ଲଙ୍କା ନଗରୀ ଗଜ୍‌ଗଜେଇ ଯାଉଛେ। ଲଙ୍କା ନଗରୀନ ଆଏଜ୍‌ ଗୁଟେ ନୁଆଁ ଯୁଗର୍‌ ମୂଲ୍‌ ହେବାର୍‌କେ ଯାଉଛେ। ବିହା ବେଦିଶାଲେଁ ବସିଛନ୍‌ ଲଙ୍କାର୍‌ ନୁଆଁ ରଜା ବିଭୀଷଣ୍‌ ଆରୁ ରାନୀ ମନ୍ଦୋଦରୀ। ନଗରୀର୍‌ ସବୁ ମାହେଜିଟୁକେଲ୍‌ ବେଦିଶାଲେଁ ରୁଣ୍‌ପୁଣ୍‌ ହେଇଛନ୍‌। ଭୁଆସେନ୍‌ମାନ୍‌କର୍‌ ହୁଲ୍‌ହୁଲିଥିଁ ଲଙ୍କା ନଗରୀ ଉଛୁଲି ପଡ଼ୁଛେ। ଢୋଲ୍‌, ମୁହୁରି, ନିସାନ୍‌,ତାସା ବଜାର୍‌ ଚୁଟେଁ ଦୁଲ୍‌କୁଛେ ବିହା ମଡ଼ୁଆ ଆରୁ ତାର୍‌ ସାଙ୍ଗେଁ ମନ୍ଦୋଦରୀର୍‌ ଛାତି। ମନ୍ଦୋଦରୀର୍‌ ମନ୍‌ ଆଏଜ୍‌ ନେଇଁ ବୁଝୁବାର୍‌। ମନ୍‌ଟା ତାର୍‌ ଗୁନ୍ଦୁଲେଇ ଘାଟିଁ ହେଉଛେ। ମନ୍‌  ଭିତିର୍‌ଟା ଉଟସ୍‌ ପୁଟୁସ୍‌ ହେଉଛେ ଖାଲି। ଆଗୋର୍‌ କଥା ଗୁଟେ ଗୁଟେ କରି ମନେ ପଡ଼ୁଥିଲା ତାର୍‌।

