ଠିଇ ଠିଇ ଖରାର୍      ଝଉ ସୁର୍‌ଲା
ସିଝିଯିବା କାନ୍ ପଟି,
ଡୁହୁ ଡୁହୁ କଲା      କଲିଆ ଦେହେ
ପଡ଼ିଗଲା କଲାକାଠି।

ପହପହନୁଁ         ଜେଠ୍ ପୁନିକେ
ସିଂହାସନୁଁ ତା’ର୍ ଉଠି,
ଗହଗହ ମନେ       ବାହାରି ଗଲା
ଜନମ୍ ବେଦିକେ ଛୁଟି।

ମହମହ ବାସ୍         ଚନ୍ଦନ୍ ଦିଆ
ପାଏନ୍ ଗରିଆ ଟେକି,
ଥର୍ ଥର୍ କରି      କାକର୍ ପାଏନ୍
ଦେହେ ମୁଡ଼େଁ ହେଲା ରୁକି।

ଢିଆ ଢିଆ ଆଖିଁ      ଦେଖିମି ବଲି
ଭଗତ୍ ବତ୍ସଲ୍ ହରି,
ହକ୍ ହକ୍ ମନେ      ବାହାରି ଥିଲା
ଗାଧାବାର୍ ଉଧା କରି।

ରସ୍ ରସେଇଁ         ଦୁଖାଲା ମୁଡ଼୍
କାଲିଆ ପଡ଼୍‌ଲା ଜରେଁ,
ଘମ୍ ଘମ୍ କରି        ଗହଦି ଗଲା
ରହେଲା ଅଣସର୍ ଘରେଁ।

ଖଅଁ ଖଅଁ କରି     ଖାଁସାଲା ଖାଲି
ଗଅଁ ଗଅଁ ହେଲା ଟଁଟି,
ଟରୋ ଟରୋ    ପଢ଼ାରୀ ଗଲେ
ଦଶ୍ ମୂଲ୍ ପାଞ୍ଚନ୍ ବାଟି।

ଦୁଲ୍‌କି ଦୁଲ୍‌କି      ଆନୁଛେ ଜର୍
ଦେଉ ଅଛେ କଁପ୍ କଁପି,
ଲିକ୍ ଲିକ୍ ପାତଲ୍    ସୁତିର୍ କପଡ଼ା
କାଲିଆ ହେଇଛେ ଢାପି।

ଢନ୍ ଢନ୍ କରି       ଘଟେଁ ଶଁଖେ
ନେଇଁ ହେବାର୍ ନ ଆଲ୍‌ତି,
ମିଟ୍ ମିଟ୍ କରି    ରାଏଶ୍ ତେଲର୍
ଜଲୁଛେ ଗୁଟେ ବତୀ।

ପଉଟି ପଉଟି     ଷାଠେ ପଉଟି
ରନ୍ଧା ଖାଏଦ୍ ମନା,
ଚାଟି ଚାଟି କରି  ଚିଟ୍‌କା ଭୋଗ୍
ସାଙ୍ଗେଁ ପିଉଛେ ପନା।

କୁଟ୍‌କୁଟି କରି   ଦୁଖାଲା ଦେହେ
ଜଗା ହେଲା କଲ୍‌ବଲ୍‌,
ପିସି ପିସି ହେଇ  ଫୁଲ୍‌ରି ତେଲ୍
ଜଗା ହେଇଗଲା ଭଲ୍।

ଦିନ୍ ଦିନ୍ କରି     ଚଉଦ ଦିନ୍
ଜଗା ରହି ଅଣସରେଁ,
ଦହଦହ କରି  କହେଲା ଜଗା
“ବେମାରେଁ ରହେବ ଘରେଁ।”

ସିଠା ସିଠା ତା’ର୍   ଜରୁଆ ମୁହୁଁ
ଲାଗ୍‌ବା ବଲିଁ ମିଠା,
ଧଏନ୍ ଧଏନ୍ ଜଗା,ମାଆଁସୀ ଘର୍‌କେ
ଖାଇଗଲା ପୋଡ଼୍ ପିଠା।

                 -ପ୍ରସନ୍ନ ରଣା

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!