II କେଭେ ସେ ବାଜବା ପିପି II

ସେ କେନସିଭି ଦେଶର କଥା କହୁଁ , ଯେତେବେଲେ ଭି କେନସି ବିକାଶ ମୁଲକ କବାରର ନାଁ ଉଠସି, କେନସି ନା କେନସି ନିରିହ ଆଦିବାସି କେ ବଲି ପଡବାର କେ ହିଁ ପଡସି I ଆମେ ଯଦି ଦେଖମା ବନ୍ୟା ନିଅନ୍ତ୍ରଣ ହଉ କି ବିଜଳି ଉତ୍ପାଦନ ହଉ, କି ଜଳସେଚନ ହଉ କେନସି ଭି ଉନ୍ନତି ମୁଲକ କବାରର ଲାଗି ବନ୍ଧା ବନ୍ଧବାର ହଉଛେ ସେଥି ସବୁନର ଆଘୋ ଆଦିବାସୀ ଲୋକ ହିଁ ବିସ୍ଥାପିତ ହେବା ,ଜୀବନ ଜୀବିକା ହରାବା ଆର ଇତାର ଫାଏଦା ସହରି ଲୋକ ନୁ ନେଇକରି ମିଲ ଫେକ୍ଟରୀର ମାଲିକ ଠାନୁ ନେତା ମନ୍ତ୍ରୀ ତକ ସଭେ ମାଲାମାଲ ହେବେ I ଯେତେବେଳେ କ୍ଷତିପୁରଣ ଦେବାର କଥା ପଡସି ବଡ଼ ବଡ଼ ଇଞ୍ଜିନିୟର ମାନକର ଭି ଗଣିତ ଫେଲ ମାରି ଜେଏସି ଇତାର ଆଗେ I ହେ ସରକାର ବାହାଦୁରର ଏନ୍ତା ଗଣିତ ଫେଲ ଲାଗି ବଲି ଆଏଜ ହୀରାକୁଦ ବିସ୍ଥାପନର ହଜାର ହଜାର ଲୋକ ରୋଡ଼ କେ ଉତ୍ରି ଆସିଛନ I ବୁଡି ଅଂଚଳର କେଡେ କେଡେ ଗଁତିଆ, ଜମିଦାର ଲୋକ ଭିକାରି ସାଜି ଯାଇଛନ Iଲୋକ କହେସନ ହଜାର ହାଏକର ଜମିର ମାଲିକ ଥିବାର ମାଲଦା ଗଁତିଆର ପୋ ନାତି ମାନେ ଭି ଦିନେ ଟାକଟର ଡାଏଭର ହେବାର ତକ କଥା ଯାଇଛେ I ବଏଲେଁ ଇନୁ ଚିନ୍ତା କରୁ ସାଧାରଣ ଲୋକକର , ଗୁତି କୁଠିଆକର ଅବସ୍ଥା କାଣା ନାଇଁ ହେଇଥିବା I

 

