“ଭାତ ମୁଠେ ଦିଅ ମାଁ…!”
କାହାର୍ ଡାକ୍ ଶୁନିକରିଁ ଘରୁଁ ବାହାରି ଆଏଲା ସୁରଭି l ଦେଖେଲା, ଖାକେଁ ଛୁଆଗୁଟେ ଚେପେଇ କରିଁ ଟୁକେଲ୍’ଟେ ଭାତ୍ ମାଗୁଛେ l ବଏସ୍ ୨୫/୩୦ ବଛର୍ ଭିତିରେଁ ହେବା l ଛୁଆର୍ ମୁହୁଁ ଭୁକେଁ ଶୁଷେଁ ଶୁଖି ଯେଇଛେ l ଚେହେରା ଝୁର୍’ମୁରେଇ ଯେଇଛେ l ଅକଲିଆ ମୁହୁଁ l ଆମର୍ ଇଲାକାର୍ ନୁହେସେ ବାଗିର୍ ଲାଗୁଛେ l ନିହେଲେଁ ତ ଇ ଏରିଆର୍ ସବୁ ଭିକାରେନ୍’ମାନ୍’କୁଁ ଚିହ୍ନିଛେ ସୁରଭି l
-“କେନୁଁ ଆସିଛ ?” ସୁରଭି ପଚାରି ପକାଲା l
-“ସୁରଟ୍ କୁ ଦାଦନ ଯାଇଥିଲୁ ମାଁ ! ଏଇ କରୋନା ପାଇଁ ସବୁ ମିଲ୍ ଫେକ୍ଟ୍ରୀ ବନ୍ଦ ହୋଇଗଲା l ବସ୍,ଟ୍ରେନ୍ ସବୁ ବନ୍ଦ l ସେଥିପାଇଁ ଚାଲି ଚାଲି ଆସୁଛୁ l ବ୍ରହ୍ମପୁର ପାଖରେ ଆମ ଗାଁ l ବାଟେଘାଟେ ହୋଟେଲ୍,ଚା ଦୋକାନ ସବୁ ବନ୍ଦ l ସେଥିପାଇଁ, ଏ ଛୁଆ ପାଇଁ ଭାତ ମୁଠାଏ ମାଗୁ ଥିଲି ମାଁ !”
ତାର୍ ଗୁଲ୍’ଗୁଲା ଦେଖିଁ ତର୍’ଲି ଗଲା ସୁରଭି l ଘର୍ ଭିତିରୁଁ ଭାତ୍ ଖଲେ ଆରୁ ତୁନ୍ ଦନେ ଯେନ୍ତା ଧରିକରିଁ ଆଏଲା, ବାଟର୍ ଘରୁଁ ତାର୍ ଶାଶ୍ ହାଲ୍’କି ହେଲା-“କେନ୍ କେ ଭାତ୍ ନେଉଛୁ ? ଥୁଇ ନେବୁ ଯା ! କେହିର୍ ନି କେହିର୍ ଅଲାନ୍ତୁ ସଲାନ୍ତୁ ! ଇତାକୁଁ ଫେର୍ ଭାତ୍ ଦେବୁ ? ମୋର୍ ପୁଓ ନିହେ ଖାଏବାର୍ ତାଏଲ୍ l ମୋର୍ ପୁଓ ଖାଇ ସାର୍’ଲେଁ ଯାହା ଅଗିଲ୍’ବା ଦେବୁ l”
ଯଦିଭି ଘରେଁ ବନିହାଁ ଭାତ୍ ଥିଲା ସୁରଭି ମୁହୁଁ ଖୁଲି ନେଇଁ ପାର୍’ଲା l ତାର୍ ଶାଶୁର୍ କଥାକେ ଅମାନ୍ତି କରି ନେଇଁ ପାର୍’ଲା ସୁରଭି l ଭାତ୍ ତୁନ୍ କେ ଘରୁଁ ଛାଡ଼ି ଆଏଲା ,ହେଲେଁ ଛୁଆର୍ ବିକଲ୍ ଚେହେରା ଦେଖିକରିଁ କଲେଁକଲେଁ ବିସ୍କୁଟ୍ ପୁଡ଼ିଏ ଛୁଆର୍ ମାଁକେ ଧରେଇ ନେଲା l
ଥନ୍’ଥନେଇ କରିଁ ଫିରିଗଲା ଟୁକେଲ୍’ଟା ତାର୍ ଛୁଆକେ ଧରି l ଭିକାରେନ୍ ନୁହେସେ ହେଲେଁ,ତାର୍ ଛୁଆର୍ ଭୋକର୍ ଗୁଲ୍’ଗୁଲା ତାହାକେ ଭିକାରେନ୍ କରିଥିଲା l ଭୋକର୍ ଆଗେଁ କେଡ଼େ କେଡ଼େ ମାଥେବର୍ ଭି ହାର୍ ମାନିଛନ୍ l କରମ୍ କେ ଆଦିରି କରିଁ ଅଲ’ଗା ଗୁଟେ ଘରର୍ ବାଟ୍ ମୁହେଁ ଡାକ୍ ପକାଲା-“ଭାତ ମୁଠେ ଦିଅ ମା… !”
ଲକ୍’ଡାଉନ୍ ଉଠିଗଲା କି ବୁଢ଼ିର୍ ପୁଓବହ ଚାକିରୀ ଜାଗାକେ ଫିରିଗଲେ l ଇହାଦେ ବୁଢ଼ି ଘରେଁ ଏକେଲା ପଡ଼ିଛେ l ରାନ୍ଧିବାଢ଼ି ଖାଏବାର୍’କେ ଦେବାର୍ ଲାଗିଁ କିହେ ନେଇଁ ନ l ତାର୍ ପୁଓ ବହକେ ଫୁନ୍ କରିଛେ ଆସବାର୍ ଲାଗିଁ l ହେଲେଁ, ଏତ୍’କି ବେଲ୍’ତକ୍ ନୁହେ ଆସନ୍ ତାଏଲ୍ l ବୁଢ଼ିର୍ ଆଖିଁ ନାଚିଉଠୁଛେ ଲକ୍’ଡାଉନ୍ ବେଲର୍ ସେ ଟୁକେଲ୍ ଆରୁ ତାର୍ ଛୁଆର୍ ଗୁଲ୍’ଗୁଲା ମୁହୁଁ l ବୁଢ଼ି ଗୁଗଉଛେ -“ଭାତ୍ ମୁଠେ ଦିଅ ମାଁ…! ଭାତ୍ ମୁଠେ ଦିଅ ମାଁ…!”
-ପ୍ରସନ୍ନ ରଣା