ଆଗ୍କେ ନୂଆଁଖାଇ ତିହାର୍। ଜୋର୍ ସୋର୍ ଥିଁ ଘର୍ ଦୁଆର୍ ଲିପାଘଁଷା ଚାଲିଛେ। ବାବୁର୍ ମାଁ ଆଏଜ୍ ଘର୍ ଦୁଆର୍ ବର୍ହ୍ନା ଚତରାଥିଁ ଲାଗି ପଡ଼ିଛେ। ମୁଇଁ ଭିଲ୍ ଜୁନ୍ହା ବହିପତର୍ ଥାକ୍ମାନ୍କୁଁ ଅଲ୍ଗେଇ କରି ନୂଆଁ କରି ଚଅତୁଥିଲିଁ। ଜୁନ୍ହା ବହି ଥାକ୍ ଭିତିରୁଁ ଜୁନ୍ହା କେଲେଣ୍ଡର୍ଟେ ବତ୍ କରିଁ ତଲେଁ ପଡ଼୍ଲା। ୧୯୭୦ ମସିହାର୍ କେଲେଣ୍ଡର୍। ଭାରତର୍ ପର୍ଯ୍ଯଟନ୍ ବିଭାଗ୍ ବାହାର୍ କରିଥିଲେ। କେଲେଣ୍ଡର୍କେ ବେଟି କରିଁ ଦୁଇ ଚାଏର୍ ଫରଦ୍ ଉଲ୍ଟେଇ ଦେଖ୍ଲି। କେଲେଣ୍ଡର୍ଥିଁ ଫଟୁଗୁଟେ ଦେଖିକରିଁ ମୋର୍ ଆଏଁଖ୍ ଢିଆ ଢିଆ ହେଇଗଲା। ଫଟୁର୍ ଚେହେରାଟା ଚିହ୍ନାର୍ ଚିହ୍ନାର୍ ବାଗିର୍ ଲାଗୁଛେ।
ଫଟୁକେ ଦେଖିକରିଁ ମୋର୍ ମୁହୁନୁଁ ବାହାରି ପଡ଼୍ଲା, “ଜୁହାର୍ ନାନୀ !” ନାନୀର୍ ଚେହେରା ଦେଖୁନ୍ ଦେଖୁନ୍ ସେ ଦିନର୍ ଦୁରୁଶ୍ ମୋର୍ ଆଖିଁ ନାଚି ଉଠ୍ଲା। ୧୯୧୬ ଅକ୍ଟୋବର୍ ୨୦ ତାରିଖ୍। ଗୁର୍ବାର ଦିନ୍। ବିଜେପୁର୍ ପାଖର୍ ଏମ୍. ଗଁଡ଼୍ପାଲି ଗାଁ ଗଜ୍ଗଜଉଛେ। କେତେ ସାମ୍ବାଦିକ୍, କେତେ କଳାକାର୍, କେତେ ନେତା ଗୁତା ଠୋଲ୍ ହେଇଥାନ୍। ହେଲେଁ, ନାନୀ ଆରୁ ନେଇଁ ଥେଇଁ। ନାନୀ ଶୁଇଥିଲା ଧର୍ତୀ ମାଆଁର୍ କୁଲେଁ। ନାନୀର୍ ଜୀବନ୍ ଆରୁ ନେଇଁ ଥିଲେଁ ଭିଲ୍ ନାନୀର୍ ଗୁଡ଼େଁ ଲଟ୍କି ରହିଥିଲା ନାଚିର୍ ତାଲ୍, ମୁହେଁ ଲଟ୍କି ରହିଥିଲା ଗୀତର୍ ସୁର୍। ସଥେଁ ଯେନ୍ତା ନାନୀ ନେଇଁ ମରି ଆରୁ ତାର୍ ମୁହୁଁନୁ ଝରି ଆସୁଛେ-
“ସତେଁ ଦୁଇ ଡୁଙ୍ଗୁରିର ଲେଞ୍ଜି ରେ ଜହ୍ନିଫୁଲ
ପାନଖିଆ ମୁଖ କରଞ୍ଜ ମଞ୍ଜି ଗୋ….
