ଲାଏକ ଗୁନ୍ ଯଦି ନାଇଁଥିବା ମୋର୍ ଠାନେ
କିଏ କାହିଁ ହେଲେଁ ଖୁଜବା ମତେ
କାହାର କାମେ ଯଦି ନାଇଁ ଆସିଁ ଛନେ ବି
ଇ ଜୀବନର ମୂଲ ରହେବା କେତେ ?

କାହାର ମନେ ଯଦି ଖୁସି ନାଇଁ ଦେଇଁ
ମୋର୍ ଦୁଖେଁ ଦୁଖୀକେ କାଏଁଯେ ହେବା ?
କାହାର ମୁହେଁ ହଁସି ଭରି ନାଇଁ ଯଦି
ଲୁହୁ ବୁଂଦେ ଆଖୁଁ କିଏ ଝରାବା ?

କେନସି ଜନ୍ମର ଯଦି ପୁଇନ୍ ରଂଚେ ଥିବା
ହାତ ଯୁଡ଼ି ମୁଇଁ କରେଁ ଗୁହାରୀ
ସୁଖେଁ ଥାଉନ୍ ଜଗତବାସୀ ସବୁବେଲେଁ
ଦୁଖେଁ କିହେ କେଭେଁ ନାଇଁ ଯାଉ ହାରି ।

ମୁନୁଷ୍ ଜନମ୍ ଏକା ପାନିର୍ ଗୁଟେ ଫୁଟକା
ଶୂନ୍ୟେ ମିଶିଯିବା ନାଇଁ ହୁଏ ଜାନି
ସାଦା ନାଇଁ ରହୁ ଜୀବନ୍ ଖାତା କାହାର
ପୁରି ଥାଉ ଭାବର୍ ବନ୍ଧନ୍ କଥାନି ।

ଛଲକୁ ଥାଉ ଜୀବନରସ୍ ସବୁ ପ୍ରାଣେଁ
ତୁପି ହେଉ ଚଲାବାଟର ଗାଡ଼ଖାଲ୍
ଅମୃତମଏ ହେଉ ମାଏଟ ପାଏନ ପବନ୍
ଉଦି ଆସୁ ନୂଆ ଆର୍ ଗୁଟେ ସକାଲ୍ ।।
*****

Spread the love
2 thoughts on “ଉଦିଆସୁ ନୂଆଁ ସକାଲ୍‌”

Leave a Reply

Your email address will not be published. Required fields are marked *

error: Content is protected !!