ଆର୍ ଦିନାଦୁ ଗଲେଁ ଏମେଲେ(MLA) ଭୋଟ୍। ଭିନ୍ ଭିନ୍ ଜାଗାନ ଖୁଲା ହେଇଛେ ଭୋଟ୍ ପର୍ଚାର୍ ଲାଗିଁ ଅଫିସ୍ମାନେ। ଆମର୍ ଗାଁର୍ ତିର୍କୁଟି ଛକ୍ନ ଭିଲ୍ ଖୁଲା ହେଇଛେ ଅଫିସ୍ ଗୁଟେ। ଆଖର୍ ପାଖର୍ ଯେତେ କର୍ମୀ, କୁଜିନେତା, ପେଁଚିଆ, ଚଠା ସବୁ ସେନ ଗୋଠ୍ ପଡ଼ିଛନ୍ ସଖାଲୁଁ ବେଲ୍ବୁଡ଼ା ତକ୍। ଭାନସ୍ ଚାଲିଛେ। ମାହାଲିଆ ମଦ୍ ଆରୁ ବଏଲର୍ ଶିକାର୍ ଲାଗିଁ ଅଫିସ୍ଟା ସବୁବେଲେଁ ଗଜ୍ଗଜଉଛେ। ଯେତେହେଲେଁ ଭି ଅବ୍କାରୀ ମନ୍ତ୍ରୀଙ୍କର୍ ନିର୍ବାଚନ୍ ମଣ୍ଡଲି ଆଏ ତ !
ସେଦିନେଁ ମନ୍ତ୍ରୀ ଆମର୍ ଆଡ଼ର୍ ହାଲ୍ଚାଲ୍ ଜାନ୍ବାର୍ ଲାଗିଁ ଆଏଲେ। ପାର୍ଟୀ ଅଫିସ୍ନ କର୍ମୀ, କୁଜିନେତାକର୍ ଗହଲ୍ ଚହଲ୍ ବଢ଼ିଗଲା। ଆମର୍ ଗାଁର୍ କର୍ମୀ ବଏଜୁକେ ମନ୍ତ୍ରୀ ପଚ୍ରାଲେ,
– “କାଣା ହୋ ବଏଜୁ ! ତୁମର୍ ଗାଁର୍ ହାଲ୍ଚାଲ୍ କେନ୍ତା କେନ୍ତା ? ଲୋକ୍ମାନ୍କର୍ ମତିଗତି କାଣା କାଣା ??”
– “ସବୁ ଠିକ୍ ଅଛେ ଆଗ୍ଯାଁ ! (ମୁଡ଼୍ ଖୁଜେଇକରି) ଖାଲି ସେ ଖଏନୁର୍ ପୁଓ ବର୍ଜ ଟିକେ ଟିଙ୍ଗ୍ ଟିଙ୍ଗ୍ ହେଉଛେ। ଏଭେଁ ବିଏ ପାଶ୍ ହେଇକରିଁ ଆସିଛେ ତ ! ମୁରୁଖ୍ ଲୋକ୍ମାନ୍କୁଁ ଗଣତନ୍ତ୍ରର୍ ପାଠ୍ ପଢ଼ଉଛେ।”
– “ଠିକ୍ ଅଛେ, ଆମେ ରାଜନୀତିର୍ ପାଠ୍ ଟିକେ ପଢ଼େଇ ନେମା…! ତୁମର୍ ଗାଁର୍ ସଭେ ତ ମେଟ୍ରିକ୍ ଫେଲ୍ ହେଇକରିଁ ଆମର୍ ଦଲର୍ କର୍ମୀ ହେଇଛ। ହେ’ କେନ ଥିଲା ହୋ ? ତୁମର୍ ଗାଆଁଥିଁ ତ ନେଇଁ ଦିଶୁଥେଇଁ !”
– “ତାର୍ ମାମୁଁଘରେଁ ରହିକରି ପାଠ୍ ପଢ଼ୁଥିଲା ଆଗ୍ଯାଁ !ହେତାକେ ଝନ୍କେଇ ନେମୁଁ କେଁ ଆଗ୍ଯାଁ !”