ସତେ ଦଇବ ଦେଇଛେ ଖଞ୍ଜିରେ ଜହ୍ନିଫୁଲ
ନେଇଁ ବସି ଉଠି କରି ଟୁଲ ହେ ଗଲାର୍ ହାର…।”
“ନାନୀ…! ଗୁର୍ବାରୀ ନାନୀ… ! ତୁଇଁ ଆମର୍ ସମ୍କିରର୍ ନାନୀ। ଇନ୍ତା ଗୁଟେ କଳାର୍ ସେବାଥିଁ ଜୀବନ୍ ସାରିନେଲୁ ଯାହାର୍ ପେଶାଦାର୍ ଭବିଷ୍ଯତ୍ ନେଇଁନ କି ଆଘୋନୁଁ ନେଇଁଥେଇ। ଲୋକନୃତ୍ଯର୍ କଳାକାର୍ ଲାଗିଁ ଇଟା ଗୁଟେ ଦୁଖର୍ କଥା ଆଏ ନାନୀ !
ନାନୀ ! ତୁଇଁ ପରେ ଇନ୍ଦିରା ଗାନ୍ଧୀକେ ନଚେଇ ପକାଲୁ ! ୧୯୬୮ ମସିହାର୍ ଜାନୁୟାରୀ ୨୬। ଦିଲ୍ଲୀର୍ ଖୁଏଲ୍ ଗଜ୍ଗଜେଇ ଉଠୁଥାଏ। ଡାଲ୍ଖାଇର୍ ପାର୍ ଘିଡ଼୍ଘିଡେଇ ଉଠୁଲା। ସେତ୍କି ବେଲେଁ ତତେ ଷୁଲ୍ହ କି ସତର ବଛର୍ ହେଇଥିବା। ଡାଲ୍ଖାଇ ପାରେଁ ତୋର୍ ବାଗିର୍ ଷୁଲ୍ହ ବଏସିର୍ ଅଁଟା ହଲ୍କା ଆରୁ ମୁହୁଁ ମଲ୍କା, ଚାଖି ଚାହାନି ଦେଖିକରିଁ କିଏ ଦମ୍ ଧରି ପାର୍ତା କହତ ? ଡାଲଖାଇର୍ ପାରେଁ ଗୋଡ଼୍ ନେଇଁ ହଲେଇ କରିଁ କିଏ ରହି ପାର୍ବା କହତ ! ଯେନ୍ତା ଗୀତ୍କେ ସେନ୍ତା ପାର୍ ଆରୁ ସେନ୍ତା ନାଚି; ଇଟା ତୋର୍ ଖାସିଅତ୍ ଆଏ ନାନୀ !
