“ଏ ରେବତୀ …! ଏ ରେବ…! ଏ ପୁଡ଼ାମୁହିଁ….! ଏ ଘୁଡ଼ାମୁହିଁ…!” ବୁଢ଼ୀ ରାଏତ୍ ସଏର୍ତା ଗୁଗଉଥିଲା। ସବୁଦିନର୍ ବାଗିର୍ ବୁଢ଼ୀ ରେବତୀକେ ସଁପୁଛେ ବଲିକରିଁ ଗାଁ’ର୍ ଲୁକେ ସବୁ ଶୁନିକରି ଚୁପ୍ ରହେଲେ। ହେଲେଁ, ସକାଲ୍ ପୁହାକେ ଦେଖେଲା ବେଲ୍କେ ଆଈ ନାତେନ୍ ଆରୁ ନେଇଁନ।
ରେବତୀ ! ରେବତୀ ବଏଲେଁ ଫକୀରମୋହନ ସେନାପତିଙ୍କର୍ ରେବତୀ ନୁହେସେ। ପାଠ୍ପଢ଼ାର୍ ସବୁ ସୁବିଧା ଥିବାର୍ ଆଏଜ୍କାଲିର୍ ଗୁଟେ ଟୁକେଲ୍ ଆଏ ରେବତୀ। ପିତାପାଲିର୍ ସାମ ପଧାନର୍ ଛୋଟ୍ଟେ ପରିବାର୍। ପରିବାର୍ ବଏଲେଁ ଘଏତାମାଏପୋ ହଲେ, ବୁଢ଼ୀ ମାଁ’ ଆରୁ ଗୁଟେ ବଲିଁ ଝି ରେବତୀ। ପିତାପାଲି ସୁରୁଟେ ଗାଁ ହେଲେଁ ଭି ସର୍ବ ଶିକ୍ଷା ଅଭିଯାନ୍ ଆଏଲା ଦିନୁଁ ଗାଁ’ନ ସର୍କାରୀ ଇସ୍କୁଲ୍ଟେ ଖୁଲା ହେଇଛେ। ଇସ୍କୁଲ୍ ଖୁଲ୍ଲା ଦିନୁଁ ପାଠ୍ ପଢ଼୍ବାର୍ ଲାଗିଁ ଗାଁ’ନ ଗୁଟେ ନୁଆଁ ଉସ୍ନାକ୍ ଦେଖେବାର୍କେ ମିଲୁଛେ। ଗାଁ’ର୍ ଛୁଆମାନେ ଗହଗହ ହେଇକରି ଇସ୍କୁଲ୍କେ ପଢ଼ି ଯଉଛନ୍। ରେବତୀକେ ପାଁଚ୍ ବଛର୍ ପୁର୍ଲାକି ସାମ ପଧାନ୍ ଭି ରେବତୀର୍ ନାଁ ଲେଖେଇ ଦେଲା ଇସ୍କୁଲେଁ ।ହେଲେଁ, ରେବତୀର୍ ପଢ଼ିଯିବାର୍କେ ମନ୍ ନେଇଁ । ପଢ଼ିଗଲେଁ ଭି କାନ୍ତେଲ୍ ପଲେଇ ଆଏସି। ରେବତୀ ଇସ୍କୁଲୁଁ ପଲେଇ ଆସୁନ୍ସାଏର୍ ବୁଢ଼ୀ ରେବତୀକେ ସଁପିବସ୍ସି, “ଏ ରେବ…! ଏ ପୁଡ଼ାମୁହିଁ…! ଏ ଘୁଡ଼ାମୁହିଁ…! ପାଠ୍ ଦୁଇ ଅଖର୍ ପଢ଼୍। ଭଲ୍ ଘର୍ ବର୍ ପାଏବୁ। ପାଠ୍ ଦୁଇ ଅଖର୍ ନେଇଁ ପଢ଼୍ଲେଁ ତତେ କିଏ ନେବାରେ ?”
