“ମାଁ… , ମୁଇଁ ମନ୍ତ୍ରୀ ହେମି… ! ମାଁ, ମୁଇଁ ମନ୍ତ୍ରୀ ହେମି !!” ଘର୍କେ ଢୁକୁନ୍ ସାଏର୍ ତାର୍ ମାଁ’ କେ କହେଲା ମକରା l “ତୋର୍ କାଣା ହେଲା ପୁତା ? ଆଏଜ୍ କେନ୍ତା ଇନ୍ତା କଥା କହୁଛୁ ? ଆଶିରିଜ୍ ହେଇ ପଚରାଲା ତାର୍ ମାଁ l “ନେଇଁ ମାଁ, ମୁଇଁ ମନ୍ତ୍ରୀ ହେମି ! କେତେ ଦିନ୍ ତକ୍ ଇନ୍ତା ଗୁଲ୍ଗୁଲା
ହେଉଥିବୁ ? କେତେ ଦିନ୍ ତକ୍ ପର୍ହର୍ ଘରେଁ ବାସନ୍ ମାଜୁଥିବୁ ? କେତେ ଦିନ୍ ତକ୍ ଆମେ ଇ ଛିତ୍କା କୁରିଆଥିଁ ରହୁଥିମା ? ମୁଇଁ ମନ୍ତ୍ରୀ ହେମି ମାଁ ! ମୁଇଁ ମନ୍ତ୍ରୀ ହେଲେଁ ନେଇଁ, ଇ ଛିତ୍କା କୁରିଆ ମହଲ୍ ଘର୍ ହେଇଯିବା ! ତୁଇଁ ଯେନ୍ ବାସନ୍ ମାଜି ଯଉଛୁ, ଆର୍ ବାସନ୍ ମାଜି ନେଇଁ ଯଉ ! ଆମେ ବାସନ୍ ମଜାତି, ପାଏନ୍ତି, ଧୁବା, ବାରିକ୍ ସବୁ ରଖମା ! ମୁଇଁ ମନ୍ତ୍ରୀ ହେଲେଁ ଗୋ ମାଁ, ମୁଇଁ ମକରା ନୁଁ “ମକରଧ୍ୱଜ ବାବୁ” ହେଇଯିମି !” କହୁଥିଲା ମକରା l
“ମନ୍ତ୍ରୀ ହେବୁ ଯେ, ମନ୍ତ୍ରୀ ହେବାର୍ ଟା କାଣା ସହଜ୍ଟେ କଥା ଆଏ କେଁ… ? କେତେ ପାଠ୍ ଶାଠ୍ ପଢ଼୍ବାର୍ କେ ପଡ଼୍ସି ଜାନିଛୁ ? ଆରୁ ତୋର୍ ଯେନ୍ ପାଠ୍ ପଢ଼ା ?? ସବୁ ବିଷେଥିଁ ତୁଇଁ ଶୂନ୍ ମାର୍କା ଆନୁଥିଲୁ ପରେ !” “ମନ୍ତ୍ରୀ ହେବାର୍ ଲଗିଁ ପାଠ୍ ଶାଠ୍ କିଛି ନେଇଁ ଲାଗେ ମାଁ… ! ଜାନିଛୁ ? ଯେନ୍ମାନେ ମନ୍ତ୍ରୀ ହେଇଛନ୍, ବଡ଼୍ଭାଗି ମେଟ୍ରିକ୍ ପାସ୍ ନେଇଁ କରିଁ l ଲେବୋକେଚୋ କରି ଖାଲି ଦସ୍କତ୍ ଟିକେ ଦେଇ ଜାନ୍ସନ୍ l ଲାଲୁ, ରାବିଡ଼ି ବାଗିର୍ ଟା କେତେ ପାଠ୍ ପଢ଼ିଛନ୍ ? ହେମାନେ ଫେର୍ ମୁଖ୍ଯମନ୍ତ୍ରୀ ହେଇଛନ୍ କି ନି ? ଆରୁ ଯେନ୍ ମୋର୍ ସବୁ ବିଷେଥିଁ ଶୂନ୍ ଆନ୍ବାର୍ କଥା କହୁଛୁ, ଦେଖ୍ବୁ ମାଁ ମୁଇଁ ମନ୍ତ୍ରୀ ହେଲେଁ ,ହେ ସବୁ ଶୂନ୍ ମୋର୍ ବେଁକ୍ ଖାତାର୍ ଟଁକାର୍ ଆଗ୍କୁତି ଡେଗି ଆସି କରି ବସବେ”, କହେଲା ମକରା l “ଆଏ ଯେ, ମନ୍ତ୍ରୀ ହେବାର୍ ଲାଗି ଗୁଟେ ଯୋଗ୍ଯତା ତ ଦର୍କାର୍ ଆଏଗା ବାବୁ ! ତୋର୍ ସେ ଯୋଗ୍ଯତା ଥିଲେଁ ତ ?” କହେଲା ମକରାର୍ ମାଁ l
