“ଇଟା କାଣା କଲ ରାଣୀ ସୁଦେଷ୍ଣା ! ବାଲୁତ୍ ପୁଓକେ ମୋର୍ ମରନ୍ ମୁହୁଁକେ ଠେଲିଦେଲ ! ଜାନିଛ ତ କୌରବ୍ ପଖେଁ କିଏ କିଏ ଅଛନ୍ ? ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଦୁର୍ଯୋଧନ୍- ଇ’ମାନ୍’କୁଁ ଏକେଲା ଉତ୍ତର୍ କୁମାର୍ ପାର୍’ବା ତ ?” ରାଣୀ ସୁଦେଷ୍ଣାର୍ ଆଗ୍ ଆଡ଼େଁ ରିଷ୍ କେଚେରଉଛନ୍ ବିରାଟ ରଜା l
“ଚିନ୍ତା ନେଇଁ କରୁନ୍ ମହାରାଜ୍ ! ରାଜ୍ କୁମାର୍ ସାଙ୍ଗେଁ ବୃହନ୍ନଲା ଅଛନ୍ ଯେ ! ବୃହନ୍ନଲା ଥିଲେଁ କାଏଁ ଚିନ୍ତା ମହାରାଜ୍ ?” କହେଲେ କଙ୍କ୍ l
“ମୁରୁଖ୍ କଙ୍କ୍ ! ସାମାନ୍ଯ ବୃହନ୍ନଲା ଉତ୍ତର୍ କୁମାର୍ ସାଙ୍ଗେଁ ଥାଇକରି କାଣା କର୍’ବା ? ମାଇରଙ୍ଗିଆ ବୃହନ୍ନଲାକେ ସାଙ୍ଗେଁ ନେଇ କୌରବ୍ ସେନାକେ ମୁକାବିଲା କର୍’ବାର୍’ଟା ଖାମ୍’ଖିଆଲି ଲାଗିଛେ କେଁ ?”
“କିଛି ଚିନ୍ତା ନେଇଁ କରୁନ୍ ମହାରାଜ୍ ! ବୃହନ୍ନଲା ମାଇଚିଆ ହେଲେଁ ଭି ଥୁରେଥାରେ ଲୋକ୍’ଟେ ନୁହେସେ ମହାରାଜ୍ ! ଏକେଲା ବୃହନ୍ନଲା କୁରୁସେନା ଲାଗିଁ କାଫି ଆଏ ମଣିମା !” କହେଲେ କଙ୍କ୍ l
“ମହାରାଜାଙ୍କର୍ ଜଏ ହେଉ ! ଶୁଭର୍ ଖବର୍ ମହାରାଜ୍ ! ମନ୍ ଜାନିକରିଁ ପୁରସ୍କାର୍ ଦେବେ ତ ?” ଧାଇଁ ଆସିକରିଁ ବିରାଟ୍ ରଜାର୍ ଆଗ୍ ମୁଡ଼େଁ ଦାସୀଟେ କହେଲା l
“କାଏଁ ଖବର୍ ଦାସୀ ! ଅଶୁଭ ସମିଆଥିଁ ଆସିକରିଁ କାଏଁ ଖବର୍ ଶୁନାବୁ l ଫେର୍ , ଖବର୍ ଶୁନାବାର୍ ଆଘୋନୁଁ ପୁରସ୍କାର୍ ମାଗୁଛୁ ! ତତେ ଲାଏଜ୍ ନେଇଁ ଲାଗ୍’ବାର୍ ?” ରିଷିମି ହେଲେ ବିରାଟ୍ ରଜା l
“ଶୁଭ୍ ସମାଚାର୍ ଆନିଛେଁ ମହାରାଜ୍ ! ରାଜ୍ କୁମାର୍ ଉତ୍ତର୍ କୁମାର୍ ଯୁଦ୍ଧ ଜିତିକରି ଫେରି ଆସିଛନ୍ l କୁରୁସେନାକେ ରାଜ୍ କୁମାର୍ ଏକେଲା ପରାସ୍ତ୍ କରିଛନ୍ l”
“ଖୁସି ହେଲି ଦାସୀ ! ନେ ତୋର୍ ଉପହାର୍ l” ରଜା ବିରାଟ୍ ତାଁକର୍ ବେକୁଁ ମୋତିମାଲିଟେ ଘିଚିକରି ଦାସୀ ଆଡ଼୍’କେ ଫିକି ନେଲେ l
“ମୁଇଁ ନେଇଁ କହୁଥିଲି ମହାରାଜ୍ ? ବୃହନ୍ନଲା ସାମାନ୍ଯ ଲୋକ୍ ଟେ ନୁହେସେ l” ଉପୁରେଁ ପଡ଼ିକରି କହେଲେ କଙ୍କ୍ l
