ସମ୍ବଲ୍ପୁରର୍ ସମ୍ବଲ୍ ବୀର
ବୀର୍ ସୁରେନ୍ଦର୍ ସାଏ,
ସାଏଁ କଲା ମେଲି ଆଏଲା
ହଜାରିବାଗ୍ନୁଁ ଘାଏ।
ଘାଏକେଁ ସମ୍କୁଁ ଏକ୍ଜୋଟ୍ କଲା
ମାଁ’ର୍ ମୁକୁଲାନ୍ ଲାଗି,
ଲାଗିପଡ଼୍ଲା ଉଲ୍ଗୁଲାନେଁ
ଉଠୁଲେ ସଭେ ଜାଗି।
ଜାଗି ଉଠୁଲେ ଗଁଣ୍,ବିଞ୍ଝାଲ୍
ଜମିଦାର୍ ଥିଲେ ଯେତେ,
ଯେତେ ଦେଖେଲେ ଗୁରା ପଲ୍ଟନ୍
ମାରି ପକାଲେ କେତେ।
କେତେକେତେ ବୀର୍ ଝପେଇହେଲେ
ସୁରେନ୍ଦର୍ ସାଏର୍ ହାକେ,
ହାକେନ୍ ଦେଲେଁ ବାରପାହାଡ଼୍ନୁଁ
ସିଂଘିଡ଼ା ଘାଟିନ ଜାକେ।
ଜାକି ପକାଲେ ସୁରେନ୍ଦର୍କେ
ଖୁପିଆ ଲଗେଇ କେତେ,
କେତେ ଦିନ୍ତକ୍ ଦୟାନିଧି ବାଗିର୍
ହାରାମି ରହେବେ ସତେ ?
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି,ସୋହେଲା,ବରଗଡ଼