“କାଏଁ ଯୋଗ୍ଯତା ଦର୍କାର୍ ମାଁ…! ମନ୍ତ୍ରୀ ହେବାର୍ ଲାଗିଁ ଯେନ୍ ଯୋଗ୍ଯତା ମୋର୍ ଠାନେ ନେଇଁନ, ହେଁଟା ଇ ଗୁଟେ ବଛର୍ ଭିତିରେଁ ବନେଇ ନେମି ! ମନ୍ତ୍ରୀ ହେବାର୍ ଲାଗିଁ ଯୋଗ୍ଯତା ବଏଲେଁ-
୧) ସେ ଜଣେ ଅପରାଧୀ ହୋଇଥିବେ l
୨) ତାଁକର୍ ନାଁ ରେ ଅତି କମ୍ରେ ପାଁଚ୍ଟା ପୁଲିସ୍ କେସ୍ ଥିବାର୍ କଥା l
୩) ସେ ଭିତିରିଆ ସାରି ଗୁଟେ ଚୁରା ବେପାର୍ କରୁଥିବେ l
୪) ସେ ପର୍ହର୍ ଝିଇ ବହକେ ଭିତିରିଆ ଖରାପ୍ ନଜର୍ ରଖିଥିବେ l
୫) ଦିନ୍କ ମଠିଏ ମଦ୍ ପିଉଥିବେ l
ଇନ୍ତା ଅନେକ୍ ଟା l ଇ ସବୁ ଯୋଗ୍ଯତା ବଛରେ ଭିତିରେଁ ମୁଇଁ ହାସଲ୍ କରିନେମି l” ନିଲଜ୍ ବାଗିର୍ କହୁଥିଲା ମକରା l
ମକରାର୍ କଥା ଶୁନିକରି ଆକାଭୋତ୍ ହେଲା ତାର୍ ମାଁ l “କେଭେଁ ଇନ୍ତା କଥା ନେଇଁ କହେ l ଆଏଜ୍ ଏଡ଼୍କି ପରିବର୍ତନ୍ !” ଭାବୁଥିଲା ମକରାର୍ ମାଁ l କଥାର୍ ଛଲେଁ କହେଲା, “ଯେତେ ହେଲେଁ ଭି, ମନ୍ତ୍ରୀଟେ ରାଏଜ୍ ଚଲଉଛେ, ଦେଶ୍ ଚଲଉଛେ ବଏଲେଁ, ବନେ ପାଠୁଆ ପିଲାଟେ ନେଇଁ ହେଲେଁ ହେବା କାଏଁ ? ତୁଇଁ ହେନ୍ତା ପଢ଼ିଥିତୁ ବଏଲେଁ ଭାଏଲ୍… ” “ହେତ୍କି କହ ମାଁ ! ଯେନ୍ମାନେ ଆମର୍ ଦେଶେଁ ବନେ ପାଠ୍ ଜାନ୍ସନ୍, ଶେଣୀଥିଁ ପହେଲା ଧାଡ଼ିଥିଁ ବସ୍ସନ୍, ହେମାନେ କାଣା କର୍ସନ୍ ଜାନିଛୁ ? ସି.ଟି. କି ବି.ଇଡି. ଟେ କରି କରିଁ ମାଷ୍ଟର୍ ହେସନ୍ l ଯେନ୍ମାନେ ଟିକେ କମ୍ ପାଠ୍ ଜାନ୍ସନ୍, ଶେଣୀଥିଁ ଦୁଇ ନମର୍ ଧାଡ଼଼ିଥିଁ ବସ୍ସନ୍, ହେମାନେ ପଛେଁ ଟିକେ ପରିଶ୍ରମ୍ କରି କରିଁ ଅଫିସର୍ ହେସନ୍ ; ହେ ଡିଇଓ, ବିଇଓ ବାଗିର୍ ଟା l ଆରୁ ଯେନ୍ମାନେ ଟିକେ ଗଧା ଥିସନ୍, ତିନ୍ ନମର୍ ଧାଡ଼ିଥିଁ ବସ୍ସନ୍, ହେମାନେ ଅଉର୍ ଟିକେ ପରିଶ୍ରମ୍ କରି କରିଁ ଆଇଏସ୍, ଓଏସ୍ ଅଫିସର୍ ହେସନ୍ l ହେଲେଁ, ଯେନ୍ମାନେ ଶେଷର୍ ଧାଡ଼ିଥିଁ ବସ୍ସନ୍, ପଏର୍ଛା ଗଧାଟା, ହେମାନେ ମନ୍ତ୍ରୀ ହେସନ୍ l ମନ୍ତ୍ରୀ ଶାସନ୍ କର୍ସି ଆଇଏସ୍ ଓଏସ୍ ଅଫିସର୍ କେ, ଆଇଏସ୍ ଓଏସ୍ ଶାସନ୍ କର୍ସନ୍ ବିଇଓ ଡିଇଓ କେ ଆରୁ ବିଇଓ ଡିଇଓ ଶାସନ୍ କର୍ସନ୍ ମାଷ୍ଟର୍ ବୁପୁରାକେ l ସବୁଥିର୍ ଦୁଃଖ୍, ହେ ଏକ୍ ନମ୍ବର୍ ପାଠ୍ପଢୁ ମାଷ୍ଟର୍ମାନେ ସହେସନ୍ l” କହୁଥିଲା ମକରା l “ହେତିର୍ ଲାଗିଁ ଭାବି ନେଇଛେଁ ମୁଇଁ ଖାଲି ମନ୍ତ୍ରୀ ହେମି l ମନ୍ତ୍ରୀ ନେଇଁ ହେଲେଁ କିଛି ନେଇଁ ହଏଁ l”
“ମନ୍ତ୍ରୀ କାଏଁ ହେବୁ, ରଜା ହେଇପକା ଯେ ପୁତା !” ବିର୍ଝାଲା ବାଗିର୍ କହେଲା ତାର୍ ମାଁ l “ରଜାର୍ କାଣା ଅଛେ ଯେ ମୁଇଁ ରଜା ହେମି ! ଭାରତର୍ ସବୁ ରଜା ପରେ ଇହାଦେ ଖଜା ବିକୁଛନ୍ ! ହେଲେଁ, ଥରେ ମନ୍ତ୍ରୀ ହେଲେ ସାତ୍ ପୁର୍ଖା ତକ୍ କମାବାର୍ କେ ନେଇଁ ପଡ଼େ l ସାତ୍ ପୁର୍ଖା ତକ୍ ବସିକରି ଖାଏଲେଁ ଭିଲ୍ ନେଇଁ ସରେ l ରାଜ୍ଧାନୀ ନ ମାଫି ଘର୍, ମାଫି ଯିବା ଆସ୍ବାର୍, ମାଫି ଫୁନ୍, ମାଫି ମାଫି ଖା’ନା ପି’ନା, ମାଫି ଉଷୋକଷା l ସବୁ ମାହାଲିଆ l ଫେର୍ ଭି ମନ୍ତ୍ରୀମାନ୍କୁଁ ନେଇଁ ପୁରେ ଯେ, କିଏ ଗୋରୁ ଚାରା ଖାଉଛେ, କିଏ କୁଇଲା ଖାଉଛେ, କିଏ ବାତ୍ଯାର୍ ପଲିଥିନ୍ ଖାଉଛେ, କିଏ ନେପ୍କିନ୍ ଖାଉଛେ ତ କିଏ ଛଡ଼୍ ସିମେଣ୍ଟ ଭି ଖାଉଛେ l ମୁଇଁ ଭିଲ୍ ମନ୍ତ୍ରୀ ହେଇଗଲେଁ, ଦେଶ୍ ସେବକ୍ ହେଇଯିମି l ଅଉର୍ ଗାଉଥିମି-
“ମିଶୁ ଦେଶ ପାଣ୍ଠି ମୋ ଘର ପାଣ୍ଠିରେ,
ଚାଲିଯିବି ଦେଶବାସୀଙ୍କ ପିଠିରେ l
ମୋହର ଭୋକିଲାପେଟେ ଯେତେ ଗାଡ଼,
ପୂରୁ ତହିଁ ପଡ଼ି ଖସି ମାଂସ ହାଡ଼ l”
ଗୀତ୍ ଗାଇ କରି ତାର୍ ମାଁର୍ ଦିହେଁ ଝପେଇଁ ହେଲା ମକରା l “ଛିଃ… ଗନ୍ଧି ମରୁଛେ ! ଦେଶି ମଦ୍ ପେଟେ ପିଇକରି ଆସିଛୁ କାଏଁ ରେ… ?” ପାଏନ୍ ଗରିଏ ଆନିକରି ଝଲ୍କି ନେଲା ତାର୍ ମାଁ ମକରାର୍ ଉପୁରେଁ l ଡେନା ଧରି କରି ଖିଡ୍ଖିଡ଼ାତେଲ୍ ଆନ୍ଲା l ଝଲୋ ଖଟେଁ ପକେଇ ନେଲା l ମକରା ପୁଟ୍ପୁଟଉ ଥିଲା- “ମୁଇଁ ମନ୍ତ୍ରୀ ହେମି… ମୁଇଁ ମନ୍ତ୍ରୀ ହେମି… “
– ପ୍ରସନ୍ନ ରଣା