ଉର୍କୁଲି ଅଡ଼େଇ ଅଡ଼େଇ ଦେଖୁଛେ ଅଭିଧାନ୍ ବହିକେ l କେହେନି ଠାନେ ଭି ତ ଇ ଶବ୍’ଦମାନ୍’କର୍ ପୁଂଲିଙ୍ଗ୍ ଶବ୍ଦ ନେଇଁ ମିଲ୍’ବାର୍ l ଉଲ୍’ଟେଇ ପୁଲ୍’ଟେଇ ଦେଖୁଛେ ଶବ୍ଦକୋଷ୍’ମାନ୍’କୁଁ l କେନ୍’ସି ଠାନେଁ ଭି ଇ ଶବ୍’ଦମାନ୍’କର୍ ଠିକ୍ ପୁଂଲିଙ୍ଗ୍ ଶବ୍ଦଟେ ନେଇଁ ମିଲ୍’ବାର୍ l କାଣା ଜାନି ଶୁନି କରି ଇ ଶବ୍’ଦମାନ୍’କର୍ ପୁଂଲିଙ୍ଗ୍ ଶବ୍ଦ ତିଆର୍ ନେଇଁ କରାଯେଇଁ ? ଇ ମୁନୁଷ୍ ସମାଜ୍ ଭି ଇନ୍ତାଟା l ମାହେଜିମାନ୍’କୁଁ ଉଡ଼୍’ବାର୍ ସ୍ୱାଧୀନତା ଟିକେ ଭି ଦେବେ ବଏଲେଁ, ତାର୍ ଆଘୋନୁଁ ପଏଁକ୍’କେ ଟିକେ କତରି ଦେଇଥିବେ l ନେହେଲେଁ ଗୁଟେ ଗୁଡ଼େଁ ଅଦେଖା ବେଡ଼ିଟେ ବାନ୍ଧି ନେଇଥିବେ l ଗୁନ୍ଦୁଲେଇ ହେଉଥିଲ ଉର୍କୁଲି l ଫରଦ୍ କେ ଫରଦ୍ ଅଡ଼େଇ କରି ନୁରୁଥିଲା “ଅସତୀ”, “ବେଶ୍ଯା”, “ଦାରୀ” ବାଗିର୍ ଶବ୍’ଦମାନ୍’କର୍ ପୁଁଲିଙ୍ଗ୍ ଶବ୍ଦ l ହେଲେଁ କେନ୍’ସି ଜାଗାଥିଁ ତାହାକେ ସନ୍ତୁଷ୍ଟ୍ କଲାବାଗିର୍ ଶବ୍ଦ ନେଇଁ ମିଲୁଥେଇଁ l ଯେନ୍ କବାର୍ କଲେଁ ମାହେଜିମାନ୍’କୁଁ ଇ ଶବ୍’ଦମାନ୍’କର୍ ସମ୍ବୋଧନ୍ ମିଲ୍’ସି, ସମାନ୍ କାମ୍ କରିଁ ଏଁର୍ରାମାନେ କେନ୍ତା ବର୍’ତି ଯାଏସନ୍ ?? ଭାବୁଥିଲା ଉର୍କୁଲି l
ପୁରାଣ୍ ପୁଥିମାନ୍’କେଁ ଭାଏଲ୍ ଥିବା ! ରାମେଣ୍, ମହାଭାରତ୍ l ଖାସ୍ ମାହେଜିମାନ୍’କର୍ ଲାଗିଁ ତ ହେଇଛେ ରାମେଣ୍, ମହାଭାରତ୍ ! ଶବ୍ଦକୋଷ୍’ମାନ୍’କୁଁ ଫିକି ନେଲା ଉର୍କୁଲି l ପୁରାଣ୍’କେ ଉଲ୍’ଟାଲେଁ ଭି ସମାନ୍ କଥା l ହେଲେଁ ପୁରାଣ୍ ପୁଥି ଦେଖିକରିଁ ଜହ ଗୁନ୍ଦୁଲେଇ ହେଲା ଉର୍କୁଲି l ପୁରାଣ୍’ଥିଁ ତ ପାଁଚ୍’ଟା ସତୀ ଅଛନ୍ l ଅହଲ୍ଯା, ତାରା, ମନ୍ଦୋଦରୀ, କୁନ୍ତୀ ଆରୁ ଦ୍ରୌପଦୀ l ଇମାନେ ପରେ ପଞ୍ଚସତୀ ଆନ୍ l ଇନ୍ଦିର ଅହଲ୍ଯାର୍ ଇଜତ୍ ସାଙ୍ଗେଁ ଖେଲିଥିଲେଁ ଭି ଅହଲ୍ଯା ସତୀ l ତାରାର୍ ଘଏତା ବାଲି ମରିଙ୍ଗଲା କି ତାର୍ ଦିଅର୍ ସୁଗ୍ରୀ ସାଙ୍ଗେଁ ଲାଖ୍’ଚୁରି ହେଇଗଲା l ହେଲେଁ ତାରା ଭି ସତୀ l ମନ୍ଦୋଦରୀ ଭିଲ୍ ତାରା ବାଗିର୍ ରାବଣ୍ ମଲା କି ତାର୍ ଦିଅର୍ ବିଭିଷଣ୍ ସାଙ୍ଗେଁ ଲାଖ୍’ଚୁରି ହେଇଙ୍ଗଲା l ସେ ଭି ସତୀ l କୁନ୍ତୀର୍’ଟା ଦେଖିକରି ଅଉର୍ ଆଶିରିଜ୍ ହେଲା ଉର୍କୁଲି l
