ବିହାହେବାର୍ ବାର ବଛର୍ ଭିତିରେଁ ଦିନ୍’କ ଅଛରେ ଲେଖା କାନ୍ଦିଛେ ଇତି l ଇତିର୍ କିଛି ଅସୁବିଧା ନେଇଁନ l ଚାକିରିଆ ବର୍ l ଧନୀ ଶାଶ୍’ଘର୍ l ପିଲାଛୁଆ ଦୁଇଟା l ଶାଶ୍,ଶଶୁର ସଭେ ଅଛନ୍ l ମୁଟାମୁଟି ଭାବେ ଗୁଟେ ସୁନାର୍ ସଁସାର୍ ପାଇଛେ ଇତି l ତଥାପିଭିଲ୍ ଦିନ୍’କ ଅଛରେ ଦୁଇ ଅଛରା ସୁସ୍’କିଁ ସୁସ୍’କିଁ କାନ୍ଦ୍’ସି ଇତି l ସହି ଭିଲ୍ ନେଇଁ ପାରେ କି କହି ଭିଲ୍ ନେଇଁ ପାରେ l ଦିନୁଁ ଦିନ୍’କେ ଇତିର୍ ଦେହେ ପା’ ଖରାପ୍ ହେଇ ବସଲା ନ l ଗୁଟେ ରକମର୍ ମେଣ୍ଟାଲ୍ ଡିପ୍ରେସନ୍’ଥିଁ ରହୁଛେ ଇତି l କେତେ ରକମର୍ ଉଷୋକଷା ଖାଇବସଲା ନ l ହେଲେଁ, ଦିନୁଁ ଦିନ୍’କେ ଅବସ୍ଥା ବିଗୁଡ଼ୁଛେ ପଛେ ନେଇଁ ସୁଧିର୍’ବାର୍ l
ଇତିର୍ ଶାଶ୍ କୋକିଲା ଟିକେ କହକା ଆନ୍ l ଘାଏ ଘାଏ ଇନ୍ତା କଥାଟେ କହେବେ ଯେ, ଛାତିକେ ଚଲ୍ କର୍’ସି l ସୁଜି ଟୁବୁଲା ବାଗିର୍ ଲାଗ୍’ସି l ତାଁକର୍ କଥା ଘରର୍ ଲୁକେ ସଭେ ଜାନିଛନ୍ l ଇତିର୍ ବର୍, ଶଶୁର୍ ସଭେ ଚୁପ୍ ରହେସନ୍ l ଜାନିକରି କୋକିଲାର୍ ମୁହେଁ ଜବାବ୍ ନେଇଁ ଦିଅନ୍ l ଜବାବ୍ ଦେବେ ବଏଲେଁ, ସତର ପୁର୍’ଖା ଉଘେଇ ନେସନ୍ କୋକିଲା l ହେଲେଁ ଇତି ? ତାର୍ ଶାଶୁର୍ ମୁହେଁ କାଣା ଜବାବ୍ ଦେଇ ପାର୍’ବା ? ସୁନ୍ଦର୍,ଶିଖିତ୍,ସଂସ୍କାରୀ ଆଏ ବଲିଁ କାଣା ସବୁ ସହେବା ? ଚୁପ୍ ରହେସି ଇତି l ଶାଶୁର୍ କଥାଥିଁ ବହମାନ୍’କର୍ ମନ୍ ଉସାଷ୍ ହେସି କେଁନ ହେଲେଁ କୋକିଲାର୍ କଥାଥିଁ ଇତିର୍ ମନ୍ କୁହୁଲି ଯାଏସି l ମୁଡ଼େଁ ପର୍’ବତ୍ ଜୁଗୁରେଇ ହେସି l
ବହ ଯେତେ ଶିଖିତ୍ ହେଉ କି ସଂସ୍କାରୀ ହେଉ ମାଆଁଘରର୍ ନିନ୍ଦା ସହି ନେଇଁପାରେ l ହେଲେଁ ଇତିର୍ ଶାଶ୍ ତ ସବୁଦିନେଁ ଇତିର୍ ମାଆଁଘରର୍ ନିନ୍ଦା କର୍’ସନ୍ l ଘରର୍ କାମ୍ କବାର୍ କେନ୍’ଟା ଟିକେ ଯଦି ଇଆଡ଼୍ ସେଆଡ଼୍ ହେଇଯିବା ବଏଲେଁ ଧର୍’ତି ଛିନ୍’ଛତର୍ କରିଦେସନ୍ କୋକିଲା l “ତୋର୍ ମାଁ ରାଆଁଡ଼ି ତତେ ଏନ୍ତା ଶିଖେଇ ଥିଲା…l ନଙ୍ଗଲା ଘରର ଝିଇ, ଖଲିଖିଆ ଲୋକ ଥାଲିରେ ଖାଇଲେ ମଣିଷ ଚିହ୍ନିବ କାହିଁ… l” କୋକିଲାର୍ ଟପାଗୁଲି ଇତିର୍ ଛାତିକେ ରଜ୍ କରି ଭେଦି ଯାଉଥିଲା l ପଲଙ୍କ୍ ଉପୁରେଁ ଉବୁର୍ ହେଇକରି ସୁସ୍’କୁ ଥିଲା ଇତି l
