1. ll ହୀରାକୁଦର ଭିତରି କଥା ll

 

ଜବାହାରଲାଲ ନେହେରୁ କର ଗୁଟେ ସପନା ଥିଲା, ଆମର ଦେଶେ ଗୁଟେ ପୁରଥିର ବଡ଼ ମାଏଟ ବନ୍ଧା ବାନ୍ଧବେ l ସବୁ ରାଏଜର ମୁଖ୍ୟମନ୍ତ୍ରୀ ମାନକୁ ଥରେ ମିଟିଂ ଡା଼କଲେ ଆର ପ୍ରସ୍ତାବ ଦେଲେ l ସେତେବେଳେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ ରାଜଗୋପାଳଚାରି l ବମ୍ବେର ମୁଖ୍ୟମନ୍ତ୍ରୀ ଥିଲେ ମୁରରାଜୀ ଦେସୋଇ l ବେଙ୍ଗଲ ର ମୁଖ୍ୟମନ୍ତ୍ରୀ ଥିଲେ ବିଧାନ ରାଏ l ଯେତେ ସବୁ ଆଗଧାଡ଼ିର ଟାଣୁଆ ନେତା ମାନେ ଥିଲେ କିହେ ରାଜି ନାଇଁ ହେଲେ ନେହେରୁ କର ପ୍ରସ୍ତାବ ଥି l ସେତେବେଳେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିଲେ ଡ଼. ହରେକୃଷ୍ଣ ମହତାବ l ମହତାବ ଆଜ୍ଞା ଓଡ଼ିଶା ଥି ବନ୍ଧା ବାନ୍ଧବର ଲାଗି ନେହେରୁ କର ଆଗେ ହଁ ଭରଲେ l ସେ ସମିଆ ଥି ଓଡ଼ିଶାର ଚିପ ସେକ୍ରେଟାରୀ ଥିଲେ ନୀଳମଣି ସେନାପତି l ନୀଳମଣି ସେନାପତି ଆଗରୁ ସମ୍ବଲପୁରର କଲେକ୍ଟର ରହି ସାରିଥିଲେ l ସମ୍ବଲପୁର ବାବଦେ ସବୁ ଜନିଥିଲେ l ତାହାକୁ ଯେତେବେଳେ ହୀରାକୁଦ ବାବଦେ ପଚରା ହେଲା ସେ ସିଧା ସିଧା କହିଥିଲେ,ଆଜ୍ଞା ଇଥି ଲାଖ ଲାଖ ଲୋକ ବିସ୍ଥାପିତ ହେଇଯିବେ, ଧନ ଜୀବନ ସବୁ ନଷ୍ଟ ହେବା, ବନ୍ଧା ଲାଗି ଇ ଏରିଆର ଲୋକ ଆହୁରି ଶହେ ବଛର ତଲକେ ପଲେଇ ଯିବେ l ସେନୁ ମହତାବ ଆଜ୍ଞା ଗୁଟେ କଥା କହିଥିଲେ “ଗୁଟେ ଏରିଆ କେ ଧ୍ବଂସ ନାଇଁ କରାହେଲେ ଆର ଗୁଟେ ଏରିଆ ତିଷ୍ଟିବାର ଅସମ୍ଭବ ଆଏ ” l ମାନେ ପୂର୍ବ ଓଡ଼ିଶା କେ ତିଷ୍ଟାବାର କେ ହେଲେ ସମ୍ବଲପୁର କେ ବଳିଦାନ ଦେବାର କେ ପଡ଼ବା l ସେଥିର ଲାଗି ବଲିକରି ପଶ୍ଚିମ ଓଡ଼ିଶାର ଗୁଟେ ସମୃଦ୍ଧ ଏରିଆ କେ ଜାନି ସୁନି କରି ଧ୍ବଂସ କରିଦିଆ ହେଲା ହୀରାକୁଦ ବନ୍ଧା ନାଁ ଥି l

 

