ଆସରେ ଧରାମା ଦାଁ
ଲାଲ୍‌ଗିଜି ମାକର୍ ବିହା ହେଉଛେ
ନେଏତିଛେ ତାର୍ ମାଁ
ଆସରେ ଧରାାମା ଦାଁ ॥୦॥

ପତର୍ ଝଡ଼ିଁ ଗଛ୍ ହେଲେ ଡୁଣା
କୁଚି ଆଏଲା ମୁଡ଼ା ମୁଡ଼ା
ମହୁଲ୍ ଥିପିଲା ଫୁଟେ ଫୁଟେ
ଧରିଥିବୁ ବେଟିଆ ଗୁଟେ
ଉଛୁର୍ ନେଇଁ କରିଁ ଧାଁ
ଆସରେ ଧରାମା ଦାଁ ॥୧॥

ଫୁଇ ଜାଲ୍‌ଟେ ଦେମା ଖେଲି
ତିନ୍‌ହି ଆଡ଼ୁଁ ଜୁଏ ଦେମା ଜାଲି
ଯେନ୍ତା ଆଏବା ଜୁଏ ଜଲ୍‌ତେଲ୍‌
ରଙ୍ଗି ଆଏବେ ଗୁର୍ରୁ,ତିତେଲ୍
ଜାଲେଁ ପଡ଼ିଁ କର୍‌ବେ ଆଁ
ଆସରେ ଧରାମା ଦାଁ ॥୧॥

ଲାଗିଛେ ଝାରେଁ  କଏନ୍‌ଖା ଭନା
ବାଘ୍ ଅଁପରା,କଥୁ,ଲଟ୍‌କନା
ଜୁଘୁଡ଼ା ହେଇଛେ ଝାରର୍ ବାଟ୍
କେନ୍ତା କରି ଚୁରାମା କାଠ୍
ମଏଧାନେଁ ଛାଡ଼ି ଗାଁ
ଆସରେ ଧରାମା ଦାଁ ॥୩॥

ମାଏଟ୍ ଉଗ୍ରେଇଛେ ଘୁଇଷ୍ ପଟେ
ଧୁଙ୍ଗେଇ ପାର୍‌ଲେଁ ମିଲ୍‌ବା ଫୁଟେ
ଜୁଏ ବେଟିଆ ଆଏମା ଛାଡ଼ି
ସୁଁକୁଲା ଯେତେ ଯିବାନ ପୁଡ଼ି
ନେଇଁ ଯାଏ କେଭେଁ ବାଁ
ଆସରେ ଧରାମା ଦାଁ ॥୦୪॥

ପିକ୍‌ନିକ୍‌ କରି ଝାର୍‌କେ ଯିମା
ଶିକାର୍, ଭାତ୍ ରାନ୍ଧି ଖାଏମା
ବିଡ଼ି,ସିଗିରେଟ୍ ପିଇମା ଢୁକେ
ଠୁଟି ହେଲେ ଫିକି ଦେମା ଝାର୍‌କେ
ନିଲଜ୍ ମୁହୁଁ କରିଁ ଆଁ
ଆସରେ ଧରାମା ଦାଁ ॥୫॥

ସର୍କାର୍ କରିଛେ ନୁଆଁ ଆଇନ୍
ଦାଁ ଧରାଲେଁ ଦେବୁ ଫାଇନ୍
ବାନ୍ଧିକରିଁ ନେବା ନ ପୁଲିସ୍
ଯାହାର୍ ନାଁ ଥିଁ ହେବା ନାଲିସ୍
(ହେଲେଁ)କିଏ ଧର୍‌ବା କାହାର୍ ନାଁ
ଆସରେ ଧରାମା ଦାଁ ॥୬॥

ଯାହା କହେଲୁ କହେଲୁ ନ
ଭସ୍ମାସୁର୍ ବାଗିର୍ ନାଇଁ ହ ନ
“ପ୍ରକୃତି”କେ ନେଇଁ ଚହଲା
ଶୁଇଲା ବାଘ୍ ଆଏ ଜାନିଥା ପିଲା
ଗିଲିଦେବା କଲେଁ ଆଁ
ନେଇଁ ଧରା ଆରୁ ଦାଁ ॥୭॥

ଜଙ୍ଗଲ୍ ଲାଗିଁ ହେସି ବର୍‌ଷା
ଜଙ୍ଗଲ୍ ଲାଗିଁ ଗିଲୁ ଗର୍‌ସା
ଜଙ୍ଗଲ୍ ଲାଗିଁ ଅରନ୍ ବସ୍ତର୍
ଜଙ୍ଗଲ୍ ଲାଗିଁ ଉଷୋ ପତର୍
ଜଙ୍ଗଲ୍ ଆଏ ତୋର୍ ମାଁ
ଚାଲରେ ଲିଭାମା ଦାଁ
ଚାଲରେ ଲିଭାମା ଦାଁ ॥୮॥

                  -ପ୍ରସନ୍ନ ରଣା

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!