II ଦେଶର ପାହାଡ଼ ନୁ କେଟେଲ ଆଇଲାଣ୍ଡ ll

ସମ୍ବଲପୁର ଠାନୁ ୯୦ କିଲୋମିଟର ଦୁରେ ବେଲପାହାଡ଼ ବନହର ପାଲି ରେଞ୍ଜର ତଳିଆ ଗାଁନୁ ଟିକେ ତଳକେ ଗଲେ ଗୁଜା ପରବତ l ତାର ସେ ପାଖେ ଆର ଗୁଟେ ଡୁଙ୍ଗରି ତାର ନାଁ ଦେଶର ପାହାଡ଼ l ଜେନ ଠାନେ ମହାନଏଦ ଦେଶର ପାହାଡ଼ କେ ଛି ଛେ ହେ ଜାଗାଟା ହଉଛେ ମହାନଏଦ, ସାନକେଲୋ ଆର ବଡ଼କେଲୋ ନଦୀର ମିଲନ ଠାନ l ମହାନଏଦ ଦେଶର ପାହାଡ଼ କେ ଛିଲା ପରେ ଉତ୍ତର ବାହିନୀ ହେଇକରି ଦେଶର ପାହାଡର ତିନହି ଫାଲକେ ଘେରିଛେ l ଦେଶର ପାହାଡ଼ ଟା ବରପାହାଡ଼ କେ ଲାଗି କରି ଥିଲା l ଯେତେବେଳେ ହୀରାକୁଦ ବୁଡ଼ିର ପାଏନ ମାଡ଼ି ଆସଲା ତାର ଚାରହି ଫାଲ ବୁଡ଼ି ଗଲା l ଅଲଗ ହେଇଗଲା ବାରପାହାଡ଼ ଠାନୁ l ଅଲଗ ହେଲା ଦିନୁ ସେ ଗୁଟେ ଟାପୁର ରୂପ ନେଲା l ସେ ଦେଶର ପାହାଡ଼ କେ ଏଛନି “କେଟେଲ ଆଇଲାଣ୍ଡ “ବଏଲେ ଜନୁଛୁ lଆଝିର ତାର ନୁଆଁ ନାଁ “କେଟେଲ ଆଇଲାଣ୍ଡ” l ବଏଲେଁ ଗାଏଗରୁ ମାନେ ରହୁଥିବାର ଟାପୁ l