ଅତି ସୁରୁ ସୁରୁ କଥାଥିଁ ଉଖି ନୁରୁଥିସନ୍ କୋକିଲା l କେଭେଁ ଯଦି ଚାହାଥିଁ ଚାହାପତି ଟିକେ କମ୍ ହେଇଗଲା ବଏଲେଁ ଭୁଦୋ ଉଜେର୍ କରିନେସନ୍ l “ତାର୍ ବୁଆର୍ ଘରୁଁ ଚାହାପତି ଆନୁଛେ ତ, ଚାହାଥିଁ ଚାହାପତି ଭିଲ୍ କୁକୋ ହେଇଛେ l ବୁଆର୍ ଦିନେ ଇନ୍ତା କଡ଼ା ଚାହା ପିଇଥିଲେଁ ତ ଜାନ୍’ତା !” ଚାହାକପ୍’କେ ଫିକି ନେସନ୍ କୋକିଲା l ଇତି ଖାଲି ଥନ୍’ଥନେଇ ଯାଏସି l ଦିନେ ତର୍’କାରିଥିଁ ନୁନ୍ ଟିକେ ଜହ ହେଇଗଲା l କୋକିଲା ଟିପି ଗୁଡ଼େଁ ଠିଆ l ଫଟା ମାଇକ୍ ବାଗିର୍ ଗୁଗାଲେ- “ଇଟା ମତେ ମାର୍’ବାର୍’କେ ବସିଛେ l ମୋର୍ ବ୍ଲଡ୍ ପ୍ରେସର୍ ଅଛେ ବଲିଁ ଜାନିଛେ ଆରୁ ଜହ ନୁନ୍ ଲଗେଇଛେ l ତାର୍ ବୁଆ ଖଞ୍ଜାବୁଡ଼ା କରୁଛେ ଭାଏଲ୍ ! ଜହ ନୁନ୍ ଲଗେଇ କରି ମୋର୍ ଖଏର୍ଚା ବଢ଼ଉଛେ ଯେ !” ଇତି ବୁଝି ନେଇଁ ପାରୁଥେଇଁ ଟିକେ ଜହ ନୁନ୍ ଲାଗିଗଲେଁ ଖଏର୍ଚା ବଢିଯାଏସି ବଲିଁ l ଥରେ ଇତିର୍ ମାଆଁସି ଶାଶ୍ ଆସିଥିଲେ କୁନୁଆଁ l ଇତି ସାଙ୍ଗେଁ ଭାରି ଗହଗହ ମହମହ ହେଲେ l ଇତି ସେଦିନେ ଖିରୀ ବନେଇ କରି ପର୍’ସିଲା l ତାର୍ ମାଆଁସି ଶାଶ୍ ଉସତ୍’ଥିଁ କହିପକାଲେ- “ବଢି଼ଆ ହେଇଛେ ଗୋ ଇତି ! ଖିରୀ ମତେ ଭଲ୍ ଲାଗ୍’ସି ବଲିଁ କେନ୍ତା ଜାନ୍’ଲ ?” ହେଲେଁ କୋକିଲା ମୁହୁଁକେ ଟୁପା ଏଡ଼େ କରି ପୁଟ୍’ପୁଟଉ ଥିଲେ, “ହଁ, ମୁଇଁ ତ ଖିରୀର୍ ଲାଗିଁ ଫୁଲିଗଲେଁ ଭିଲ୍ କେଭେଁ ନେଇଁ ରାନ୍ଧେ… l ଆଏଜ୍ ତ ମହାରାନୀ ଭଲ୍’ଲୁକି ଦେଖେଇ ହଉଛେ l” ସବୁ ଶୁନିକରି ଚୁପ୍ ରହେଲା ଇତି l ହେଲେଁ ଦିନୁଁ ଦିନ୍’କେ ନିଝିରି ଗଲାନ l ମନ୍’ଟା ସବୁବେଳେଁ ଉଦାସ୍ ରହୁଛେ l ଗୁଟେ ଅଦେଖା ମାନସିକ୍ ବୋଝ୍ ତାର୍ ମୁଡ଼େଁ ଘର୍ କଲାନ l ମନର୍ କଥାକେ ଯଦି କାହାର୍ ଆଗ୍’ଆଡ଼େଁ କହିପାର୍’ତା, ଉସାଷ୍ ଲାଗ୍’ତା l ହେଲେଁ କାହାର୍’ନ କହେବା ? କିଏ ଶୁନ୍’ବା ?
ଆଏଜ୍ ଇତି ଘର୍’କେ ବୁଲି ଆସିଛେ ତାର୍ ସାଙ୍ଗ୍ ସୁରଭି l ଛୁଆଦିନର୍ ସାଙ୍ଗ୍ l ଏକା ସାଙ୍ଗେଁ ପଢ଼ୁଥିଲେ l ସୁରଭି ଗାଁର୍ ଇସ୍କୁଲ୍ ଥିଁ ମାଷ୍ଟରେନ୍ ହେଇଛେ l ଇତିକେ ଦେଖିକରି ସୁରଭି କହେଲା,
– “ତୋର୍ ଗତିରୂପ କେନ୍ତା କରିଛୁ ଲୋ ଇତି ! ଦେଖ୍ ତ ଶୁଖିଟଟି ଗଲୁନ ଯେ !”