୧୯୪୭ ସାଲେଁ ଯେତେବେଳେ ହୀରାକୁଦ ବନ୍ଧାର କ୍ଷୟକ୍ଷତି ର ଆକଳନ କରାଗଲା ସରକାର ରିପୋଟ ଦେଇଥିଲେ ୧ ଲାଖ ୩୫ ହଜାର ଏକଡ ଜମି ବୁଡବା , ୭୦ ହଜାର ଏକଡ ଚାଷ ଜମି ବୁଡବା I ୧୬୮ ଟା ଗାଁ ହୀରାକୁଦ ବନ୍ଧା ଭିତରେ ସମାଧି ନେବା I ଯେତେବେଳେ ବନ୍ଧା ତିଆର ହେଇକରି ଠାଡ଼ ହେଲା ୧୯୫୭ ସାଲେ ସରକାର ଫେର ଗୁଟେ ରିପୋର୍ଟ ଦେଲେ I ୧ ଲାଖ ୩୫ ହଜାର ଏକଡ ବଦଲେ ୧ ଲାଖ ୮୩ ଏକଡ ଜମି ବୁଡିଗଲା I ୭୦ ହଜାର ଏକଡ ଚାଷ ଜମି ବୁଡବାର ବଦଲେ ୧ ଲାଖ ୨୩ ହଜାର ଏକଡ ଚାଷ ଜମି ବୁଡଲା I ପାଖା ପାଖି ଦୁଇ ଗୁଣ I ୨୬ ହଜାର ୫୦୧ ପରିବାର ବିସ୍ଥାପିତ ହେଲେ I ୧୬୮ ଟା ଗାଁ ବୁଡବାର ଜାଗାରେ ବୁଡିଗଲା ୩୨୫ ଟା ଗାଁ I ୮ଟା ଥାନା ବଦଲେ ୯ଟା ଥାନା I ସେ ଥାନା ଗୁଡାକ ହେଲା ରାମ୍ପେଲା , ମୁରା, ମହାଦେବପାଲି, ଅତାବିରା , ଅମାଭନା, ଝାରସୁଗୁଡା ,କତରବଗା, ଶାସନ ଆର ସଦର I ଇତାର ସାଂଗେ ସାଂଗେ ଆମର ଓଡ଼ିଶାର ରା଼ମ୍ପେଲା ଥାନାର ର ୫୩ ଖଣ ଗାଁ, ମୁରାର ୫୨ ଖଣ ଗାଁ, ମହାଦେବପାଲିର ୫୦ ଖଣ ଗାଁ, ଅତାବିରାର ୧୩ ଖଣ ଗାଁ, ଅମାଭାନାର ୪୨ ଖଣ ଗାଁ, ଝାରସୁଗୁଡ଼ାର ୩୦ ଖଣ ଗାଁ, କତାରବଗାର ୨୯ ଖଣ ଗାଁ, ଶାସନ ର ୪ ଖଣ ଗାଁ,ସଦର ର ୧୮ ଖଣ ଗାଁ ବୁଡିଗଲା I

 

ହୀରାକୁଦ ବୁଡି ଅଂଚଳର ବିସ୍ଥାପିତ ମାନକୁ ୧୮ ଟା ଭିନ ଭିନ ଆଶରାଥଲି (କେମ୍ପ)ମାନକେ ଥଏଥାନ କରାଗଲା I ସେ ଆଶରାଥଳି ମାନକୁ କେମ୍ପ କୁହାଯାଉଥିଲା lସେ ୧୮ ଟା ଭିନ ଭିନ କେମ୍ପ ମାନକର ଭିତରୁ ୧୬ ଟା କେମ୍ପ ରେ ଲୋକ ଥଏଥାନ ହେଲେ I ୨ଟା କେମ୍ପ ଖାଲି ପଡଲା Iସେ ଦୁଇଟା କେମ୍ପ ହଉଛେ ଗୁଟେ କୁଚିଣ୍ଡା ବ୍ଲକ ର ଉଦସିଂ କେମ୍ପ ଆର ଗୁଟେ ହେଲା ମାନେସ୍ୱର ବ୍ଲକର ହେତାପାଲି ଠାନେ ଅଛେ I ଥଏଥାନ କରାଯାଇଥିବାର ୨୨୪୩ ପରିବାର ଭିତରୁ ଏଛନି ୨୨୪୨ ପରିବାର ରହୁଥିବାର ସରକାରି ରିପୋର୍ଟ କହେସି I ସରକାରି ରିପୋର୍ଟ ହିସାବେ ଗୁଟେ କୁଟୁମ କେମ୍ପ ଛାଡିଛନ I କିନ୍ତୁ ଯଦି ବାସ୍ତବିକ ହିସାବେ ଦେଖମା ଗୁଟେ ନୁହେ ୭୭ ଟା ନୁ ଅଏତକା କୁଟୁମ୍ ଭିନ ଭିନ ଠାନୁ କେମ୍ପ ଛାଡି ସାରିଥିଲେନ ସେ ସମିଆ କେ I ଆର ଇତାର ଗୁଟେ ନ କାରଣ ସରକାରର ଅନଦେଖା I

 

ବୁଡ଼ି ଅଂଚଳର ୨୪୯ ଟା ଗାଁର ୨୬୫୦୧ ବିସ୍ଥାପିତ ପରିବାର ମାନକର ଭିତରୁ ଖାଲି ୨୨୪୩ ପରିବାର କେ ଥଏଥାନ କରାଯାଇଥିଲା I ସେନ୍ତା ଦେଖଲେ ମୋଟ ବିସ୍ଥାପିତ ପରିବାରର ଭିତରୁ ଖାଲି ୮.୪ ଶତକଡାଲୋକକୁ ଥଏଥାନ କରାଗଲା I ବାକି ଲୋକ କାହିଁ ଗଲେ ତାର ହିସାବ କିତାବ କାହାରିର ନ ନାଇଁ ନ I ଲୋକ ନିଜର ନିଜର ହିସାବେ ଇନୁ ସେନୁ ରହେଲେ I କେତେ ଲୋକ ଭାଵଲେ କେମ୍ପ ଗୁଡାକ ମୁଲ ଗାଁ ଠାନୁ ଗୁରଦୁ ଦୁରେ I ସରକାରର ଯୋଜନା ପ୍ରତି କାହାରିର ବିଶ୍ୱାସ ନାଇଁ ଥାଇଁ I ଅନେକ ଲୋକ ବନ୍ଧୁ ମଏତର କର ଆଶ୍ରା ନେଇ ସେତାକର ପାଖେ ଆଖେ ରହିଗଲେ I ରାତା ରାତି ଘରଛାଡି କରି ଯିବାର କେ ପଡଲା I କେମ୍ପ ଗୁଡାକ ମୁଲ ଗାଁ ଠାନୁ ୫୦-୬୦ କିଲୋମିଟର ଦୁରେ ଥିବାର ଲାଗି ବଲି ଜୀବନ ବିକଲେ ଲୋକ ଦରବ ସରବ ଗାଏ ଗରୁ ଛାଡି ରାତା ରାତି ଘର ଛାଡି କରି ପଲେଇ ଗଲେ I ଅନୁସନ୍ଧାନ କଲେ ଜନା ପଡସି କମ କ୍ଷତିପୁରଣ ଆର ଅଠାନେ ନୁଆଁ ବସ୍ତି ବନେଇ ବିସ୍ଥାପନର ଥଏଥାନ କେ ଲୋକ ନାପସନ୍ଦ କଲେ I ଗୁରଦୁଟେ କେମ୍ପ ଆଏଜ ଭି ଜଙ୍ଗଲ ଭିତରେ ଅଛେ I ଯେନ ଠାନେ ନାଁ ଅଛେ ରୋଡ଼ ରାସ୍ତାର ସୁବିଧା ନାଁ ଅଛେ ପାନିର ସୁବିଧା I ଚିକିତ୍ସା ଆର ପାଠ ପଢ଼ାର କଥା ଇନ କିଏ ପଚରେ I

 