ଇସ୍କୁଲର୍ କେନ୍ସି ଭି ଜିନିଷ୍ ରେବତୀର୍ ମନ୍କେ ଇସ୍କୁଲ୍ଆଡ଼୍କେ ଟାନି ନେଇଁ ପାରୁଥେଇଁ। ଇସ୍କୁଲର୍ ସର୍ଲେନ୍, ମାହାଲିଆ ବହିପତର୍, ମାହାଲିଆ କପଡ଼ାଲତା, ମଏଧାନର୍ ଭାତ୍ଡାଲ୍ମା ରେବତୀର୍ ମନ୍କେ ରସେଇ ନେଇଁ ପାରୁଥେଇଁ। ହେଲେଁ, ଯାଇଆସିକରିଁ ଶେଣୀକେ ଶେଣୀ ଡେଗ୍ତେଲ୍ ଯଉଛେ ରେବତୀ। ଦେଖୁନ୍ ଦେଖୁନ୍ ରେବତୀ ହାଇସ୍କୁଲ୍କେ ଆଏଲାନ। ହାଇସ୍କୁଲେଁ ସାଏକଲ୍ ଘିନ୍ବାର୍ ଲାଗିଁ ଛବିଶ୍ ଶ’ ଟଁକା ଭି ପାଏଲାନ। ଏଭେଁ ଇସ୍କୁଲ୍କେ ସବୁଦିନେଁ ପଢ଼ି ଯାଉଛେ ରେବତୀ। ହେଲେଁ, ପାଠ୍ଥିଁ ଟିକେ ମନ୍ ନେଇଁନ । ଖଲି ବାଲ୍କେ ଫୁର୍ରେଇକରିଁ, ମୁହେଁ ପଉଡର୍ ଚାପେ ପଲସ୍ତର୍ କରିଁ, ଚଏଁଣ୍ପାଲିସ୍ ଲଗେଇ କରିଁ ଫେସନ୍ ମାରୁଛେ। ବୁଢ଼ୀ ରେବତୀର୍ ରଙ୍ଗ୍ ଢଙ୍ଗ୍ ଦେଖିକରିଁ ସଁପିବସୁଛେ, “ଏ ରେବ…! ଏ ପୁଡ଼ାମୁହିଁ…! ଏ ଘୁଡ଼ାମୁହିଁ…! ଇଟା କାଏଁ ଭବିସ୍ କରିଛୁ ରେ ! ଇଟା ଭାତର୍ ବକ୍ବକ୍ ଆଏକି ବଏସର୍ ବକ୍ବକ୍ ଆଏ ?”
ରେବତୀର୍ ପାଠ୍ପଢ଼ା ଦେଖିକରିଁ ସାମ ପଧାନର୍ ଅକଲ୍ ଗୁଡ଼ୁମ୍ ହେଇଗଲା। ଗୁଟେ ବଲିଁ ଝି। ମେଟ୍ରିକ୍ଟେ ପାସ୍ ନେଇଁକଲେଁ ବିହା ବର୍ପନ୍କେ କାଏଡ଼୍ ହେବା। ହେତିର୍ଲାଗିଁ ରେବତୀର୍ ଟିଉସନ୍ ଲାଗିଁ ବାସୁକେ କହିଛେ। ବାସୁ ବି.ଏ. ପଢ଼ି ସାରିକରିଁ ବୁଲୁଥିଲା।ସାମ ପଧାନର୍ କଥା କାଟି ନେଇଁ ପାର୍ଲା ବାସୁ ।ରେବତୀକେ ଟିଉସନ୍ ପଢ଼େଇ ବସଲା। ଧିରେଧିରେ ରେବତୀ ଆରୁ ବାସୁ ଭିତିରେଁ ଗୁଟେ ନୁଆଁ ଆକର୍ଷଣ୍ ଦେଖାଦେଲା। ଚୁମ୍ବକ୍ ଲୁହାକେ ଘିଚିଲା ବାଗିର୍। ଦିନେ ତ ବାସୁ ତାର୍ ଡେବିରି ପଦମେ କାଣାଗୁଟେ ଲେଖିକରିଁ ରେବତୀକେ ରଡ଼ିରଡ଼ିକରିଁ ବୁଝଉଥିଲା, “ଇଟା ତୁଇଁ ଚାହେଲେଁ ହେବା। ତୁଇଁ ଖାଲି ଡରୁଛୁ। ତୁଇଁ ଚେଷ୍ଟା କଲେଁ ସିଓର୍ ହେବା।” ରେବତୀ ଚୁପ୍ ଥିଲା। ଆର ଘରେଁ ଥାଇକରି ସାମ ଭାବୁଥିଲା ବାସୁ ରେବତୀକେ ବଢ଼େ କଡ଼ା ଗଣିତ୍ ନମର୍ଟେ ବୁଝଉଛେ ବାଗିର୍ ଲାଗୁଛେ। ହେଲେଁ, ବାସୁ ତାର୍ ଡେବିରି ପଦମେ “ମୁଇଁ ତତେ ଭଲ୍ ପାଉଛେଁ” ଲେଖିକରିଁ ରେବତୀକେ ବୁଝଉଥିଲା। ରେବତୀର୍ କଅଁଲି ମନ୍। ବାସୁର୍ କଥା ଥିଁ ପଅଁଲି ଗଲା। ବାସୁ ଆରୁ ରେବତୀ ବଏସର୍ ସବୁ ସୀମା ଟପିସାରିଥିଲେନ।
ଗଲା ବଛର୍ କରୋନାଥିଁ ସାମ ପଧାନ୍ ଆରୁ ତାର୍ ସିଆନି ଆଗ୍ପଛ୍ ହେଇକରି ଚାଲିରଲେ। କରୋନାର୍ ଦୟାନୁଁ ରେବତୀ ଭି ମେଟ୍ରିକ୍ଟେ ବିନା ପରୀକ୍ଷାନ ପାସ୍ କରିଗଲା। ହେଲେଁ ଘର୍ଟା ଝେଁ କରୁଛେ। ବୁଢ଼ୀ ଆରୁ ରେବତୀ ପୁରାପୁରି ଏକେଲା। କେତେବେଲେଁ କେନ୍ତା ବାସୁ ଘାଏ ଘାଏ ଆଏସି ରେବତୀ ସାଙ୍ଗେଁ ହିହି ବକ୍ବକ୍ ହେସି। ବୁଢ଼ୀକେ ରେବତୀର୍ ଚେହେରା ଟିକେ ଦୁସୁରା ଦିଶିବସଲା। ରେବତୀ ସେନ୍ଦୁର୍ମୁହିଁ ବାଗିର୍ ସୁନ୍ଦୁରୀ ଦିଶୁଛେ। ଦିନେ ତ ରେବତୀକେ ଅରୁଚା ଲାଗାଲା। ବୁଢ଼ୀର୍ ଅନୁମାନ୍ ଠିକ୍। ରେବତୀ ମାଁ ହେବା। କୁଆଁରୀ ମାଁ !
କଥାଟା ପର୍ଘଟ୍ ହେବାର୍ ଆଘୋନୁଁ ବାସୁ ପଲାଲା ତାମିଲନାଡୁ। ଯିବାର୍ ଆଘୋନୁଁ ରେବତୀକେ ଧମ୍କି ଦେଇକରିଁ ଯାଇଛେ,” ମୋର୍ ନାଁ ସାମନାକେ ଆଏଲେଁ କଥା ଦୁସୁରା ହେବା। ତୋର୍ ସବୁ ଫଟୁ ଭାଇରାଲ୍ କରିନେମି।”
ରେବତୀର୍ ଚାର୍ହିଆଡ଼େଁ ଅନ୍ଧାର୍। ଆର୍ କେନ୍ସି ବାଟ୍ ନେଇଁ। ଗଲା ରାତିଁ ହାତର୍ ନସ୍କେ କାଟି ଦେଇଛେ। ଅଚିନ୍ତା ଶୁଇପଡ଼ିଛେ ରେବତୀ। ବୁଢ଼ୀ ଗୁଗେଇ ଗୁଗେଇ ଉଠଉଛେ ରେବତୀକେ, “ଏ ରେବତୀ…! ଏ ରେବ…! ଏ ପୁଡ଼ାମୁହିଁ…! ଏ ଘୁଡ଼ାମୁହିଁ…!” ଘାଏ ଗଲାକି ବୁଢ଼ୀର୍ ଆବାଜ୍ ଭି ବନ୍ଦ୍। ବୁଢ଼ୀ ସଟ୍କି ଗଲା କେଁ ?
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