କବିତା – ଈଶ୍ୱର
——————-
ପ୍ରେମକୁ ଆଲିଙ୍ଗି ନେବା ପରେ
ଘୃଣା ବୋଲି ଆଉ କ’ଣ ଥାଏ ଯେ ?

ଦେହକୁ ଦାହ୍ୟ ପଦାର୍ଥ କରି
ଖାଲି ଯାହା ଜାଳିବାକୁ ହେବ
ମୁଠାଏ ଅହଙ୍କାରକୁ ,

ସ୍ରୋତର ଅନୁକୂଳରେ
ଏବେ ନଈ ନାଉରୀଆ ଆଉ ଡଙ୍ଗା,
ପବନ ବି ମୋର ଦିଗ ବି ମୋର …..

ଭଉଁରୀ ଠୁ ଅନେକ ଦୂରରେ ମୁଁ ,

ହେଇତ ଝାପ୍ସା ଝାପ୍ସା
ଦିଶିଲାଣି କୂଳ,
ଏଇବୋଧେ ଭେଟହେବେ ଈଶ୍ୱର !

ବାହୁଟେକି ଅନେଇଲି ମହାଶୂନ୍ୟକୁ
କୁଆଁତାରା ପରି
ଦିଗ୍ ଦିଗ୍ ଜଳୁଥିବା ମେଘଖଣ୍ଡେ
ଆବୋରି ନେଉଥିଲା ମୋ ଇନ୍ଦ୍ରିୟମାନଙ୍କୁ ।

ଅପସରି ଯାଉଥିଲେ
ମୋହାଚ୍ଛନ୍ନ ଆକାଶରୁ
ଈର୍ଷାର ସମୁଦ୍ରେ ତାରକାପୁଞ୍ଜ ,

ମୁଁ ମୋ ସତ୍ତା ହରେଇ
ପହଞ୍ଚୁଥିଲି ନୂଆ ଠିକଣାରେ
ଯେଉଁଠି ଥିଲେ ଈଶ୍ୱର ।

ନାମ – ପ୍ରଶାନ୍ତ କୁମାର ପଧାନ
ଗ୍ରାମ – ବୁରୋମୁଣ୍ଡା
ପୋ . ଅ – ଗାଇସିଲାଟ
ଜିଲ୍ଲା – ବରଗଡ଼
ପିନ୍ – 768037
ଓଡ଼ିଶା
ମୋ – 9937745497

Spread the love

Leave a Reply

Your email address will not be published. Required fields are marked *

error: Content is protected !!