କୁଆଁରୀ ବଏସେଁ ମାଁ , ଫେର୍ ପାଁଚ୍ ଝନ୍’କର୍ ଆଡ଼ୁଁ ପାଁଚ୍’ଟା ପୁଓ ପାଇକରି ଭି କୁନ୍ତୀ ସତୀ l ଆରୁ ତାର୍ ବହ ଦ୍ରୌପଦୀ ପାଁଚ୍’ଟା ଘଏତା କରି କରିଁ ଭିଲ୍ ସତୀ l ମନେ ମନେ ଫେର୍ କର୍ଣ୍ଣକେ ମନ୍ କରୁଥିଲା ପରେ l ବଏଲେଁ, ଉର୍କୁଲି କେନ୍ତା ଅସତୀ ଆଏ ସେ ? ଉର୍କୁଲିକେ ଲୋକ୍ ଦେଖେଲେଁ କେନ୍ତା ନାକ୍ ଟେକ୍’ସନ୍ ?? ଉର୍କୁଲିକେ କେନ୍ତା ବେଶ୍ଯା, ଦାରୀ ବଲିଁ ଡାକ୍’ସନ୍ ??? ଉତ୍ତର୍ ନୁରୁଥିଲା ଉର୍କୁଲି l
ତାର୍ ମାଁବୁଆ କିଏ ଆନ୍ ଯେ ନେଇଁ ଜାନି ଉର୍କୁଲି l ଟୁକେଲ୍’ଟେ ଆଏ ବଲିଁ କେନ୍ ଉର୍କୁଲା ଗଦାଥିଁ ଫିକି କରି ପଲେଇ ଯେଇଥିଲେ ତାର୍ ମାଁବୁଆ l ଉର୍କୁଲା ଗଦାନୁଁ ବେଟି ଆନିକରି ଖଏନୁ ତାର୍ ନାଁ ଦେଇଥିଲା “ଉର୍କୁଲି” l ଉର୍କୁଲିର୍ ବାପ୍ ହେଇକରି ନିଜର୍ ବଞ୍ଝାପଦ୍ ର ବୋଝ୍’କେ ଉସାସ୍ କରିଥିଲା ଖଏନୁ l ଉର୍କୁଲିର୍ ଲାଲନ୍ ପାଲନ୍ କିଛି ଥିଁ ଉନା ନେଇଁକରି ଖଏନୁ l ଦିନ୍’କ ପତରେ ଲେଖା ପକେଇକରି ବଡ଼ ହେଇଥିଲା ଉର୍କୁଲି l ପ୍ଲସ୍ ଟୁ ତକ୍ ପାଠ୍ ଦୁଇ ଅକ୍ଷର୍ ଭି ପଢ଼େଇ ଥଲା ଖଏନୁ l ଗୁରା ତକ୍ ତକ୍ ଚେହେରା l ସର୍’ଗର୍ ଅପ୍’ସରି ଭି ହାର୍ ମାନ୍’ବା l ଲୁଭ୍’ଲୁଭୁନିଆ ଦିଶୁଥିଲା ଉର୍କୁଲି l ଉପର୍ ଅଁଖିଆ ଲୋକ୍’ମାନ୍’କର୍ ଲୁଭିଆ ଆଏଁଖ୍ ନୁଁ ବଅଁଚେଇ କରି ଉର୍କୁଲିକେ ହାତେ ନୁଁ ଦୁଇ ହାତ୍ କରି ନେଲା l ଝି’ ଖଟାବାର୍ ମାସ୍’ଦୁ ପରେଁ ଆଏଁଖ୍ ବୁଜିଥିଲା ଖଏନୁ l
ସେ ଦିନ୍’କେ ଠିକ୍ ହିସାବେଁ ସୋର୍ ନେଇଁ କରି ପାର୍’ବାର୍ ଉର୍କୁଲି l ସେଦିନେ କେନ୍ ମାସର୍ କେତେ ତାରିଖ୍ ଥିଲା କିଛି ମନେ ନେଇଁନ l ଆଏଁଖ୍ ଖୁଲ୍’ଲା କି ଜାନ୍’ଲା ସେ ଗୁଟେ ରଣ୍ଡୀଖାନାଥିଁ ଅଛେ l ରଣ୍ଡୀଖାନାର୍ ମାଲ୍’କେନ୍ ଗୁଲାପୀ ବାଈ l ଗୁଲାପୀ ବୁଝେଇ ନେଲା ସବୁ କଥା l ହେଲେଁ ଉର୍କୁଲି ଜାନି ନେଇଁ ପାରୁଥେଇ ତାର୍ ଘଏତା ତାହାକେ କାଏଁ ହେଲା ଯେ ବିକିନେଲା ! ହେନ୍’ତେଇ ତ ତାର୍ ଠିକାଦାରି ବିଲ୍ ପାସ୍ କର୍’ବାର୍ ଲାଗିଁ ନେତା ଅଫିସର୍’ମାନ୍’କୁଁ ଘରେଁ ଜୁଟଉ ଥିଲା l ହେଲେଁ, ଆଏଜ୍…?
