ଟାଏଟ୍ କନେ ଲୁକିକରିଁ ସୁସ୍’କି ସୁସ୍”କି କାନ୍ଦୁଛେ ମହକି l ଆଖିଁ ପାଏନ୍ ଢଲ୍ ଢଲ୍ l ମୁହୁଁ ଥମ୍ ଥମ୍ l ଯେନ୍ତା ଜେଠୁ ଢୁକି ଆଏଲା କି କାନିର୍ ପନ୍’ତେଁ ଆଖିର୍ ଲହକେ ପୁଛି ପକାଲା ମହକି l
-“କାଣା ହେଇଛେ ରେ ? କାନ୍ଦାଲା କାନ୍ଦାଲା ବଗିର୍ ମୁହୁଁ ଦିଶୁଛେ ଯେ ?” କହେଲା ଜେଠୁ l
-“କିଛି ନେଇଁ ତ !”
-“କାଣା ହେଇଛେ କହ ! କହେଲେଁ ତ ଜାନ୍’ମି !”
-“ଧର ! ଇଟା ତୁମର୍ ଭାଏ ଦେଇଛନ୍ !” କଲେଁ କଲେଁ କାଗଜ୍ ଫର୍ଦେ ଧରେଇ ନେଲା ମହକି ଜେଠୁ କେ l
ଜେଠୁ କାଗଜ୍ କେ ହାତେଁ ଧର୍’ଲା l ତାର୍ ମାଆଁର୍ କାର୍ଯ୍ଯଘରେଁ ଖଏର୍ଚା ହେଇଥିବାର୍ ହିସାବ୍ ଲିଷ୍ଟ୍ ଟେ ଆଏ l ମଙ୍ଗଲୁ ଦେଇଥିଲା l
ମଙ୍ଗଲୁ l ଜେଠୁର୍ ସାନ୍ ଭାଏ l ସମ୍’କିରର୍ ଗେହ୍ଲା l ମଙ୍ଗଲୁ ଛୁଆ ଥିଲା ବେଲୁଁ ବୁଆ ଆରପାରିକେ ଚାଲିଗଲା l ସେତ୍’କି ଦିନୁଁ ଜେଠୁ ମଙ୍ଗଲୁର୍ ସବୁ ଅଲି ଅର୍ଦଲି ସହିଛେ l ପଢ଼େଇଛେ, ଉଢ଼େଇଛେ,ବଢ଼େଇଛେ l ମଙ୍ଗଲୁ ଭଲ୍ ପାଠ୍ ଜାନୁଥିଲା l ଗାଁ’ ଥିଁ ତାର୍ ପାଠ୍ ପଢାର୍ ଚର୍ଚା ହେଉଥିଲା l ମଙ୍ଗଲୁର୍ ପାଠ୍ ପଢ଼ାଥିଁ ଜେଠୁ କେଭେଁ ଅବହେଲା ନେଇଁ କରିଁ l ମୋର୍ ଭାଏ ମୁନୁଷ୍ ଟେ ହେବାବଲିଁ ପେଟୁଁ କାଟିକରି ଦେଉଥିଲା l ଶେଷ୍ କେ ଜମି ଦୁଇ ଟେପିରି ଭିଲ୍ ବିକି ନେଲା l
ଏଭେଁ ମଙ୍ଗଲୁ ମାଷ୍ଟର୍ ହେଇଛେ l ହାତେ ନୁଁ ଦୁଇ ହାତ୍ କରିଛେ ଜେଠୁ l ଘର୍ ପାଖେଁ ତାର୍ ଇସ୍କୁଲ୍ ଥିଲେଁ ଭିଲ୍ ଗାଁ ନ ନେଇଁ ରହେବାର୍ ମଙ୍ଗଲୁ l ଛୁଆ ଯୁଉଡ଼େ ଭି ହେଲେ ନ l ଛୁଆକୁଁ ସହରେଁ ପଢ଼ାମି ବଲିଁ ସହରେଁ ଭଡ଼ାଘରେଁ ରହୁଛେ l ଏଭେଁ ଶୁନ୍’ବାର୍ କେ ମିଲୁଛେ ପ୍ଲଟ୍ ଟେ ଭି ଘିନ୍’ଲା ନ ପରେ l ହୋମ୍ ଲୋନ୍ ଟେ କରିଁ ଘର୍ ବି ବନାବା ଇ ଭିତିରେଁ l
ମୁଡ଼୍ କେ ହାତ୍ ପାଇଗଲା କି କେଭେଁ ଘରର୍ ମୁହୁଁ ନେଇଁ ଡୁଙ୍ଗି ମଙ୍ଗଲୁ l ଘରେଁ ତାର୍ ମାଁ,ଦଦା,ନାନିମାନେ ଥିଲେଁ ବି ଘର୍ ଆଡ଼୍’କେ ପଛ୍ କରିନେଲା ମଙ୍ଗଲୁ l ଦରମାର୍ ପଏସାଟେ ଭିଲ୍ ଜେଠୁକେ ନେଇଁ ଦେଇଁ ମଙ୍ଗଲୁ l ଜେଠୁ ଏକେଲା ଟୁକେଲ୍’ମାନ୍’କର୍ ବିହା ବର୍’ପନ୍ କରିଛେ l ତାର୍ ମାଁ’ର୍ ସେବା ଯତନ୍ କରିଛେ l ଉଷୋକଷା କରିଛେ l ଦୁଇ ଦୁଇଟା ମଅଁଲା ଭାର୍ ବି ନେଲା ନ l ହେଲେଁ ମଙ୍ଗଲୁ ?? ଘରୁଁ ଚଉଲ୍,ମୁଗ,ମଫଲି ଯେନ୍’ଟା ବାହାରିଛେ,ବୁହିଛେ l ଏନ୍ତା କି ଘରର୍ ଜମିନର୍ ଇନ୍’ସୁରେନ୍ସ ପଏସା ଭି ଏକେଲା ଖାଇଛେ l ମଙ୍ଗଲୁ ନେଇ ଜାନିଛେ,ଦେଇ ନେଇଁ ଜାନି l
ଗଲା କୁଡ଼େ ତାରିଖ୍ କେ ଜେଠୁର୍ ମାଁ ଭିଲ୍ ଆରପାରିକେ ଚାଲିଗଲେ l ମାଁର୍ ଯତନ୍ ପାତନ୍ , ଗୁହୁଁ-ମୁତ୍ ତ ନେଇଁ ଜନ୍’ଲା l ମାଏଟ୍ ମୁଠେ ତ ହେଲେଁ ଦେଇ ଆସିଥିତା ! ତାର୍ ଶଶୁର୍ କେ ଡାକ୍ଟର୍ ଖାନାନ ଭେକ୍’ସିନ୍ ଦେଇହେବାର୍ ଲାଗିଁ ନେଇଥିଲା ଯେ ଆସି ନେଇଁ ପାର୍’ଲା l ସିଧା ଦଶା ଦିନେଁ ଯିମି ବଲିଁ ଫୁନେଁ କହିନେଲା ମଙ୍ଗଲୁ l ଭାଏଲ୍ ଜେଠୁ ତାହାକେ ମାଁର୍ କାର୍ଯ୍ଯଘର୍ ଲାଗିଁ ପଏସା ମାଗି ନେବା !!