ଗୁରଦୁ ବିଭ୍ରାଟ ଭିତରେ ଆଏଜ ଇ ହୀରାକୁଦ ବନ୍ଧା I ଯେନ ମାନେ ଭି ଇ ବାବଦେ ଜାନିଛନ ସେ ସଭେ ଆଏଜ ଚୁପ Iସବକର କଲମ ବନ୍ଦ I ହେଲେ କାଏଁଜେ… ? ହୀରାକୁଦ ବନ୍ଧା ହେଲା ପରେ ପରେ ସଭେ ମହତାବ କର ସଂଗେ ମୁଲ ଚାଲ କରି କରି ସ୍ୱାର୍ଥପର ହେଇଗଲେ ସଭେ I ଏନ୍ତା ଭି ସମିଆ ଆସଲା ଯେନ ଲୋକ ମାନେ ଦିନେ ହୀରାକୁଦ ବନ୍ଧା ନାଇଁ ହଉ ବଳିକହୁଥିଲେ ସେ ମାନକୁ ଲୋକ ସମ୍ବଲପୁରର ଶତ୍ରୁ କହେଲେ I ସେ ଶତ୍ରୁ ମାନେ ବୁଡି ଅଂଚଳର ଆଁଖଲ କେ ବୁଝି ନାଇଁ ପାରଲେ I ନିଜର ସ୍ୱାର୍ଥ ଲାଗି ସବୁକେ ପାସରି ଦେଲେ I ଯେନ ମାନେ ହୀରାକୁଦ ବିସ୍ଥାପିତ ମାନକୁ ନେଇ ଆନ୍ଦୋଳନ ମୁଲ କରିଥିଲେ ପଛେ ସେମାନେ ସରକାରର ଚାମଚା ବନିକରି ଆନ୍ଦୋଳନ ନୁ ଉହୁରି ଗଲେ I ଯେନଟା କି ସରକାର କେ ବଡ଼ଭାରି ସହଜ କରିଦେଲା ଆନ୍ଦୋଳନ କେ ଭାଙ୍ଗବାରକେ I ଯେତେବେଳେ ମହତାବ ଆସୁଥିଲେ ହୀରାକୁଦ କେ ଗେଷ୍ଟ ହାଉସେ ରହୁଥିଲେ I ଇନେ ଆନ୍ଦୋଳନ କରୁଥିବାର ଗୋଷ୍ଟି ଭିତରେ ଗୁଟେ କଥା ଲାଗୁଥିବେ ଆର ମହତାବ ଆସଲେ ତାର ଆଗଡେ ସବୁ ଚୁଟି ଦଉଥିଲେ I ବହୁତ ବଡ଼ ଦୁର୍ଭାଗ୍ୟର କଥା ପଛେ ପଛେ ସେ ଲୋକ ମାନେ ଝନେ ଝନେ ପ୍ରଖ୍ୟାତ ଲୋକ ହେଇଗଲେ ଆମର ମାଟିର I ଏନ୍ତା ଅନେକ ଛାତି ଫଟା କଥା ଅଛେ ଯେନଟା କହି ନାଇଁ ହୁଏ କି ସହି ନାଇଁ ହୁଏ l

 