ତାର୍ ଆର ଦିନେଁ ଉର୍କୁଲିକେ ଗ୍ରାହାକ୍’ମାନ୍’କର୍ ସେବାଥିଁ ପଠାବାର୍ ବେବସ୍ଥା ହେଲା l ବନିହାନ୍’ଟେ ଆକୁଲ୍ ବିକୁଲ୍ ହେଲା ଉର୍କୁଲି l ହେଲେଁ କିଏ ଶୁନ୍’ବା ? ଶେଷ୍’କେ ଉର୍କୁଲିକେ ପଠେଇ ନେଲେ ଗୁଟେ ଆଶ୍ରମ୍’କେ l ଆଶ୍ରମ୍’ଥିଁ ଅଛନ୍ ବାବା ସିଦ୍ଧେଶ୍ୱର୍ l ସବୁ ଚେଲା ଚାମ୍’ଚା ଗଲା ପରେଁ ବାବା ଉର୍କୁଲିକେ ଦେଖେଲେ l “ସୁନ୍ଦର୍, ଅତି ସୁନ୍ଦର” l ପଲଙ୍କ୍ ସେବାଥିଁ ଗୁରୁ ମନ୍ତ୍ର ଟିକେ ଦର୍’କାର୍ l ଗୁରୁମନ୍ତ୍ର ଦେବାର୍ ନାଁ ଥିଁ ବାବା ସେ ରାତିଁ ଝପେଇ ହେଲେ ଉର୍କୁଲିର୍ ଦେହେ ଉପୁରେଁ l ଇଟା ପରେ କ୍ରିୟାଯୋଗ୍ ଆଏ ଗୁଟେ ବାବାର୍ ଲାଗିଁ l
ଆଶ୍ରମ୍ ନ କିଛି ଦିନ୍ ଭିତିରେଁ ଉର୍କୁଲି ଜାନ୍’ଲା ଯେ ବାବା ଖାଲି ପ୍ରବଚନ୍ ଦେସନ୍ ଖାଲି ନୁହେସେ ଛିନା ଛକା ଦେଖିକରି ଝୁରି-ଶିକାର୍ ଠାନୁଁ ମଦ୍, ମାହେଜି ତକ୍ ସବୁ ଚଲାସନ୍ l ଦିନେ ଆଶ୍ରମ୍’କେ ଆସିଥିଲା ବିଦେଶୀ ଚେଲାଟେ l ଗୁଲାପୀ ବାଈ ଉର୍କୁଲିକେ ବର୍’ଗିଛେ ବିଦେଶୀ ଚେଲାକେ ଖୁସ୍ କର୍’ବାର୍ ଲାଗିଁ l ନେହେଲେଁ ଡଲାର୍ ନେଇଁ ମିଲେ l ଇ ଧନ୍ଦାଟା ବିଦେଶୀ ଡଲାର୍’ଥିଁ ଜହ ପୁଷାସି l ବିଦେଶୀ ଚେଲାର୍ ମଜ୍’ଭୁତ୍ ବାହାଁଥିଁ ଦଲି ହେଇଗଲା ଉର୍କୁଲି l ଭାବୁଥିଲା, ଇ ଦେହେକେ ଛାଡ଼ିକରି ଅଲ୍’ଗା କେନ୍’ସି ଜିନିଷ୍’ଥିଁ କାଣା ମୁନୁଷ୍ ଖୁସି ହେଇ ନେଇଁପାରେ ! ସେଟା ତାର୍ କନିଆଁ, ପ୍ରେମିକା କି ବେଶ୍ଯାଟେ ହେଇଥଉ ଯେ !