ସେଦିନେଁ ରାମ୍‌ ସାଙ୍ଗେଁ ଲଢ଼େଇ କରିକରିଁ ଉର୍‌ଘା ବଥା ହେଇକରି ଘର୍‌କେ ଫିରିଥିଲା ରାବଣ୍‌। ରାତିଁ‌ ଶୁଇଲା ବେଲେଁ ମନ୍ଦୋଦରୀ ରାବଣର୍‌ ଗୁଡ଼େଁ ତେଲ୍‌ ହାତେ ଦେଇନେଉଥିଲା। ଗୋଡ଼୍‌ ରଗ୍‌ଦିଁ ରଗ୍‌ଦିଁ ମନ୍ଦୋଦରୀ ରାବଣ୍‌କେ କହେଲା,
– “ମହାରାଜ୍‌ ! ସୀତାକେ ଚୁରେଇ କରି ଆପଣ୍‌ କାଣା ଭୁଲ୍‌ ନେଇଁକରିଁ ? ଦେଖେଲେ ତ, ସୀତାର୍‌ ଲାଗିଁ ସୁନାର୍‌ ଲଙ୍କା ଧଁସ୍‌ ହେଇଗଲା ଯେ ! ଆମର୍‌ ପୁଓ, ନାତି ସଭେ ମରିଗଲେ ! ବଅଁଶ୍‌ ବୁଡ଼ା ହେଇକରି ଠେଟେଲ୍‌ ବାଗିର୍‌ ବସିଛୁଁ ଯେ !”
– “ବେଡ଼ି ହେଲକେଁ ମନ୍ଦୋଦରୀ ! ମୁଇଁ ପରେ ଲଙ୍କପତି ଦଶାନନ ରାବଣ୍‌। ବିଶ୍ରବା ଋଷିର୍‌ ଜେଠ୍‌ ପୁଓ ! ମୁଇଁ ଜାନିଛେଁ, ଯାହାକେ ମୁଇଁ ଚୁରେଇ ଆନିଛେଁ ସେ ହେଉଛନ୍‌ ଜଗତ୍‌ମାତା ଲଖ୍‌ମିଙ୍କର୍‌ ଅବତାର୍‌ ସୀତା। ମୋର୍‌ ମୁକ୍‌ତିର୍‌ ବାଟ୍‌। ମୋର୍‌ ସର୍‌ଗର୍‌ ବାରଅଡ଼ା।”
– “ମହାରାଜ୍‌ !”
– ” ହଁ ପ୍ରିୟେ ! ମୁଇଁ  ପର୍‌ଭୂଙ୍କର୍‌ ଅଭିଶାପ୍‌ ପାଇକରିଁ ତିନ୍‌ ଯୁଗ୍‌‌ତକ୍‌ ଅସୁର୍‌ କୁଲେଁ ଜନମ୍‌ ନେଇକରିଁ ପର୍‌ଭୂଙ୍କର୍‌ ହାତେଁ ମର୍‌ଲେଁ ମୋର୍‌ ମୁକ୍‌ତି ହେବା। ମୁଇଁ ଜାନିଛେଁ ପର୍‌ଭୂ ଇ ଜନ୍‌ମେଁ ରାମ୍‌ ଅବତାର୍‌ ନେଇଛନ୍‌। ମୁଇଁ ତାଁକର୍‌ ହାତେଁ ମରିକରିଁ ତରିଯିମି ପ୍ରିୟେ !”
– “ହେଲେଁ, ଇ ଲଙ୍କାବାସୀ କାଏଁ ଦୋଷ୍‌ କଲେ ମହାରାଜ୍‌ ! ଆପଣ୍‌ଙ୍କର୍‌ ଲାଗିଁ ସବୁ ଲଙ୍କାବାସୀ ବଲି ପଡ଼ୁଛନ୍‌। ନିର୍‌ଦୋଷ୍‌ ପର୍‌ଜା ଭି ମରୁଛନ୍‌ !”
– “ମୁଇଁ  ହେଡ଼େ ସ୍ୱାର୍ଥପର ନୁହେସେ ମନ୍ଦୋଦରୀ ! ମୁଇଁ ପର୍‌ଭୂଙ୍କର୍‌ ହାତେଁ ମରିକରିଁ ସରଗ୍‌ ଭୋଗ୍‌ କର୍‌ମି ଆରୁ ମୋର୍‌ ପର୍‌ଜା ଚୁକିଯିବେ ? ହେଟା ହେଇ ନେଇଁପାରେ ମନ୍ଦୋ…। ମୋର୍‌ ପର୍‌ଜାମାନ୍‌କର୍‌ ସରଗ୍‌ ପରାପତ୍‌ ଭି ମୋର୍‌ କର୍ତ୍ତବ୍ୟ ଆଏ।”
– “ଆପଣ୍‌ ଯଦି ଜାନିଛନ୍‌ ମାଁ ସୀତା ଜଗତ୍‌ମାତା ଆନ୍‌, ବଏଲେଁ ତାହାକୁଁ ହେ ଅଶୋକ୍‌ ବନେଁ କାଏଁ ହେଲାଯେ ରଖିଛନ୍‌ ମହାରାଜ୍‌ ?”
– “ତମେ ବେଡ଼ିଟେ ଅ କେଁ ମନ୍ଦୋ ! ଜାନିଛ, ଯେତେବେଳେଁ ମୁଇଁ ଦେବୀ ସୀତାକେ ଚୁରେଇ କରି ପୁଷ୍ପକ ବିମାନ୍‌ଥିଁ ବସାଲିଁ, ତାଁକର୍‌ ହାତର୍‌ ନାଡ଼ିକେ ଚିପିହେଲା। ଜାନ୍‌ଲିଁ, ମାଁ’ଙ୍କର୍‌ ବନ୍ଧ୍ୟାଦୋଷ୍‌ ଅଛେ। ହେତିର୍‌ଲାଗିଁ ମାଁ’କେ ବନ୍ଧ୍ୟାଦୋଷ୍‌ ଉପଚାର୍‌ ଲାଗିଁ ଅଶୋକ୍‌ ବନେଁ ରଖିଛେଁ।”
– “ଧଏନ୍ ମହାରାଜ୍‌ ! ହେଲେଁ, ବିଭୀଷଣ୍‌କେ ରାଏଜୁଁ ଖେଦିକରିଁ ନିଜର୍‌ ଭେଇ ପର୍‌ତି ଅନ୍‌ନିଏ ନେଇଁ ହେଲା ? ତାର୍‌ କାଣା ଦୋଷ୍‌ ଥିଲା ଲଙ୍କପତି ‌ !”
– “ଦୋଷ୍‌ ନେଇଁଥେଇଁ ମନ୍ଦୋ ! ମୁଇଁ ଜାନିଛେଁ ସେ ଧର୍ମାତ୍ମା ଆଏ। ଆମର୍‌ କୁଟୁମେଁ ସେ ଏକେଲା ବଅଁଚିବା ବଲିଁ ଜାନିକରିଁ ମୁଇଁ ତାହାକେ ଇ ରାଏଜୁଁ ଖେଦିଛେଁ। ମନ୍ଦୋ…! କଥାଟେ ମୋର୍‌ ରଖିପାର୍‌ବ ? ତମ୍‌କୁଁ ଆଏଜ୍‌ ଇ ଲଙ୍କପତି ରାବଣ୍‌ ଅନୁରୋଧ୍‌ କରୁଛେ, ମୋର୍‌ କଥାଟେ ରଖିପାର୍‌ବ ??”
– “ଆଦେଶ୍‌ କରୁନ୍‌ ମହାରାଜ୍‌ ! ନିଶ୍ଚେ ରଖମି !”
– “କିରିଆ କର ପ୍ରିୟେ ! କଥାଟେ ରଖବ ତ ?”
– “ତୁମର୍‌ କିରିଆ ସ୍ୱାମୀ ! ନିଶ୍ଚେ ରଖମି !”
– “ଆଏଜ୍‌ ମୋର୍‌ ଜୀବିନର୍‌ ଶେଷ୍‌ ରାଏତ୍‌ ଆଏ ପ୍ରିୟେ ! କାଏଲ୍‌ ମୁଇଁ  ପର୍‌ଭୂଙ୍କର୍‌ ହାତେଁ ମରିକରିଁ ତରିଯିମି। ମୋର୍‌ ମଲା ପରେଁ ତୁମେ ବିଭୀଷଣ୍‌ନ ଲାଖ୍‌ଚୁରି ହେଇଯିବ ମନ୍ଦୋ… !  ତମ୍‌କୁଁ ମୋର୍‌ କିରିଆ…! ତୁମେ କେଭେଁ ରାଆଁଡ଼ି ନେଇଁହେବ ମନ୍ଦୋଦରୀ ! ତୁମେ କେଭେଁ ରାଆଁଡ଼ି ନେଇଁହେବ… ! ହେଲେଁ, ଯେତେ ଦିନ୍‌ତକ୍‌ ଇ ସଁସାର୍‌ ଥିବା ମୋର୍‌ ନାଁ’ ସାଙ୍ଗେଁ ତୁମର୍‌ ନାଁ’ ଯୁଡ଼ିହେଇ ରଦିଥିବା…।” ରାବଣର୍‌ ଆଖିଁ  ପହେଲା ହେଇକରି ଆଁଖଲ୍‌ ଦେଖିକରିଁ ମନ୍ଦୋଦରୀର୍‌ ଆଏଁଖ୍‌ ଭି ଭିଜିଗଲା।