– “ନେଇଁ.. ନେଇଁ ବଏଜୁ… ! ପିଟାମରା ବିଲ୍କୁଲ୍ ନେଇଁ। ଭୋଟର୍ ସମିଆ ଆଏ। ପିଟିମାରି ନେଲେଁ ସବୁ ଗଡ଼୍ବଡ଼୍ ହେଇଯିବା।”
– “କେନ୍ତା କର୍ମା ସିନେଁ !”
– “ପାଠୁଆ ପିଲା ଆଏ। ନୂଆଁ ଭୋଟର୍। ଜୋସ୍ ଅଛେ। ହେତାର୍ ହୋସ୍ ବୁଡ଼େଇ ନେଲେଁ ହେଲା !”
– “ବଏଲେଁ…!”
– “ଫର୍ମୁଲା ନମ୍ବର୍ ୱାନ୍ – “ଅପରେସନ୍ କିରିଆ”…।” ମନ୍ତ୍ରୀ ଗୁଟେ କେରେଁ ହଁସୁଥିଲେ।
ଆଏଜ୍ ବର୍ଜର୍ ବୁଆ ଖଏନୁଁକେ ପୁଲିସ୍ ପକଡ଼ି କରିଁ ନେଇଗଲା। ତାଁକର୍ ବାଏର୍କୁତି ଦେଶି ମଦ୍ ରାନ୍ଧୁଥିଲା ପରେ। ଦୁଇ ଜାର୍ ରନ୍ଧାମଦ୍ ଭିଲ୍ ପୁଲିସ୍ ଜପତ୍ କରିଛେ। ଭୋଟ୍ ସମିଆକେ ମଦ୍ ରାନ୍ଧେଲେଁ ନେଇଁ ଫସ୍ବା ?? ଖଏନୁର୍ ଘରର୍ ଲୁକେ ସଡ଼କ୍ଦମ୍ ରହିଗଲେ। ବର୍ଜର୍ ବୁଧି ବନା ହେଇଗଲା। ଘରେଁ ଯେନ୍ତା ଅକାଲ୍ ଚଡକ୍ ପଡ଼ିଛେ। ଖଏନୁ ଘରର୍ କିହେ ମଦ୍ ପାଏନ୍ ତ ଦୁରର୍ କଥା; ଝୁରି ଶିକାର୍ ଭି ନେଇଁ ଛିଅନ୍। ମଦ୍ ରାନ୍ଧେଲେ କେନ୍ତା ! ଭାବୁଥିଲେ ଗାଆଁର୍ ଲୁକେ।
“ହଏବୋ ବର୍ଜ ! ଘରେଁ ଅଛୁ କେଁ ବୋ.. ?” ମୁର୍ଦାର୍କେ ସୁଙ୍ଘି ସୁଙ୍ଘି ହୁଁଡ଼ାର୍ ଆଏଲା ବାଗିର୍ ଆଏଲା ବଏଜୁ। ବଏଜୁର୍ କଥା ଶୁନିକରି ବାହାରି ଆଏଲା ବର୍ଜ।
– ” କାହିଁ ଆଏଲୁ ବୋ ବଏଜୁ ?”
– “କକା ନିକେ ଟିକେ ଆସିଥିଲିଁ। ଘରେଁ ଅଛେ ଭାଏଲ୍ ?”
– “ମୋର୍ ବା’କେ ତ ପୁଲିସ୍ ସଖାଲୁଁ ଉଠେଇ ନେଇଛେ ବୋ ! ନେଇଁ ଜାନ୍ଲା ବାଗିର୍ ପଚରଉଛୁ ଯେ !”
– “ମାହାଁ, ନେଇଁ ଜାନି ବୋ ! ଜାନିଥିଲେଁ ପୁଲିସ୍ ନେଇ ପାର୍ତା ??