ଉର୍କୁଲି ଭାବ୍’ସି ଦେହେ ଆରୁ ମନ୍, ଦୁଇଟା ଅଲ୍’ଗା ଜିନିଷ୍ l ଦେହେଭୋଗୀମାନେ କେଭେଁ କାହାରିର୍ ମନର୍ ଗୁହେର୍ ତକ୍ ଯାଇ ନେଇଁ ପାରନ୍ l ଇ ଦୁନିଆଁ ଥିଁ ସବୁ ମୁନୁଷ୍ ଏକାବାଗିର୍ ଲାଗ୍’ସନ୍ ଉର୍କୁଲିକେ l ଇନ ରକ୍ଷକ୍ ଭି ଭକ୍ଷକ୍ ଆଏ l ଇନ ପରି, ବେବିନା, ଇତିଶ୍ରୀର୍ କଥା କିଏ ପଚାରେ ? ଯେନ୍’ମାନେ ଇ ଦେଶର୍ ନେତା, ମନ୍ତ୍ରୀ; ସେମାନେ ଭି ଉର୍କୁଲିକେ ବାଆରିଛନ୍ ଗୁଟେ ଦରବ୍ ବାଗିର୍ l କେତେ ହଟେଲ୍, କେତେ ଲଜ୍’କେ ଡକେଇକରି ଉର୍କୁଲିର୍ କଁଚା ଶିକାର୍ ଖେଇଛନ୍ l ହେଲେଁ, ସମାଜେଁ ଦିନର୍ ଉଜାଲା ଥିଁ ସଭେ ଭଦ୍ର, ସଭେ ସୁତର୍ l
ମୌକା ଦେଖିକରି ରଣ୍ଡିଖାନାନୁଁ ପଲେଇ ଆଏଲା ଉର୍କୁଲି l ଗୁଲାପୀର୍ ଜାଲୁଁ ମୁକୁଲି ସିନେ ଆଏଲା, ହେଲେଁ ଯିବା କେନ୍’କେ ? ଶେଷ୍’କେ ସୁରଜ୍’ମଲ୍ ର କମ୍ପାନୀ ଥିଁ ଢୁକିଛେ l ସୁରଜ୍’ମଲ୍ ର ଫାଇଭ୍ ଷ୍ଟାର୍ ହୋଟେଲ୍ ଥିଁ ରହୁଛେ l ସୁରଜ୍’ମଲ୍ ଇ ସହରର୍ ସବୁଠାନୁଁ ବଡ଼୍ ବିଜିନେସ୍’ମେନ୍ l ସୁରଜ୍’ମଲ୍ କେଭେଁ ନେଇଁ ଛିଏତାଏଲ୍ ଉର୍କୁଲିକେ l ହେଲେଁ, ତାର୍ ଯେନ୍ ବିଜିନେସ୍ ପାଟ୍’ନର୍’ମାନେ ଆଏସନ୍, ସମ୍’କୁଁ ଖୁସ୍ କର୍’ସି ଉର୍କୁଲି l ଆଏଜ୍ ପେପର୍ ଥିଁ ବାହାରିଛେ ସୁରଜ୍’ମଲ୍ କେ ମାରି ନେଇଛନ୍ ତାର୍ ବିରୋଧୀମାନେ l ହୋଟେଲ୍’ଟା ଅସଁଖଲା ହେଇଯେଇଛେ l ଉର୍କୁଲି ହୋଟେଲ୍ ଛାଡ଼ିକରି ବାହାରି ଆଏଲା l ହେଲେଁ, ଯିବା କେନ୍’କେ ? ଇ “ବେଶ୍ଯା” ପହେଚାନ୍ ନେଇକରି କେନ୍’କେ ଯିବା ?? କିଏ ତାହାକେ ଆସ୍ରା ଦେବା ??? ଟେକ୍ସି ଗୁଟେକେ ହାତ୍ ମାର୍’ଲା ଉର୍କୁଲି l ଉର୍କୁଲିକେ ନେଇକରି ଟେକ୍ସିଟା ଧିରେଧିରେ ଉଭିଙ୍ଗଲା ସହରର୍ ଭିଡ଼୍ ରାସ୍ତାଥିଁ l ଫିରିଙ୍ଗଲା କେଁ ଉର୍କୁଲି ଗୁଲାପୀ ବାଈର୍ କୁଠିକେ ! ସମାଜର୍ ସେ ଉର୍କୁଲା ଗଦାକେ ଫେର୍ ଫିରିଗଲା କେଁ ଉର୍କୁଲି !! ଫେର୍ ଗୁଟେ ଖଏନୁ ଆଏବା ଭାଏଲ୍…!!!
– ପ୍ରସନ୍ନ ରଣା