II ମୁନୁଷର ଅଢୁଆଲେ ୬୦ ବଛର ll
ଦେଶର ପାହାଡ଼ର ଆଖେ ପାଖେ ଆଘୋ ଲୋକ ଘର ଦ୍ୱାର କରି ରହୁଥିଲେ l l ଯେତେବେଳେ ହୀରାକୁଦ ବନ୍ଧାର ପାଏନ ମାଡ଼ି ଆଏଲା ଗାଁ ଗଁଡ଼ା ବୁଡ଼ିଗଲା l ଚାରହିଆଡ଼ ପାଏନ ହି ପାଏନ l ଲୋକ ବିସ୍ଥାପିତ ହେଇ ଜାହିଁ ତାହିଁ ପଲାଲେ l ନିଜର ଭିଟାମାଟି ଛାଡଲା ବେଳକେ ଅନେକ ଲୋକ ଅନେକ କିଛି ଛାଡ଼ବାର ସାଙ୍ଗେ ସାଙ୍ଗେ ଗାଏ ଗରୁ ମାନକୁ ଭି ଛାଡିଗଲେ l ଗାଏ ଗରୁ ମାନେ ଭି ବୁଧି ବନା ହେଇ ଦେଶର ପାହାଡ଼ କେ ଚଢି ଆଶରା ନେଲେ l ମୁନୁଷର ଠାନୁ ବିସ୍ଥାପନର ବେସି ଭୁକ୍ତ ଭୋଗୀ ହେଲେ ଗାଏ ଗରୁ l ସେ ଏରିଆର ଗାଏ ଗରୁ ଆଏଜ ଭି ୬୦ ବଛର ହେଲା ଏକଲା ଜୀବନ ଜାପନ କରୁଛନ l ମୁନୁଷ ତ ଦୂରର କଥା ଅଲଗା ଜିବ ଜନ୍ତୁକର ଛଏରା ଭି ନୁହେ ଦେଖି ପାରନ ତାଲି l ଲୋକ କହେସନ ବାବା ଝନେ ଗାଏ ଗରୁକର ସାଙ୍ଗେ କିଛିଦିନ ରହିଥିଲେ l ଆରୁ ତାକର ଥିବାର ସମିଆରେ ହିଁ ଗାଏଗରୁ କର ବଂଶ ବୃଦ୍ଧି ହେଇଛେ l ସେ ଠାନକେ ମୁନୁଷର ଯିବାର ଆସବାର ବନ୍ଦ ହେଇଗଲା l ବଛର ପରେ ବଛର ଯେତେବେଳେ ୬୦ ବଛର ତକ ସେନ ମୁନୁଷର ଛଏରା ସୁଦ୍ଧା ନାଇଁ ପଡି ସେମାନେ ମୁନୁଷ କେ ହେଲେ ଚିନବେ କେନ୍ଥେଇ l ଆରୁ ସେ ଗାଏଗାରୁ ମାନଙ୍କୁ ପୋଷ ମନାବାର ଅସମ୍ଭବ ଆଏ l ସ୍ଵଭାବିକ ସେନର ଗାଏ ଗରୁ ମାନେ ଦୁହା ନାଇଁ ଯାଇ l ସେଥିର ଲାଗି ସେମାନେ ମାରକଁଣିହା ହେଇ ଯାଇଛନ l ବନ୍ଧ୍ୟା କରଣ କରବାର ସୁଯୋଗ ନାଇଁ ଥିବାର ଲାଗି ସବୁ ଗାଏ ମାନକର ଛଡା ମାନେ ଷଣ ହେଇ ଯାଇଛନ l ସେମାନେ ସେଥିର ଲାଗି ଆଏଜ ଗୁରଦୁ ମାରକଁଣିହା l ମୁନୁଷ ଦେଖଲେ ଡ଼ରୁଛନ l ଦୁସରା ଜିବ ଜନ୍ତୁ କେ ପସି ନାଇଁ ଦେବାର l

II ସରକାରର ନଜରେ ତିନହି ଆଇଲାଣ୍ଡ ll
ଜଙ୍ଗଲ ଆର ପରିବେଶ ବିଭାଗ ଡେବ୍ରିଗଡ ଠାନେ “ଦ୍ୱୀପ ଓଡ଼ିଶୀ ” ଆର “ହିରାକୁଦ କ୍ରୁଜ୍” ସେବା ମୁଲ କରବାର ଯୋଜନା କରୁଛେ ଜେନଟା କି ବୁଲାକି ମାନଙ୍କୁ ବ୍ୟାଟ୍ସ ଆଇଲାଣ୍ଡ , କେଟେଲ ଆଇଲାଣ୍ଡ ଆର ସନସେଟ ଆଇଲାଣ୍ଡ କେ ବୁଲବାର ସୁଯୋଗ ଦେବା । ବୁଲାକି ମାନେ ‘ହିରାକୁଦ କ୍ରୁଜ୍’ର ଗୁଟେ ପ୍ୟାକେଜ୍ ବାଛି ପାରବେ ଯେନଥିରେ ସେମାନେ ଗୁଟେ ବିଶେଷ ବୁଲାକି ଡଙ୍ଗାଥି ବନ୍ଧା ଭିତରେ ଡଙ୍ଗା ଚଲାବାର ମଜା ନେଇ ପାରବେ ବୋଲି ଅଧିକାରୀମାନେ କହିଛନ୍।ଇଟା ସ୍ଥାନୀୟ ମତ୍ସ୍ୟଜୀବୀ ଆର ଇକୋ-ଡେଭଲପମେଣ୍ଟ କମିଟି ଦ୍ୱାରା ପରିଚାଳିତ ହେବା |
ସରକାରର ନଜରେ ଥିବାର ତିନହିଁ ଆଇଲାଣ୍ଡ ଭିତରୁ ଗୁଟେ ବ୍ୟାଟ୍ସ ଆଇଲାଣ୍ଡ l ବ୍ୟାଟ୍ସ ଆଇଲାଣ୍ଡ ହିରାକୁଦ ଜଳଭଣ୍ଡାର ଭିତରେ ଥିବା ଡେବ୍ରିଗଡ ଠାନୁ ଏକ କିଲୋମିଟର ଦୂରେ ଅଛେ | 1000 ନୁ ଅଏତକା ବାଦଲି ମାନକର ଇଟା ଘର | ହିରାକୁଦ୍ ୱାଇଲ୍ଡ ଲାଇଫ୍ ଡିଭିଜନ୍ ବ୍ୟାଟ୍ସ ଆଇଲାଣ୍ଡର ସଂରକ୍ଷଣ ଲାଗି 12 ଜଣ ସ୍ଥାନୀୟ ମତ୍ସ୍ୟଜୀବୀ ପରିବାରକେ ନେଇଛନ l ବୁଲାକି ମାନେ ଦୂରୁ ବାଦଲି ମାନକୁ ଦେଖବାର ସୁଯୋଗ ପାଏବେ |

