ମାନୀ ଦୁର୍ଯୋଧନ୍‌ ହେଇ ମରନ୍‌ ମୁଛନ୍‌
ମାନ୍‌ ସରୋବର୍‌ ଖଡ଼ିଁ,
ଜଙ୍ଘର୍‌ ହାଡ଼େଁ ହାଡ଼େଁ ଭୀମର୍‌ ଗଦା ମାଡ଼େଁ
ପଡ଼ିଥିଲା ମୁହୁଁମାଡ଼ିଁ॥୧॥

ଛିନାଛକା ଦେଖି ଏକ୍‌ଲା ଲୁକି ଲୁକି
ଛଲିଆ କୁଷ୍ଟଁ ଆସି,
ମହାଭାରତ୍‌ ଶେଷେଁ ଦୁର୍ଯୋଧନର୍‌ ପାଶେଁ
ମୁଲୁର୍‌ ମୁଲୁର୍ ଦେଲେ‌ ହଁସି॥୨॥

ବଏଲେ ଶ୍ରୀପତି, “ଆରେ କୁରୁପତି !
ଇଟା କାଏଁ କରମ୍‌ କଲୁ,
ତେଜି ନିଏ ଧରମ୍‌ କରି ହୀନ୍‌ କରମ୍‌
ଅକାରଣେ ଜୀବନ୍‌ ଦେଲୁ॥୩॥

ଚାଲିଗଲେଁ ତୁଇଁ ପଦମ୍‌ ଫୁଟେ ଭୁଇଁ
ଧର୍‌ତୀ ହଉଥିଲା ଖୁସି,
ପଦମ୍‌ ରସିଏନ୍‌ ଧନର୍‌ ଗୁସିଏନ୍‌
ଲଖ୍‌ମୀର୍‌ କୁଲେଁ ଥିଲୁ ବସି॥୪॥

ସିଆନ୍‌ ସୁଜନ୍‌ ଆକଟ୍‌ ନେଇଁ ମାନି କପଟ୍‌
କଲୁ ତୁଇଁ ଛୁଆ ବେଲୁଁ,
ହାରିଗଲୁ ଗୁଡ଼ୁ ବଲିଁ ବିଷ୍‌ଲଡ଼ୁ
‌ବିଚିରା ଭୀମ୍‌କେ ଦେଲୁ॥୫॥

କହି ଚିକନ୍‌ କଥା ଭିଡ଼ି ଲେତାଗୁଁତା
ପାଣ୍ଡବ ସାଙ୍ଗେଁ ତୋର୍‌ କାକୀ,
କେଡ଼େ କଲେଁଛଲେଁ ଲାଖର୍‌ ମହଲେଁ
ଦେଇଥିଲୁ ନ କେଁ ଝୁକି॥୬॥

କପଟି ଶକୁନି ମାମୁଁର୍‌ କଥା ମାନି
କପଟ୍‌ ପଶାଖେଲେଁ ଡାକି,
ଭାଇ ବିରାଦିରି ସବୁ ଭୁଲିକରି
ପାଣ୍ଡବ‌କୁଁ ଦେଲୁ ଠକି॥୭॥

ସତୀ ଯାଜ୍ଞସେନୀ ଘରର୍‌ ବହ ଜାନି
ମୁଡ଼ର୍‌ ବାଲ୍‌କେ ହାତେଁ ଘିଚିଁ,
ତୋର୍‌ କଥା ମାନି ଦୁଶାସନ୍‌ ଆନି
ସଭାତଲେଁ ଦେଲା ଖାଚିଁ॥୮॥

ଜଙ୍ଘ୍‌ ପିଟି ପିଟି କେତେଯେ ଭୁର୍କୁଟି
କରିଥିଲୁ ସଭାଠାନେ,
ଦୁର୍‌ପଦୀର୍‌ କପ୍‌ଟା ଘିଚା ରପ୍‌ଟା
ସୋର୍‌ ପଡ଼ୁଛେ ତ ମନେ?॥୯॥

ମେଛା ମୁର୍‌କୁଟି ଯେନ୍‌ ଜଙ୍ଘ୍‌ ପିଟି
କରୁଥିଲୁ ଏଡ଼େ ଟାନ୍‌,
ଭୀମ୍‌ ଗଦା ପିଟି କରିଛେ କୁର୍‌କୁଟି
ମଲେଁ ପାଏବୁ ନର୍କେ ଠାନ୍‌”॥୧୦॥

କୁଷ୍ଟଁର୍‌ ପାଦେ ପଡ଼ି କହେ ହାତ୍ ଯୁଡ଼ି
ଦୁର୍ଯୋଧନ୍‌ ମହାମାନୀ,
“ମୁଇଁ ମାନଗୋବିନ୍ଦ୍‌, ହେଲେଁ ତୁଇଁ ଗୋବିନ୍ଦ୍‌
କେନ୍‌ କଥା ନେଇଁ ଜାନି॥୧୧॥

ତୁଇଁ ମାହାପୁରୁ ତୁଇଁ ମହାମେରୁ
କରି କରାସୁ ତ ତୁଇଁ,
ତୋର୍‌ ଇଛା ହେଲେଁ ପତର୍‌ ନେଇଁ ହଲେ
ତୋର୍‌ ବିନୁଁ ଗତି ନାଇଁ॥୧୨॥

ଯାହା ତୁଇଁ କହୁ ଆହେ ମହାବାହୁ!
ହୁର୍‌ଦେଁ ରହି ଅହରହ,
ତୋର୍‌ କେନ୍‌ କଥା କରିଛେଁ ଅନ୍ୟଥା
ବଏଲେଁ ଗୋବିନ୍ଦ କହ!॥୧୩॥

ସତ୍‌ କରିଁ କହ କୁରୁ ବଂଶର୍‌ ବହ
କୃଷ୍ଣାର୍‌ ଇଜତ୍ କିଏ ନେଲା?
ଟଣେହି ଭି ତୁଇଁ ଗୁନିଆଁ ଭି ତୁଇଁ
ମୋର୍‌ ଖାଲି ଦୋଷ୍‌ ହେଲା॥୧୪॥

ଭଲ୍‌ଲୁକି ଦେଖେଇ ଶାନ୍ତିଦୂତ୍‌ ହେଇ
ପାଁଚ୍‌ଟା ଗାଆଁ ନେଲୁ ମାଗି,
ମୋର୍‌ କଠେଁ କାହ୍ନା ରହି କଲୁ ମନା
କରିଦେଲୁ ମତେ ଦାଗୀ॥୧୫॥

ଯାହା ତୋର୍‌ ଇଛା ମାନିଛେଁ ପଏର୍‌ଛା
ଦେଇଛେଁ କେଁ କେଭେଁ ବାଧା?
ତୁଇଁ ତ କରିଛୁ ତୁଇଁ କରେଇଛୁ
ମୁଇଁ ଆଏଁ ଖାଲି ଉଧା”॥୧୬॥

– ପ୍ରସନ୍ନ ରଣା
କେନ୍ଦମୁଣ୍ଡି, ସୋହେଲା,ବରଗଡ଼

By Prasanna Rana

ମୁଇଁ ଝନେ ଭଲ୍‌ ଲେଖକ୍‌ ନୁହେସେ। ଲେଖେବାର୍‌ ଚେଷ୍ଟା କରୁଛେଁ ଜାହା।

Leave a Reply

Your email address will not be published. Required fields are marked *

error: Content is protected !!