“ଦଦା ଘରେଁ ଅଛୁ କେଁ ବୋ…!” ବାଟର୍ ଘର୍ନୁଁ ଡାକ୍ ପକାତେଲ୍ ଢୁକୁଲା ବୁଧିଆ ମନ୍ବୋଧ୍ ଘର୍କେ। ମନ୍ବୋଧ୍ ଇଥର ବାଗ୍ଡିହି ପନ୍ଚେତର୍ ନୂଆଁ ସର୍ପଁଚ୍। ଦିନାଦୁ ହେଉଛେ ପହେଲା ହେଇକରି ସର୍ପଁଚ୍ ସିଟ୍ଥିଁ ବସିଛେ। ହେଲେଁ, ଠାଣି ଦେଖେଲେଁ, ଜୁନ୍ହାଁ ସର୍ପଁଚନୁଁ ଜିତିକରି। ବୁଧିଆକେ ଦେଖିକରି ଡାକ୍ ଦେଲା ମନ୍ବୋଧ୍,
– “ହେଁ ! ବୁଧିଆ, କେହିଁ ଆଏଲୁ ? ବସ୍ ବସ୍।” ଚଉକିଟେ ପାରିକରିଁ କହେଲା ମନ୍ବୋଧ୍।
– “ତୋର୍ ନିକେ ଟିକେ ଆସିଥିଲିଁ ସର୍ପଁଚ୍ ଦଦା !”
– “କାଣା କିଛି କାମ୍ ଥିଲା ? କହ ନି ଯେ…।”
– “ହଁ ଦଦା ! ତୁଇଁତ ସର୍ପଁଚ୍ ହେଲୁନ ! ତୋର୍ନ ତ ସମ୍କିରର୍ କାମ୍ ପଡ଼୍ବା।”
– “ହଁ, ଠିକ୍ ଆଏ ଯେ…! ତୋର୍ କାଏଁ କାମ୍ ଥିଲା କହ।”
– “ଆମର୍ ଆଡ଼ର୍ ତଲି ବନ୍ଧେଁ ପଉଁଚ୍ ଘାଟ୍ ଗୁଟେକର୍ ଲାଗିଁ କହୁଥିଲିଁ।”
– “ହେଟା ଇହାଦେ ନେଇଁ ହେଇପାରେ,ବୁଧିଆ ! ଦୁସୁରା କଥା କାଣା ଅଛେ ବଏଲେଁ କହ।” କଥା ଘିଚି ନେଇକରି କହେଲା ମନ୍ବୋଧ୍।
– “ଦୁସୁରା କଥା ଆରୁ କାଣା କହେମି ସର୍ପଁଚ୍ ଦଦା ! ତୋର୍ କଥା ତତେ କହୁଛେଁ। ତୁଇଁ କହିଥିଲୁ କି ନେଇଁ ? ସର୍ପଁଚ୍ ହେଲେଁ ପନ୍ଚେତର୍ ସର୍ବାଙ୍ଗୀନ ବିକାଶ୍ କରମି ବଲିଁ ! ଆରୁ ଆଏଜ୍…”
– “ହେଲା ଯେ…। ମୁଇଁ କାଣା ପନ୍ଚେତର୍ ସର୍ବାଙ୍ଗୀନ ବିକାଶ୍ କର୍ବାର୍ ଲାଗିଁ ନେଇଁ ଚାହେବାର୍ ?”
– “କାଣା ଚାହୁଁଛ ?”