– “ସବୁ ଗୁଟେ ଗୁଟେ ସମିଆ ଆଏ ଲୋ ସୁର ! କେତେବେଳେଁ କାଣା ହେବାଯେ କିଏ କହି ପାର୍’ବା ?”
– “ତୋର୍ ଫେର୍ କାଣା ଅସୁବିଧା ହେଲା ଭାଏଲ୍ ? ଚାକିରିଆ ବର, ଧନୀ ଘର୍, ପିଲାଛୁଆ ସବୁ ଅଛନ୍ l ତୋର୍ ଫେର୍ କାଣା ଅଭାବ୍ ?”
ଇତିର୍ ଛାତି ଭିତିରର୍ ବନ୍ଧ୍ ଭୁସୁଲେଇ ଗଲା l ମନର୍ କଥା ବୁଝି ପାର୍’ସି ସୁରଭି ବଲିଁ ସବୁ କଥା ଗୋଟ୍ ଗୋଟ୍ କରି କହିଦେଲା l ତାର୍ ଶାଶୁର୍ କଲ୍’ଜାକଟା କଥା ତାର୍ ହୁରୁଦ୍’କେ କେନ୍ତା ଆଘାତ୍ କରୁଛେ, ସବୁ କହିନେଲା ଇତି l ସାଙ୍ଗର୍ ଆଗ୍’ଆଡ଼େଁ ମନର୍ ବୋଝ୍’କେ ଉସାଷ୍ କରିଛେ ଆଏଜ୍ l ମନ୍’ଟା ଟିକେ ହାଲ୍’କା ଲାଗୁଛେ ଇତିର୍ l ଇତିର୍ କଥା ଶୁନିକରି ସୁରଭି କହେଲା, “ଖୁଓରେ …l ଇଟା କାଏଁ କଥା ଆଏ ?” ଇତିକେ ଭୁର୍’ତେଇ କରି ସୁରଭି କହେଲା,
– “ତୋର୍ ଘରେଁ ଜଗଡ଼ା ଥିଲେଁ କେନ୍’ତା କର୍’ସୁ କହତ ?”
– “ଆରୁ କେନ୍ତା କର୍’ତିଁ ? ବର୍ନେହି କରି ଡଷ୍ଟବିନ୍ ଥିଁ ପକେଇ ନେସିଁ l”
– “ହେନ୍ତା, ଆମର୍ ଦେହେ ଭି ଗୁଟେ ଘର୍ ଆଏ l ଆମର୍ ମନ୍ ଭି ଗୁଟେ ମନ୍ଦିର୍ ଆଏ l ମନ୍ ଭିତିରେଁ ସବୁ ଜଗଡ଼ାକେ ତୁଇଁ ଜମେଇ କରି ରଖିଛୁ ବଲିଁ ଆଏଜ୍ ତୋର୍ ଇ ଅବସ୍ଥା l ମେଣ୍ଟାଲ୍ ଡିପ୍ରେସନ୍’ର ଡଲା ଡଲା ଉଷୋ ଖଉଛୁ ଖାଲି l ତୋର୍ ମନର୍ ମଏଲାକେ ସଫା କର୍’ବାର୍ ଲାଗିଁ ଭିଲ୍ ଗୁଟେ ଡଷ୍ଟବିନ୍ ଦର୍’କାର୍ l ତୋର୍ ହୁରୁଦ୍ ଭିତିରେଁ ଗୁଟେ ଡଷ୍ଟବିନ୍ ରଖ୍ ଅଉର୍ ମନ୍’କେ ସଫା ରଖ୍ l ଦେଖ୍’ବୁ ସବୁ ଠିକ୍ ହେଇଯିବା l ଆରୁ ତୋର୍ ଶାଶୁର୍ ସବୁ କଥାକେ କାନେ ଖୁଟି ପିଟି ନେ…l”
– “ସତ୍ କଥା ତ…l ମନର୍ ମଏଲାକେ ଡଷ୍ଟବିନ୍ ଥିଁ ପକେଇ ନେଲେଁ କେତେ ଉସାଷ୍ ଲାଗୁଛେ l ମନ୍’ଟା ପର୍’ଫୁଲ୍ ଲାଗୁଛେ l”ଇତିର୍ ଚେହେରାଥିଁ ଗୁଟେ ନୂଆଁ ଚମକ୍ ଖେଲିଗଲା l ଇତି ଆରୁ ସୁରଭି ଗୁଟେ ନୂଆଁ ଉଷତ୍’ଥିଁ ଖଦ୍’ଖଦାତେଲ୍ ହସି ଉଠୁଲେ l ଇତାକଁର୍ ହସି ଦେଖିକରି କୋକିଲାର୍ ମନ୍’ଟା କୁହୁରୁ ଥିଲା l
– ପ୍ରସନ୍ନ ରଣା