 

ପାଖେ ଅଛେ କେଟେଲ ଆଇଲାଣ୍ଡ, ଯେନଟାକି ହୀରାକୁଦ ବୁଡ଼ି ହେଲା ଦିନୁ ଆଖର ପାଖର ଗାଏ ଗରୁକର ଆସରା ଥଳି ବାନିଛେ l ଦେଶର ପାହାଡ଼ କେ ଆସି କରି ସେ ଗାଏ ଗରୁ ମାନେ ଆର ଫିରି ନାଇଁ ପାରି l ଠିକ ସେନ୍ତା ବୁଲାକି ମାନେ ସନସେଟ ଆଇଲାଣ୍ଡ ନୁ 743 ବର୍ଗ କିଲୋମିଟର ଜଳଭଣ୍ଡାରନେ ଚମତ୍କାର ସୂର୍ଯ୍ୟାସ୍ତ ଦେଖିପାରବେ ଆର ତାର ସାଙ୍ଗେ ସାଙ୍ଗେ ଜନ ଉଦବାର ଭି ଦେଖିପାରବେ | ଯେନଟା କି ବୁଲାକି ମାନକର ମାନକେ ଛି ପରବା l
ଭାରତ ସ୍ୱାଧୀନତା ପାଏବାର ପରେ ହିରାକୁଦ ବନ୍ଧାର କାମ ମୁଲ ହେଲା । ବନ୍ଧା ଭିତରେ ମୋଟ 73,923 ହେକ୍ଟର ଜମି ବୁଡ଼ିଗଲା । ଇଥି 49,920 ହେକ୍ଟର ଚାଷ ଜମି ଆର 24,003 ହେକ୍ଟର ସରକାରୀ ଜମି, ଜଙ୍ଗଲ ଜମି ଥିଲା | 111 ଟି ଗାଁ ପୁରା ବୁଡ଼ିଗଲା lସେଥିମଧ୍ୟରୁ 108 ଟା ଗାଁ ଓଡିଶାଥି ଥିଲା। 174 ଟା ଗାଁ ଅଧା ବୁଡ଼ି ହେଲା l କାହାର ଘର ଦୁଆର ବୁଡଲା ଟା କାହାର ଜମି ବାଡ଼ି ବୁଡଲା l 174 ଭିତରୁ 144 ଟା ଗାଁ ଓଡ଼ିଶାର ଆର ବାକି 33 ଟା ଗାଁ ଛତିଶଗଡ଼ରେ ଥିଲା l ସରକାରି କାଗଜ ପତର ହିସାବେ 18,000 ପରିବାର ବିସ୍ଥାପିତ ହେଲେ କହୁଥିଲା ବେଲକେ ସରକାର,ହୀରାକୁଦ ବିସ୍ଥାପିତ ସଂଗ୍ରାମ ସମିତି ର ମୁଲିହାର ଗୋପିନାଥ ମାଝୀ କହେସନ 26,501 ପରିବାର ବିସ୍ଥାପିତ ହେଇଛନ l ଆଜି ଭି କ୍ଷତିପୁରଣ ଲାଗି ସରକାର ପାଖେ ଦାବି କରି ଅସୁଛନ ବିସ୍ଥାପିତ ଲୁକେ l