ଜଦି ଆହୁରି ପଛର ଇତିହାସକେ ପଲଟାମା ପଶ୍ଚିମ ଓଡିଶା ଲାଗି କେତେବେଳ ଭି ସରକାରର ଦରଦ ନାଇଁ ଥାଇ l ଉଲଟିଆ ସରକାର ଚାହୁଁଥିଲା ଇମାନେ ସବୁଦିନ ଏନ୍ତା ଭୁଖା ଦୁଖା ଗରିବ ହେଇ ପଡି ରହି ଥାଉନ l ଆମର ଏରିଆର ଲୁକେଭି ଜାନି ଥିଲେ ଓଡିଶା ସରକାର କେଭେଭି ପଶ୍ଚିମ ଓଡ଼ିଶାର ଉନ୍ନତି ଲାଗି ଚିନ୍ତା ନାଇଁ କରେ l ଉଲଟିଆ ଇନୁ ଧନ ଦୌଲତ ନେଇ ତାର ପେଟ ଭରବା l ହେଟା ହିଁ ହଉଛେ ଆଏଜ ଭି l ବନ୍ଧା ବନ୍ଧା ହେଲା ହୀରାକୁଦେ,ହେଲେ ବଡ଼ଭାରୀ ଚାଷ ହଉଛେ କଟକେ l ବିଜଳି ବାହାରବା ହୀରାକୁଦେ,ହେଲେ ଅନ୍ଧାରେ ରହୁଛୁଁ ଆମେ l ହୀରାକୁଦର ବିଜଳି ବିକ୍ରି ହେବା କମ୍ପାନୀକେ ହେଲେ ସେଥୁର ପଏସା ଥି ବିକାଶ କରବେ କଟକେ, ଭୁବନେଶରେ l ଇ ବୈମାତୃକ ମନ ଭାବ କାଏଁ ଯେ ??? ଇତାର ଭି ଅନେକ କରଣ ଅଛେ l କିନ୍ଦରି ବୁଲି କରି ଜଦି ଦେଖମା ହେ ଗୁଟେ ନ କଥା l

 

ହୀରାକୁଦ ବାନ୍ଧକେ କେନ୍ଥେଇ ଲୋକକର ହିତର ଲାଗି ବେଭାର ହେଇପାରବା ଇତାର ଉପରେ ଅନେକ ବିଶେଷଜ୍ଞ ଅନେକ ମତ ଦେଇଛନ ସରକାର କେ l ସରକାର ସବୁ କେ ଟାଳି କରି ହୀରାକୁଦ ବନ୍ଧା ନାଁ ଥି ପଶ୍ଚିମ ଓଡ଼ିଶାର ବିନାଶ ହିଁ କରିଛନ l ବିଶ୍ୱସରିୟା କର ମତରେ ସମୁଦ୍ର ପତ୍ତନ ଠାନୁ 625 ଫୁଟ ଉଚ୍ଚା ତକ ବନ୍ଧା ହେବାର ଥିଲା ଜେନ ଥିରେ କି ବହୁତ କମ ଗାଁ ବୁଡ଼ି ଥିତା l ଚାଷଜମି ନାଇଁ ବୁଡ଼ି କରି ଜଙ୍ଗଲ ଜମି ବୁଡ଼ୀଥିତା l ଲୋକ କମ ବିସ୍ଥାପିତ ହେଇଥିତେ l କ୍ଷତି ଅପେକ୍ଷା ଗୁରଦୁ ଜମି କେ ଜଳସେଚିତ ହେଇଥିତା l ବିଜଳି ଭି ବାହାରି ଥିତା l ହେଲେ ସରକାର ଖୋସଲା କମିଶନ ର କଥା ଥି ପଡି କରି 625 ଫୁଟ ଜାଗାରେ 630 ଫୁଟ ଉଁଚାର ବନ୍ଧା ବାନ୍ଧଲେ l ଜାର ଦ୍ୱାରା ଆଶା ଠାନୁ ଦୁଇଗୁଣା ଚାଷଜମି ବୁଡିଗଲା l ପାଖାପାଖି 300 ଗାଁ ବୁଡିଗଲା l ଆର ପାୱାର କେନାଲ ନାଁ ଥି ବଡ଼ଭାରି ପାଏନ କେ ପୂର୍ବ ଓଡ଼ିଶା କେ ବଟେଇ ଦିଆ ହେଲା l ଆମର ଜେନ ଦୁଃଖ ଥିଲା ଅହୁର ବଢିଗଲା l

 