– ” ତୁଇଁ କାଣା କରିଥିତୁ ଯେ…”
– “ମନ୍ତ୍ରୀ ଆମର୍ ଲୋକ୍ ବୋ… ! ଇହାଦେ ହେଲେଁ କାଣା ମନ୍ତ୍ରୀ ଚାହେଲେଁ ପୁଲିସ୍ କକାକେ ରଖି ପାରବା ? ଗୁଟେ ଫୁନ୍ଥିଁ କକାକେ ଛାଡ଼ିନେବା ବୋ… ! ଏକା ତତେ ମନ୍ତ୍ରୀନ ଭେଟ୍ ପଡ୍ବାର୍କେ ପଡ଼୍ବା।”
– “ମୋର୍ ତ ବୁଧି ବାଟ୍ ନେଇଁ ଦିଶିବାର୍ ବୋ ! କେନ୍ତା କରିହେସି ଯେ !”
– ” ହେଁଟା ପରେ ! ଯତ୍ ପଢ଼ା, ତତ୍ ବେଡ଼ା ବଲ୍ସନ୍। ତୁଇଁ ଖାଲି ମନ୍ତ୍ରୀନ ଭେଟ୍ ପଡ଼୍ ବୋ… ! କକା ନେଇଁ ବାହାର୍ଲେ କହେବୁ ! ଏକା ବାବୁ ! ଗୁଟେ କଥା। ମନ୍ତ୍ରୀ ଯେନ୍ଟା କହେଲେଁ ମାନ୍ବୁ ! ନେହେଲେଁ, କକାକେ ଜହଲ୍ ହେବାର୍ଟା ଗେରେଣ୍ଟି ଆଏ।”
– “ତୁଇଁ ଯେନ୍ତା ବଲବୁ… !”
ମନ୍ତ୍ରୀର୍ ଘରେଁ ବଏଜୁ ଆରୁ ବର୍ଜ ବସିଥାନ୍। ମନ୍ତ୍ରୀ ବଏଜୁକେ ଆଏଁଖ୍ ନଚେଇ କରିଁ ଠାରିନେଲେ। ବଏଜୁ ଥାଲିଗୁଟେଥିଁ ଅଖଣ୍ଡ ଦୀପ୍ଟେ ଜାଲିକରିଁ ଆନ୍ଲା। ବର୍ଜ ଅଖଣ୍ଡ ଛିଇ କରି କିରିଆ କଲା, “ମୁଇଁ ବର୍ଜ ସାହୁ, କିରିଆ କରି କହୁଛେଁ ଯେ ମୁଇଁ ଆଝୁଁ “ଜନସେବୀ ଦଳ”ର୍ ବିଶ୍ୱସ୍ତ କର୍ମୀ ହେଲିଁ। ଦଲର୍ ନୀତି ଆରୁ ଆଦର୍ଶକେ ସମ୍ମାନ୍ ଦେମି। କେଭେଁ ଭି ଦଲ୍ ବିରୋଧୀ କାମ୍ ନେଇଁ କରେଁ।” ବଏଜୁ ତାକର୍ ଦଲର୍ ଧଣ୍ଡିଟେ ବର୍ଜକେ ଧରେଇ ନେଲା।
ବର୍ଜ ଘର୍କେ ଆସିକରି ଦେଖେଲା ତାର୍ ବା’କେ ପୁଲିସ୍ କୁନୁଆଁ ଆନି ଛାଡ଼ଲା ବାଗିର୍ ଆନିଛାଡ଼ିକରି ପଲେଇ ଥିଲାନ। ତାର୍ ଗୁଟେ କିରିଆ ତାର୍ ବା’କେ ଜହଲ୍ ଘରୁଁ ମୁକୁଲେଇ ଆନିଥିଲାନ। ବଏଲେଁ ଇ କିରିଆ ଆଗ୍କେ ଆରୁ କାଣା କାଣା ନେଇଁ କର୍ବା… ! ଭାବୁଥିଲା ବର୍ଜ।
– ପ୍ରସନ୍ନ ରଣା
କେନ୍ଦମୁଣ୍ଡି,ସୋହେଲା,ବରଗଡ଼