ସତ୍’କେ ସତ୍ ଦଶା ଦିନେ ମଙ୍ଗଲୁ କୁଟୁମ୍ ଧରିକରିଁ ଆଏଲା l କାର୍ଯ୍ଯଘର୍ ଟା ଭଲେଁ ଭଲେଁ ପଟିଗଲା l ତେର ନମର୍ ଦିନେଁ ମଙ୍ଗଲୁ ତାର୍ ବହୁକେ କହେଲା-“ବହୁ ଆମେ ଯଉଛୁଁ ଗୋ l”
-“ଆଏଜ୍ ପରେ ତେର ଦିନ୍ ହେଉଛେ ରେ ତୁମର୍ ମାଆଁର୍ ମରବାର୍ ! ଆଏଜ୍ କେନ୍ତା ଯିବ ?”
-“ନେଇଁ ବହୁ , ଆଏଜ୍ ଗଲେଁ ଯାଏକ୍ ଚଲେ l ଇନ ମୋର୍ ମିସେସ୍ ଅଉର୍ ଛୁଆମାନେ ସଫୋକେଟେଡ୍ ହେଇ ଯାଉଛନ୍ l” ଏତ୍’କି କହିକରିଁ ସାଟ୍ ମୁନାନୁଁ କାଗଜ୍ ଚିଠାଟେ ମହକିକେ ଧରେଇ ଦେଲା ଆରୁ ବଏଲା-“ଦଦା ତ ଇହାଦେ ନେଇଁନ, ଆଏଲେଁ କହେବ,ମାଆଁର୍ କାର୍ଯ୍ଯଘରେଁ ଯେନ୍ ଉଧାରି ହେଇଛେ ସେଟାକେ ଛୁଟିନେବା l ଏତ୍’କି ଦିନ୍ ତକ୍ ଜମିନ୍ ବାଡ଼ି ତ କମଉଥଲା l ପଛେଁ ଦିନେ ଆଏମି ଯେ ଭାଗ୍’ବଁଟା କରିନେମୁଁ l ମୁଇଁ ମୋର୍ ଭାଗ୍ ବିକି ତରିଁ ସହରେଁ ଘର୍ ଟେ ବନାମି l ହଁ,ଆର୍ ଗୁଟେ କଥା,ମାଁର୍ ପାଏନ୍’ମିଲାଥିଁ ଯେନ୍ କୁଡ଼େ ହଜାର୍ ପଡ଼ଥିଲା,ହେଁଟା ମୁଇଁ ଟିକେ ଉଠେଉଛେଁ l ଦର୍’କାର୍ ଟିକେ ଥିଲା ତ !”
ଜେଠୁ ଉଧାରି ଚିଠାକେ ଧରିକରିଁ ଦେଖୁଥିଲା l ହେଲେଁ, ଆଖିର୍ ପାଏନ୍ ଢଲ୍ ଢଲାବାର୍ ଲାଗିଁ କିଛି ପଢ଼ି ନେଇଁ ପାରୁଥେଇ l ତଥାପି ଭିଲ୍ ଦମ୍ ଧରିକରିଁ ମହକିକେ କହେଲା-“ଅଧର୍ଯ୍ଯା ନେଇଁ ହେବୁ ତ ମହକି ! ସବୁ ଠିକ୍ ହେଇଯିବା l ଧରମ୍ ଅଛେ ! ଯେତେହେଲେଁ ଭି ଭାଏ ଆଏ ତ ! ସବୁ ଉଧାର୍ ଛୁଟୁମା, ଜମିନ୍ ଭାଗ୍ ଭି ଦେମା ! ଲୋକ୍ କହେସନ୍ ପରେ- ଡେଙ୍ଗା ମୁଡେଁ ତ ଠେଙ୍ଗା ଗା…!”
ଜେଠୁର୍ ଛାତି ଉପୁରେଁ ମୁଡ଼୍ ରଖିକରିଁ ସୁସ୍’କୁ ଥିଲା ମହକି l
-ପ୍ରସନ୍ନ ରଣା