“ମୁରୁଖ୍ କଙ୍କ୍ l ବୃହନ୍ନଲା ! ବୃହନ୍ନଲା !! ବୃହନ୍ନଲା !!! ଖାଲି ହେ ମେଇମୁହାଁ ବୃହନ୍ନଲାର୍ ନାଁ କେ ଜପୁଥା… l ରାଗେଁ ପଶାକାଠିକେ ଲେଦା ମାରିନେଲେ ରଜା ବିରାଟ୍ l ପଶାକାଠି କଙ୍କ୍ ବାହ୍ମନର୍ କପାଲେଁ ଠାଏ କଲା ବାଜ୍’ଲା l କପାଲ୍ ଫାଟିକରି ରକତ୍ ବୁହି ପଡ଼୍’ଲା l ଦଉଡ଼ି ଆଏଲେ ସୈରେନ୍ଧ୍ରୀ l ବଏଠି ଖୁରିଟେ ଧରି କରି ରକତ୍ ବୁନ୍ଦାକେ ଛିନି ପକାଲେ l ବିରାଟ୍ ରଜା ଉତ୍ତର୍ କୁମାରର୍ ଜଏ ଜଏକାର୍ ଶୁନିକରି ତାର୍ ସ୍ୱାଗତ୍ ଲାଗିଁ ବାହାରି ପଡ଼୍’ଲେ l
“ବନେ କଲ ସୈରେନ୍ଧ୍ରୀ ! ମୋର୍ କପାଲର୍ ରକତ୍ ବୁନ୍ଦେ ଭିଲ୍ ତଲେଁ ପଡ଼ି ନେଇଁ ଦେଲ ଯେ l ନେହେଲେଁ ଇ ରାଏଜର୍ ଅମଙ୍ଗଲ୍ ହେଇଥିତା l” କହେଲେ କଙ୍କ୍ ଓରଫ୍ ଯୁଧିଷ୍ଟିର୍ l
“ଇଟା କାଣା ହେଲା ଧରମ୍ ରାଜ୍ ! ତୁମର୍ କପାଲ୍ ଫାଟାଲା ? ଇଟା କାଣା କିଛି ଅଶୁଭ୍ ଲକ୍ଷଣ୍ ଆଏ ଭାଏଲ୍ ସ୍ୱାମୀ ?” କହେଲେ ସୈରେନ୍ଧ୍ରୀ ଓରଫ୍ ଦ୍ରୌପଦୀ l
“ନୁହେସେ ପ୍ରିୟେ ! ଇଟା ସବୁ କଲା କର୍ମର୍ ଫଲ୍ ଆଏ l ଜାନିଛ ପାଞ୍ଚାଳୀ ? ଯେତେବେଲେଁ ଆମେ ଦ୍ରୋଣ ଗୁରୁଙ୍କର୍ ଆଶ୍ରମ୍ ଥିଁ ରହିକରି ପଢ଼ୁଥିଲୁଁ, ସେ ବେଲର୍ ଘଟଣା ଆଏ l ମୁଇଁ ଆରୁ ମୋର୍ ଚାର୍’ହି ଭାଏ ନଲିଆ ତରେଁ ବୁଲୁଥିଲୁଁ l ମୁଇଁ ଗୁଢ଼ି ଗୁଟେ ଗୁଟେ ବେଟିକରି ପାଏନ୍’କେ ଫିକୁଥିଲି l ହଠାତ୍ ମୋର୍ ଅଜାନ୍’ତେଁ ଗୁଢ଼ିଟେ ବେଙ୍ଗ୍ ପଟ୍’କର୍ କପାଲେଁ ବାଜାଲା l ତାର୍ କପାଲୁଁ ଭିଲ୍ ରକତ୍ ଝର୍ ଝର୍ ଝରିଆଏଲା l ମୁଇଁ ବନିହାଁଟେ ପସ୍ତେଇ ହେଲିଁ l ହେଲେଁ, କାଣା ହେବା ! କଲା କର୍ମର୍ ଫଲ୍ ତ ମିଲ୍’ବା ହିଁ ମିଲ୍’ବା ! ମୁଇଁ ଧରମ୍ ରାଜ୍ ହେଲେଁ ଭିଲ୍ ଇଥୁଁ କେନ୍ତେଇ ପାର୍ ପାଏମି l କହେସନ୍ ପରେ- “ବୁନି ଥିଲେଁ ଦାଇ l” ପାପର୍ ଯେନ୍ ମଞ୍ଜିଟେ ବୁନିଥିଲି , ଇଟା ତାର୍ ଫଲ୍ ଆଏ ସୈରେନ୍ଧ୍ରୀ l ଇଟା ତାର୍ ଫଲ୍ ଆଏ l”
ଯୁଧିଷ୍ଟିରର୍ କଥା ଶୁନିକରି ଆଶିରିଜ୍ ହେଉଥିଲେ ଦ୍ରୌପଦୀ l
-ପ୍ରସନ୍ନ ରଣା