ତୁଇଁ ଗୁର୍ବାର୍ ଦିନେ ଜନମ୍ ହେଇଥିଲୁ ବଲିଁ ତୋର୍ ନାଁ ପଡ଼ିଥିଲା ଗୁର୍ବାରୀ। ମହାଲଖୀର୍ ବାର୍। ହେଲେଁ, ଜୀବନ୍ ଭଏର୍ ମହାଲଖୀ ତୋର୍ ନୁଁ ଦୂରେଇ ରହେଲେ। ଜୀବନ୍ ଆରୁ ନାଚ୍ ତୋର୍ ଲାଗିଁ ଡେଡ଼୍ ଶସୁର୍ ଭାଏବହ ବାଗିର୍। ତୁଇଁ ମଚାନ୍ନୁଁ ଉତୁରୁନ୍ ସାଏର୍ ପୁର୍ଥିଟା ଭାତ୍ ନେଇଁ ଥିବାର୍ ଗୁଟେ ମେଲା ହାଁଡ଼ି ବାଗିର୍ ଲାଗ୍ସି। ରହେବାର୍ ଲାଗି ଘର୍ ନେଇଁ। ଖାଏବାର୍ ଲାଗିଁ ପଖାଲ୍ ନେଇଁ। ହେଲେଁ ତୋର୍ ମନ୍ କେଭେଁ ମରିଛେ ? ବାଢ଼ୁନ୍ ଦାଇ କରିଁ, ଖଲିଦନା ଟିପି କରିଁ, ମୁର୍ହି ଭାଜି କରିଁ ତୋର୍ କୁଟୁମର୍ ମୁହେଁ ଥିର୍ ଦେଇଛୁ। ହେଲେଁ, କେଭେଁ କାହାର୍ ଆଗ୍ମୁଡେଁ ହାତ୍ ନେଇଁ ଟେକି।
ନାନୀ ! ତୋର୍ କଁଠେ ସର୍ସତୀ ବସିଥିଲେ ବାଗିର୍ ଲାଗୁଛେ। ତୁଇଁ ଆଁ କଲେଁ ଡାଲ୍ଖାଇ, ରସର୍ କେଲୀ, ମାଏଲାଜଡ଼, ଜାଇଫୁଲ, ଚୁଟ୍କୁ ଚୁଟା,ସଜନି ଗୀତ୍, ହୁମୋ ବଉଲି, ଦୁଲାବିହା, ଜାମୁଡାଲି ଗୀତ୍ ଝରି ପଡ଼ୁଥିଲା। ତୁଇଁ କେଭେଁ ଭିଲ୍ ଉନ୍ଝା ଲୁକର୍ ଲିଖିଲା ଗୀତ୍ ନେଇଁ ଗାଇଁ, ନାନୀ ! ତୋର୍ ସେ ଗୀତ୍ ପଦେ ମନେ ଅଛେ କାଏଁ ନାନୀ ? ମୋର୍ ସୋର୍ ଅଛେ କହି ନେଉଛେଁ-
“ଶୁନୁଥାରେ ଧନ ଜାଇଫୁଲ କେରି କେରି
ଜାଇଫୁଲ ଗୀତ ଶୁନିମି ବଲିଁ
ଜାଇଫୁଲ ଗୀତ ଶୁନିମି ବଲିଁ
ଲବଲହକା ଗୋ ଡେରି ହେଲୁ ଗାଆଁ ଖୁଲି
କଁସି ମୋର୍ ଧନଗୋ ଡେରି ହେଲୁ ଗାଆଁ ଖୁଲି
ଇ ଖୁଲିଁ ଯିବୁ କି ସେ ଖୁଲିଁ ଯିବୁ
ନୂଆଁ ନବୀନା ଗୋ ଟପାଗୁଲି ଶିଖିଥିବୁ
କହ ସଜନୀ ଗୋ ଟପାଗୁଲି ଶିଖିଥିବୁ…।”
ସଥେଁ ତ ନାନୀ, ତୁଇଁ କେତେ ଟପାଗୁଲି ନେଇଁ ସହିଛୁ ! ଯେନ୍ ସମିଆ ଥିଁ ଟୁକେଲ୍ମାନେ ଘରୁଁ ପାହା କାଢି଼ ନେଇଁ ପାରୁଥେଇଁ ତୁଇଁ ସେତେବେଲେଁ ମଚାନ୍ ଥିଁ ନାଚିକରିଁ ଆମର୍ ବାହିର୍ ନାଚ୍ଗୀତ୍କେ ଉବାଗର୍ କରିଛୁ। ଡାଲ୍ଖାଇକେ ପଲ୍ଲୀ ନୁଁ ନେଇକରିଁ ଦିଲ୍ଲୀ ନ ଥୁଇଛୁ। ଶାଶ୍ ଘରେଁ ଭିଲ୍ ଇ ମାଟିର୍ କଳା ଲାଗିଁ ଛାଡ଼୍ ପତର୍କେ କିଆର୍ ନେଇଁ କରିଁ। ନାନୀ, ଜୁହାର୍ ତୋର୍ ସାହାସକେ। ଜୁହାର୍ ତୋର୍ ତପସ୍ଯାକେ।