– “ହେଟା ପରେ କହେସନ୍ – ମୂର୍ଖକୁ ବୁଝାଇବୁ କେତେ, କୁକୁର ଟାଙ୍ଗ ଟେକି ମୁତେ। ହଏରେ ବେଡ଼ା… ! “ସର୍ବାଙ୍ଗୀନ” ବଏଲେଁ କାଣା ? ସର୍ବାଙ୍ଗ + ଈନ = ସର୍ବାଙ୍ଗୀନ । ସର୍ବାଙ୍ଗ = ସର୍ବ + ଅଙ୍ଗ। ଅର୍ଥାତ୍ ସର୍ବାଙ୍ଗୀନ ବିକାଶ୍ ବଏଲେଁ ଶରୀରର୍ ସବୁ ଅଙ୍ଗ୍ର ବିକାଶ୍। ଦେହର୍ ସବୁ ଅଙ୍ଗ୍ର ବିକାଶ୍କେ ସର୍ବାଙ୍ଗୀନ ବିକାଶ୍ କହେସନ୍। ବୁଝୁଲୁ ତ ! ଦେଖ୍ ; ପହେଲା ମୋର୍ନ ବୁଢ଼ି ସାଏକଲ୍ଟେ ଥିଲା। ସାଏକଲ୍ ମାଡ଼ି ମାଡ଼ି ଗୋଡ଼୍ ଦୁଖେଇ ଯାଇଥିଲା। ସର୍ପଁଚ୍ ହେଲିଁକି ଛୟାନବେ ହଜାର୍ଥିଁ ଫଟ୍ଫଟିଟେ ଆନିଛେଁ। ହେଲାକିନି ଗୋଡ଼ର୍ ବିକାଶ୍ ! ବାସ୍ତର୍ ଇଁଚିଆ ଟିଭିଟେ ଆନିଛେଁ। ହେଲାକିନି ଆଖିଁର୍ ବିକାଶ୍। ହେନ୍ତା ମୋର୍ ହାତର୍ ବିକାଶ୍ ଲାଗିଁ ସୁନାର୍ ମୁଦି, ବେଁକର୍ ବିକାଶ୍ ଲାଗିଁ ସୁନାର୍ ଚେନ୍, ପିଠିର୍ ବିକାଶ୍ ଲାଗିଁ ପଲଙ୍କ୍ ଖଟ୍ ଆରୁ କେତେ କାଣା। ପେଟର୍ ବିକାଶ୍ ଲାଗିଁ ଖାଲି ନୁହେ ଚିନ୍ତା କର୍ବାର୍ ତାଏଲ୍।”
– “ଆରୁ ମୋର୍ ବହୁ ଲାଗିଁ କେନ୍ କେନ୍ ସର୍ବାଙ୍ଗୀନ ବିକାଶ୍ କର୍ଲୁ ନ ଦଦା ?”
– ” ତୁଇଁ ବେଡ଼ାଟେ ଅଉ ବୋ ବୁଧିଆ। ନାଁ ସିନେଁ ବୁଧିଆ, ହେଲେଁ ଦିହେଁ ଟିଖେ ବୁଧି ନେଇଁ। ନାରୀ ପରେ ନାରାୟଣୀ ବୋ…। ତୋର୍ ବହୁର୍ ସର୍ବାଙ୍ଗୀନ ବିକାଶ୍ ପହେଲା ହେଇଛେ ବୋ ! ତାର୍ ନାକର୍ ବିକାଶ୍ ଲାଗିଁ ଚକରି ଗୁନା, କାନର୍ ବିକାଶ୍ ଲାଗିଁ କର୍ଣ୍ଣଫୁଲ୍, ବେଁକର୍ ବିକାଶ୍ ଲାଗିଁ ପାନ୍ପତରି ମାଲି। ଆରୁ କହେମି ଭାଏଲ୍ ?”
– “ନାଇଁ ଦଦା ଥେଇଦେ ! ହେଲେଁ, ଆମର୍ ଭୋଟର୍ମାନ୍କର୍ କାଏଁ କାଏଁ ସର୍ବାଙ୍ଗୀନ ବିକାଶ୍ କଲୁ ସିନେ ?”
– “ତମର୍ ସର୍ବାଙ୍ଗୀନ ବିକାଶ୍ ତ ପହେଲା କଲିଁ ବୋ..! ଅଧା ବିକାଶ୍ ସର୍ପଁଚ୍ ହେବାର୍ ଆଘୋନୁଁ କଲିଁ, ଅଧା ବିକାଶ୍ ସର୍ପଁଚ୍ ହେବାର୍ ପଛେଁ କରୁଛେଁ।”
– “କେନ୍ତା ?”
– “ଦେଖ୍। ସର୍ପଁଚ୍ ହେବାର୍ ଆଘୋନୁଁ ତମ୍କୁଁମାନ୍କୁଁ ମଦ୍ ପିଆଲିଁ, ହେଲାକିନି ମୁହଁର୍ ବିକାଶ୍ ? ଶିକାର୍ ଖୁଆଲିଁ । ସୁଆଦ୍ ଲାଗାଲା। ହେଲାକିନି ଜିଭର୍ ବିକାଶ୍ ? ସର୍ପଁଚ୍ ହେବାର୍ ଆଘୋନୁଁ ମୁଇଁ ହାତ୍ ଜୁଡ଼ିକରିଁ ଜୁହାର୍ କରୁଥିଲିଁ, ଇହାଦେ ତୁମେ ସଭେ ଜୁହାର୍ କରୁଛ। ତୁମର୍ ହାତର୍ ବ୍ୟାୟମ୍ ହେଉଛେ। ହେଲାକିନି ତୁମର୍ ହାତର୍ ବିକାଶ୍ ? ଆଘୋ ମୁଇଁ ତୁମର୍ ନିକେ ଦଉଡ଼ୁଥିଲିଁ, ଇହାଦେ ତୁମେ ସଭେ ମୋର୍ ନିକେ ଦଉଡ଼ୁଛ। ଗୋଡ଼ର୍ ବ୍ୟାୟମ୍ ହେଉଛେ। ହେଲାକିନି ତୁମର୍ ଗୋଡ଼ର୍ ବିକାଶ୍ ? ଇହାଦେ ନିଜର୍ ଆଖିଁ ଭଲ୍ମନ୍ଦ୍ ଦେଖିପାରୁଛ, ମୁନୁଷ୍ ଚିହ୍ନି ପାରୁଛ। ହେଲାକିନି ତୁମର୍ ଆଖିଁର୍ ବିକାଶ୍। ଆରୁ କହେମି ଭାଏଲ୍ ?”