ପାଖାପାଖି 1905 ମସିହା ସମିଆର କଥା l ଯେତେବେଳେ ଓଡ଼ିଆ ସାଙ୍ଗେ ଗଡ଼ଜାତ ମିଶ୍ରଣର କଥା ପଡ଼ିଥିଲା l ପଶ୍ଚିମ ଓଡ଼ିଶାର ଲୋକ କେଭେଭି ନାଇଁ ଚାହୁଁଥାଇ କି ଓଡ଼ିଶା ସାଙ୍ଗେ ମିସବାର ଲାଗି l ଅନେକ କଲ ଛଳ କରି ଅବିଭାଜିତ ସମ୍ବଲପୁର ଜିଲା କେ ଓଡ଼ିଶା ସାଙ୍ଗେ ମିସେଇ ଦିଆ ହେଲା l ଅନେକ ଆନ୍ଦୋଳନ ହେଇଛେ l ଅନେକ କବି ଇତାର କଡା ସମୀକ୍ଷା କରି କଲମ ଭି ଚଲେଇଛନ l କବି ନୀଳମାଧଵ ପାଣିଗ୍ରାହୀ କର ସେ ଲେଖା ମାନେ ଆଏଜ ଇତାର ଗୁଟେ ଗୁଟେ ବଡ଼ ଉଦାହରଣ ଆଏ l ହେଲେ ସମ୍ବଲପୁର ଜିଲ୍ଲା କେ ଯେତେବେଳେ ଓଡିଶା କେ ମିଶାବାର ର କେ ଗଲେ ସମ୍ବଲପୁର ଜିଲ୍ଲା କେ ଚକ୍ରାନ୍ତ କରି କରି ଦୁଇ ଭାଗ କରି ଦିଆ ହେଲା l ଅଧେ ଛତିଶଗଡ଼ ଥି ରହିଗଲା ଆର ଅଧେ ଓଡ଼ିଶା ସାଙ୍ଗେ ମିସଲା l ସମ୍ବଲପୁର ଅଧୀନ ରେ ଥିବାର

ଗଡ଼ଜାତ ମାନେ ରାଏଗାଡ଼, ସାରଙ୍ଗଗଡ଼, ମାଲଖୁରଡ଼ା, ଫୁଲଝର, ଚନ୍ଦରପୁର – ପଦମପୁର ଜମିଦାରି ଆର ଖଡ଼ିଆଲ ଛତିଶଗଡ଼ରେ ରହିଗଲା l 1936 ସାଲେ ଖଡ଼ିଆଲ ଆର ଚନ୍ଦରପୁର -ପଦମପୁର ଜମିଦାରି ଫେର ଫିରଲା ଆର ଓଡ଼ିଶା ସାଙ୍ଗେ ମିସଲା l କିନ୍ତୁ 1936 ରେ ଓଡ଼ିଶା କେ ଫିରିଥିବାର ଚନ୍ଦରପୁର ପଦମପୁର ଜମିଦାରି ର ଲୁକେ 1956 ରେ ବିସ୍ଥାପିତ ହେଇଗଲେ l ହିରକୁଦର ଗରଭେ ସବୁ ଦିନର ଲାଗି ବୁଡିଗଲା ଚନ୍ଦରପୁର ପଦମପୁର ଜମିଦାରି l

 

ଓଡିଶାନୁ ଅଲଗ ହେଇ ଛତିଶଗଡ଼ଥି ମିଶିଥିବାର ସେ ଫୁଲଝର, ସାରଙ୍ଗଗଡ଼, ଚନ୍ଦରପୁର, ରାଏଗାଡ଼, ଶକ୍ତି ବାଗିର ଏରିଆର ଲୋକ ଆଏଜ ଭି ଆମର ସଂସ୍କୃତି ପରମ୍ପରା କେ ବଂଚେଇ ରଖିଛନ l ହେଲେ ଆମର ଫାଲେ ଓଡ଼ିଆ ର ପ୍ରଭାବ ଥି ଆମର ସାହିତ୍ୟ ସଂସ୍କୃତି ପରମ୍ପରା ସବୁ ଲୋପ ପାଇ ବାସଲା ନ l ଯୁଗେ ଯୁଗେ ପୂର୍ବ ଓଡ଼ିଶାର ପ୍ରଭାବ ଥି ପଶ୍ଚିମ ଓଡ଼ିଶା ଶୋଷିତ ହେଇ ଆସୁଛେ l ସମିଆ ଆସିଛେ ଏଭେ ଲୋକ ସଚେତନ ହେବାର ଭି ଜରୁରୀ ଆଏ ଇ ଦିଗେ l

 

 

ଉମାକାନ୍ତ ଭୋଇ

ପଡ଼ା, ବିଜେପୁର, ବରଗଡ଼

ମୋ. 7987399724

 

Spread the love

Leave a Reply

Your email address will not be published. Required fields are marked *

error: Content is protected !!