ଜାନିଛୁ ନାନୀ ? ତୁଇଁ ଯେତେବେଲେଁ ମନୋଜ୍ ଦାସ୍, ଶରତ୍ ପୂଝାରୀ ବାଗିର୍ ହସ୍ଥୀମାନ୍କର୍ ସାଙ୍ଗେଁ ବସୁଥିଲୁ ଇ ସମାଜର୍ ବଡ୍ପଁଡାମାନ୍କର୍ ଛାତି କର୍ତି ହେଉଥିଲା। କିଏ କେତେ ରକମର୍ ଟପାଗୁଲି ମାରୁଥିଲେ। ତତେ ଇ ମାଟିର୍ କଳାକାର୍ ହିସାବେଁ ମାନ୍ବାର୍ ଲାଗିଁ କୁହୁରୁ ଥିଲେ। ହେଲେଁ, ତୋର୍ ଗଲା ପରେଁ ତତେ ଫୁଲ୍ମାଲ୍ ପିନ୍ଧେଇ କରିଁ ଶ୍ରଧାଞ୍ଜଲି ଦେଇଥିଲେ।
ଆମର୍ ବାହିର୍ ଯେତ୍କି କବି କଳାକାର୍ ଥିଲେ, ସଭେ କିଛି ନେଇଁ କିଛି ପାଠ୍ ଦୁଇ ଅଖର୍ ପଢ଼ିଥିଲେ। କିଏ ତିନ୍ କିଲାସ୍ ତ କିଏ ପାଁଚ୍ କିଲାସ୍ ତକ୍ ହେଲେଁ ପଢ଼ିଥିଲେ। ହେଲେଁ ତୁଇଁ ବିନ୍ ପାଠ୍ ପଢ଼ିକରିଁ ଯେତ୍କି ଟେ ଗୀତ୍ ବନେଇ କରିଁ ଗାଇଛୁ, ସେଟାକେ ସଁକଲି କରିଁ ରଖିଥିଲେଁ ଗୁଟେ ଗ୍ରନ୍ଥାବଳୀ ହେଇଥିତା ନାନୀ ! ଆମେ ତୋର୍ ଗୀତ୍କେ ନେଇଁ ରଖି ପାରଲୁଁ ନାନୀ ! ହେଥିର୍ ଲାଗିଁ କ୍ଷମା ଦେବୁ। କ୍ଷମା ଦେବୁ ନାନୀ… !!”
“ହେ ଫଟୁକେ ଧରିକରି ପୁଟ୍ପୁଟଉ ଥ ! ସାଏଁ କଲା ବହିମାନ୍କୁଁ ଚଅତି ନେଲେଁ ନେଇଁ ହେତା ?” ବାବୁର୍ ମାଁର୍ ହାକେନ୍ଥିଁ ମୋର୍ ଚେତା ପଶ୍ଲା। ନାନୀର୍ ଫଟୁ ସାଙ୍ଗେଁ କେନ୍ ଭୁଲେଁ କଥା ହେଇ ବସ୍ଲିଁ ମୋର୍ ସୁରତା ନେଇଁ। ନାନୀର୍ ଫଟୁ ଥିବା କେଲେଣ୍ଡର୍କେ କାଁଥି ଥିଁ ଉଲେଇ ନେଲିଁ। ନାନୀ କେଲେଣ୍ଡର୍ଥିଁ ମୁଲ୍ମୁଲ୍ ହସୁଥିଲା। ଗୁର୍ବାର୍ ଦିନେ ଜନମ୍ ହେଇକରିଁ ଆରୁ ଗୁର୍ବାର୍ ଦିନେ ଦୁନିଆଁ ଛାଡ଼ିକରିଁ ଗୁର୍ବାରୀ ନାଁକେ ସାଫୁଲ୍ କରିଥିଲା କାଏଁ ?
– ପ୍ରସନ୍ନ ରଣା