II ଲୁକେ କହେସନ II

ବୁଡ଼ି ଅଞ୍ଚଲର ରମେଲା ପଞ୍ଚେତ ଥି ବରଙ୍ଗାମାଲ ବଲି ଗାଁ ଟେ ଥିଲା। ବୁଡ଼ି ହେଲା ବେଲେ ସେ ଗାଁ ର ଲୁକେ ଅଲଗା ଅଲଗା ଆଡକେ ପଲେଇଗଲେ, ଆଉ କିଛି ଲୋକ ଉପର୍ କେ ଉଠି ଆସି ଘର ବସାଲେ । ଇ ଗାଁ ଥି ଖାରୁ ବଲି ବୁଢ଼ା ଝନେ ରହୁଥିଲା l ବୁଡ଼ି ହେବାର୍ ପରେ ସେ ଗାଁ ବାହାରେ ‘ଜବତି’ ବଲି ଗୁଟେ ଜାଗାନେ ତାର୍ କୁଟୁମ୍ ନେଇ ରହେଲା । ବଲଦ୍ ଗାଏ ଆରୁ କୁକୁରା ଗୁରଦୁ ରଖିଥିଲା । ଯେତେବେଲେ ଖାରୁ ବୁଢ଼ା ମରିଗଲା , ତାର ମାଏଝି ଆଉ ପୁଓ ଏକଲା ଜବତି ଜଂଗଲେ ରହେବାର୍ କେ ଡରଲେ । ଆରୁ ସେମାନେ ଗାଏ ବଲଦକେ ଛାଡ଼ି କରି ଗାଁ କେ ପଲେଇ ଆସଲେ । ଜବତି ଜଂଗଲେ ବଲଦ୍ ଗାଏ ମାନେ ରହେଲେ ଯେତେବେଲେ ପାଏନ୍ ଭରି କରି ଥିଲା । ଖରା ମାସେ ଯେନ୍ତା ଟିକେ ପାଏନ୍ ଅଁଟି ଗଲା କି ସବୁ ଗାଏ ବଲଦ୍ ଦେଶର୍ ପାହାଡ଼ ଆଡ଼େ ମୁହାଲେ । ଆରୁ ଦେଶର ପାହାଡ଼େ ରହିଗଲେ ସବୁଦିନର ଲାଗି । ହଁ ମୁନୁସକୁ ନି ଦେଖନ୍ ବଲି ଦେଶର୍ କେ ପତର୍ ଟୁଲି,କରଡ଼ି ଭାଂଗି କି ଝାର କୁନ୍ଦୁରୁ କାଠି ପତର୍ ନେଇ ଗଲେ ବଲଦ୍ ଗାଏ ମାନେ ଦେଖଲେ କୁଦାସନ୍ । ଦେଶର ନୁ ଥିବାର ଗରଭିନି ଗାଏ ମାନେ ବାହାର ଇଲାକାର ଅପେକ୍ଷା ଆହୁରି କମ ଦିନେ ଛୁଆ ଜନମ କରସନ l ଦେଶର୍ ନୁ ଜେନସି ବି ଦାମୁର୍ କେ ଧରି ଆନଲେ ଗାଁ ଥି ରଖଲେ ନାଇଁ ଜିଅଁନ୍ ମରି ଯାଏସନ୍ ଇଟା ଗାଁର୍ ଲୁକେ କହେସନ୍ ।

Spread the love

Leave a Reply

Your email address will not be published. Required fields are marked *

error: Content is protected !!