– “ନାଇଁ କହନ ଦଦା ! ହେଲେଁ, ତୁଇଁ ତ ପନ୍ଚେତ୍ର ସର୍ବାଙ୍ଗୀନ ବିକାଶ୍ କଥା କହୁଥିଲୁ। ପନ୍ଚେତର୍ କାଣା ସର୍ବାଙ୍ଗୀନ ବିକାଶ୍ ହେଲା ସିନେ ?”
– “ହଏରେ ମୁରୁଖ୍ ! ପନ୍ଚେତ୍ ବଏଲେଁ କାଣା ବୋ ? ପନ୍ଚେତ୍ ବଏଲେଁ ପନ୍ଚେତର୍ ସବୁ ଲୋକ୍। ପନ୍ଚେତର୍ ସବୁ ଲୋକ୍ମାନ୍କର୍ ସର୍ବାଙ୍ଗୀନ ବିକାଶ୍ ହେଲେଁ ପନ୍ଚେତର୍ ସର୍ବାଙ୍ଗୀନ ବିକାଶ୍ ନାଇଁ ହୁଏ ?? ଆରୁ ପନ୍ଚେତର୍ ସବୁ ଲୋକ୍ମାନ୍କର୍ ସର୍ବାଙ୍ଗୀନ ବିକାଶ୍ ହେଉଛେ କି ନେଇଁ ???”
ବୁଧିଆର୍ ବୁଧି ବନା ହେଇଗଲା। କାଣା କହେବା, କାଣା କର୍ବା କିଛି ଜାନି ନେଇଁ ପାର୍ଲା। ହେଲେଁ, ମନ୍ବୋଧ୍ ସର୍ପଁଚ୍ ବୁଧିଆର୍ ମନ୍କେ ବୋଧ୍ କରିନେଇଥିଲା। ବୁଧିଆ ମନେଁ ମନେଁ ଭାବୁଥିଲା, ” ସର୍ପଁଚ୍ଟେ ହେଇଛେ ରେ ବୁଆ…!”
– “ବୁଧିଆ ! କାଣା ଭାବୁଛୁ ଭାଏଲ୍ ?”
– ” ନାଇଁ ଦଦା। ତୋର୍ ବୁଧି ଦେଖିକରିଁ ତତେ ଗୁଟେ ଉପଢୌକନ ଦେତିଁ ବଲିକରିଁ ଭାବୁଛେଁ।
– “ଉପଢୌକନ ବଏଲେଁ କାଣା କି ?”
– “ହେଟା ନେଇଁ ଜାନି ! ଉପଢୌକନ ବଏଲେଁ ଉପର୍ ଢାପିନି ଦଦା !”
– “କେଭେଁ ଦେବୁ ସିନେଁ ?”
-” ତୋର୍ ଆତ୍ମାର୍ ସର୍ବାଙ୍ଗୀନ ବିକାଶ୍ ହେଲେଁ ଦଦା !” କହେଲା ବୁଧିଆ। ହେଲେଁ, ଆତ୍ମାର୍ ସର୍ବାଙ୍ଗୀନ ବିକାଶର୍ ଅର୍ଥ ମରନ୍ ଆଏ କି ଆତ୍ମଶୁଦ୍ଧି ଆଏ ନେଇଁ ଜାନି ପାରୁଥେଇଁ ମନ୍ବୋଧ୍ ସର୍ପଁଚ୍। ଆରୁ ଉପଢୌକନ୍ଟା ମୁର୍ଦାରର୍ ଢାପିନି ଆଏ କି ଖନ୍ପକା ଅଙ୍ଗ୍ଛି ଆଏ କେନ ଜାନି ପାର୍ତା ।
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼
ମୋ.- ୯୦୭୮୯୯୭୫୯୦