ବାହ୍ମନର୍‌ ମନ୍‌ତର୍‌ ପଢ଼ାଥିଁ ମନ୍ଦୋଦରୀର୍‌ ଚେତା ପସଲା। ବିଭୀଷଣ୍‌ ସାଙ୍ଗେଁ ମନ୍ଦୋଦରୀର୍‌ ହାତ୍‌ ବନ୍ଧନ୍‌ ପଡ଼୍‌ଲା ବେଲେଁ ବାହ୍ମନ୍‌ ମନ୍‌ତର୍‌ ପଢ଼ୁଥିଲା – “ଯଥା ନଳସ୍ୟ ଦମୟନ୍ତୀ… ଯଥା ରାବଣସ୍ୟ ମନ୍ଦୋଦରୀ…।” ହେଲେଁ, ବିଭୀଷଣ୍‌କେ ଘଏତା ହିସାବେଁ ଗ୍ରହଣ୍‌ ନେଇଁ କରିପାରୁଥେଇଁ ମନ୍ଦୋଦରୀର୍‌ ମନ୍‌। ରାବଣର୍‌ କିରିଆ ଥିଲେଁ ଭିଲ୍‌ ନେଇଁ ବୁଝୁଥେଇଁ ମନ୍ଦୋଦରୀର୍‌ ମନ୍‌। ଅବୁଝା ମନ୍‌କେ ବୁଝାବା କେତେ ! ମନ୍‌ଟା ତ ମନ୍‌ ଆଏ ନେଇଁ…

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

 

Spread the love

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!