ବନ୍ଧା ବାନ୍ଧବାର ୬୫ ବଛର ପୁରି ସାରିଥିଲେଭି ଆଏଜ ତକ ସରକାରର ନିଦ ନୁହେ ଖୁଲେ ତାଲି I ହୀରାକୁଦ ବିସ୍ଥାପିତ ମାନକୁ କ୍ଷତିପୁରଣ ଦେବାର ଲାଗି ଅନେକ ଥର ସରକାର ଲୋକ ଦେଖନିଆ କାନ୍ଦି କାନ୍ଦିଛନ I ୨୦୦୨ ସାଲେ ପ୍ରତ୍ୟେକ ବିସ୍ଥାପିତ ପରିବାରର ବଂଶଧର ମାନକୁ ୧୦ ଡ଼ିସମିଲ ଘର ଦିହି ପଟା ଦେବାର ଲାଗି ସରକାର କଥା ଦେଇଥିଲେ l ସେଟା କାର୍ଯ୍ୟକାରି ନାଇଁ ହେଲା ପରେ ନେସନାଲ ଗ୍ରୀନ ଟ୍ରିବୁନାଲ ରେ କେସ ଫାଇଲ କରାହେଲା l ନେସନାଲ ଗ୍ରୀନ ଟ୍ରିବୁନାଲ ତାର ବିଚାର କରି ସରକାର କେ ନିର୍ଦେଶ ଦେଲା ପରେ ଭି ସରକାର ଚୁପ l ୦୩ ସେପ୍ଟେମ୍ବର ୨୦୧୧ ସାଲେ କ୍ଷତିପୁରଣ ଦେବାର ଲାଗି ସମ୍ବଲପୁର କଲେକ୍ଟର ନୋଟିସ ବାହାର କଲେ I ହେଲେ ସବୁ ଛୁଛା ଫସ I ଫେର ଦଶ ବଛର ପରେ,ଗଲା ୨୦୨୧ ନଭେମ୍ବର ୧୪ ତାରିକ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨୦୦୦ ବିସ୍ଥାପିତ ପରିବରକେ ଜମି ପଟା ଦେବାର ଲାଗି ଘୋଷଣା କରିଛନ I ଯେନଟା କି ‘ସମୁଦ୍ର କେ ଶଙ୍ଖେ ପାଣି ‘ଲେଖେ କଥା ଆଏlଏଛନି ସମିଆ ଆଇଛେ ଦେଖୁଁ , କେଭେ ସେ ବିସ୍ଥାପିତ ପରିବାର ମାନକୁ କ୍ଷତିପୁରଣ ମିଲୁଛେ I ୧୯୫୫ ସାଲର ବିସ୍ଥାପିତ ଲୋମାନକ ଭିତରୁ ଅନେକ ଲୋକ ଆର ନାଇଁନ, ମାରି ହଜି ଗଲେନ I ଅନେକ ଲୋକ ଛତିଶଗଡ଼ର ଭିନ ଭିନ ଗାଁ ମାନକେ ରହୁଛନ I ଓଡିଶା ବିଧାନ ସଭା ବିବରଣୀ ଥି ଇହାଛିନି ଭି ଲେଖା ଅଛେ ଢେ଼ଙ୍କାନାଳ ନୁ ପୁଲିସ ମଗେଇ ବଳଦ ଗାଏ ଲେଖେ ଲୋକକୁ ଗହଡ଼ି ଥିବାର କଥା I ଯଦି ସରକାରର ଦରଦ ଅଛେ କ୍ଷତିପୁରଣ ଦେବାର ଲାଗି ୧୯୫୫-୫୬ ସାଲେ ଯେନ୍ତା ଖୁଜି ଖୁଜି କରି ଲୋକକୁ ପୁଲିସ ପିଟେଇ, ଗୁଟ ଗୁଟ କରି ଖେଦା ଯାଇଥିଲା ଠିକ ହେନ୍ତା ହୀରାକୁଦ ବିସ୍ଥାପିତ ମାନକୁ ଗୁଟ ଗୁଟ କରି ଖୁଜି ଆନି କ୍ଷତିପୁରଣ ତାକର ହାତେ ଦିଆଯାଉ I ଲେଣ୍ଡ ଏକ୍ୟୁଜିସନ ଏକ୍ଟ ୧୮୯୪ ଆଏଜ ସଂଶୋଧିତ ହେଇସାରିଛେ I ଅଲଗ ଅଲଗ ଯୋଜନା ଲାଗି ଯେନ୍ତା କ୍ଷତିପୁରଣ ଦିଆହେସି ଠିକ ହେନ୍ତା ବଜାର ଦରର ୪ ଗୁଣ ହିସାବେ ସବୁ ଲୋକକୁ କ୍ଷତିପୁରଣ ମିଲୁ I ଏତକି ସରକାରର ପାଖେ ଆମର ଦାବି I

 

ଉମାକାନ୍ତ ଭୋଇ

ପଡ଼ା, ବିଜେପୁର, ବରଗଡ଼

ମୋ ୭୯୮୭୩୯୯୭୨୪

Spread the love

Leave a Reply

Your email address will not be published. Required fields are marked *

error: Content is protected !!