ଏ ତୁମେ ଇହାଦେ ଭି କେତ୍’ନି କେତେ ମନେ ପଡ୍’ସ
ମୋର୍ ହାତ୍ ତୁମେ ବେଦି ଶାଲେଁ କାଏଁ ଯେ ଧରିଥିଲ,
ସାତ୍ ଜନମ୍ ତକ୍ ତୋର୍ ହାତ୍ ନି ଛାଡେଁ ବଲିଁ
କାଏଁ ଯେ କିରିଆ ଖେଇଥିଲ ?
ଇ କୁଟୁମର୍ ଜଂଜାଲ୍ ଭିତିରେଁ ମତେ ଫାନ୍ଦି ଦେଇ
କେନ୍ ଆଡ୍ କେ ମିଲ୍’କି ଦେଲ, ଇଟା ବନେ କଲ କାଏଁ ?
ଏ ତୁମେ ଫେର୍ ଘାଏ ଫିରି ଆଏତ କେଁ !
ଆକାଶ୍ କେ ଫଟେଇ କରି ହଉ କିର୍
ଧର୍’ତି କେ ଚିରି କରି ହଉ,
ହେ ଇନ୍ଦ୍ରଧନୁର୍ ନୁଁ ରଙ୍ଗ ଟିକେ ଚୁରେଇ ଆନିକରି
ମୋର୍ ଧୋପ୍ ଫର୍ ଫର୍ ଶାଢୀ କେ
ଆର୍ ଘାଏ ରଙ୍ଗ ସର୍ ସର୍ କରି ଦେତ କେଁ ?
ଏ ତୁମେ ଫେର୍ ଘାଏ ଫିରି ଆଏତ କେଁ !
ଦେଖତ ଛୁଆ, ପୁତା ମନେ ଭି ତମ୍ କେ କେତେ ନୁରୁଛନ୍
ଭେଲ୍ ତୁମେ ଆସୁଥିବ ବଲିଁ ଘାଏକେଁ, ଛନ୍’କେ
କୁଲା ଏଡେ ଆସ୍ କରି ଡୁଙ୍ଗିଁ ଦେଖୁଛନ୍
ଆସି କରି ଆର୍’ଘାଏ ମୋର୍ ଭଙ୍ଗା ଚୁଡି କେ ସାଁଟି କରି
ମୋର୍ ହାତ୍ ଭଏର୍ ଭଏର୍ ଚୁଡି ପିନ୍ଧେଇ ଦେତ କେଁ ?
ଏ ତୁମେ ଫେର୍ ଘାଏ ଫିରି ଆଏତ କେଁ !
ମୁଇଁ ଜାନିଛେଁ ତୁମେ ଆର୍ ନାଇଁ ଆସ ବଲିଁ
ଫେର୍ ଭି ତୁମର୍ ବାଟ୍ କେ ଇହାଦେ ଭି ଟାଖି ବସିଛେଁ,
ସତେଁ ନି ଆଏଲେଁ ସପ୍’ନେ ହେଲେଁ ଭି
ରେତ୍ ସୁଲ୍’ହ ଘଡି ମୋର୍ ସାଙ୍ଗେଁ ରହେତ କେଁ ?
ଏ ତୁମେ ଫେର୍ ଘାଏ ଫିରି ଆଏତ କେଁ !