ପାଦର୍ ଧୁଏଲ୍ ଟିକେ ଦେତୁ ବଏଲେଁ
ପାଏତିଁ ପରମ୍ ଧାମ୍…
ହେ ରାମ୍… ହେ ରାମ୍… ॥୦॥
ଯେନ୍ ଧୁଏଲ୍ ପାଇ ପାଷାଣି ଅହଲ୍ୟା
ଅଭିଶାପୁଁ ଗଲା ତରି,
ଯେନ୍ ଧୁଏଲ୍ ଧୁଇ ବିଜ୍ଞାନୀ କୈବର୍ତ୍ତ
ପାଇଛେ ସରଗ୍ପୁରୀ।
ଯେନ୍ ପାଦର୍ ଧୁଏଲ୍ କଠଉଥିଁ ଲାଗି
ଶାସିଛେ ଅଯୋଧ୍ୟା ଧାମ୍…
ହେ ରାମ୍… ହେ ରାମ୍…॥୧॥
ଯେନ୍ ପାଦର୍ ଧୁଏଲ୍ ପାଏମି ଟିକେ ବଲିଁ
ଶବରେନ୍ ଜୁଗିଛେ ବାଟ୍,
ଯେନ୍ ପାଦର୍ ଧୁଏଲ୍ ପାଏମି ଟିକେ ବଲିଁ
ରାବଣ୍ କଲା ଏଡ଼େ ନାଟ୍।
ଯେନ୍ ପାଦର୍ ଧୁଏଲ୍ ପାଇ ହନୁମାନ୍
କଲା କେଡ଼େ କେଡ଼େ କାମ୍…
ହେ ରାମ୍… ହେ ରାମ୍…॥୨॥
ଯେନ୍ ପାଦର୍ ଧୁଏଲ୍ ପାଇ ଜଟାୟୁ
ପାଏଲା ଗତି କାରନ୍,
ଯେନ୍ ପାଦର୍ ଧୁଏଲ୍ ପାଏମି ଟିକେ ବଲିଁ
ବିଭୀଷଣ୍ ପସଲା ଶରନ୍।
ଯେନ୍ ପାଦର୍ ଧୁଏଲ୍ ଧୁଏ ମନର୍ ମଏଲ୍
ସେ ଧୁଲିଁ ଅଛେ ଆରାମ୍…
ହେ ରାମ୍… ହେ ରାମ୍…॥୩॥
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