“ଆ, ଗଢ଼ମା ନୂଆଁ ସମାଜ୍‌। ଯେନ୍‌ ସମାଜେଁ ନେଇଁ ଥିବା ଧନୀ ଗରିବ୍‌ ଭିତିରେଁ ଫରକ୍‌‌, ଜାଏତ୍‌ ହାଏତର୍‌ ଭେଦ୍‌ଭାବ୍‌ ଆରୁ ପିଲା ଟୁକେଲ୍‌ ଭିତିରେଁ କେନ୍‌ସି ପାତର୍‌ ଅଁତର୍‌। ଯଦି ଥିବା, ମୁନୁଷ୍‌ ଭିତିରେଁ ମୁନୁଷ୍‌ପନ୍‌ ଆରୁ ହୁରୁଦ୍‌ ଭିତିରେଁ ଅପନାପନ୍‌। ଆ, ଆମେ ଦୁହେଁ ମିଶି ଗଢ଼ମା ନୂଆଁ ସମାଜ୍‌। ଇ ଧର୍‌ତୀ ଉପୁରେଁ ଗଢ଼ମା ନୂଆଁ ସରଗ୍‌।” ରେସ୍‌ଟି ଅଫିସ୍‌ ଆଗ୍‌ଆଡ଼େଁ କହୁଥିଲା ଗ୍ରେସିଆ,ଏଲିସାକେ।

     ଗୁଟେ ଇସ୍କୁଲେଁ ଏକା ଶେଣୀଥିଁ ପଢ଼ୁଥିଲେ ଗ୍ରେସିଆ ଆରୁ ଏଲିସା। ଛୁଆଦିନୁଁ ଠିକ୍ ଭାବେଁ ଚିନ୍‌ହିଛନ୍‌ ଦୁହେ ଦୁହିଁକୁଁ। ଛୁଆବେଲର୍‌ ସାଙ୍ଗ୍। ଏକାସାଙ୍ଗେଁ ଖେଲିଛନ୍‌, ଏକାସାଙ୍ଗେଁ ବୁଲିଛନ୍‌, ଏକାସାଙ୍ଗେଁ ପଢ଼ିଛନ୍‌। ହେଲେଁ, ହାଇସ୍କୁଲ୍‌ଥିଁ  ତାଁକର୍‌ ଭିତିରେଁ ଯେନ୍‌ ପରିବର୍ତନ୍‌ ହେବାର୍‌ କଥା ନେଇଁ ହେଇଁ। ଟୁକେଲ୍‌ ଦୁହିଟା ପିଲାମାନ୍‌କର୍‌ ଆଡ଼୍‌କେ ନେଇଁ ଢଲିଁ। ହେଲେଁ, ଦୁହେ ଦୁହେକର୍‌ ଆଡ଼୍‌କେ ଢଲିଛନ୍‌। ଟଁଟିର୍‌ ଆବାଜ୍‌ ଦିନୁଁ ଦିନ୍‌କେ କଅଁଲ୍‌ ହେବାର୍‌ କଥା। ହେଲେଁ, ଆବାଜ୍‌ ଧିରେଧିରେ ମୁଟା ହେଇଛେ। ଗୁଟେ ରକମର୍ hormonal disorder କହେଲେଁ ଚଲ୍‌ବା।ଟୁକେଲ୍‌ ଦୁହିଟାକର୍‌ ହାବ୍‌ଭାବ୍‌, ଚାଲିଚଲନ୍‌ ଦେଖିଁ ସଭେ ଛିଛି, ଥୁଥୁ କଲେ। ଧିରେଧିରେ ଟୁକେଲ୍‌ ଦୁହିଟା ସମାଜ୍‌ନୁଁ ଅଲ୍‌ଗା ହେଇବସଲେ।

       ଆଏଜ୍‌ ଗ୍ରେସିଆକେ ସତେଇଶ୍‌ ବଛର୍‌ ଆରୁ ଏଲିସାକେ ଛବିଶ୍‌ ହେଲାନ। ଦୁହେ ଆସିଛନ୍‌ ରେସ୍‌ଟି ଅଫିସ୍‌କେ ବିହା ହେବାର୍‌ ଲାଗିଁ। ହେଲେଁ, ଇ ସମାଜ୍‌ ସେମାନ୍‌କର୍‌ ବିହାକେ ସାମାଜିକ୍‌ ସ୍ୱୀକୃତି ଦେବାତ ? କାଏଁ ନେଇଁ ଦେବା ! ପୁର୍‌ଥିବୀର୍‌ ଚଉତିରିଶ୍‌ଟା ଦେଶ୍‌ ତ ଫେର୍‌ ଇ ବିହାକେ ଆଇନ୍‌ ଅନ୍‌ସାରେଁ ମାନ୍‌ଲେ ନ ! ହେଲେଁ, ଲୋକମାନେ ବୁବି ନେଇଁ ମାରନ୍‌ ତ !! ଲୋକ୍‌ମାନ୍‌କର୍‌ କଥାକେ ଶୁନ୍‌ଲେଁ ଚଲି ହେବା କେଁ ?ଅନେକ୍‌ ଲୋକ୍‌ ତ ଅନେକ୍‌ କଥା କହେବେ ! କାଁ ବଲ୍‌ବେ ? gay marriage ବଲ୍‌ବେ ତ !!! ଦୁହିକର୍‌ ମନ୍‌ ଭିତିରେଁ କେତେ ଭାବାନା ! ଗୁଟେ ନୁଆଁ ସମାଜ୍‌ ଗଢ଼୍‌ବାର୍‌ ଆଶାଥିଁ ଆଗ୍‌କେ ବଢ଼୍‌ଲେ ଦୁହେ। ରେସ୍‌ଟି ଅଫିସ୍‌ନ ଫୁଲ୍‌ମାଲେ ଲେଖା ପିନ୍ଧାପିନ୍ଧି ହେଇକରି ବିହା ହେଇନେଲେ। କିଏ କାହାର୍‌ ବର୍‌, କିଏ କାହାର୍‌ କନିଆଁ, କିଛି ଜାନି ନେଇଁ ହେଲେଁଭି ଇଟା ଗୁଟେ  ଆଇନ୍‌ ସମ୍ମତ୍‌ ବିହା ଥିଲା।

        ରେସ୍‌ଟି ଅଫିସ୍‌ନ ସାଖି ଦସ୍‌କତ୍‌ଟେ ଦେଇକରିଁ ମତେ ଭି ବାଷ୍ଟାଇଲ୍‌ ଦୁର୍ଗର୍‌ କାଁଥିଟେ ଧସ୍‌କାଲା ବାଗିର୍‌ ଲାଗୁଥିଲା।

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା, ବରଗଡ଼

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!