏଲିଁ, ହେଲେଁ ଯାହାକେ ମୁଇଁ ସୁନାମୁଡ଼ାଟେ ବଲିଁ ଭାବିଥିଲିଁ ସେଟା କଁଚା ପିତଲ୍ଟେ। ମତୁଆଲ୍ ଯେନ୍ତା ଅଲସୁଆ ଭି। ଘରର୍ ନାକ୍ କାଟିକରି ପଲେଇ ଆସିଛେଁ ବଏଲେଁ, ଘରର୍ ଲୁକର୍ ନିଶାସ୍ ତ ପଡ଼ବା ! ଜୀବନ୍ ଥିଁ କେଭେଁ ସୁଖ୍ ନେଇଁ ପାଏଲିଁ। ଘଏତା ତ ନିସତ୍ ଆଏ।କେଭେଁ କମାନି ନେଇଁ କି କୁଠାନି ନେଇଁ।ଇତାର୍ ବାସନ୍ ମାଜିକରିଁ, ସେତାର୍ ପାଏନ୍ ବୁହିକରିଁ ଦୁହି ପେଟକେ ପୁଷୁଲି। ତାର୍ ସାଙ୍ଗେଁ ମଦ୍ପିଆ ଭି ଦେଲିଁ।ଯେନ୍ ଦିନେ ମଦ୍ପିଆ ନେଇଁ ଦେଲେଁ, ମୁନୁଷ୍ଟା ଭୁଦୋଉଜେର୍ କରିନେବା। ଦୁଲ୍ ଦାଲ୍ ଯେହିଁ ବାଜୁ କି ତେହିଁ ବାଜୁ ପିଟି ପକାବା। ସବୁ ସହିକରି ରହେଲିଁ। ହେଲେଁ ଥରେ ଭୋଟ୍ ବେଲ୍କେ ମାହାଲିଆଟା କାଏଁ ମଦ୍ ପିଇଲା ଯେ ଆରୁ ନେଇଁ ଉଠୁଲା।
ଟୁରା ପିଲାଗୁଟେକେ ଧରିକରିଁ ଦମ୍ ଧରଲିଁ। ପୁଓକେ ମୁନୁଷ୍ କରବାର୍ ଲାଗିଁ ଅଁଟା ଭିଡ଼୍ଲିଁ। ପେଟୁଁ କାଟିକରିଁ ଖୁଆଲିଁ,ପିଆଲିଁ, ବଢ଼ାଲିଁ, ଉଢ଼ାଲିଁ। ହାତେନୁଁ ଦୁଇ ହାତ୍ ଭି କଲିଁ। ପିଲା ତ ପାଠ୍ ଶାଠ୍ ନେଇଁ ପଢ଼ି। କାଣା କରି ପାର୍ବା ବଲିକରିଁ ତାର୍ ଲାଗିଁ ହେ ବଜାର୍ ଛକ୍ ନ ପାନ୍ଠେଲାଟେ ଥୁଇନେଲିଁ। ଦୁକାନେ ମୋର୍ ପୁଓ ବସୁଥିଲା। ଘାଏ ଘାଏ ମୁଇଁ ଭି ବସୁଥିଲିଁ। ଭୁଆସେନ୍ ଟା ଘରେଁ ରନ୍ଧାବଢ଼ା କରୁଥିଲା। ଧିରେ ଧିରେ ପାନ୍ ଦୁକାନ୍ଟା ଜମ୍କି ବସ୍ଲା। ଛୁଆମାନ୍କର୍ ବିସ୍କୁଟ୍, ଚକ୍ଲେଟ୍, କୁର୍କୁରେ ଭି ରଖିବସ୍ଲା। ଅଉର୍ ଟିକେ ଯେନ୍ତା ଦୁକାନ୍ଟା ଚଲି ବସ୍ଲା ପେଟ୍ରୋଲ୍ ଲିଟର୍ଦୁ ଭି ରଖ୍ଲା। ପେଟ୍ରୋଲ୍ଥିଁ ନଗ୍ଦି ଲାଭ୍ ମିଲ୍ସି ବଲିଁ ଧିରେ ଧିରେ ଯହ ରଖିବସ୍ଲା। ଦିନେ ମାଛି ଅନ୍ଧରିଆ ପିଲାଟେ ପେଟ୍ରୋଲ୍ ଲିଟିରେ ମାଗ୍ଲା। ଦୁକାନ୍ ନ ଲାଇନ୍ ନେଇଁ ଥେଇଁ। ମହମ୍ ବତିଟେ ଜାଲିକରିଁ ଯେନ୍ତା ପେଟ୍ରୋଲ୍ ଢାଲ୍ଲା, ଧଙ୍ଗ୍ କଲା ଜାର୍କେ ଜୁଏ ଧରିନେଲା। ଲୋକ୍ମାନେ ଜମାହେବାର୍ ଆଘୋନୁଁ ସବୁ ସରି ଯାଇଥିଲାନ। ପାନ୍ ଦୁକାନ୍ ନେଇଁ ଥେଇଁ କି ମୋର୍ ପୁଓ ଭି ନେଇଁ ଥେଇଁ।” ଆଖିର୍ ଲହ ପୁଛୁଲା ଅନୁରା।
“ହେତକିଥିଁ କଥା କାଣା ସର୍ଲା ବଲୁଛୁ ! ବହ ଟୁକେଲ୍କେ ଆଶ୍ରା କରିଁ ବାକି ଜୀବନ୍ କାଟି ନେମି ବଲିଁ ଭାବୁଥିଲିଁ। ହେଲେଁ ମୋର୍ ପୁଓର୍ ମର୍ବାର୍ ମାସେ ନେଇଁ ହେଇଥେଇ ନ। ତାର୍ ମୁର୍ଦାରର୍ ଜୁଏ ନେଇଁ ଲିଭିଥେଇ ଅଉର୍ ବହଟା ଅନ୍ତର୍ଧିଆନ୍ ହେଇଗଲା। ପଛେଁ ଖବର୍ ପାଏଲିଁ, ଆମର୍ ଜମାର୍ ଗୁଟେ ପିଲା ସାଙ୍ଗେଁ ଉଧୁଲିଆ ପଲେଇଗଲା। ଭାବଲିଁ, ଠିକ୍ କଲା। ମୋର୍ ଲାଗିଁ ଆରୁ ତାର୍ ଜୀବନ୍କେ ବର୍ବାଦ୍ କର୍ତା କାଏଁ ? ମୋର୍ଟା ସିନେ ଫଟା କପାଲ୍ ! ଖାର୍ମୁଡ଼଼ି ବାଗିର୍ ଇ ଗାଆଁର୍ ମାଆଁର୍ ପକାଲା ଉଡ଼ାଲା ଖାଇକରିଁ ପଡ଼ିଛେଁ। ଫଟା କରମ୍କେ ଆଦ୍ରି କରିଁ ଯାହା ଦିନ୍ ପାର୍ମି ଜୀଇଁଥିମି। କପାଲ୍ଟା ତ ମୋର୍ ଫଟା ଆଏ…।” ଅନୁରା ଆରୁ କିଛି କହି ନେଇଁ ପାର୍ଲା। ପଏସା ଧରିକରି ଗାଆଁ ଖୁଲି ଆଗ୍କେ ଚାଲିବସ୍ଲା। ମୁଇଁ ଭକୁଆ ବାଗିର୍ ତାହାକେ ଦେଖୁଥେଁ।
– ପ୍ରସନ୍ନ ରଣା